“କାଳକ୍ରମେ ଇନ୍ଦୋରର ଭଲ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଅହଲ୍ୟା ବାଈଙ୍କ ପ୍ରେରଣା ଭୁଲି ହେବ ନାହିଁ ଓ ଆଜି ମଧ୍ୟ ଇନ୍ଦୋର ସ୍ୱଚ୍ଛତା ଓ ନାଗରିୟ କର୍ତ୍ତବ୍ୟକୁ ମନେ ପକାଇଦିଏ”
“ବର୍ଜ୍ୟରୁ ଗୋବର୍ଦ୍ଧନ, ଗୋବରଧନରୁ ସ୍ୱଚ୍ଛ ଇନ୍ଧନ, ସ୍ୱଚ୍ଛ ଇନ୍ଧନରୁ ଶକ୍ତି ଏକ ଜୀବନଚକ୍ର”
“ଆଗାମୀ ଦୁଇବର୍ଷରେ ୭୫ଟି ବୃହତ ପୌର ପାଳିକାରେ ସ୍ଥାପିତ ହେବ ଗୋବରଧନ ବାୟୋ ସିଏନଜି ପ୍ଲାଣ୍ଟ”
“ସରକାର ଅସ୍ଥାୟୀ ସମାଧାନ ପରିବର୍ତ୍ତେ ସ୍ଥାୟୀ ସମାଧାନ ଦେବା ପାଇଁ ଚେଷ୍ଟା କରୁଛନ୍ତି”
“୨୦୧୪ ମସିହା ପରଠାରୁ ବର୍ଜ୍ୟବସ୍ତୁ ପରିଚାଳନା ଚାରିଗୁଣ ବୃଦ୍ଧି ପାଇଛି । ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ ମୁକ୍ତ ହେବା ଲାଗି ୧୬ଶହରୁ ଅଧିକ ସଂସ୍ଥା କାମରେ ଲାଗିଛନ୍ତି”
“ଅଧିକାଂଶ ଭାରତୀୟ ନଗରୀଗୁଡିକୁ ୱାଟର ପ୍ଲସ କରିବାକୁ ସରକାରଙ୍କ ଉଦ୍ୟମଜାରି ରହିଛି । ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ଏହା ଉପରେ ଗୁରୁତ୍ୱ ଦିଆଯାଉଛି”
“ସଫାଇ କର୍ମଚାରୀଙ୍କ ଉଦ୍ୟମ ଓ ଉତ୍ସର୍ଗୀକୃତ ଭାବନା ଯୋଗୁଁ ଆମେ ସେମାନଙ୍କ ନିକଟରେ ଋଣୀ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ଗୋବର-ଧନ”(ବାୟୋ-ସିଏନଜି) ପ୍ଲାଣ୍ଟ ଆଜି (୧୯.୦୨.୨୦୨୨) ଇନ୍ଦୋରଠାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ସି. ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହପୁରୀ, ଡକ୍ଟର ବିରେନ୍ଦ୍ର କୁମାର ଓ ଶ୍ରୀ କୁଶଳ କିଶୋର ଏହି ଅବସରରେ ଉପସ୍ଥିତ ଥିଲେ ।

