India to become global hub for Artificial Intelligence: PM
National Programme on AI will be used for solving the problems of society: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ଏକ ବୃହତ ଭର୍ଚୁଆଲ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା ଓ ସ୍ମାର୍ଟ ପରିବହନ ସମେତ ବିଭିନ୍ନ କ୍ଷେତ୍ରରେ ସାମାଜିକ ପରିବର୍ତ୍ତନ, ସମାବେଶନ ଓ ସଶକ୍ତିକରଣ ନିମନ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ ଲାଗି ବିଚାର ବିନିମୟ କରିବା ଏବଂ ଭବିଷ୍ୟତର କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ବୈଶ୍ୱିକ ସମ୍ମିଳନୀ ‘ରେଜ 2020’ର ଆୟୋଜନ କରାଯାଇଛି ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଆଲୋଚନାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆୟୋଜକମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ପ୍ରଯୁକ୍ତି ଆମ କାର୍ଯ୍ୟସ୍ଥଳୀରେ ପରିବର୍ତ୍ତନ ଆଣିଛି ଏବଂ ଯୋଗାଯୋଗକୁ ସୁଧାରି ପାରିଛି । ସେ ଆଶା ବ୍ୟକ୍ତ କରିଥିଲେ ଯେ ସାମାଜିକ ଉତ୍ତରଦାୟିତ୍ୱର ମିଶ୍ରଣ ଫଳରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାନବୀୟ ସ୍ପର୍ଶ ପାଇ ଅଧିକ ସମୃଦ୍ଧ ହେବ । ସେ କହିଥିଲେ ଯେ ମଣିଷ ସହିତ ଏଆଇର ମିଳିତ ପ୍ରୟାସ ଆମ ପୃଥିବୀ ପାଇଁ ଅନେକ ଚମତ୍କାର କରିପାରିବ ।

ସେ ଉଲ୍ଲେଖ କରିଥିଲେ ଯେ ଜ୍ଞାନ ଏବଂ ଅଧ୍ୟୟନ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱର ନେତୃତ୍ୱ ନେଇଆସିଛି । ଡିଜିଟାଲ କ୍ଷେତ୍ରରେ ମଧ୍ୟ ଭାରତ ଏହି ସଫଳତା ଜାରି ରଖିବ ଏବଂ ବିଶ୍ୱକୁ ଆନନ୍ଦ ପ୍ରଦାନ କରିବ ।

