ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ 2 ର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ ଯେଉଁଠାରେ ତାଙ୍କୁ ଟର୍ମିନାଲ୍ ବିଲ୍ଡିଂର ମଡେଲ ବିଷୟରେ ସୂଚନା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ ଏକ୍ସପେରିଏନ୍‌ସ ସେଣ୍ଟରରେ ଥିବା ସୁବିଧା ଯାଞ୍ଚ କରିବା ସହିତ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ 2 ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଟର୍ମିନାଲ୍ 2 ବିଷୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ଦେଖିଥିଲେ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି;

‘‘କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ 2, ବେଙ୍ଗାଲୁରୁ କ୍ଷମତା ସହିତ ଅଧିକ ସୁବିଧା ପ୍ରଦାନ କରିବ। ଆମର ସହରୀ କେନ୍ଦ୍ର ଗୁଡିକୁ ଉନ୍ନତ ମାନର ଭିତ୍ତିଭୂମି ଯୋଗାଇବା ଲକ୍ଷ୍ୟରେ ଏହା ଆମର ପ୍ରୟାସର ଏକ ଅଂଶ। ଟର୍ମିନାଲ ଟି ଅତ୍ୟନ୍ତ ସୁନ୍ଦର ଏବଂ ଯାତ୍ରୀ ମାନଙ୍କ ପାଇଁ ଉପଯୋଗୀ। ଏହାର ଉଦଘାଟନ କରି ମୁଁ ବହୁତ ଆନନ୍ଦିତ। ”

ପୃଷ୍ଠଭୂମି

ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ 2 ଟି 5000 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହି ଟର୍ମିନାଲ୍ ବିମାନବନ୍ଦରର ଯାତ୍ରୀ ନିୟନ୍ତ୍ରଣ କ୍ଷମତାକୁ ବାର୍ଷିକ 5-6 କୋଟି ଯାତ୍ରୀଙ୍କୁ ବୃଦ୍ଧି କରିବ। ବର୍ତ୍ତମାନ ଏହାର କ୍ଷମତା ପ୍ରାୟ 2.5 କୋଟି ରହିଛି।

ଟର୍ମିନାଲ୍ 2 ବେଙ୍ଗାଲୁରୁର ଗାର୍ଡେନ୍ ସିଟି ପାଇଁ ସୁନ୍ଦର ଭାବରେ ଡିଜାଇନ୍ ହୋଇଛି ଏବଂ ଯାତ୍ରୀଙ୍କୁ “ବଗିଚାରେ ଚାଲିବା”ପରି ଅଭିଜ୍ଞତା ପ୍ରଦାନ କରିବ।  ଯାତ୍ରୀମାନେ 10,000+ ବର୍ଗ ମିଟର ସବୁଜ କାନ୍ଥ,  ହ୍ୟାଙ୍ଗିଂ ଗାର୍ଡ଼େନ ଏବଂ ଆଉଟଡୋର ଗାର୍ଡ଼େନ ଦେଇ ଯାତ୍ରା କରିବେ। ବିମାନବନ୍ଦର ପୂର୍ବରୁ କ୍ୟାମ୍ପସରେ ଅକ୍ଷୟ ଶକ୍ତିର 100% ବ୍ୟବହାର କରିବା ସହିତ ଏକ ମାନଦଣ୍ଡ ପ୍ରତିଷ୍ଠା କରିସାରିଛି। ଟର୍ମିନାଲ 2  ରେ ଡିଜାଇନ ର ଏକ ଉତ୍କୃଷ୍ଟ କଳାକୃତି ରହିଛି। ସ୍ଥାୟୀତ୍ବ ପଦକ୍ଷେପ ଉପରେ ଆଧାର କରି ଟର୍ମିନାଲ୍ 2 ବିଶ୍ୱର ସର୍ବବୃହତ ଟର୍ମିନାଲ୍ ହେବ ଯାହା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ୟୁଏସ ଜିବିସି (ଗ୍ରୀନ୍ ବିଲ୍‌ଡିଂ କାଉନ୍‌ସିଲ୍‌) ଦ୍ୱାରା ପ୍ରି-ସାର୍ଟିଫାଏଡ୍‌ ପ୍ଲାଟିନମ୍ ରେଟିଂ ହାସଲ କରିଛି।  ‘ନୌରସ’ ର ବିଷୟବସ୍ତୁ ଟର୍ମିନାଲ୍ ପାଇଁ ଆରମ୍ଭ ହୋଇଥିବା ସମସ୍ତ କଳାକୃତିଗୁଡ଼ିକୁ ଏକତ୍ରିତ କରିଥାଏ।

ସାମଗ୍ରୀକ ଭାବରେ, ଟର୍ମିନାଲ୍ 2 ର ଡିଜାଇନ୍ ଏବଂ ସ୍ଥାପତ୍ୟ ଚାରୋଟି ମାର୍ଗଦର୍ଶିକା ଦ୍ୱାରା ପ୍ରଭାବିତ ହୋଇଛି: ଗାର୍ଡ଼େନରେ ଏକ ଟର୍ମିନାଲ୍, ସ୍ଥିରତା, ପ୍ରଯୁକ୍ତିବିଦ୍ୟା ଏବଂ କଳା ଏବଂ ସଂସ୍କୃତି। ଏହି ସମସ୍ତ ଦିଗଗୁଡିକ ଟି2  କୁ ଟର୍ମିନାଲ୍ ଭାବରେ ପ୍ରଦର୍ଶିତ କରେ ଯାହା ଆଧୁନିକ ତଥା ପ୍ରକୃତିକୁ ଗୁରୁତ୍ବ ପ୍ରଦାନ କରି ସମସ୍ତ ଯାତ୍ରୀଙ୍କୁ ଏକ ସ୍ମରଣୀୟ ‘ଗନ୍ତବ୍ୟସ୍ଥଳ’ ଅଭିଜ୍ଞତା ପ୍ରଦାନ କରେ।

ପ୍ରଧାନମନ୍ତ୍ରୀଙ୍କ ସହ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସଭରାଜ ବୋମ୍ମାଇ, କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାୱର ଚନ୍ଦ ଗେହଲୋଟ୍ ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗ ଦେଇଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
21% YoY rise in engineering exports in June shows sector's resilience amid global challenges: EEPC India Chairman

Media Coverage

21% YoY rise in engineering exports in June shows sector's resilience amid global challenges: EEPC India Chairman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect