ଏହି ଶିଖର ସମ୍ମିଳନୀ ସମଗ୍ର ବିଶ୍ୱର ବିଭିନ୍ନ ସଂସଦୀୟ ପ୍ରଥାର ଏକ ଅନନ୍ୟ ସମାଗମ
ପି - ୨୦ ଶିଖର ସମ୍ମିଳନୀ ସେହି ଭୂମିରେ ଅନୁଷ୍ଠିତ ହେଉଛି ଯାହା କେବଳ ଗଣତନ୍ତ୍ରର ଜନନୀ ଭାବରେ ପରିଚିତ ନୁହେଁ , ବରଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ମଧ୍ୟ ଅଟେ
ଭାରତରେ କେବଳ ବିଶ୍ୱର ସର୍ବବୃହତ ନିର୍ବାଚନ ହେଉ ନାହିଁ ବରଂ ଏଥିରେ ଲୋକ ମାନଙ୍କର ଭାଗିଦାରୀ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି
ଭାରତ ନିର୍ବାଚନ ପ୍ରକ୍ରିୟାକୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡ଼ିଛି
ଭାରତ ଆଜି ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରୁଛି
" ଏକ ବିଭାଜିତ ବିଶ୍ୱ ମାନବତା ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନ ଗୁଡିକର ସମାଧାନ ଦେଇ ପାରିବ ନାହିଁ "
ଏହା ହେଉଛି ଶାନ୍ତି ଓ ଭାଇଚାରାର ସମୟ, ଏକାଠି ଆଗକୁ ବଢ଼ିବାର ସମୟ । ଏହା ସମସ୍ତଙ୍କ ଅଭିବୃଦ୍ଧି ଏବଂ କଲ୍ୟାଣର ସମୟ ଅଟେ । ଆମକୁ ବିଶ୍ୱାସର ସଙ୍କଟକୁ ଦୂର କରି ମାନବ କେନ୍ଦ୍ରିତ ଚିନ୍ତାଧାରା ସହ ଆଗକୁ ବଢ଼ିବାକୁ ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଯଶୋଭୂମି ଠାରେ ନବମ ଜି - ୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି ୨୦) କୁ ଉଦ୍‌ଘାଟନ କରିଛନ୍ତି । ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ପାଇଁ ସଂସଦ' ଶୀର୍ଷକକୁ ନେଇ ଜି - ୨୦ ଅଧ୍ୟକ୍ଷତାର ବ୍ୟାପକ ଢାଞ୍ଚାରେ ଭାରତୀୟ ସଂସଦ ଏହି ଶିଖର ସମ୍ମିଳନୀ ଆୟୋଜନ କରୁଛି ।

 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତର ୧୪୦ କୋଟି ନାଗରିକ ମାନଙ୍କ ତରଫରୁ ଜି -୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । "ଏହି ଶିଖର ସମ୍ମିଳନୀ ବିଶ୍ୱର ସମସ୍ତ ସଂସଦୀୟ ପ୍ରଥା ଗୁଡିକର ଏକ ‘ମହାକୁମ୍ଭ' ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ଉପସ୍ଥିତ ସମସ୍ତ ପ୍ରତିନିଧି ବିଭିନ୍ନ ଦେଶର ସଂସଦୀୟ ଢାଞ୍ଚାର ଅଭିଜ୍ଞତା ରଖିଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଆଜିର କାର୍ଯ୍ୟକ୍ରମରେ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଭାରତରେ ପାର୍ବଣ ଋତୁ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି - ୨୦ ବର୍ଷ ସାରା ଉତ୍ସବର ଉତ୍ସାହ ବଜାୟ ରଖିଥିଲା । କାରଣ ଜି - ୨୦ ଉତ୍ସବ ଅନେକ ସହରରେ ବ୍ୟାପିଥିଲା ଯେଉଁଠାରେ ଭାରତର ଅଧ୍ୟକ୍ଷତା କାଳରେ ଜି - ୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା । ଚନ୍ଦ୍ରଯାନର ଚନ୍ଦ୍ର ଅବତରଣ, ସଫଳ ଜି -୨୦ ଶିଖର ସମ୍ମିଳନୀ ଏବଂ ପି - ୨୦ ଶିଖର ସମ୍ମିଳନୀ ଭଳି ଘଟଣା ଯୋଗୁଁ ଏହି ଉତ୍ସବର ଉତ୍ସାହ ବୃଦ୍ଧି ପାଇଥିଲା । ଯେକୌଣସି ରାଷ୍ଟ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସେଠାକାର ଜନସାଧାରଣ ଏବଂ ସେମାନଙ୍କର ଇଚ୍ଛାଶକ୍ତି ଏବଂ ଏହି ଶିଖର ସମ୍ମିଳନୀ ଏହାକୁ ପାଳନ କରିବାର ଏକ ମାଧ୍ୟମ ବୋଲି ସେ କହିଛନ୍ତି । 

