ଇଣ୍ଟରନେଟ୍ ସଂଯୋଗ, ରେଳ, ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ଗବେଷଣା ଏବଂ ପର୍ଯ୍ୟଟନ କ୍ଷେତ୍ର ଅଧୀନରେ ଏକାଧିକ ପ୍ରକଳ୍ପର ଉଦଘାଟନ
ଭାରତ ନେଟ୍ ଫେଜ୍ -୨ - ଗୁଜରାଟ ଫାଇବର ଗ୍ରିଡ୍ ନେଟୱାର୍କ ଲିମିଟେଡ୍ ଦେଶ ଉଦ୍ଦେଶ୍ୟରେ ସମର୍ପିତ
ରେଳ, ସଡ଼କ ଓ ଜଳ ଯୋଗାଣ ପାଇଁ ଏକାଧିକ ପ୍ରକଳ୍ପର ଲୋକାର୍ପଣ
ଗାନ୍ଧୀନଗର ଠାରେ ଗୁଜରାଟ ବାୟୋଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର ମୁଖ୍ୟ ଏକାଡେମିକ କୋଠା ଲୋକାର୍ପିତ
ଆନନ୍ଦରେ ଜିଲ୍ଲାସ୍ତରୀୟ ଡାକ୍ତରଖାନା ଓ ଆୟୁର୍ବେଦିକ ହସ୍ପିଟାଲ ଏବଂ ଆମ୍ବାଜି ଠାରେ ରିନଛାଡ଼ିଆ ମହାଦେବ ମନ୍ଦିର ଓ ହ୍ରଦର ବିକାଶ ପାଇଁ ଶିଳାନ୍ୟାସ
ଗାନ୍ଧୀନଗର, ଅହମ୍ମଦାବାଦ, ବନାସକଣ୍ଠା ଏବଂ ମହେସାନାରେ ଏକାଧିକ ସଡ଼କ ଏବଂ ଜଳ ଯୋଗାଣ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ; ଏୟାରଫୋର୍ସ ଷ୍ଟେସନ , ଦିସାରେ ରନୱେ
ଅହମ୍ମଦାବାଦରେ ହ୍ୟୁମାନ ଓ ବାୟୋଲୋଜିକାଲ୍ ସାଇନ୍ସ ଗ୍ୟାଲେରୀ, ଗିଫ୍ଟ ସିଟିରେ ଗୁଜରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର (ଜିବିଆରସି)ର ନୂତନ କୋଠାର ଶିଳାନ୍ୟାସ
"ମେହସାନାରେ ରହିବା ସବୁବେଳେ ସ୍ୱତନ୍ତ୍ର ହୋଇଥାଏ"
ଏହା ଏପରି ଏକ ସମୟ ଯେତେବେଳେ ଭଗବାନଙ୍କ କାମ (ଦେବ କାର୍ଯ୍ୟ) ହେଉ କିମ୍ବା ଦେଶର କାମ (ଦେଶ କାର୍ଯ୍ୟ) ଉଭୟ ଦ୍ରୁତ ଗତିରେ ଚାଲିଛି
"ମୋଦିଙ୍କ ଗ୍ୟାରେଣ୍ଟିର ଲକ୍ଷ୍ୟ ହେଉଛି ସମାଜର ଅନ୍ତିମ ସ୍ଥାନରେ ଥିବା ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ମହେସାନାର ତରଭ ଠାରେ ୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ଏବଂ ଶିଳାନ୍ୟାସ କରିଛନ୍ତି
ଇଣ୍ଟରନେଟ୍ ସଂଯୋଗ, ରେଳ, ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ଗବେଷଣା ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ମହେସାନାର ତରଭ ଠାରେ ୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ଏବଂ ଶିଳାନ୍ୟାସ କରିଛନ୍ତି 

ଇଣ୍ଟରନେଟ୍ ସଂଯୋଗ, ରେଳ, ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ଗବେଷଣା ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି 

