Kartavya Bhavan reflects our unwavering commitment to public service: PM
PM also plants sapling in premises; highlights Eco-Friendly construction

  • କର୍ତ୍ତବ୍ୟ ଭବନ ଜନସେବା ପ୍ରତି ଆମର ଅତୁଟ ସଂକଳ୍ପକୁ ପ୍ରତିଫଳିତ କରେ: ପ୍ରଧାନମନ୍ତ୍ରୀ

 

  • ଭବନ ପରିସରରେ ଚାରା ରୋପଣ ମଧ୍ୟ କଲେ ପ୍ରଧାନମନ୍ତ୍ରୀ; ପରିବେଶ ଅନୁକୂଳ ନିର୍ମାଣ ଉପରେ କଲେ ଆଲୋକପାତ

 

ନୂଆଦିଲ୍ଲୀ, ୬ ଜୁଲାଇ:

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ସେ ଏହାକୁ ଜନସେବା ପ୍ରତି ଅତୁଟ ସଂକଳ୍ପ ଓ ନିରନ୍ତର ପ୍ରୟାସର ପ୍ରତୀକ ବୋଲି କହିଛନ୍ତି।

ସେ କହିଛନ୍ତି, କର୍ତ୍ତବ୍ୟ ଭବନ କେବଳ ନୀତି ଏବଂ ଯୋଜନାକୁ ଲୋକମାନଙ୍କ ନିକଟରେ ଦ୍ରୁତ ଗତିରେ ପହଞ୍ଚାଇବାରେ ସାହାଯ୍ୟ କରିବ ନାହିଁ, ବରଂ ଦେଶର ବିକାଶକୁ ନୂତନ ଗତି ଦେବ।

ଶ୍ରୀ ମୋଦୀ କହିଛନ୍ତି, କର୍ତ୍ତବ୍ୟ ଭବନ ଏକ ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଇଁ ଆମର ସଂକଳ୍ପକୁ ପ୍ରତିଫଳିତ କରିଥାଏ। ଆଜି, ଦେଶ ଆମର ଶ୍ରମଯୋଗୀମାନଙ୍କର ଅକ୍ଳାନ୍ତ କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦେଖିଛି ଯେଉଁମାନେ ଏହାକୁ ଗଠନ କରିଛନ୍ତି। ସେ ସେମାନଙ୍କ ସହିତ ଆଲୋଚନା କରିବା ସମୟରେ ଖୁସି ମଧ୍ୟ ପ୍ରକାଶ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ପରିବେଶ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇ ଏହି କୋଠା ବିକଶିତ କରାଯାଇଛି।

 

ଏହି ଅବସରରେ, ପ୍ରଧାନମନ୍ତ୍ରୀ କର୍ତ୍ତବ୍ୟ ଭବନ ପରିସରରେ ଏକ ଚାରା ମଧ୍ୟ ରୋପଣ କରିଥିଲେ।

ପ୍ରଧାନମନ୍ତ୍ରୀ ଏକାଧିକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି; ‘‘କର୍ତ୍ତବ୍ୟ ପଥରେ କର୍ତ୍ତବ୍ୟ ଭବନ ଆମର ଅତୁଟ ସଂକଳ୍ପ ଏବଂ ଲୋକଙ୍କ ସେବା ପାଇଁ ନିରନ୍ତର ପ୍ରୟାସର ପ୍ରତୀକ। ଏହା କେବଳ ଆମର ନୀତି ଓ ଯୋଜନାକୁ ଲୋକଙ୍କ ପାଖରେ ଦ୍ରୁତ ଗତିରେ ପହଞ୍ଚାଇବାରେ ସହାୟକ ହେବ ନାହିଁ, ବରଂ ଏହାଦ୍ୱାରା ଦେଶର ବିକାଶକୁ ଏକ ନୂତନ ଗତି ମିଳିବ। ଅତ୍ୟାଧୁନିକ ଭିତ୍ତିଭୂମିର ଏକ ଉଦାହରଣ ଏହି ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରି ମୁଁ ବହୁତ ଗର୍ବିତ।’’

"କର୍ତ୍ତବ୍ୟ ଭବନ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଇଥାଏ। ଆଜି ଦେଶ ଏହାକୁ ନିର୍ମାଣ କରିଥିବା ଆମର ଶ୍ରମଯୋଗୀମାନଙ୍କ ଅକ୍ଳାନ୍ତ କଠିନ ପରିଶ୍ରମ ଏବଂ ଦୃଢ଼ ସଂକଳ୍ପର ସାକ୍ଷୀ ହୋଇଛି। ମୁଁ ସେମାନଙ୍କ ସହିତ ଆଲୋଚନା କରି ଅତ୍ୟନ୍ତ ଖୁସି।’’

 

‘‘କର୍ତ୍ତବ୍ୟ ଭବନ ନିର୍ମାଣ କରିବା ସମୟରେ, ପରିବେଶ ସୁରକ୍ଷା ପ୍ରତି ପୂର୍ଣ୍ଣ ଧ୍ୟାନ ଦିଆଯାଇଛି, ଯାହା ପାଇଁ ଆମ ଦେଶ ସଂକଳ୍ପବଦ୍ଧ। ଆଜି ମୁଁ ଏହାର ପ୍ରାଙ୍ଗଣରେ ଏକ ଗଛ ଲଗାଇବାର ସୁଯୋଗ ମଧ୍ୟ ପାଇଲି।’’

 

“कर्तव्य भवन के निर्माण में पर्यावरण संरक्षण का पूरा ध्यान रखा गया है, जिसके लिए हमारा देश संकल्पबद्ध है। आज इसके प्रांगण में एक पौधा लगाने का भी सुअवसर मिला।” 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026