ସୁରଟରେ ନୂତନ ସମନ୍ୱିତ ଟର୍ମିନାଲ ସୌଧ, ସହରର ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୁରଟ ବିମାନ ବନ୍ଦରରେ ନୂତନ ଟର୍ମିନାଲ ସୌଧକୁ ଉଦଘାଟନ କରିଛନ୍ତି । ସେ ନୂଆ ଟର୍ମିନାଲ ସୌଧ ପରିସରକୁ ବୁଲି ଦେଖିଥିଲେ । 

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘‘ସୁରଟରେ ନୂତନ ସମନ୍ୱିତ ଟର୍ମିନାଲ ସୌଧ ସହରର ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି। ଏହି ଅତ୍ୟାଧୁନିକ ସୁବିଧା କେବଳ ଯାତ୍ରା ଅଭିଜ୍ଞତାକୁ ବଢ଼ାଇବ ନାହିଁ ବରଂ ଅର୍ଥନୈତିକ ଅଭିବୃଦ୍ଧି, ପର୍ଯ୍ୟଟନ ଏବଂ ଯୋଗାଯୋଗକୁ ମଧ୍ୟ ତ୍ୱରାନ୍ୱିତ କରିବ।

 

ପ୍ରଧାନମନ୍ତ୍ରୀଙ୍କ ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ । 

 

ପୃଷ୍ଠଭୂମି

ଟର୍ମିନାଲ ସୌଧରେ ୧୨୦୦ ଘରୋଇ ଯାତ୍ରୀ ଏବଂ ୬୦୦ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ପିକ୍ ସମୟରେ ପରିବହନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ବାର୍ଷିକ ପରିଚାଳନା କ୍ଷମତା ୫୫ ଲକ୍ଷ ଯାତ୍ରୀଙ୍କୁ ବୃଦ୍ଧି କରିବା ସହିତ ପିକ୍ ସମୟର କ୍ଷମତାକୁ ୩୦ ଯାତ୍ରୀକୁ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି । ସୁରଟ ସହରର ପ୍ରବେଶ ଦ୍ୱାର ହୋଇଥିବାରୁ ଟର୍ମିନାଲ ସୌଧକୁ ଏହାର ସ୍ଥାନୀୟ ସଂସ୍କୃତି ଏବଂ ଐତିହ୍ୟ ସହିତ ଡିଜାଇନ କରାଯାଇଛି ଯାହା ଦ୍ୱାରା ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସ୍ଥାନରେ ପ୍ରତିଫଳିତ ହେବା ଉଚିତ, ଯାହା ପର୍ଯ୍ୟଟକମାନଙ୍କ ପାଇଁ ଏକ ସ୍ଥାନର ଭାବନା ସୃଷ୍ଟି କରିବ । ଉନ୍ନତ ଟର୍ମିନାଲ ସୌଧର ଉଦ୍ଦେଶ୍ୟ ହେଉଛି ସୁରଟ ସହରର 'ରାଣ୍ଡେର' ଅଞ୍ଚଳର ପୁରୁଣା ଘରଗୁଡ଼ିକର ସମୃଦ୍ଧ ଏବଂ ପାରମ୍ପରିକ କାଠକାମ ସହିତ ଯାତ୍ରୀଙ୍କ ଅନୁଭୂତିକୁ ସମୃଦ୍ଧ କରିବା । ବିମାନବନ୍ଦରର ଗ୍ରିହ-୪ ନ୍ନୂଆ ଟର୍ମିନାଲ ସୌଧରେ ଡବଲ ଇନସୁଲେଟେଡ୍ ରୁଫିଂ ସିଷ୍ଟମ, ଶକ୍ତି ସଞ୍ଚୟ ପାଇଁ କ୍ୟାନୋପିଜ୍, ଲୋ ହିଟ୍ ଗେନ୍ ଡବଲ୍ ଗ୍ଲାଜିଂ ୟୁନିଟ୍, ବର୍ଷା ଜଳ ଅମଳ, ଜଳ ବିଶୋଧନ ପ୍ଲାଣ୍ଟ, ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଲ୍ୟାଣ୍ଡସ୍କେପିଂ ଏବଂ ସୌର ଶକ୍ତି ପ୍ଲାଣ୍ଟ ପାଇଁ ପୁନଃବ୍ୟବହାର ଜଳର ବ୍ୟବହାର ଭଳି ବିଭିନ୍ନ ସ୍ଥାୟୀ ବୈଶିଷ୍ଟ୍ୟ ରହିଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cheer for exports: Textiles, carpets, leather set to gain after India-US deal

Media Coverage

Cheer for exports: Textiles, carpets, leather set to gain after India-US deal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam emphasising the Power of Self-Confidence in Building a Developed India
February 03, 2026

Prime Minister Shri Narendra Modi today shared a Sanskrit Subhashitam emphasizing the transformative role of self-confidence in realizing the vision of a developed India.

In a post on X, he wrote:

"आत्मविश्वास वह शक्ति है, जिसके बल पर सब कुछ संभव है। विकसित भारत के सपने को साकार करने में देशवासियों की यही शक्ति बहुत काम आने वाली है।

श्रीर्मङ्गलात् प्रभवति प्रागल्भ्यात् सम्प्रवर्धते।

दाक्ष्यात् तु कुरुते मूलं संयमात् प्रतितिष्ठति॥ "