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ସେହି ଭୂମିରେ ପି -୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି ଯାହା କେବଳ ଗଣତନ୍ତ୍ରର ଜନନୀ ଭାବରେ ପରିଚିତ ନୁହେଁ , ବରଂ ଏହା ବିଶ୍ୱର ସର୍ବବୃହତ ଗଣତନ୍ତ୍ର ମଧ୍ୟ ଅଟେ । ବିଶ୍ୱର ବିଭିନ୍ନ ସଂସଦ ଗୁଡିକର ପ୍ରତିନିଧି ମାନଙ୍କ ରୂପରେ ପ୍ରଧାନମନ୍ତ୍ରୀ ଇତିହାସରୁ ଏଭଳି ବିତର୍କର ସଠିକ ଉଦାହରଣ ଉଲ୍ଲେଖ କରିବା ସହିତ ବିତର୍କ ଏବଂ ବିଚାରବିମର୍ଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ଭାରତର ପାଞ୍ଚ ହଜାର ବର୍ଷ ପୁରୁଣା ବେଦ ଓ ଶାସ୍ତ୍ରରେ ସମାଜର ଉନ୍ନତି ପାଇଁ ସାମୂହିକ ନିଷ୍ପତ୍ତି ନିଆଯାଇଥିବା ବେଳେ ବିଧାନସଭା ଓ କମିଟିର ଉଲ୍ଲେଖ ରହିଛି ବୋଲି ସେ ସୂଚନା ଦେଇଥିଲେ । ଭାରତର ସର୍ବପୁରାତନ ଗ୍ରନ୍ଥ ଋଗ୍ ବେଦ ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ଶ୍ଲୋକ ପାଠ କରିଥିଲେ ଯାହାର ଅର୍ଥ ହେଉଛି ‘ଆମକୁ ଏକାଠି ଚାଲିବାକୁ ହେବ, ଏକାଠି କଥା ବାର୍ତ୍ତା କରିବାକୁ ହେବ ଏବଂ ଆମ ମନକୁ ଏକାଠି କରିବାକୁ ହେବ' । ସେ ସୂଚନା ଦେଇଥିଲେ ଯେ , ଗ୍ରାମ ସ୍ତର ସହିତ ଜଡିତ ସମସ୍ୟା ଗୁଡିକ ବିତର୍କରେ ଲିପ୍ତ ହୋଇ ସମାଧାନ କରାଯାଇଥିଲା ଯାହା ଗ୍ରୀକ ରାଷ୍ଟ୍ରଦୂତ ମେଘାସ୍ଥିନିସ୍‌ଙ୍କ ପାଇଁ ଏକ ବଡ ଆଶ୍ଚର୍ଯ୍ୟର ଉତ୍ସ ପାଲଟିଥିଲା , ଯିଏ କି ଏ ବିଷୟରେ ବହୁତ ବିସ୍ତୃତ ଭାବରେ ଲେଖିଥିଲେ । ପ୍ରଧାନମନ୍ତ୍ରୀ ତାମିଲନାଡୁରେ ନବମ ଶତାବ୍ଦୀର ଏକ ଶିଳାଲେଖ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁଥିରେ ଗ୍ରାମ ବିଧାନର ନିୟମ ଏବଂ କୋଡ୍ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରା ଯାଇଥିଲା । ୧୨୦୦ ବର୍ଷ ପୁରୁଣା ଏହି ଶିଳାଲେଖରେ ଜଣେ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବାର ନିୟମ ମଧ୍ୟ ଉଲ୍ଲେଖ ରହିଛି । ଭାରତରେ ଦ୍ୱାଦଶ ଶତାବ୍ଦୀରୁ ଚାଲି ଆସୁଥିବା ଅନୁଭବ ମନ୍ତପ୍ପା ପରମ୍ପରା ବିଷୟରେ ଏବଂ ମାଗ୍ନା କାର୍ଟା ପ୍ରତିଷ୍ଠା ହେବାର ଅନେକ ବର୍ଷ ପୂର୍ବରୁ ଆଲୋଚନାକୁ ପ୍ରୋତ୍ସାହିତ କରାଯାଇଥିଲା ଯେଉଁଠାରେ ପ୍ରତ୍ୟେକ ଜାତି, ବର୍ଣ୍ଣ ଏବଂ ଧର୍ମର ଲୋକମାନେ ସେମାନଙ୍କର ଚିନ୍ତାଧାରା ପ୍ରକାଶ କରିବାକୁ ସ୍ୱାଧୀନ ଥିଲେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । "ଜଗତଗୁରୁ ବାସ୍ୱେଶ୍ୱରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅନୁଭବ ମନ୍ତପ୍ପା ଆଜି ମଧ୍ୟ ଭାରତକୁ ଗର୍ବିତ କରିଛି’ , ବୋଲି ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିବା ସହିତ ଏହା ମଧ୍ୟ କହିଥିଲେ ଯେ ୫୦୦୦ ବର୍ଷ ପୁରୁଣା ଶାସ୍ତ୍ରରୁ ଆଜି ପର୍ଯ୍ୟନ୍ତ ଭାରତର ଯାତ୍ରା କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ସଂସଦୀୟ ପରମ୍ପରାର ଐତିହ୍ୟ । 