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଠିକ୍ ଏକ ମାସ ପୂର୍ବେ ଜାନୁଆରୀ ୨୨ ତାରିଖକୁ ମନେ ପକାଇଥିଲେ ଯେତେବେଳେ ତାଙ୍କୁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ କରିବାର ସୁଯୋଗ ମିଳିଥିଲା । ଫେବୃଆରି ୧୪ ତାରିଖରେ ବସନ୍ତ ପଞ୍ଚମୀରେ ଆବୁଧାବିରେ ଉପସାଗରୀୟ ଦେଶ ଗୁଡ଼ିକର ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବା ଅବସରକୁ ସେ ମନେ ପକାଇଥିଲେ । ଉତ୍ତରପ୍ରଦେଶର ସମ୍ଭାଲ ଜିଲ୍ଲାରେ ପ୍ରଧାନମନ୍ତ୍ରୀ କଳ୍‌କୀ ଧାମର ଶିଳାନ୍ୟାସ ବିଷୟରେ ଉଲ୍ଲେଖ କରିଥିଲେ । ଆଜି ତରଭସ୍ଥିତ ବାଲିନାଥ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବା ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି । 

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ , ଭାରତ ଏବଂ ବିଶ୍ୱ ପାଇଁ ବାଲିନାଥ ଶିବ ମନ୍ଦିର ଏକ ତୀର୍ଥସ୍ଥଳୀ , କିନ୍ତୁ ଏହା ରେୱାରି ସମାଜ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତମାନଙ୍କ ପାଇଁ ଗୁରୁଙ୍କ ଶୁଭ ସ୍ଥାନ ଅଟେ । 

ଉଭୟ 'ଦେବ କାର୍ଯ୍ୟ' ଏବଂ 'ଦେଶ କାର୍ଯ୍ୟ' (ଜାତୀୟ କାର୍ଯ୍ୟ) ଦ୍ରୁତ ଗତିରେ ଚାଲିଥିବାରୁ ଭାରତର ବିକାଶ ଯାତ୍ରାରେ ବର୍ତ୍ତମାନର ମୁହୂର୍ତ୍ତର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗୋଟିଏ ପଟେ ଏହି ଶୁଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟପଟେ ୧୩ ହଜାର କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟକୁ ଲୋକାର୍ପଣ ତଥା ଶିଳାନ୍ୟାସ କରାଯାଇଛି । ଏହି ରେଳ, ସଡ଼କ, ବନ୍ଦର, ପରିବହନ, ଜଳ, ନିରାପତ୍ତା, ନଗର ଉନ୍ନୟନ ଓ ପର୍ଯ୍ୟଟନ ପ୍ରକଳ୍ପ ଗୁଡ଼ିକ ସହଜ ଜୀବନଧାରଣ କରିବା ସହ ଏହି ଅଞ୍ଚଳର ଯୁବକ ମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । 