ରାଣୀ ଅହଲ୍ୟା ବାଈ ଓ ଇନ୍ଦୋର ସହିତ ଥିବା ତାଙ୍କ ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ରଖିଥିଲେ । ଇନ୍ଦୋର କହିଲେ ରାଣୀ ଅହଲ୍ୟା ବାଈ ହୋଲକାରୀ ଓ ତାଙ୍କର ସେବା ମନୋଭାବ ମନେ ପଡିଥାଏ । ସମୟର ଅବଲୀଳା କ୍ରମେ ଇନ୍ଦୋର ଭଲରୁ ଭଲ ହୋଇଛି ସତ୍‌, କିନ୍ତୁ ଦେବୀ ଅହଲ୍ୟା ବାଈଙ୍କ ପ୍ରେରଣା ଭୁଲି ନାହିଁ ଓ ଆଜି ମଧ୍ୟ ଇନ୍ଦୋର ସ୍ୱଚ୍ଛତା ଓ ନାଗରୀୟ କର୍ତ୍ତବ୍ୟକୁ ମନେ ପକାଇ ଦିଏ ବୋଲି ଶ୍ରୀ ମୋଦୀ କହିଛନ୍ତି । କାଶୀ ବିଶ୍ୱନାଥ ଧାମରେ ମଧ୍ୟ ଦେବୀ ଅହଲ୍ୟା ବାଈଙ୍କ ମନୋରମ ପ୍ରତିମୂର୍ତ୍ତି ବିଷୟରେ ସେ କହିଥିଲେ । ଗୋବର ଧନର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସହରୀ ଘରୋଇ ବର୍ଜ୍ୟବସ୍ତୁ , ପଶୁପାଳନ କ୍ଷେତ୍ର ଓ ଗୋରୁଗାଈଙ୍କ ବର୍ଜ୍ୟ ହେଉଛି ଗୋବରଧନ । ବର୍ଜ୍ୟରୁ ଗୋବଦ୍ଧର୍ନ, ଗୋବର ଧନରୁ ସ୍ୱଚ୍ଛ ଇନ୍ଧନ,ସ୍ୱଚ୍ଛ ଇନ୍ଧନରୁ ଶକ୍ତି ଏକ ଜୀବନଚକ୍ର ବୋଲି ସେ କହିଥିଲେ । ଆଗାମୀ ଦୁଇବର୍ଷ ମଧ୍ୟରେ ଦେଶର ୭୫ଟି ବୃହତ ପୌରପାଳିକାରେ ଗୋବର ଧନ ସିଏନଜି ପ୍ଲାଣ୍ଟ ସ୍ଥାପିତ ହେବ ବୋଲି କହିଥିଲେ । “ଭାରତୀୟ ସହରଗୁଡିକୁ ପ୍ରଦୂଷଣ ମୁକ୍ତ, ପରିଷ୍କାର ଓ ସ୍ୱଚ୍ଛ ଶକ୍ତି ଯୋଗାଇବା ପାଇଁ ଏହି ଅଭିଯାନ ନିରବଚ୍ଛିନ୍ନ ଭାବେ ଚାଲିବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ସହର ନୁହଁ, ଗୋବର ଧନ ପ୍ଲାଣ୍ଟ ଗୁଡିକ ଗ୍ରାମାଚଂଳରେ ମଧ୍ୟ ପ୍ରତିଷ୍ଠା କରାଯାଇ ଚାଷୀମାନଙ୍କ ଆୟ ବୃଦ୍ଧି କରାଯିବ । ଏହା ବୁଲା ଗାଈଗୋରୁଙ୍କ ନିରାଶ୍ରୟ ଅବସ୍ଥାର ସମାଧାନ କରିବା ସହ ଭାରତରେ ଜଳବାୟୁ ଜନିତ ଅଙ୍ଗୀକାରବଦ୍ଧତା ମଧ୍ୟ ସାକାର କରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ସାତବର୍ଷ ମଧ୍ୟରେ ସରକାର ଏହି ସମସ୍ୟାର ଅସ୍ଥାୟୀ ବା ତାଳିପକା ସମାଧାନ ନ କରି ସ୍ଥାୟୀ ବ୍ୟବସ୍ଥା କରୁଛନ୍ତି । ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ଲକ୍ଷ ଲକ୍ଷ ଲକ୍ଷ ଟନ୍ ଅଳିଆ ଆବର୍ଜନା ହଜାର ଏକର ଜାଗା ମାଡି ବସିବା ସହ ବାୟୁ ଓ ଜଳ ଦୂଷିତ କରି ଅନେକ ରୋଗର କାରଣ ହେଉଥିବାରୁ ସରକାର ଏଗୁଡିକୁ ହଟାଇବା ପାଇଁ କାର୍ଯ୍ୟ କରୁଛନ୍ତି । ସ୍ୱଚ୍ଛ ଭାରତ ମିଶନ ଯୋଗୁଁ ମଧ୍ୟ ମହିଳାମାନଙ୍କ ମର୍ଯ୍ୟାଦା ବୃଦ୍ଧି ଘଟିବା ସହ ସହର ଓ ଗ୍ରାମ ପରିମଳ ଓ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ସରଳ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଧ୍ୟାନ ଦିଆଯାଉଛି ବୋଲି ସେ କହିଥିଲେ । ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ସରକାର ଏହି ଆବର୍ଜନାର ପାହାଡକୁ ସବୁଜିମାରେ ଭରିବାକୁ ଚେଷ୍ଟା କରୁଛନ୍ତି । ୨୦୧୪ ମସିହା ପରଠାରୁ ବର୍ଜ୍ୟବସ୍ତୁ ପରିଚାଳନା ଦେଶର ଚାରିଗୁଣ ବୃଦ୍ଧି ପାଇଛି । ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକରୁ ମୁକ୍ତ ହେବା ଲାଗି ୧୬ଶହ ସଂସ୍ଥା କାମରେ ଲାଗିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ପରିମଳ ଓ ପର୍ଯ୍ୟଟନ ମଧ୍ୟରେ ଏକ ରେଖାଟାଣି ପରିମଳ ଯୋଗୁଁ ପର୍ଯ୍ୟଟନ ବୃଦ୍ଧି ପାଇବା ସହ ଏକ ନୂତନ ଆର୍ଥିକ ବ୍ୟବସ୍ଥାକୁ ଜନ୍ମ ଦେବ ବୋଲି କହିଛନ୍ତି । ଏ ଦିଗରେ ସେ ଇନ୍ଦୋର ପରିମଳଯୁକ୍ତ ସହରର ଉଦାହରଣ ଦେଇଥିଲେ । “ସରକାର ଯଥାସମ୍ଭବ ଭାରତୀୟ ନଗରୀଗୁଡିକୁ ୱାଟର ପ୍ଲସ କରିବାକୁ ଚାହୁଁଛନ୍ତି । ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ଏହା ଉପରେ ଗୁରୁତ୍ୱା ଆରୋପ କରାଯାଇଛି ।

