ଦୁଇଟି ପ୍ରମୁଖ ବିକାଶମୂଳକ ପଦକ୍ଷେପର ମଧ୍ୟ କଲେ ଶୁଭାରମ୍ଭ
ତ୍ରିପୁରା ହିରା (HIRA) ମଡେଲ ଆଧାରରେ ଏହାର ସଂଯୋଗକୁ ମଜବୁତ ଏବଂ ସଂପ୍ରସାରଣ କରୁଛି
ସଡକ, ରେଳ, ଆକାଶ ଏବଂ ଜଳ ସଂଯୋଗୀକରଣ ଭିତ୍ତିଭୂମିରେ ବିପୁଳ ପୁଞ୍ଜି ବିନିଯୋଗ ତ୍ରିପୁରାକୁ ବ୍ୟବସାୟ ତଥା ଶିଳ୍ପର ଏକ ନୂତନ କେନ୍ଦ୍ର ତଥା ବାଣିଜ୍ୟ କରିଡରରେ ରୂପାନ୍ତରିତ କରୁଛି
ଏକ ଡବଲ୍-ଇଞ୍ଜିନ୍ ସରକାର ଅର୍ଥ ସମ୍ବଳର ସଠିକ୍ ବ୍ୟବହାର କରିବା ସହ ଲୋକଙ୍କ ଶକ୍ତି ବୃଦ୍ଧି କରିପାରିବେ ଜନତାଙ୍କ ସେବା ଏବଂ ରାଜ୍ୟର ସମୃଦ୍ଧି ପାଇଁ ମିଳିତ ପ୍ରୟାସ ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଜା ବୀର ବିକ୍ରମ (ଏମବିବି) ଏୟାରପୋର୍ଟର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଉଦଘାଟନ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ତ୍ରିପୁରା ଗ୍ରାମ ସମୃଦ୍ଧି  ଯୋଜନା ଏବଂ ବିଦ୍ୟାଜ୍ୟୋତି ସ୍କୁଲର ପ୍ରୋଜେକ୍ଟ ମିଶନ୍ 100 ଭଳି ପ୍ରମୁଖ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ତ୍ରିପୁରାର ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଲବ କୁମାର ଦେବ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଶ୍ରୀମତୀ ପ୍ରତୀମା ଭୌମିକ ଉପସ୍ଥିତ ରହିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଭାରତ ସମସ୍ତଙ୍କୁ ନେଇ ସବକା ସାଥ, ସବକା ବିକାଶ ଏବଂ ସବକା ପ୍ରୟାସ ମନ୍ତ୍ରରେ ଆଗକୁ ବଢ଼ିବ। ଅସନ୍ତୁଳିତ ବିକାଶ ହେତୁ କେତେକ ରାଜ୍ୟ ପଛରେ ରହିବା ଏବଂ କେତେକ ମୌଳିକ ସୁବିଧାରୁ ବଞ୍ଚିତ ହେବା ଲୋକମାନଙ୍କ ପାଇଁ  ଭଲ ନୁହେଁ। ଏହାକୁ ଦଶନ୍ଧି ଧରି ତ୍ରିପୁରାର ଲୋକମାନେ ଅନୁଭବ କରିଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟର ବିକାଶର କୌଣସି ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ନଥିବା ତଥା ନିରନ୍ତର ଦୁର୍ନୀତିଗ୍ରସ୍ତ ସରକାରଙ୍କ ସମୟକୁ ଶ୍ରୀଯୁକ୍ତ ମୋଦୀ ମନେ ପକାଇଥିଲେ। ଏଭଳି ପରିସ୍ଥିତି ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତ୍ରିପୁରାରେ ସଂଯୋଗକୁ ସୁଦୃଢ଼ କରିବା ପାଇଁ ବର୍ତ୍ତମାନର ଶାସନ ହିରା (HIRA) - H ଅର୍ଥାତ୍ ରାଜପଥ (ହାଇୱେ), I ଅର୍ଥାତ୍ ଇଣ୍ଟରନେଟ୍ ମାର୍ଗ, R ଅର୍ଥାତ୍ ରେଳପଥ ଏବଂ A ଅର୍ଥାତ୍ ଏୟାରୱେଜ୍ ମନ୍ତ୍ର ସହିତ ଆସିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ତ୍ରିପୁରା ହିରା ମଡେଲ ଆଧାରରେ ଏହାର ସଂଯୋଗକୁ ମଜବୁତ ଏବଂ ବିସ୍ତାର କରୁଛି।