ମେହସାନାର ପବିତ୍ର ଭୂମିରେ ଦିବ୍ୟ ଶକ୍ତିର ଉପସ୍ଥିତିକୁ ଅବଲୋକନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଭଗବାନ କୃଷ୍ଣ ଏବଂ ଭଗବାନ ମହାଦେବଙ୍କ ସହ ଜଡିତ ହଜାର ହଜାର ବର୍ଷର ଆଧ୍ୟାତ୍ମିକ ଚେତନା ସହିତ ଲୋକଙ୍କୁ ଯୋଡିଥାଏ । ଏହି ଶକ୍ତି ଲୋକଙ୍କୁ ଗାଦିପତି ମହନ୍ତ ବୀରମ - ଗିରି ବାପୁଜୀଙ୍କ ଯାତ୍ରା ସହିତ ଯୋଡ଼ିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗାଦିପତି ମହନ୍ତ ବଳଦେବଗିରି ବାପୁଙ୍କ ସଂକଳ୍ପକୁ ଆଗକୁ ବଢ଼ାଇ ଏହାକୁ ପୂରଣ କରିଥିବାରୁ ସେ ମହନ୍ତ ଶ୍ରୀରାମଗିରି ବାପୁଙ୍କୁ ପ୍ରଣାମ କରିଥିଲେ । ବଳଦେବଗିରି ବାପୁଜୀଙ୍କ ସହ ତାଙ୍କର ଚାରି ଦଶନ୍ଧିର ଗଭୀର ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିବା ପାଇଁ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କୁ ଅନେକ ଥର ତାଙ୍କ ବାସଭବନକୁ ସ୍ୱାଗତ କରିଥିଲେ ବୋଲି ଉଲ୍ଲେଖ କରିଥିଲେ । ୨୦୨୧ରେ ତାଙ୍କର ବିୟୋଗକୁ ମନେ ପକାଇ ସେ କହିଥିଲେ ଯେ ତାଙ୍କ ସଂକଳ୍ପର ସଫଳତା ପରେ ତାଙ୍କର ଦିବଂଗତ ଆତ୍ମା ଆଜି ସମସ୍ତଙ୍କୁ ଆଶୀର୍ବାଦ ଦେବ । ଶତାଧିକ କାରିଗର ଓ ଶ୍ରମଜୀବୀଙ୍କ ଅବଦାନ ଓ ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏକବିଂଶ ଶତାବ୍ଦୀର ମହିମା ଓ ପ୍ରାଚୀନ ପରମ୍ପରାର ଦେବତ୍ୱରେ ଶତାବ୍ଦୀ ପୁରୁଣା ଏହି ମନ୍ଦିର ସମ୍ପୂର୍ଣ୍ଣ ହୋଇଛି । ଆଜି ବାଲିନାଥ ମହାଦେବ, ହିଙ୍ଗଳାଜ ମାତା ଓ ଭଗବାନ ଦତ୍ତାତ୍ରେୟଙ୍କ ସଫଳ ପ୍ରତିଷ୍ଠା ପାଇଁ ସେମାନଙ୍କ ଉଦ୍ୟମକୁ ସେ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମନ୍ଦିରଗୁଡିକ ଏକ ଉପାସନା ସ୍ଥାନ ଠାରୁ ଅଧିକ ଏବଂ ଏହା ଆମର ଶତାବ୍ଦୀ ପୁରୁଣା ସଭ୍ୟତାର ପ୍ରତୀକ ମଧ୍ୟ ଅଟେ । ସମାଜରେ ଜ୍ଞାନର ପ୍ରସାରରେ ମନ୍ଦିରର ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଜ୍ଞାନର ପ୍ରସାର ପରମ୍ପରାକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ସ୍ଥାନୀୟ ଧାର୍ମିକ ଆଖଡ଼ାମାନଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ପୁସ୍ତକ ପରବର ଆୟୋଜନ ଏବଂ ବିଦ୍ୟାଳୟ ଏବଂ ହଷ୍ଟେଲ ନିର୍ମାଣ ଲୋକଙ୍କ ମଧ୍ୟରେ ସଚେତନତା ଏବଂ ଶିକ୍ଷା ବୃଦ୍ଧି କରିଛି । ଦେବ କାର୍ଯ୍ୟ ଓ ଦେଶ କାର୍ଯ୍ୟର ଏହା ଠାରୁ ଭଲ ଉଦାହରଣ ଆଉ କିଛି ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏଭଳି ଆଲୋକିତ ପରମ୍ପରାକୁ ପ୍ରୋତ୍ସାହନ ଦେଇଥିବାରୁ ସେ ରେୱାରି ସମାଜକୁ ପ୍ରଶଂସା କରିଥିଲେ । 

