ସବୁଜ ପତାକା ଦେଖାଇ ମୁମ୍ବାଇ ଉପସହରାଞ୍ଚଳ ରେଳବାଇର ଦୁଇଟି ଉପସହରାଞ୍ଚଳ ଟ୍ରେନ ଚଳାଚଳର ଶୁଭାରମ୍ଭ କଲେ
ଆସନ୍ତାକାଲି ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜର ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ
‘‘ସର୍ବଦା ଚଳଚଞ୍ଚଳ ମୁମ୍ବାଇ ମହାନଗରୀ ବାସିନ୍ଦାମାନଙ୍କର ଜୀବନକୁ ଆହୁରି ସହଜ କରିବ ଏହିସବୁ ରେଳଲାଇନ’’
‘‘ଆତ୍ମନିର୍ଭର ଭାରତ ପାଇଁ ମୁମ୍ବାଇର ଯୋଗଦାନ ଦିଗରେ ଏହାର ସାମର୍ଥ୍ୟକୁ ବହୁଗୁଣିତ କରିବା ଲାଗି ଏହି ପ୍ରୟାସ କରାଯାଉଛି’’
‘‘ମୁମ୍ବାଇରେ ଏକବିଂଶ ଶତାବ୍ଦୀର ଭିତ୍ତିଭୂମି ନିର୍ମାଣ ଉପରେ ଆମେ ବିଶେଷ ଭାବେ ଧ୍ୟାନ ଦେଉଛୁ’’
‘‘ଭାରତୀୟ ରେଳବାଇକୁ ଅଧିକ ନିରାପଦ, ସୁବିଧାଜନକ ଏବଂ ଆଧୁନିକ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ କରୋନା ମହାମାରୀ ସୁଦ୍ଧା ବିଚଳିତ କରିପାରିନାହିଁ’’
‘‘ଗରିବ ଓ ମଧ୍ୟବିତ୍ତମାନେ ଉପଯୋଗ କରୁଥିବା ସମ୍ବଳରେ ଅପର୍ଯ୍ୟାପ୍ତ ନିବେଶ କାରଣରୁ ଅତୀତରେ ଦେଶର ଗଣ ପରିବହନ ବ୍ୟବସ୍ଥା ଯଥେଷ୍ଟ ପ୍ରଗତି ହାସଲ କରିପାରିନଥିଲା’’
ପାଖାପାଖି ୬୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଅତିରିକ୍ତ ରେଳ ଲାଇନ ଉପସହରାଞ୍ଚଳ ରେଳ ଟ୍ରାଫିକରେ ଦୂରଗାମୀ ରେଳ ଟ୍ରାଫିକର ହସ୍ତକ୍ଷେପକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଥାଣେ ଓ ଦୀଭାକୁ ସଂଯୋଗ କରୁଥିବା ଦୁଇଟି ଅତିରିକ୍ତ ରେଳଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ମଧ୍ୟ ମୁମ୍ବାଇ ଉପସହରାଞ୍ଚଳ ରେଳବାଇର ଦୁଇଟି ଉପସହରାଞ୍ଚଳ ଟ୍ରେନ୍‌ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତାକାଲି ଛତ୍ରପତି ଶିବାଜୀ ମହରାଜଙ୍କ ଜନ୍ମ ଜୟନ୍ତୀ ପଡ଼ୁଥିବାରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଶିବାଜୀ ମହରାଜଙ୍କୁ ଭାରତର ଗର୍ବ, ପରିଚୟ ଏବଂ ଭାରତୀୟ ସଂସ୍କୃତିର ରକ୍ଷକ ଭାବେ ଅଭିହିତ କରିଥିଲେ।