ନୂତନ ବିମାନ ବନ୍ଦର ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିମାନ ବନ୍ଦରଟି ତ୍ରିପୁରାର ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଆଧୁନିକ ସୁବିଧାଗୁଡ଼ିକର ସମ୍ମିଶ୍ରଣ ଅଟେ। ଉତ୍ତର ପୂର୍ବ ଭାରତରେ ବାୟୁ ମାର୍ଗ ସହିତ ସଂଯାଗ ବୃଦ୍ଧିରେ ବିମାନବନ୍ଦର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ତ୍ରିପୁରାକୁ ଉତ୍ତର-ପୂର୍ବ ଭାରତର ପ୍ରବେଶ ଦ୍ୱାର କରିବା ପାଇଁ କାର୍ଯ୍ୟ ସମ୍ପୂର୍ଣ୍ଣ ଆନ୍ତରିକତାର ସହ ଚାଲିଛି। ସଡକ, ରେଳ, ବାୟୁ ଏବଂ ଜଳ ସଂଯୋଗୀକରଣ ଭିତ୍ତିଭୂମିରେ ବିପୁଳ ପୁଞ୍ଜି ବିନିଯୋଗ କରାଯାଉଛି। ଏହା ତ୍ରିପୁରାକୁ ବ୍ୟବସାୟ ଏବଂ ଶିଳ୍ପର ଏକ ନୂତନ ହବ୍ ରେ ପରିଣତ କରିବା ସହିତ ବିଜନେସ୍ କରିଡରରେ ପରିଣତ କରୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଦୁଇଗୁଣା ଗତିରେ କାମ କରିବାକୁ ହେଲେ ଡବଲ୍ ଇଞ୍ଜିନ୍ ସରକାରଙ୍କ କୌଣସି ବିକଳ୍ପ ନାହିଁ। ଏକ ଡବଲ୍ ଇଞ୍ଜିନ୍ ସରକାରର ଅର୍ଥ ହେଉଛି ସମ୍ବଳର ଉପଯୁକ୍ତ ବ୍ୟବହାର, ସମ୍ବେଦନଶୀଳତା ଏବଂ ଲୋକଙ୍କ ଶକ୍ତି ବୃଦ୍ଧି, ତଥା ସେବା ଏବଂ ସମସ୍ୟାର ସମାଧାନ ଓ ସମୃଦ୍ଧି ହାସଲ କରିବା ପାଇଁ ମିଳିତ ପ୍ରୟାସ।’’

କଲ୍ୟାଣମୂଳକ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ତ୍ରିପୁରାର ରେକର୍ଡକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ,  ମୁଖ୍ୟମନ୍ତ୍ରୀ ତ୍ରିପୁରା ଗ୍ରାମ ସମୃଦ୍ଧି ଯୋଜନା ଆରମ୍ଭ କରିଥିବାରୁ ସେ ଏହି ଯୋଜନାକୁ ପ୍ରଶଂସା କରିଛନ୍ତି ଯାହାକି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟକୁ ପୂରଣ କରୁଛି।  ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘର ପାଇଁ ପାନୀୟ ଜଳର ବ୍ୟବସ୍ଥା, ଘର, ଆୟୁଷ୍ମାନ କଭରେଜ୍, ବୀମା କଭର, କେସିସି ଏବଂ ରାସ୍ତାର ବ୍ୟବସ୍ଥା ରହିଛି ଯାହା ଗ୍ରାମାଞ୍ଚଳର ଜନସଂଖ୍ୟା ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବ। ପିଏମଏୱାଇ ର କଭରେଜରେ ଉନ୍ନତି ଆଣିବା ପାଇଁ ସଂଜ୍ଞା ପରିବର୍ତ୍ତନ କରିବାକୁ କାର୍ଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହାଦ୍ୱାରା 1.8 ଲକ୍ଷ ପରିବାର ପକ୍କା ଘର ପାଇଛନ୍ତି ଯେଉଁଥିରୁ ରାଜ୍ୟରେ 50 ହଜାର ଘରକୁ  ପୋଜେସନ ଦିଆଯାଇଅଛି |

ଏକବିଂଶ ଶତାବ୍ଦୀରେ ଭାରତକୁ ଆଧୁନିକ କରୁଥିବା ଯୁବକମାନଙ୍କର ଦକ୍ଷତା ବିକାଶ କରିବା ପାଇଁ ଦେଶରେ ନୂତନ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ମଧ୍ୟ ସ୍ଥାନୀୟ ଭାଷାରେ ଶିଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ତ୍ରିପୁରାର ଛାତ୍ରମାନେ ବର୍ତ୍ତମାନ ମିଶନ -100 ଏବଂ 'ବିଦ୍ୟା ଜ୍ୟୋତି' ଅଭିଯାନରୁ ସହାୟତା ପାଇବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 15-18 ବର୍ଷ ବୟସର ଯୁବକମାନଙ୍କୁ ଟିକାକରଣ ଅଭିଯାନ ନିଶ୍ଚିତ କରିବ ଯେ ଯୁବ ଛାତ୍ରମାନଙ୍କ ଶିକ୍ଷାରେ କୌଣସି ବାଧା ସୃଷ୍ଟି ହେବ ନାହିଁ। ଏହାଦ୍ୱାରା ଛାତ୍ର ଏବଂ ଅଭିଭାବକଙ୍କ ଚିନ୍ତା ଦୂର ହେବ। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ତ୍ରିପୁରାରେ ଜନସଂଖ୍ୟାର 80% ପ୍ରଥମ ଡୋଜ ଏବଂ 65% ଉଭୟ ଟିକା ଗ୍ରହଣ କରିଛନ୍ତି। ସେ ଆଶା ପ୍ରକଟ କରିଛନ୍ତି ଯେ ତ୍ରିପୁରା ଖୁବ୍ ଶୀଘ୍ର 15-18 ବୟସ ବର୍ଗକୁ ଟୀକାକରଣ କରିବାର ଲକ୍ଷ୍ୟ ହାସଲ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶକୁ ଏକକ ବ୍ୟବହାର ପ୍ଲାଷ୍ଟିକର ବିକଳ୍ପ ଦେବାରେ ତ୍ରିପୁରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଦେଶରେ ତିଆରି ବାଉଁଶ ଝାଡ଼ୁ, ବାଉଁଶ ବୋତଲ ଉତ୍ପାଦ ପାଇଁ ଦେଶରେ ଏକ ବିଶାଳ ବଜାର ସୃଷ୍ଟି ହେଉଛି। ଏହା ସହିତ ହଜାର ହଜାର ଲୋକ ବାଉଁଶ ସାମଗ୍ରୀ ତିଆରି କରି ରୋଜଗାର କରୁଛନ୍ତି ଓ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଜୈବିକ ଚାଷରେ ରାଜ୍ୟର କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି।