ଶ୍ରୀ ମୋଦୀ କହିଥିଲେ ଯେ ପାରଦର୍ଶିତା ଆଣିବା ଏବଂ ସେବା ପହଞ୍ଚାଇବା କ୍ଷେତ୍ରରେ ପ୍ରଯୁକ୍ତି କିଭଳି ଭାବେ ସହାୟକ ହୋଇପାରିବ ଭାରତ ସେହି ଅନୁଭୂତି ହାସଲ କରିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱର ସବୁଠୁ ବଡ଼ ଏକକ ପରିଚୟ ବ୍ୟବସ୍ଥା– ଆଧାର ସମେତ ବିଶ୍ୱର ସବୁଠୁ ଅଭିନବ ଡିଜିଟାଲ ପଇଠ ବ୍ୟବସ୍ଥା–ୟୁପିଆଇ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହି ଦୁଇଟି ବ୍ୟବସ୍ଥା ଡିଜିଟାଲ ସେବା ଯୋଗାଇ ଦେବାରେ ବିଶେଷ ପ୍ରଭାବୀ ହୋଇପାରିଛି । ଏହା ମଧ୍ୟ ଗରିବ ଓ ବଞ୍ଚିତମାନଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଭଳି ଆର୍ଥିକ ସେବା ପାଇବା ଲାଗି ସକ୍ଷମ କରିଛି । ମହାମାରୀ ସମୟରେ ଲୋକମାନଙ୍କ ନିକଟରେ ଯଥାଶୀଘ୍ର ଏବଂ ସବୁଠୁ ପ୍ରଭାବୀ ଢଙ୍ଗରେ ସହାୟତା ପହଞ୍ଚାଇବା ଦିଗରେ ଏହା ସହାୟକ ହୋଇଛି ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତ ପ୍ରମୁଖ କେନ୍ଦ୍ର ପାଲଟିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ଅଧିକ ସଂଖ୍ୟକ ଭାରତୀୟ ଏହା ଉପରେ କାମ କରିବେ ବୋଲି ସେ ଆଶା ପ୍ରକଟ କରିଥିଲେ । ସେ କହିଥିଲେ ଯେ ଦଳଗତ କାର୍ଯ୍ୟ, ବିଶ୍ୱାସ, ସହଭାଗିତା, ଉତ୍ତରଦାୟିତ୍ୱ ଏବଂ ସମାବେଶୀତା ଆଦି ମୌଳିକ ନୀତିକୁ ନେଇ ଏହି ଲକ୍ଷ୍ୟ ହାସଲ ଦିଗରେ ଉଦ୍ୟମ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକଟରେ ଭାରତ ଜାତୀୟ ଶିକ୍ଷା ନୀତି 2020କୁ ଗ୍ରହଣ କରିଛି। ଏଥିରେ ପ୍ରଯୁକ୍ତି ଆଧାରିତ ଅଧ୍ୟୟନ ଏବଂ ଦକ୍ଷତା ବିକାଶକୁ ଶିକ୍ଷାବ୍ୟବସ୍ଥାର ପ୍ରମୁଖ ଅଂଶବିଶେଷ ଭାବେ ସାମିଲ କରାଯାଇଛି। ସେ ଉଲ୍ଲେଖ କରିଥିଲେ ଯେ ବିଭିନ୍ନ ଆଞ୍ଚଳିକ ଭାଷା ଓ ଉପଭାଷାରେ ଇ–ପାଠ୍ୟକ୍ରମ ବିକଶିତ କରାଯିବ । ଏଆଇ ପ୍ଲାଟଫର୍ମଗୁଡ଼ିକର ସ୍ୱାଭାବିକ ଭାଷା ପ୍ରକ୍ରିୟାକରଣ (ଏନଏଲପି) କ୍ଷମତା ଦ୍ୱାରା ଏହି ସମ୍ପୂର୍ଣ୍ଣ ପ୍ରୟାସ ଲାଭବାନ ହେବ ।  ସେ କହିଥିଲେ ଯେ ‘ରେସ୍ପନସିବଲ ଏଆଇ ଫର ୟୁଥ’ କାର୍ଯ୍ୟକ୍ରମ ଏପ୍ରିଲ 2020ରେ ଶୁଭାରମ୍ଭ କରାଯାଇଥିଲା, 11,000ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ମୌଳିକ ପାଠ୍ୟକ୍ରମ ଶେଷ କରିସାରିଛନ୍ତି। ବର୍ତ୍ତମାନ ସେମାନେ ନିଜ ନିଜର ଏଆଇ ପ୍ରକଳ୍ପ ନିର୍ମାଣ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ଭିତ୍ତିଭୂମି, ଡିଜିଟାଲ ବିଷୟବସ୍ତୁ ଏବଂ ସାମର୍ଥ୍ୟକୁ ବଢ଼ାଇବା ଲାଗି ଜାତୀୟ ଶିକ୍ଷା ପ୍ରଯୁକ୍ତି ମଞ୍ଚ ଏକ ଇ–ଶିକ୍ଷା ୟୁନିଟ ସୃଷ୍ଟି କରିବ । ନୂଆ ନୂଆ ପ୍ରଯୁକ୍ତି ସହିତ ତାଳ ମିଳାଇ ଚାଲିବା ଲାଗି ଭର୍ଚୁଆଲ ଲ୍ୟାବ, ଅଟଳ ଇନୋଭେସନ ମିଶନ ଆଦି ସ୍ଥାପନ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ ।

ସେ କହିଥିଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଜାତୀୟ କାର୍ଯ୍ୟକ୍ରମ ସମାଜର ସମସ୍ୟା ସମାଧାନ କରିବା ପ୍ରତି ସମର୍ପିତ ।

ଶ୍ରୀ ମୋଦୀ କହିଥିଲେ ଯେ କୃଷି, ପରବର୍ତ୍ତୀ ପିଢ଼ିର ସହରୀ ଭିତ୍ତିଭୂମି, ଟ୍ରାଫିକ ଜାମ, ଜଳ ନିଷ୍କାସନ ବ୍ୟବସ୍ଥା, ବିଦ୍ୟୁତ ଗ୍ରୀଡ ବିଛାଇବା ଭଳି ସହରାଞ୍ଚଳ ସମସ୍ୟାର ସମାଧାନ ଏବଂ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ତଥା ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଆଦି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ ବଡ଼ ଭୂମିକା ନିର୍ବାହ କରିପାରିବ । ଭାଷା କ୍ଷେତ୍ରରେ ରହିଥିବା ବାଧାଗୁଡ଼ିକୁ ଦୂର କରିବା ଏବଂ ଭାଷା ଓ ଉପଭାଷା ମଧ୍ୟରେ ରହିଥିବା ବିବିଧତାର ସଂରକ୍ଷଣ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ ନିମନ୍ତେ ସେ ପରାମର୍ଶ ଦେଇଥିଲେ ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କିପରି ହେଉଛି ସେହି ବିଶ୍ୱାସକୁ ସ୍ଥାପନ କରିବାରେ ଆଲଗୋରିଦିମର ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ସୁନିଶ୍ଚିତ କରିବା ଆମର ମିଳିତ ଉତ୍ତରଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥଲେ।

