ସରକାରଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି କରିବା ସବୁ ସରକାରୀ ସେବା କର୍ମଚାରୀଙ୍କ ଦାୟିତ୍ୱ : ପ୍ରଧାନମନ୍ତ୍ରୀ
ପ୍ରଶିକ୍ଷଣ ସରକାରୀ ଅଧିକାରୀମାନଙ୍କ ମଧ୍ୟରେ ଥିବା ସମ୍ଭାବନାକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କ ମଧ୍ୟରେ ସାମଗ୍ରିକ ସରକାର ଆଭିମୁଖ୍ୟ ଓ ଜନଭାଗିଦାରୀ ଭାବନା ସୃଷ୍ଟି କରିବା ଉଚିତ୍‌ : ପ୍ରଧାନମନ୍ତ୍ରୀ
ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନିଯୁକ୍ତି ମିଳିବାକୁ ଦଣ୍ଡାତ୍ମକ ବଦଳି ବୋଲି ପୂର୍ବରୁ ଯେଉଁ ଧାରଣା ରହିଥିଲା ତାହା ଧୀରେ ଧୀରେ ବଦଳୁଛି : ପ୍ରଧାନମନ୍ତ୍ରୀ
ବିଭିନ୍ନ ପ୍ରକାରର ବାଧା ସମ୍ପର୍କରେ ଆଲୋକପାତ କରି, ଅଭିଜ୍ଞ କର୍ମଚାରୀଙ୍କ ଠାରୁ ପରାମର୍ଶ ଲୋଡ଼ିବାରେ ଉଚ୍ଚନୀଚ ପଦବୀର ଭେଦଭାବକୁ ଦୂରେଇବା ନିମନ୍ତେ ଅଧିକାରୀମାନଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ
ସରକାରୀ କର୍ମଚାରୀଙ୍କୁ ନୂଆ ପରିସ୍ଥିତି ସହ ଖାପଖୁଆଇବା ସହିତ ସେମାନଙ୍କର ମାନସିକତା ଓ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା କର୍ମଯୋଗୀ ମିଶନର ଉଦ୍ଦେଶ୍ୟ, ଯାହାଫଳରେ ସେମାନେ ବିଷୟକୁ ସହଜରେ ଓ ଖୁସିରେ ବୁଝିପାରିବେ ଏବଂ ଏହି ସଂସ୍କାରର ପରିଣାମ ସ୍ୱରୂପ, ପ୍ରଶାସନିକ ବ୍ୟବସ୍ଥାରେ ମୌଳିକ ସୁଧାର ଆସିବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ର ଠାରେ ସର୍ବପ୍ରଥମ ଜାତୀୟ ପ୍ରଶିକ୍ଷଣ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ନିଜର ଦୀର୍ଘ ତଥା ସମୃଦ୍ଧ ରାଜନୈତିକ ଓ ପ୍ରଶାସନିକ ଅନୁଭୂତିରୁ ପ୍ରାପ୍ତ ଅନେକ ଉପାଖ୍ୟାନ ଓ କାହାଣୀ ବିଷୟରେ ନିଜର ଅଭିଭାଷଣରେ ଉଲ୍ଲେଖ କରିଥିଲେ। ନିଜର ସମ୍ବୋଧନରେ ଭିନ୍ନ ଭିନ୍ନ ଉଦାହରଣ ଦେଇ ସେ ସରକାରୀ କାର୍ଯ୍ୟରେ ସେବା ଉନ୍ମୁଖତା, ସାଧାରଣ ଲୋକଙ୍କ ଆକାଂକ୍ଷାକୁ ସାକାର କରିବାର ଦାୟିତ୍ୱ, ଉଚ୍ଚନୀଚ ପଦବୀର ଭେଦଭାବକୁ ଦୂର କରିବା ଓ ସଂସ୍ଥାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅଭିଜ୍ଞତାକୁ ଉପଯୋଗ କରିବା, ଜନଭାଗିଦାରୀର ମହତ୍ୱ, ବ୍ୟବସ୍ଥାରେ ସୁଧାର ଆଣିବା ଓ ଅଭିନବ ପଦକ୍ଷେପ ଗ୍ରହଣ କରିବା ଆଦି ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି କହିଥିଲେ ଯେ, ପ୍ରଶିକ୍ଷଣ ମଡ୍ୟୁଲକୁ ଏପରି ଭାବେ ପ୍ରସ୍ତୁତ ଓ ବିକଶିତ କରାଯିବା ଉଚିତ୍‌ ଯାହାଫଳରେ ସରକାରୀ ଅଧିକାରୀମାନେ ସେମାନଙ୍କ ମନରେ ଏସବୁ ବିଷୟକୁ ସାମିଲ କରିପାରିବେ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ଏବେ ପ୍ରଧାନମନ୍ତ୍ରୀ ଭାବେ ନିଜର ଅଭିଜ୍ଞତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାରଙ୍କ ପାଖରେ କେବେ ବି ପ୍ରତିଭାବାନ, ସମର୍ପିତ ଏବଂ ସଂକଳ୍ପବଦ୍ଧ ଅଧିକାରୀଙ୍କ ଅଭାବ ନଥିଲା। ସେ କହିଥିଲେ ଯେ ଭାରତୀୟ ସେନା ଭଳି ଅନୁଷ୍ଠାନ ଯେପରି ସାଧାରଣ ଲୋକଙ୍କ ମନରେ ନିଷ୍କଳଙ୍କ ବିଶ୍ୱସନୀୟତା ସୃଷ୍ଟି କରିପାରିଛି, ସରକାରୀ ବ୍ୟବସ୍ଥା ପ୍ରତି ଲୋକମାନଙ୍କ ମଧ୍ୟରେ ସେପରି ବିଶ୍ୱାସ ଜନ୍ମାଇବା ସବୁ ସରକାରୀ କର୍ମଚାରୀମାନଙ୍କର ଉତ୍ତରଦାୟିତ୍ୱ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରଶିକ୍ଷଣ ଅଧିକାରୀମାନଙ୍କ ମଧ୍ୟରେ ଥିବା ସମ୍ଭାବନାକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କ ମଧ୍ୟରେ ସାମଗ୍ରିକ ସରକାର ଆଭିମୁଖ୍ୟ ଓ ଜନଭାଗିଦାରୀ ଭାବନା ସୃଷ୍ଟି କରିବା ଉଚିତ୍ । ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନିଯୁକ୍ତି ମିଳିବାକୁ ଦଣ୍ଡାତ୍ମକ ବଦଳି ବୋଲି ପୂର୍ବରୁ ଯେଉଁ ଧାରଣା ରହିଥିଲା ତାହା ଧୀରେ ଧୀରେ ବଦଳୁଛି ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ପ୍ରଶିକ୍ଷଣ ପ୍ରତିଷ୍ଠାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟରୁ ଗୋଟିଏ, କାରଣ ଅନେକ ଦଶନ୍ଧି ଧରି ସରକାରୀ ବିଭାଗରେ କାମ କରୁଥିବା କର୍ମଚାରୀମାନେ ଏଠାରୁ ପ୍ରଶିକ୍ଷଣ ଲାଭ କରିଥାନ୍ତି।