ମହାରାଜା ବୀର ବିକ୍ରମ ଏୟାରପୋର୍ଟର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲଡିଂ ପ୍ରାୟ 450 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏବଂ ଏହା 30,000 ବର୍ଗ ମିଟର ଉପରେ ଆଧୁନିକ ସୁବିଧାଜନକ ଏବଂ ଅତ୍ୟାଧୁନିକ ଆଇଟି ନେଟୱାର୍କ-ଇଣ୍ଟିଗ୍ରେଟେଡ୍ ସିଷ୍ଟମ ଦ୍ୱାରା ପ୍ରସ୍ତୁତ। ବିଦ୍ୟାଜ୍ୟୋତି ସ୍କୁଲ ଗୁଡିକର ପ୍ରୋଜେକ୍ଟ ମିଶନ୍ 100 ବିଦ୍ୟମାନ ଉଚ୍ଚ / ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ବିଦ୍ୟାଜ୍ୟୋତି ସ୍କୁଲରେ ରୂପାନ୍ତରିତ କରାଯିବ ଯେଉଁଠାରେ ଅତ୍ୟାଧୁନିକ ସୁବିଧା ଓ ଉଚ୍ଚ ମାନର ଶିକ୍ଷା ବ୍ୟବସ୍ଥା କରାଯିବ। ଏହି ପ୍ରୋଜେକ୍ଟରେ ନର୍ସରୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 1.2 ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ଆସନ୍ତା ତିନି ବର୍ଷ ମଧ୍ୟରେ ପ୍ରାୟ 500 କୋଟି ଟଙ୍କା ଖର୍ଚ୍ଚ ହେବ।

ମୁଖ୍ୟମନ୍ତ୍ରୀ ତ୍ରିପୁରା ଗ୍ରାମ ସମୃଦ୍ଧି ଯୋଜନା ଗ୍ରାମ ସ୍ତରରେ ବିକାଶ କ୍ଷେତ୍ରରେ ସେବା ବିତରଣ ପାଇଁ ଲକ୍ଷ୍ୟ ରଖିଛି। ଏହି ଯୋଜନା ପାଇଁ ମନୋନୀତ ହୋଇଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ଘରୋଇ ଟ୍ୟାପ୍ ସଂଯୋଗ, ଘରୋଇ ବିଦ୍ୟୁତ୍ ସଂଯୋଗ, ସବୁ ଦିନିଆଁ ରାସ୍ତା, ପ୍ରତ୍ୟେକ ଘର ପାଇଁ କାର୍ଯ୍ୟକ୍ଷମ ଶୌଚାଳୟ, ପ୍ରତ୍ୟେକ ପିଲାଙ୍କ ପାଇଁ ଟିକାକରଣ, ସ୍ବୟଂ ସହାୟକ ଗୋଷ୍ଠୀରେ ମହିଳାଙ୍କ ଅଂଶଗ୍ରହଣ ଇତ୍ୟାଦି।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Foreign traveller calls India's Vande Bharat sleeper a “Five-Star Hotel on Rails”; and the Internet agrees

Media Coverage

Foreign traveller calls India's Vande Bharat sleeper a “Five-Star Hotel on Rails”; and the Internet agrees
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates the team of Skyroot Aerospace on the successful launch of Vikram-1
July 18, 2026

Prime Minister Shri Narendra Modi spoke to the team of Skyroot Aerospace and congratulated them on the successful launch of Vikram-1, today. Shri Modi remarked that this is a defining moment in India’s space journey. The growing participation of our private sector is opening new frontiers and accelerating innovation.

“This achievement will encourage countless youngsters to dream bigger and innovate fearlessly”, Shri Modi stated .

Shri Modi posted on X;

Spoke to the team of Skyroot Aerospace and congratulated them on the successful launch of Vikram-1.

This is a defining moment in India’s space journey. The growing participation of our private sector is opening new frontiers and accelerating innovation.

This achievement will encourage countless youngsters to dream bigger and innovate fearlessly.

@SkyrootA