ପ୍ରଧାନମନ୍ତ୍ରୀ ବାଲିନାଥ ଧାମରେ ଥିବା ସବକା ସାଥ ବିକାଶର ଭାବନା ବିଷୟରେ କହିଥିଲେ ଏବଂ ଏହି ଭାବନା ସହିତ ସମନ୍ୱୟ ରକ୍ଷା କରି ପ୍ରତ୍ୟେକ ବର୍ଗର ଜୀବନକୁ ଉନ୍ନତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ମୋଦିଙ୍କ ଗ୍ୟାରେଣ୍ଟିର ଲକ୍ଷ୍ୟ ହେଉଛି ସମାଜର ଅନ୍ତିମ ସ୍ଥାନରେ ଥିବା ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆଣିବା । କୋଟି କୋଟି ଗରିବଙ୍କ ପାଇଁ ପକ୍କା ଘର ନିର୍ମାଣ ସହ ନୂଆ ମନ୍ଦିର ସ୍ଥାପନାକୁ ସେ ପ୍ରଶଂସା କରିବା ସହ ନିକଟରେ ୧.୨୫ ଲକ୍ଷ ଘରର ଶିଳାନ୍ୟାସ ଓ ଲୋକାର୍ପଣକୁ ମନେ ପକାଇଥିଲେ । ୮୦ କୋଟି ନାଗରିକଙ୍କୁ 'ଭଗବାନ କା ପ୍ରସାଦ' ରୂପେ ମାଗଣା ରାସନ ଏବଂ ୧୦ କୋଟି ନୂଆ ପରିବାରକୁ ପାଇପ୍ ଯୋଗେ ପାଣି 'ଅମୃତ' ବୋଲି ସେ ଉଲ୍ଲେଖ କରିଛନ୍ତି । 

 

ଗତ ଦୁଇ ଦଶନ୍ଧି ମଧ୍ୟରେ ଭିତ୍ତିଭୂମି ବିକାଶ ବ୍ୟତୀତ ଗୁଜରାଟରେ ଐତିହ୍ୟ ସ୍ଥଳ ଗୁଡ଼ିକର ବିକାଶ ଦିଗରେ ସରକାରଙ୍କ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଅନେକ ଦଶନ୍ଧି ଧରି ଭାରତରେ ବିକାଶ ଓ ଐତିହ୍ୟ ମଧ୍ୟରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ, ପବିତ୍ର ସୋମନାଥ ମନ୍ଦିର ବିବାଦର ସ୍ଥାନରେ ପରିଣତ ହେବା, ପାୱାଗଡ଼ ସ୍ଥଳକୁ ଅବହେଳା, ମୋଧେରାର ସୂର୍ଯ୍ୟ ମନ୍ଦିରକୁ ନେଇ ଭୋଟ ବ୍ୟାଙ୍କ ରାଜନୀତି, ଭଗବାନ ରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇବା ଏବଂ ତାଙ୍କ ମନ୍ଦିରର ବିକାଶରେ ବାଧା ସୃଷ୍ଟି କରିବା ଭଳି ପ୍ରସଙ୍ଗକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ । ରାମଲାଲାଙ୍କ ଜନ୍ମସ୍ଥାନରେ ନିର୍ମିତ ମନ୍ଦିରକୁ ନେଇ ସମଗ୍ର ଦେଶ ଆନନ୍ଦିତ ହେଉଥିଲେ ମଧ୍ୟ ସେହି ଲୋକମାନେ ଏବେ ବି ନକାରାତ୍ମକତା ପ୍ରଚାର କରୁଛନ୍ତି ବୋଲି ସେ ଦର୍ଶାଇଛନ୍ତି । 

ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ନୂଆ ଭାରତରେ କରାଯାଉଥିବା ପ୍ରତ୍ୟେକ ପ୍ରୟାସ ଭବିଷ୍ୟତ ପିଢ଼ି ପାଇଁ ଏକ ଐତିହ୍ୟ ସୃଷ୍ଟି କରୁଛି । ଆଜି ଯେଉଁ ନୂଆ ଓ ଅତ୍ୟାଧୁନିକ ସଡ଼କ ଓ ରେଳ ଧାରଣା ନିର୍ମାଣ କରାଯାଉଛି ତାହା କେବଳ ବିକଶିତ ଭାରତର ମାର୍ଗ । ସେ କହିଛନ୍ତି ଯେ ଆଜି ମେହସାନାକୁ ରେଳ ସଂଯୋଗ ସୁଦୃଢ଼ ହୋଇଛି । ଏହି ରେଳ ଲାଇନ ଦୋହରୀକରଣ ଦ୍ୱାରା କାଣ୍ଡଲା, ଟୁନା ଓ ମୁନ୍ଦ୍ରା ବନ୍ଦର ସହିତ ବନାସକଣ୍ଠା ଓ ପାଟଣର ଯୋଗାଯୋଗରେ ଉନ୍ନତି ଘଟିଛି ବୋଲି ସେ କହିଥିଲେ । ସେ କହିଛନ୍ତି ଯେ ଦେଢ଼ ବର୍ଷ ତଳେ ସେ ଦିସା ଏୟାରଫୋର୍ସ ଷ୍ଟେସନ ରନୱେ ପାଇଁ ଶିଳାନ୍ୟାସ କରିଥିଲେ । ମୋଦି ଯାହା ପ୍ରତିଶ୍ରୁତି ଦିଅନ୍ତି, ସେ ତାହା ପୂରଣ କରନ୍ତି, ଦିସାର ଏହି ରନ୍‌ୱେ ଏହାର ଏକ ଉଦାହରଣ । ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି\" ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

 

୨୦ -୨୫ ବର୍ଷ ପୂର୍ବେ ଶିଳ୍ପାୟନର ପରିସର ସହିତ ଉତ୍ତର ଗୁଜରାଟରେ ସୁଯୋଗ ଅତ୍ୟନ୍ତ ସୀମିତ ଥିବା ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଗୋପାଳକ ମାନେ ସାମନା କରୁଥିବା ଆହ୍ୱାନ ଏବଂ କୃଷକଙ୍କ କ୍ଷେତକୁ ଜଳସେଚନ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ବର୍ତ୍ତମାନର ସରକାର ଆଣିଥିବା ସକାରାତ୍ମକ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ ଏବଂ କୃଷକମାନେ ବର୍ଷକୁ ୨ - ୩ଟି ଫସଲ ଚାଷ କରିବା ଏବଂ ସମଗ୍ର ଅଞ୍ଚଳର ଜଳସ୍ତର ବୃଦ୍ଧି ବିଷୟରେ ଉଲ୍ଲେଖ କରିଥିଲେ । ଆଜି ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜଳ ଯୋଗାଣ ଏବଂ ଜଳ ଉତ୍ସ ସହ ଜଡ଼ିତ ୮ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଉତ୍ତର ଗୁଜରାଟର ଜଳ ସମସ୍ୟାର ସମାଧାନ କରିବାରେ ଆହୁରି ସହାୟକ ହେବ । ଡ୍ରିପ୍ ଜଳସେଚନ ଭଳି ଆଧୁନିକ ଜ୍ଞାନକୌଶଳ ଗ୍ରହଣ କରିବା ଏବଂ ରାସାୟନିକ ମୁକ୍ତ ପ୍ରାକୃତିକ ଚାଷର ଉଦୀୟମାନ ଧାରା ପାଇଁ ସେ ଉତ୍ତର ଗୁଜରାଟର କୃଷକମାନଙ୍କୁ ପ୍ରଶଂସା କରିଥିଲେ । ଆପଣଙ୍କ ପ୍ରୟାସ ସମଗ୍ର ଦେଶରେ କୃଷକମାନଙ୍କ ଉତ୍ସାହ ବୃଦ୍ଧି କରିବ ବୋଲି ସେ କହିଛନ୍ତି । 

ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ଦେଶର ବିକାଶ ସହ ଐତିହ୍ୟର ସଂରକ୍ଷଣ ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଆଜିର ବିକାଶ ମୂଳକ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଇଥିଲେ । 

 

ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କ ସମେତ ଅନେକ ସାଂସଦ, ବିଧାୟକ ଏବଂ ଗୁଜରାଟ ସରକାରଙ୍କ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । 