 

ସମୟ କ୍ରମେ ଭାରତର ସଂସଦୀୟ ପରମ୍ପରାର ନିରନ୍ତର ବିକାଶ ଓ ସୁଦୃଢ଼ୀକରଣ ଉପରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସ୍ୱାଧୀନତା ପର ଠାରୁ ଭାରତରେ ୧୭ଟି ସାଧାରଣ ନିର୍ବାଚନ ଏବଂ ୩୦୦ ରୁ ଅଧିକ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ଏହି ସର୍ବବୃହତ୍ ନିର୍ବାଚନୀ ଅଭିଯାନରେ ଜନସାଧାରଣଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସେ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନ ଯେଉଁଠାରେ ତାଙ୍କ ଦଳ କ୍ଷମତାକୁ ନିର୍ବାଚିତ ହୋଇଥିଲା ତାହା ମାନବ ଇତିହାସର ସବୁଠାରୁ ବଡ ନିର୍ବାଚନୀ ଅଭ୍ୟାସ ଥିଲା କାରଣ ଏଥିରେ ୬୦୦ ନିୟୁତ ଭୋଟର ଅଂଶଗ୍ରହଣ କରିଥିଲେ । ସେତେବେଳେ ୯୧୦ ନିୟୁତ ପଞ୍ଜୀକୃତ ଭୋଟର ଥିଲେ, ଯାହା ସମଗ୍ର ୟୁରୋପର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ । ଏତେ ଅଧିକ ଭୋଟର ମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ମତଦାନ ଭାରତୀୟ ମାନଙ୍କର ସଂସଦୀୟ ଅଭ୍ୟାସ ଉପରେ ଗଭୀର ବିଶ୍ୱାସକୁ ପ୍ରଦର୍ଶିତ କରୁଛି । ୨୦୧୯ ନିର୍ବାଚନରେ ରେକର୍ଡ ସଂଖ୍ୟକ ମହିଳା ଅଂଶଗ୍ରହଣ କରିଥିଲେ । ରାଜନୈତିକ ଅଂଶଗ୍ରହଣର ବିସ୍ତାରିତ କ୍ୟାନଭାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ସାଧାରଣ ନିର୍ବାଚନରେ ୬୦୦ରୁ ଅଧିକ ରାଜନୈତିକ ଦଳ ଅଂଶଗ୍ରହଣ କରିଥିଲେ ଏବଂ ୧୦ ନିୟୁତ ସରକାରୀ କର୍ମଚାରୀ ନିର୍ବାଚନ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରିଥିଲେ ଏବଂ ମତଦାନ ପାଇଁ ୧ ନିୟୁତ ମତଦାନ କେନ୍ଦ୍ର ନିର୍ମାଣ କରା ଯାଇଥିଲା ।