ଗତ ସାତ ଆଠବର୍ଷ ମଧ୍ୟରେ ପେଟ୍ରୋଲ ସହ ଇଥାନଲ ମିଶ୍ରଣ ଶତକଡା ଏକ ଭାଗରୁ ଆଠ ଭାଗକୁ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ସମୟ ମଧ୍ୟରେ ଇଥାନଲ ଉତ୍ପାଦନ ୪୦କୋଟି ଲିଟରରୁ ୩୦୦କୋଟି ଲିଟରକୁ ବୃଦ୍ଧି ପାଇବା ଯୋଗୁଁ ଚିନି କାରଖାନା ଓ କୃଷକମାନଙ୍କୁ ସାହାଯ୍ୟ କରିଛି ।

ବଜେଟରେ ନିଆଯାଇଥିବା ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି । କୋଇଲାରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡିକ ମଧ୍ୟ କୁଟା ବା ଛଣକୁ ବ୍ୟବହାର କରିବେ ବୋଲି ନିଷ୍ପତ୍ତିି ହୋଇଛି । “ଏହା ଚାଷୀମାନଙ୍କ ସମସ୍ୟାର ଉନ୍ମେଳନ କରିବା ସହ କୃଷି ବଜ୍ୟବସ୍ତୁରୁ ଅତିରିକ୍ତ ଆୟ ମଧ୍ୟ ହୋଇପାରିବ।”

ଦେଶର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ସଫାଇ କର୍ମଚାରୀମାନଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ । ବିଶେଷକରି ବୈଶ୍ୱିକ ମହାମାରୀ କାଳରେ ସେମାନଙ୍କ ସେବା ମନୋଭାବ ପାଇଁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । କୁମ୍ଭ ବେଳେ ପ୍ରୟାଗରାଜରେ ସେ କିପରି ସଫାଇ କର୍ମଚାରୀଙ୍କ ପାଦ ପ୍ରକ୍ଷାଳନ କରି ସେମାନଙ୍କୁ ସମ୍ମାନ ଜଣାଇଥିଲେ ତାହାର ବର୍ଣ୍ଣନା କରିଥିଲେ ।