ଥାଣେ ଏବଂ ଦୀଭାକୁ ସଂଯୋଗ କରୁଥିବା ପଞ୍ଚମ ଏବଂ ଷଷ୍ଠ ରେଳ ଲାଇନ ଲୋକାର୍ପଣ ଅବସରରେ ମୁମ୍ବାଇକର (ମୁମ୍ବାଇବାସିନ୍ଦା)ମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସର୍ବଦା ଚଳଚଞ୍ଚଳ ମୁମ୍ବାଇ ମହାନଗରୀ ବାସିନ୍ଦାମାନଙ୍କର ଜୀବନକୁ ଏହି ଦୁଇଟି ରେଳଲାଇନ ଆହୁରି ସହଜ କରିବ । ଏ ଦୁଇଟି ରେଳ ଲାଇନର ଚାରିଟି ସିଧାସଳଖ ଲାଭ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ପ୍ରଥମତଃ, ଲୋକାଲ ଓ ଏକ୍ସପ୍ରେସ ଟ୍ରେନ ପାଇଁ ଅଲଗା ଲାଇନ; ଦ୍ଵିତୀୟତଃ, ଅନ୍ୟ ରାଜ୍ୟମାନଙ୍କରୁ ଆସୁଥିବା ଟ୍ରେନଗୁଡ଼ିକୁ ଲୋକାଲ ଟ୍ରେନ୍‌ ଅତିକ୍ରମ କରି ଚାଲିନଯିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ; ତୃତୀୟତଃ, କଲ୍ୟାଣ ଓ କୁର୍ଲା ସେକ୍ସନରେ ମେଲ୍‌/ଏକ୍ସପ୍ରେସ ଟ୍ରେନ୍‌ଗୁଡ଼ିକ ବିନା ବାଧାରେ ଅଧିକ ସଂଖ୍ୟାରେ ଚାଲିପାରିବ ଏବଂ ଚତୁର୍ଥତଃ, ପ୍ରତି ରବିବାର ଅବରୋଧ କାରଣରୁ କଲୱା ମୁମ୍ବ୍ରା ଯାତ୍ରୀମାନଙ୍କୁ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ । ସେ କହିଥିଲେ ଯେ, ଲୋକାଲ ଟ୍ରେନର ଆଧୁନିକୀକରଣ ଏବଂ ଏଥିରେ ଯାତ୍ରୀମାନଙ୍କୁ ଅଧିକ ସୁବିଧା ଦେବା ଲାଗି କେନ୍ଦ୍ର ସରକାର ସଂକଳ୍ପବଦ୍ଧ । ଏହାର ଅଂଶବିଶେଷ ସ୍ୱରୂପ ଏସବୁ ରେଳ ଲାଇନ ଏବଂ ୩୬ଟି ନୂଆ ଲୋକାଲ ଟ୍ରେନ ଚଳାଚଳ କରାଯାଉଛି, ଏଥିମଧ୍ୟରୁ ଅଧିକାଂଶରେ ଏସି ସୁବିଧା ରହିଛି।

ସ୍ୱାଧୀନ ଭାରତର ପ୍ରଗତୀରେ ମୁମ୍ବାଇ ମହାନଗରୀର ଉଲ୍ଲେଖନୀୟ ଯୋଗଦାନ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଆତ୍ମନିର୍ଭର ଭାରତରେ ମୁମ୍ବାଇ ମହାନଗରୀର ଯୋଗଦାନକୁ ଦୃଷ୍ଟିରେ ରଖି ଏହାର ସାମର୍ଥ୍ୟକୁ ବହୁଗୁଣିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କାରଣରୁ ଆମେ ମୁମ୍ବାଇରେ ଏକବିଂଶ ଶତାବ୍ଦୀର ଭିତ୍ତିଭୂମି ନିର୍ମାଣ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ମୁମ୍ବାଇରେ ରେଳ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ହଜାର ହଜାର କୋଟି ଟଙ୍କା ବିନିଯୋଗ କରାଯାଉଛି । ମୁମ୍ବାଇ ଉପସହରାଞ୍ଚଳ ରେଳ ବ୍ୟବସ୍ଥାକୁ ଆଧୁନିକ ପ୍ରଯୁକ୍ତି ସହିତ ଯୋଡ଼ା ଯାଉଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ମୁମ୍ବାଇ ଉପସହରାଞ୍ଚଳ ରେଳ ପ୍ରଣାଳୀରେ ଆହୁରି ଅତିରିକ୍ତ ୪୦୦ କିମି ରେଳଲାଇନ ବିଛାଇବା ପାଇଁ ପଦକ୍ଷେପ ନିଆଯାଉଛି ଏବଂ ୧୯ଟି ଷ୍ଟେସନରେ ଆଧୁନିକ ସିବିଟିସି ସିଗ୍ନାଲ ବ୍ୟବସ୍ଥା ଭଳି ଅତ୍ୟାଧୁନିକ ସୁବିଧା କରିବା ଲାଗି ଯୋଜନା କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅହମ୍ମଦାବାଦ-ମୁମ୍ବାଇ ହାଇସ୍ପିଡ୍‌ ରେଳ ଭାରତର ଆବଶ୍ୟକତା ଏବଂ ଏହାର ସ୍ୱପ୍ନର ସହର ଭାବେ ମୁମ୍ବାଇର ପରିଚୟକୁ ଆହୁରି ସୁଦୃଢ଼ କରିବ। ଏହି ପ୍ରକଳ୍ପକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିବା ଆମର ପ୍ରାଥମିକତା ବୋଲି ସେ କହିଥିଲେ।