ନିର୍ବାଚନ ପ୍ରକ୍ରିୟାର ଆଧୁନିକୀକରଣ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗତ ୨୫ ବର୍ଷ ଧରି ଇଭିଏମ୍‌ର ବ୍ୟବହାର ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଦକ୍ଷତା ଆଣିଛି , ଯାହା ଫଳରେ ଭୋଟ ଗଣତି ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ୧ ବିଲିୟନ ଲୋକ ଅଂଶଗ୍ରହଣ କରିବେ ବୋଲି ସେ ସୂଚନା ଦେଇଥିଲେ ଏବଂ ପ୍ରତିନିଧି ମାନଙ୍କୁ ନିର୍ବାଚନ ଦେଖିବାକୁ ଆମନ୍ତ୍ରଣ କରିଥିଲେ । 

 

ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ପ୍ରତିନିଧି ମାନଙ୍କୁ ମଧ୍ୟ ଅବଗତ କରାଇଥିଲେ । ସ୍ଥାନୀୟ ସ୍ୱୟଂଶାସିତ ଅନୁଷ୍ଠାନରେ ୩ ନିୟୁତରୁ ଅଧିକ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ହେଉଛନ୍ତି ମହିଳା । ଭାରତ ଆଜି ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରୁଛି । ନିକଟରେ ଆମ ସଂସଦ ନେଇଥିବା ନିଷ୍ପତ୍ତି ଆମ ସଂସଦୀୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । 

ପ୍ରଧାନମନ୍ତ୍ରୀ ଭାରତର ସଂସଦୀୟ ପରମ୍ପରା ଉପରେ ନାଗରିକ ମାନଙ୍କର ଅତୁଟ ବିଶ୍ୱାସ ଉପରେ ମଧ୍ୟ ଆଲୋକପାତ କରିଥିଲେ ଏବଂ ଏହାର ବିବିଧତା ଏବଂ ସ୍ଫୂର୍ତ୍ତିଶୀଳତାକୁ ଶ୍ରେୟ ଦେଇଥିଲେ । "ଏଠାରେ ସବୁ ଧର୍ମର ଲୋକ ବସବାସ କରୁଛନ୍ତି । ଶହ ଶହ ପ୍ରକାରର ଖାଦ୍ୟ, ଜୀବନଶୈଳୀ, ଭାଷା, ଉପଭାଷା" ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଲୋକ ମାନଙ୍କୁ ବାସ୍ତବ ସମୟ ସୂଚନା ପ୍ରଦାନ କରିବା ପାଇଁ ଭାରତରେ ୨୮ ଟି ଭାଷାରେ ୯୦୦ ରୁ ଅଧିକ ଟିଭି ଚ୍ୟାନେଲ ଅଛି, ପ୍ରାୟ ୨୦୦ ଭାଷାରେ ୩୩ ହଜାରରୁ ଅଧିକ ବିଭିନ୍ନ ଖବରକାଗଜ ଏଠାରେ ପ୍ରକାଶିତ ହୁଏ ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରାୟ ୩ ବିଲିୟନ ବ୍ୟବହାରକାରୀ ଅଛନ୍ତି ବୋଲି ସେ ସୂଚନା ଦେଇଥିଲେ ।  ଶ୍ରୀ ମୋଦୀ ଭାରତରେ ସୂଚନାର ବିପୁଳ ପ୍ରବାହ ଏବଂ  ବାକ୍ ସ୍ୱାଧୀନତାର ସ୍ତର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଏକବିଂଶ ଶତାବ୍ଦୀର ଏହି ବିଶ୍ୱରେ ଭାରତର ସ୍ଫୂର୍ତ୍ତିଶୀଳତା, ବିବିଧତା ମଧ୍ୟରେ ଏକତା ହିଁ ଆମର ସବୁଠାରୁ ବଡ଼ ଶକ୍ତି । ଏହି ସ୍ଫୂର୍ତ୍ତିଶୀଳତା ଆମକୁ ପ୍ରତ୍ୟେକ ଆହ୍ୱାନର ମୁକାବିଲା କରିବା ନିମନ୍ତେ ଏବଂ ପ୍ରତ୍ୟେକ ଅସୁବିଧାକୁ ମିଳିତ ଭାବେ ସମାଧାନ କରିବାକୁ ପ୍ରେରଣା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । 

