ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ୱାରକା ସେକ୍ଟର ୨୧ରୁ 'ଯଶୋଭୂମି ଦ୍ୱାରକା ସେକ୍ଟର ୨୫' ପର୍ଯ୍ୟନ୍ତ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ଲାଇନର ସଂପ୍ରସାରଣକୁ ଉଦଘାଟନ କରିଛନ୍ତି । ନୂତନ ମେଟ୍ରୋ ଷ୍ଟେସନରେ ତିନୋଟି ସବଓ୍ବେ ରହିବ - ଏକ ୭୩୫ ମିଟର ଲମ୍ବା ସବଓ୍ବେ ଯାହା ଷ୍ଟେସନକୁ ପ୍ରଦର୍ଶନୀ ହଲ୍ , କନଭେନସନ୍ ସେଣ୍ଟର ଏବଂ ସେଣ୍ଟ୍ରାଲ ଏରିନା କୁ ସଂଯୋଗ କରେ; ଦ୍ୱାରକା ଏକ୍ସପ୍ରେସୱେ ଦେଇ ପ୍ରବେଶ/ପ୍ରସ୍ଥାନକୁ ସଂଯୋଗ କରୁଥିବା ଅନ୍ୟ ଏକ; ତୃତୀୟଟି ମେଟ୍ରୋ ଷ୍ଟେସନକୁ 'ଯଶୋଭୂମି'ର ଭବିଷ୍ୟତର ପ୍ରବେଶ ପଥ ସହିତ ସଂଯୋଗ କରୁଛି।

ଦିଲ୍ଲୀ ମେଟ୍ରୋ ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ମେଟ୍ରୋ ଟ୍ରେନର ବେଗ ଘଣ୍ଟାପ୍ରତି ୯୦ରୁ ୧୨୦ କିଲୋମିଟର କୁ ବୃଦ୍ଧି ପାଇବ, ଯାହା ଦ୍ୱାରା ଯାତ୍ରା ସମୟ ହ୍ରାସ ପାଇବ । 'ନୂଆଦିଲ୍ଲୀ'ରୁ 'ଯଶୋଭୂମି ଦ୍ୱାରକା ସେକ୍ଟର ୨୫' ପର୍ଯ୍ୟନ୍ତ ଯାତ୍ରା ପାଇଁ ପ୍ରାୟ ୨୧ ମିନିଟ୍ ସମୟ ଲାଗିବ।

ଧୌଲା କୁଆଁ ମେଟ୍ରୋ ଷ୍ଟେସନରୁ ମେଟ୍ରୋ ଯୋଗେ ପ୍ରଧାନମନ୍ତ୍ରୀ ଯଶୋଭୂମି ଦ୍ୱାରକା ସେକ୍ଟର ୨୫ ମେଟ୍ରୋ ଷ୍ଟେସନରେ ପହଞ୍ଚିଥିଲେ । 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରିଛି:

‘‘ଦିଲ୍ଲୀ ମେଟ୍ରୋରେ ସମସ୍ତଙ୍କ ମୁହଁରେ ହସ ! ଯଶୋଭୂମି କନଭେନସନ୍ ସେଣ୍ଟରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବା ପାଇଁ ଦ୍ୱାରକା ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଥିଲେ।’’

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘‘ଦ୍ୱାରକା ଯିବା ଏବଂ ଫେରିବା ଏକ ସ୍ମରଣୀୟ ମେଟ୍ରୋ ଯାତ୍ରା, ଯାହା ବିଭିନ୍ନ ବର୍ଗର ସହଯାତ୍ରୀଙ୍କ ଦ୍ୱାରା ଆହୁରି ସ୍ୱତନ୍ତ୍ର ହୋଇଛି।’’

 

 

The Prime Minister posted on X:

“A memorable Metro journey to Dwarka and back, made even more special by the amazing co-passengers from different walks of life.”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action