ଭାରତ ସରକାରଙ୍କ ସହାୟତାରେ ଥିମ୍ପୁରେ ନିର୍ମିତ ହୋଇଥିବା ଗୟାଲ୍ତ୍ସୁଏନ୍ ଜେଟ୍ସନ୍ ପେମା ଓ୍ବାଙ୍ଗ୍ଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନାକୁ ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଭୁଟାନ୍ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ଟୋବ୍ଗେ ଉଦ୍ଘାଟନ କରିଛନ୍ତି।

 

ଭାରତ ସରକାର ଦୁଇଟି ପର୍ଯ୍ୟାୟରେ ୧୫୦ ଶଯ୍ୟା ବିଶିଷ୍ଟ ଏହି ଗୟାଲ୍ତ୍ସୁଏନ୍ ଜେଟ୍ସନ୍ ପେମା  ଓ୍ବାଙ୍ଗ୍ଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନାର ବିକାଶ ଦିଗରେ ସହାୟତା କରିଛନ୍ତି। ଏହି ଡାକ୍ତରଖାନାର ପ୍ରଥମ ପର୍ଯ୍ୟାୟ ୨୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା ଏବଂ ଏହା ୨୦୧୯ରେ କାର୍ଯ୍ୟକ୍ଷମ ହୋଇଥିଲା। ଦ୍ବାଦଶ ପଞ୍ଚବାର୍ଷିକ ଯାଜନାର ଅଂଶ ଭାବରେ ୧୧୯ କୋଟି ଟଙ୍କା ବ୍ୟୟରେ ଦ୍ବିତୀୟ ପର୍ଯ୍ୟାୟର ନିର୍ମାଣ କାର୍ଯ୍ୟ ୨୦୧୯ରେ ଆରମ୍ଭ ହୋଇଥିଲା, ଯାହା ଏବେ ସମାପ୍ତ ହୋଇଛି।

 

ଏହି ନବନିର୍ମିତ ଡାକ୍ତରଖାନା ଭୁଟାନ୍ରେ ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟ ସେବାର ଗୁଣବତ୍ତା ମାନ ବୃଦ୍ଧି କରିବ। ଏହି ନୂତନ ବ୍ୟବସ୍ଥାରେ ଶିଶୁରୋଗ, ସ୍ତ୍ରୀରୋଗ ଏବଂ ପ୍ରସୂତି ଚିକିତ୍ସା, ଆନାସ୍ସ୍ଥେସିଓଲୋଜି, ଅପରେସନ୍ ଥିଏଟର୍, ନିଓନେନ୍ଟାଲ୍ ଇନ୍ଟେନ୍ସିଭ୍ କେୟାର୍ ଓ ପେଡିଆଟ୍ରିକ୍ ଇନ୍ଟେନ୍ସିଭ୍ କେୟାର୍ ପାଇଁ ଅତ୍ୟାଧୁନିକ ସୁବିଧା ରହିବ।

 

ଏହି ଗୟାଲ୍ତ୍ସୁଏନ୍ ଜେଟ୍ସନ୍ ପେମା ଓ୍ବାଙ୍ଗ୍ଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ-ଭୁଟାନ୍ ସହଭାଗିତାର ଏକ ଜ୍ବଳନ୍ତ ଉଦାହରଣ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian banks see exponential growth in deposits and loans since FY05: SBI Report

Media Coverage

Indian banks see exponential growth in deposits and loans since FY05: SBI Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 12, 2026
January 12, 2026

India's Reforms Express Accelerates: Economy Booms, Diplomacy Soars, Heritage Shines Under PM Modi