 

ବିଶ୍ୱର ପରସ୍ପର ସହ ଜଡିତ ପ୍ରକୃତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ସଂଘର୍ଷ ଏବଂ ଦ୍ୱନ୍ଦ୍ୱରେ ପରିପୂର୍ଣ୍ଣ ବିଶ୍ୱ କାହାର ସ୍ୱାର୍ଥସାଧନ କରେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, "ଏକ ବିଭାଜିତ ବିଶ୍ୱ ମାନବତା ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନ ଗୁଡିକର ସମାଧାନ ପ୍ରଦାନ କରିପାରିବ ନାହିଁ । ଏହା ଶାନ୍ତି ଓ ଭାଇଚାରାର ସମୟ, ଏକାଠି ଆଗକୁ ବଢ଼ିବାର ସମୟ । ଏହା ସମସ୍ତଙ୍କ ଅଭିବୃଦ୍ଧି ଏବଂ କଲ୍ୟାଣର ସମୟ ଅଟେ । ଆମକୁ ବିଶ୍ୱ ବିଶ୍ୱାସ ସଙ୍କଟକୁ ଦୂର କରି ମାନବ କେନ୍ଦ୍ରିତ ଚିନ୍ତାଧାରା ସହିତ ଆଗକୁ ବଢ଼ିବାକୁ ହେବ । ଆମକୁ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଭାବନାରେ ଦୁନିଆକୁ ଦେଖିବାକୁ ପଡିବ । ବୈଶ୍ୱିକ ନିଷ୍ପତ୍ତି ନେବାରେ ବ୍ୟାପକ ଅଂଶଗ୍ରହଣର ମହତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି - ୨୦ରେ ଆଫ୍ରିକୀୟ ସଂଘକୁ ଅନ୍ତର୍ଭୁକ୍ତ କରିବାର ପ୍ରସ୍ତାବ ପଛରେ ଏହା ରହିଛି , ଯାହାକୁ ସମସ୍ତ ସଦସ୍ୟ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ପି -୨୦ ର ମଂଚରେ ପାନ୍ ଆଫ୍ରିକାର ଅଂଶଗ୍ରହଣ ପାଇଁ ଖୁସି ବ୍ୟକ୍ତ କରିଥିଲେ । 

ଲୋକସଭା ବାଚସ୍ପତି ପ୍ରତିନିଧି ମାନଙ୍କୁ ନୂତନ ସଂସଦ ପରିଦର୍ଶନ କରିବା ବିଷୟରେ କହିବା ସହ ପ୍ରଧାନମନ୍ତ୍ରୀ ଏହି ଅବସରରେ ହଜାର ହଜାର ନିରୀହ ଲୋକଙ୍କ ଜୀବନ ନେଉଥିବା ଭାରତ ସମ୍ମୁଖୀନ ହେଉଥିବା ସୀମାପାର ଆତଙ୍କବାଦ ଉପରେ ଆଲୋକପାତ କରିଥିଲେ । ପ୍ରାୟ ୨୦ ବର୍ଷ ପୂର୍ବେ ସଂସଦର ଅଧିବେଶନ ଚାଲିଥିବା ବେଳେ ଭାରତୀୟ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କିପରି ଆତଙ୍କବାଦୀମାନେ ସାଂସଦ ମାନଙ୍କୁ ବନ୍ଧକ ରଖି ସେମାନଙ୍କୁ ନିପାତ କରିବାକୁ ପ୍ରସ୍ତୁତ ଥିଲେ ବୋଲି ଶ୍ରୀ ମୋଦୀ ମନେ ପକାଇଥିଲେ । 