ଭାରତୀୟ ରେଳବାଇକୁ ଅଧିକ ନିରାପଦ, ସୁବିଧାଜନକ ଏବଂ ଆଧୁନିକ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ କରୋନା ମହାମାରୀ ସୁଦ୍ଧା ବିଚଳିତ କରିପାରିନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ, ମାଲ ପରିବହନ କ୍ଷେତ୍ରରେ ରେଳବାଇ ନୂଆ ରେକର୍ଡ କରିଛି । ଏହି ସମୟ ମଧ୍ୟରେ ୮ ହଜାର କିଲୋମିଟର ରେଳଲାଇନର ବିଦ୍ୟୁତିକରଣ କରାଯାଇଛି ଏବଂ ୪.୫ କିଲୋମିଟର ରେଳଲାଇନ ଦୋହରୀକରଣ କରାଯାଇଛି । କରୋନା ମହାମାରୀ ସମୟରେ ଦେଶର ଚାଷୀମାନେ କିଷାନ ରେଳ ଜରିଆରେ ଦେଶବ୍ୟାପୀ ବିପଣନ ସୁବିଧା ପାଇପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭିତ୍ତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାରେ ନୂତନ ଭାରତର ପରିବର୍ତ୍ତିତ ଆଭିମୁଖ୍ୟ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅତୀତରେ ଯୋଜନା ପ୍ରସ୍ତୁତି ଠାରୁ କାର୍ଯ୍ୟକାରିତା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ସମନ୍ୱୟ ଅଭାବ କାରଣରୁ ବିଭିନ୍ନ ପ୍ରକଳ୍ପ କାମ ଦୀର୍ଘ ଦିନ ପର୍ଯ୍ୟନ୍ତ ବିଳମ୍ବିତ ହୋଇ ପଡ଼ି ରହୁଥିଲା। ଫଳରେ ଏକବିଂଶ ଶତାବ୍ଦୀର ଭିତ୍ତିଭୂମି ନିର୍ମାଣ ଅସମ୍ଭବ ହୋଇ ରହିଥିଲା। ଏହାକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ରୂପ ନେଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଯୋଜନା କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ବିଭାଗ, ରାଜ୍ୟ ସରକାରଙ୍କ ସ୍ଥାନୀୟ ପ୍ରଶାସନ ଏବଂ ଘରୋଇ କ୍ଷେତ୍ରକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବ। ଏହା ଉପଯୁକ୍ତ ଯୋଜନା ପ୍ରସ୍ତୁତି ଏବଂ ସମନ୍ୱୟ ପାଇଁ ସମସ୍ତ ଅଂଶୀଦାରମାନଙ୍କୁ ଆବଶ୍ୟକ ସୂଚନା ଆଗୁଆ ଯୋଗାଇ ଦେବ। ଶ୍ରୀ ମୋଦୀ ସେହି ବିଚାରଧାରାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଯାହା ଗରିବ ଏବଂ ମଧ୍ୟବିତ୍ତମାନଙ୍କ ଦ୍ଵାରା ଉପଯୋଗ କରାଯାଉଥିବା ସମ୍ବଳରେ ଯଥେଷ୍ଟ ନିବେଶ ଲାଗି ବାଧା ସୃଷ୍ଟି କରୁଥିଲା। ସେ କହିଥିଲେ ଯେ, ଏପରି ଚିନ୍ତାଧାରା ଯୋଗୁ ଦେଶର ଗଣପରିବହନ ବ୍ୟବସ୍ଥା ଅବହେଳିତ ସ୍ଥିତିରେ ରହିଥିଲା। ବର୍ତ୍ତମାନ ଏହି ବିଚାରଧାରାକୁ ପଛରେ ପକାଇ ଭାରତ ଆଗକୁ ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତୀୟ ରେଳବାଇକୁ ଏକ ନୂଆ ପରିଚୟ ଦେଉଥିବା ବିଭିନ୍ନ ପ୍ରକାରର ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଗାନ୍ଧୀନଗର ଓ ଭୋପାଳ ଭଳି ଆଧୁନିକ ଷ୍ଟେସନ ଦ୍ରୁତଗତିରେ ଭାରତୀୟ ରେଳବାଇର ପରିଚୟ ପାଲଟିଛନ୍ତି ଏବଂ ୬ ହଜାରରୁ ଅଧିକ ଷ୍ଟେସନରେ ୱାଇଫାଇ ସୁବିଧା ସଂଯୋଗ କରାଯାଇଛି। ବନ୍ଦେ ଭାରତ ଟ୍ରେନଗୁଡ଼ିକ ଦେଶରେ ରେଳବାଇକୁ ଏକ ନୂତନ ଗତିଶୀଳତା ଏବଂ ଆଧୁନିକ ସୁବିଧା ପ୍ରଦାନ କରିଛନ୍ତି । ଆଗାମୀ ଦିନରେ, ଦେଶବାସୀଙ୍କୁ ଉନ୍ନତ ସେବା ଯୋଗାଇ ଦେବା ଲାଗି ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ଚଳାଚଳ ଆରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ରେଳବାଇରେ କଲ୍ୟାଣ ଏକ ମୁଖ୍ୟ ଜଙ୍କସନ । ଦେଶର ଉତ୍ତର ଏବଂ ଦକ୍ଷିଣ ଦିଗରୁ ଆସୁଥିବା ଟ୍ରେନଗୁଡ଼ିକ କଲ୍ୟାଣ ଠାରେ ଏକତ୍ରିତ ହୋଇଥାନ୍ତି ଏବଂ ସିଏସଏମଟି (ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ) ଆଡ଼କୁ ଯାଇଥାନ୍ତି । କଲ୍ୟାଣ ଏବଂ ସିଏସଟିଏମ ମଧ୍ୟରେ ଚାରିଟି ଟ୍ରାକ୍‌ ମଧ୍ୟରୁ, ଦୁଇଟି ଟ୍ରାକ୍‌ ଧୀର ବେଗରେ ଯାତ୍ରା କରୁଥିବା ଲୋକାଲ ଟ୍ରେନ ଏବଂ ଅନ୍ୟ ଦୁଇଟି ଦ୍ରୁତ ବେଗରେ ଗତି କରୁଥିବା ଲୋକାଲ ଟ୍ରେନ୍‌, ମେଲ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ ପାଇଁ ବ୍ୟବହୃତ ହେଉଥିଲା। ଉପସହରାଞ୍ଚଳ ଏବଂ ଦୀର୍ଘ ଦୂରଗାମୀ ଟ୍ରେନଗୁଡ଼ିକୁ ପୃଥକ କରିବା ଲାଗି ଦୁଇଟି ଅତିରିକ୍ତ ରେଳଧାରଣା ନିର୍ମାଣ ପାଇଁ ଯୋଜନା କରାଯାଇଥିଲା।