ପୃଷ୍ଠଭୂମି

ସହରଗୁଡିକୁ ଅଳିଆ ଆବର୍ଜନା ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନିକଟରେ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଆରମ୍ଭ କରିଥିଲେ । ‘ନଷ୍ଟରୁ ସମ୍ପଦ’ ଓ ‘ଚକ୍ରୀୟ ଅର୍ଥନୀତି’ ନୀତିରେ ଏହି ମିଶନ ତ୍ୱରାନ୍ୱିତ ହୋଇ ସମ୍ପଦର ପୁନରୁଦ୍ଧାର ଓ ଦୁଇଟି ଯାକ ନିମନ୍ତେ ଇନ୍ଦୋର ବାୟୋ ସିଏନଜି ପ୍ଲାଣ୍ଟ ଏକ ଉଦାହରଣ । ଆଜି (୧୯.୨.୨୦୨୨) ଉଦ୍‌ଘାଟିତ କାରଖାନାରେ ଦୈନିକ ୫୫୦ଟନ୍ ଜୈବିକ ତରଳ ବଜ୍ୟବସ୍ତୁ ପରିଚାଳନା ସାମର୍ଥ୍ୟ ରହିଛି । ଏହା ଦୈନିକ ୧୭ହଜାର କେଜି ସିଏନଜି ଓ ଶହେ ଟନ୍ ପର୍ଯ୍ୟନ୍ତ ଜୈବିକ ଖତ ଉତ୍ପାଦନ କରିବ । ଏହି କାରଖାନାରୁ କୌଣସି ବଜ୍ୟ ବା ଅବଶେଷ ବାହାରିବ ନାହିଁ । ଏହାଛଡା ଏହି କାରଖାନା ଯୋଗୁଁ ବହୁ ମୁଖି ପରିବେଶଗତ ସୁବିଧା ମିଳିବ । ତାହାହେଲା ଗ୍ରୀନ ହାଉସ ଗ୍ୟାସ ଉତ୍ସରଣ ହ୍ରାସ, ସବୁଜ ଶକ୍ତି ସହ ସାରଭାବେ ବ୍ୟବହାର ପାଇଁ ଜୈବିକ ଖତ ମିଳିପାରିବ ।

ଏହି ପ୍ରକଳ୍ପ ତ୍ୱରାନ୍ୱିତ କରିବା ଲାଗି ଇନ୍ଦୋର ସ୍ୱଚ୍ଛତା ଶକ୍ତି ପ୍ରାଇଭେଟ ଲିମିଟେଡ ନାମକ ସ୍ୱତନ୍ତ୍ର ସଂସ୍ଥା ଇନ୍ଦୋର ପୌର ନିଗମ (ଆଇଏମସି) ଏବଂ ଇଣ୍ଡୋ ଏନଭାର୍ନୋ ଇଣ୍ଟିଗ୍ରେଟେଡ ସୁଲ୍ୟସନ ଲିମିଟେଡ (ଆଇଇଆଇଏସଏଲ) ଦ୍ୱାରା ସରକାରୀ ଓ ଘରୋଇ ଭାଗିଦାରୀ ଭିତ୍ତିରେ ତିଆରି ହୋଇଛି । ଏଥିରେ ୧୫୦କୋଟି ଟଙ୍କାର ଶତ ପ୍ରତିଶତ ମୂଳ ପୁଞ୍ଜିବିନିଯୋଗ ଆଇଇଆଇଏସଏଲ ଦ୍ୱାରା କରାହେବ । ତେବେ ଇନ୍ଦୋର ପୌରନିଗମ କାରଖାନାରୁ ଉତ୍ପାଦିତ ଶତକଡା ୫୦ଭାଗ ସିଏନଜି କ୍ରୟ କରିବା ସହ ପ୍ରଥମ ପଦକ୍ଷେପ ସ୍ୱରୂପ ୪୦୦ ସହରରେ ବସ ଚଳାଚଳ ସିଏନଜି ଦ୍ୱାରା କରାଯିବ । ଅବଶିଷ୍ଟ ସିଏନ୍‌ଜି ଖାଲା ବଜାରରେ ବିକ୍ରି କରାଯିବ । କୃଷି ଓ ଉଦ୍ୟାନ କୃଷି ନିମନ୍ତେ ରାସାୟନିକ ସାର ପରିବତ୍ତେ ଜୈବିକ ଖତର ପ୍ରୟୋଗ ହେବ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of His Majesty King Harald V of Norway
August 28, 2026

The Prime Minister, Shri Narendra Modi condoled the passing of His Majesty King Harald V of the Kingdom of Norway. Recalling his meeting with His Majesty during his visit to Norway earlier this year, Shri Modi remembered his warmth and profound sense of service to the people and nation of Norway.

The Prime Minister posted on X;

“Deeply saddened by the passing of His Majesty King Harald V of the Kingdom of Norway.

I fondly recall meeting His Majesty during my visit to Norway earlier this year and was deeply touched by his warmth and profound sense of service to his nation.

My heartfelt condolences to the Royal Family and the people of Norway.