ବିଶ୍ୱରେ ଆତଙ୍କବାଦର ବିରାଟ ଆହ୍ୱାନକୁ ବିଶ୍ୱ ମଧ୍ୟ ଅନୁଭବ କରୁଥିବା ବେଳେ ସେ କହିଛନ୍ତି, "ଏଭଳି ଅନେକ ଆତଙ୍କବାଦ ଘଟଣାର ମୁକାବିଲା କରିବା ପରେ ଭାରତ ଆଜି ଏଠାରେ ପହଞ୍ଚିଛି । ଆତଙ୍କବାଦ ଯେକୌଣସି କାରଣରୁ ହେଉ ନା କାହିଁକି, ଏହା ମାନବତାର ବିରୁଦ୍ଧାଚରଣ କରିଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି ଏବଂ ଏଭଳି ପରିସ୍ଥିତିର ମୁକାବିଲା କରିବା ସମୟରେ ଆପୋସ ବୁଝାମଣା କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଆତଙ୍କବାଦର ସଂଜ୍ଞା ସମ୍ପର୍କରେ ସର୍ବସମ୍ମତି ହାସଲ ହେଉନଥିବା ବିଶ୍ୱସ୍ତରୀୟ ଦିଗ ପ୍ରତି ମଧ୍ୟ ପ୍ରଧାନମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଥିଲେ । ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ଅନ୍ତର୍ଜାତୀୟ ସମ୍ମିଳନୀ ଆଜି ବି ଜାତିସଂଘରେ ସହମତିକୁ ଅପେକ୍ଷା କରିଛି ବୋଲି ସେ ଆଲୋକପାତ କରିଥିଲେ । ଆତଙ୍କବାଦ ବିରୋଧରେ ଲଢ଼େଇରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସମଗ୍ର ବିଶ୍ୱର ସଂସଦ ଓ ପ୍ରତିନିଧି ମାନଙ୍କୁ ଅନୁରୋଧ କରିବା ସହ ମାନବତାର ଶତ୍ରୁମାନେ ବିଶ୍ୱର ଏହି ମନୋଭାବର ଫାଇଦା ଉଠାଉଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ବିଶ୍ୱର ଆହ୍ୱାନର ମୁକାବିଲା କରିବା ପାଇଁ ଜନଭାଗିଦାରୀ ଠାରୁ ଉତ୍ତମ ମାଧ୍ୟମ ଆଉ କିଛି ହୋଇ ପାରିବ ନାହିଁ । ମୁଁ ସର୍ବଦା ବିଶ୍ୱାସ କରି ଆସିଛି ଯେ ସରକାର ସଂଖ୍ୟାଗରିଷ୍ଠତା ଦ୍ୱାରା ଗଠିତ ହୁଏ, କିନ୍ତୁ ଦେଶ ସର୍ବସମ୍ମତି କ୍ରମେ ପରିଚାଳିତ ହୁଏ । ଆମ ସଂସଦ ଏବଂ ଏହି ପି - ୨୦ ମଂଚ ମଧ୍ୟ ଏହି ଭାବନାକୁ ସୁଦୃଢ଼ କରି ପାରିବ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ  ବିତର୍କ ଏବଂ ବିଚାର ବିମର୍ଶ ମାଧ୍ୟମରେ ଏହି ଦୁନିଆକୁ ସୁଧାରିବା ପାଇଁ ପ୍ରୟାସ ନିଶ୍ଚିତ ସଫଳ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଏବଂ  ଆନ୍ତଃ ସଂସଦୀୟ ସଂଘର ସଭାପତି ଦୁଆର୍ତେ ପାଚେକୋ ଉପସ୍ଥିତ ଥିଲେ । 