ଥାଣେ ଏବଂ ଦୀଭାକୁ ସଂଯୋଗ କରୁଥିବା ଦୁଇଟି ଅତିରିକ୍ତ ରେଳ ଲାଇନ ନିର୍ମାଣରେ ପ୍ରାୟ ୬୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ଏଥିରେ ୧.୪ କିଲୋମିଟର ଲମ୍ବ ରେଳ ଫ୍ଲାଏଓଭର, ୩ଟି ବଡ଼ ସେତୁ ଏବଂ ୨୧ଟି ଛୋଟ ସେତୁ ରହିଛି । ଏହି ଲାଇନଗୁଡ଼ିକ ନିଶ୍ଚିତ ଭାବେ ମୁମ୍ବାଇର ଉପସହରାଞ୍ଚଳ ଟ୍ରେନ ଟ୍ରାଫିକ ସହିତ ଦୀର୍ଘ ଦୂରଗାମୀ ଟ୍ରେନ ଟ୍ରାଫିକର ହସ୍ତକ୍ଷେପକୁ ଦୂର କରିବାରେ ସହାୟକ ହୋଇପାରିବ। ଏହି ଲାଇନ କାର୍ଯ୍ୟକ୍ଷମ ହେବା ଫଳରେ ସହରରେ ୩୬ଟି ନୂଆ ଉପସହରାଞ୍ଚଳ ଟ୍ରେନ ଚଳାଚଳରେ ସୁବିଧା ମିଳିବ।

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Defence Exports Explode: ₹40,000 Crore Milestone Signals a New Manufacturing Era

Media Coverage

India’s Defence Exports Explode: ₹40,000 Crore Milestone Signals a New Manufacturing Era
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."