ବିଭିନ୍ନ ପ୍ରକାରର ବାଧା ସମ୍ପର୍କରେ ଆଲୋକପାତ କରି, ଅଭିଜ୍ଞ କର୍ମଚାରୀଙ୍କ ଠାରୁ ପରାମର୍ଶ ଲୋଡ଼ିବା କ୍ଷେତ୍ରରେ ଉଚ୍ଚନୀଚ ପଦବୀର ଭେଦଭାବକୁ ଏଡ଼ାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ସରକାରୀ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ ।

ପ୍ରଶିକ୍ଷଣ ପ୍ରତ୍ୟେକ ସରକାରୀ ସେବା କର୍ମଚାରୀଙ୍କ ମଧ୍ୟରେ ଜନଭାଗିଦାରୀ ଭଳି ଗୁରୁତ୍ୱପୂର୍ଣ୍ଣ ଭାବନା ଜାଗ୍ରତ କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ଶ୍ରୋତାମାନଙ୍କୁ ଏହାର ଉଦାହରଣ ଦେଇ ସେ କହିଥିଲେ ଯେ, ସ୍ୱଚ୍ଛ ଭାରତ ମିଶନ, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ, ଅମୃତ ସରୋବର ଏବଂ ଭାରତରେ ବିଶ୍ୱର ସର୍ବାଧିକ ଡିଜିଟାଲ କାରବାର ହେବାର ଶ୍ରେୟ ଜନଭାଗିଦାରୀକୁ ଯାଉଛି । 

ପ୍ରତ୍ୟେକ ସ୍ତର ଓ ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ଆଇଜିଓଟି କର୍ମଯୋଗୀ ପ୍ଲାଟଫର୍ମ ପ୍ରଶିକ୍ଷଣ ପାଇଁ ସମସ୍ତଙ୍କ ଲାଗି ଏକ ସମାନ ସ୍ତରର ସୁଯୋଗ ଯୋଗାଇ ଦେଉଛି। ଶ୍ରୀ ମୋଦୀ କହିଥିଲେ, ଆଇଜିଓଟି କର୍ମଯୋଗୀ ପଞ୍ଜୀକରଣ 10 ଲକ୍ଷ ବ୍ୟବହାରକାରୀ ଆଧାର ଅତିକ୍ରମ କରିବା ଦର୍ଶାଉଛି ଯେ ସରକାରୀ ବ୍ୟବସ୍ଥାରେ ଥିବା ଲୋକମାନେ ଶିଖିବା ପାଇଁ ଆଗ୍ରହୀ ଅଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ସରକାରୀ କର୍ମଚାରୀଙ୍କୁ ନୂଆ ପରିସ୍ଥିତି ସହ ଖାପଖୁଆଇବା ସହିତ ସେମାନଙ୍କର ମାନସିକତା ଓ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା କର୍ମଯୋଗୀ ମିଶନର ଉଦ୍ଦେଶ୍ୟ, ଯାହାଫଳରେ ସେମାନେ ବିଷୟକୁ ସହଜରେ ଓ ଖୁସିରେ ବୁଝିପାରିବେ ଏବଂ ଏହି ସଂସ୍କାରର ପରିଣାମ ସ୍ୱରୂପ, ପ୍ରଶାସନିକ ବ୍ୟବସ୍ଥାରେ ମୌଳିକ ସୁଧାର ଆସିବ ।

ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ବିଭିନ୍ନ ବିଷୟ ଉପରେ ବିଚାରବିମର୍ଶ କରିବା ନିମନ୍ତେ ସେ ଶୁଭକାମନା ଜଣାଇଥିଲେ। ଦେଶରେ ପ୍ରଶିକ୍ଷଣ ଭିତ୍ତିଭୂମିରେ ସୁଧାର ଆଣିବା ଲାଗି କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ପରାମର୍ଶ ଦେବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ନିୟମିତ ବ୍ୟବଧାନରେ ସମ୍ମିଳନୀ ଆୟୋଜନ ନିମନ୍ତେ ଏକ ସଂସ୍ଥାଗତ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action