ପୃଷ୍ଠଭୂମି

ଭାରତର ଜି - ୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ଅନୁଯାୟୀ ନବମ ପି -୨୦ ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି  ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ପାଇଁ ସଂସଦ' । ଏହି କାର୍ଯ୍ୟକ୍ରମରେ ଜି - ୨୦ ସଦସ୍ୟ ଏବଂ ଆମନ୍ତ୍ରିତ ଦେଶର ସଂସଦର ବାଚସ୍ପତିମାନେ ଯୋଗ ଦେଇଥିଲେ । ସେପ୍ଟେମ୍ବର ୯ ରୁ ୧୦, ୨୦୨୩ ରେ ନୂଆଦିଲ୍ଲୀ ଜି - ୨୦ ନେତା ସମ୍ମିଳନୀରେ ଆଫ୍ରିକୀୟ ସଂଘ ଜି - ୨୦ର ସଦସ୍ୟ ହେବା ପରେ ପ୍ରଥମ ଥର ପାଇଁ ପି - ୨୦ ଶିଖର ସମ୍ମିଳନୀରେ ପାନ୍ - ଆଫ୍ରିକା ସଂସଦ ମଧ୍ୟ ଅଂଶଗ୍ରହଣ କରିଥିଲା ।

ଏହି ପି -୨୦ ଶିଖର ସମ୍ମିଳନୀରେ ବିଷୟବସ୍ତୁଗତ ଅଧିବେଶନରେ ଯେଉଁ ଚାରିଟି ବିଷୟ ଉପରେ ଧ୍ୟାନ ଦିଆଯିବ ସେଗୁଡିକ ହେଉଛି,  ସାର୍ବଜନୀନ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ; ମହିଳାଙ୍କ ନେତୃତ୍ୱରେ ବିକାଶ ; ଏସଡିଜିକୁ ତ୍ୱରାନ୍ୱିତ କରିବା ; ଏବଂ ସ୍ଥାୟୀ ଶକ୍ତି ପରିବର୍ତ୍ତନ ।

ପ୍ରକୃତି ସହ ସମନ୍ୱୟ ରକ୍ଷା କରି ସବୁଜ ଓ ସ୍ଥାୟୀ ଭବିଷ୍ୟତ ଦିଗରେ ପଦକ୍ଷେପ ଉପରେ ବିଚାର ବିମର୍ଶ କରିବା ପାଇଁ ୧୨ ଅକ୍ଟୋବର ୨୦୨୩ରେ ଏଲ୍‌ଆଇଏଫ୍‌ଇ (ପରିବେଶ ପାଇଁ ଜୀବନଶୈଳୀ) ଉପରେ ଏକ ପ୍ରାକ୍ ଶିଖର ସଂସଦୀୟ ଫୋରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post posts Rs 15,296 crore revenue in FY26, up 16%: Scindia

Media Coverage

India Post posts Rs 15,296 crore revenue in FY26, up 16%: Scindia
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Adi Shankaracharya
April 21, 2026

The Prime Minister, Shri Narendra Modi, paid tributes to one of India’s greatest spiritual luminaries, Adi Shankaracharya, on his Jayanti today. Shri Modi remarked that his profound teachings, thoughts and philosophy of Advaita Vedanta continue to guide innumerable people globally. And his efforts to revitalise spiritual thought and establish spiritual centres across the nation remain a lasting inspiration."May his wisdom continue to illuminate our path and strengthen our commitment to truth, compassion and collective well-being", Shri Modi added.

The Prime Minister posted on X:

"On the sacred occasion of Adi Shankaracharya Jayanti, paying homage to one of India’s greatest spiritual luminaries. His profound teachings, thoughts and philosophy of Advaita Vedanta continue to guide innumerable people globally. He emphasised harmony, discipline and the oneness of all existence. His efforts to revitalise spiritual thought and establish spiritual centres across the nation remain a lasting inspiration. May his wisdom continue to illuminate our path and strengthen our commitment to truth, compassion and collective well-being."