ବିନାଶକାରୀ ଶକ୍ତିଙ୍କ ଦ୍ୱାରା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅସ୍ତ୍ରୀକରଣ ଠାରୁ ବିଶ୍ୱକୁ ସୁରକ୍ଷିତ ରଖିବା ନିମନ୍ତେ ସେ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ମାନବୀୟ ସୃଜନଶୀଳତା ଏବଂ ମାନବୀୟ ଭାବନା ସବୁବେଳେ ଯନ୍ତ୍ର ବିରୋଧରେ ଆମର ସର୍ବଶ୍ରେଷ୍ଠ ସାମର୍ଥ୍ୟ ଏବଂ ଅଭିନବ ଶକ୍ତି ହୋଇ ରହିବ । ଯନ୍ତ୍ରଠାରୁ ଦୂରରେ ରହିବା ନିମନ୍ତେ ଏହି ବୌଦ୍ଧିକ ସୀମାକୁ କିଭଳି ସୁରକ୍ଷିତ ରଖାଯାଇପାରିବ ଏବଂ ମାନବୀୟ ବୁଦ୍ଧିମତା ଯେପରି ସବୁବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଠାରୁ ଦୁଇ ପାଦ ଆଗରେ ରହିବ ସେ ବିଷୟରେ ସମସ୍ତଙ୍କୁ ଚିନ୍ତା କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ମଣିଷର ନିଜର ସାମର୍ଥ୍ୟ ବୃଦ୍ଧି କ୍ଷେତ୍ରରେ ଏଆଇ କିଭଳି ଭାବେ ସହାୟକ ହୋଇପାରିବ ସେ ବିଷୟରେ ଆମେ ଚିନ୍ତା କରିବା ଉଚିତ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଆଇ ପ୍ରତ୍ୟେକ ବ୍ୟକ୍ତିର ଅଭିନବ ସମ୍ଭାବନାକୁ ଉଜାଗର କରିବ ଏବଂ ସମାଜ ପାଇଁ ଅଧିକ ପ୍ରଭାବୀ ଢଙ୍ଗରେ ଯୋଗଦାନ କରିବା ନିମନ୍ତେ ସେମାନଙ୍କୁ ସମର୍ଥ କରିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଗ୍ରହଣ କରିବା ନିମନ୍ତେ ବିଚାର ବିନିମୟ କରିବା ଓ ଭବିଷ୍ୟତ ପାଇଁ ଏକ ସାଧାରଣ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ନିମନ୍ତେ ସେ ‘ରେଜ 2020’ର ଅଂଶଗ୍ରହଣକାରୀମାନଙ୍କୁ ନିବେଦନ କରିଥିଲେ । ସେ ଆଶା ବ୍ୟକ୍ତ କରିଥିଲେ ଯେ ଏହି ଆଲୋଚନାରୁ ଉତ୍ତରଦାୟୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନିମନ୍ତେ ଭବିଷ୍ୟତ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ ହୋଇପାରିବ ଯାହାକି  ସାରା ବିଶ୍ୱବାସୀଙ୍କ ଜୀବନ ଓ ଜୀବିକାରେ ପରିବର୍ତ୍ତନ ଆଣିପାରିବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Made in India’ phones go global: Smartphone exports jump 165 times to Rs 2.59 lakh crore

Media Coverage

‘Made in India’ phones go global: Smartphone exports jump 165 times to Rs 2.59 lakh crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister reviews flood situation in Arunachal Pradesh and Nagaland with MPs from the two states
July 30, 2026

The Prime Minister, Shri Narendra Modi, met Members of Parliament from Arunachal Pradesh and Nagaland and discussed the situation in the two states in the wake of the floods.

Shri Modi said that the Central Government will continue working with the respective state Governments to address the challenges arising from the floods.

The Prime Minister prayed for everyone’s well-being and safety.

In a post on X, Shri Modi said;

“Had a meeting with MPs from Arunachal Pradesh and Nagaland. We talked about the situation in these states in the wake of floods there. The Central Government will keep working with the respective state Governments to address the challenges. Praying for everyone’s wellbeing and safety.”