ପୃଷ୍ଠଭୂମିଥସମ୍ପାଦନାଧ

ପ୍ରଧାନମନ୍ତ୍ରୀ ଭାରତ ନେଟ୍ ଫେଜ୍ -୨ - ଗୁଜରାଟ ଫାଇବର ଗ୍ରିଡ୍ ନେଟୱାର୍କ ଲିମିଟେଡ୍ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ, ଯାହା ୮୦ରୁ ଅଧିକ ଗ୍ରାମ ପଞ୍ଚାୟତକୁ ହାଇସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରିବ; ମହେସାନା ଏବଂ ବନାସକଣ୍ଠା ଜିଲ୍ଲାରେ ରେଳ ଲାଇନ ଦୋହରୀକରଣ, ଗେଜ୍ ରୂପାନ୍ତରଣ, ନୂତନ ବ୍ରଡଗେଜ ଲାଇନ ପାଇଁ ଏକାଧିକ ପ୍ରକଳ୍ପ; ଖେଡା, ଗାନ୍ଧୀନଗର, ଅହମ୍ମଦାବାଦ ଏବଂ ମହେସାନାରେ ଏକାଧିକ ସଡ଼କ ପ୍ରକଳ୍ପ; ଗାନ୍ଧୀନଗର ଠାରେ ଗୁଜରାଟ ବାୟୋଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର ମୁଖ୍ୟ ଏକାଡେମିକ କୋଠା; ଅନ୍ୟମାନଙ୍କ ମଧ୍ୟରେ ବନାସକଣ୍ଠାରେ ଏକାଧିକ ଜଳ ଯୋଗାଣ ପ୍ରକଳ୍ପ ଏଥିରେ ରହିଛି ।

 

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆନନ୍ଦ ଜିଲ୍ଲାରେ ଏକ ନୂତନ ଜିଲ୍ଲାସ୍ତରୀୟ ଡାକ୍ତରଖାନା ଏବଂ ଆୟୁର୍ବେଦିକ ଡାକ୍ତରଖାନା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ବନାସକଣ୍ଠାର ଅମ୍ବାଜୀ ଅଞ୍ଚଳରେ ରିନ୍‌ଛାଡିଆ ମହାଦେବ ମନ୍ଦିର ଏବଂ ହ୍ରଦର ବିକାଶ; ଗାନ୍ଧୀନଗର, ଅହମ୍ମଦାବାଦ, ବନାସକଣ୍ଠା ଏବଂ ମହେସାନାରେ ଏକାଧିକ ସଡ଼କ ପ୍ରକଳ୍ପ; ଏୟାରଫୋର୍ସ ଷ୍ଟେସନର ରନୱେ, ଦିସା; ଅହମ୍ମଦାବାଦରେ ହ୍ୟୁମାନ ଓ ବାୟୋଲୋଜିକାଲ୍ ସାଇନ୍ସ ଗ୍ୟାଲେରୀ; ଗିଫ୍ଟ ସିଟିରେ ଗୁଜରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର (ଜିବିଆରସି)ର ନୂତନ କୋଠା; ଗାନ୍ଧିନଗର, ଅହମ୍ମଦାବାଦ ଏବଂ ବନାସକଣ୍ଠାରେ ଜଳ ଯୋଗାଣରେ ଉନ୍ନତି ଆଣିବା ପାଇଁ ଏକାଧିକ ପ୍ରକଳ୍ପ ଏଥିରେ ଅନ୍ତର୍ଭୁକ୍ତ।

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre's Nasha Mukt Bharat campaign reaches 34.54 crore people

Media Coverage

Centre's Nasha Mukt Bharat campaign reaches 34.54 crore people
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Samvatsari
September 15, 2026

The Prime Minister, Shri Narendra Modi, has extended his greetings to the people on the sacred occasion of Samvatsari. Shri Modi said that Samvatsari reminds us that forgiveness and compassion strengthen every bond. He called upon everyone to embrace humility and let kindness and goodwill guide their actions.

The Prime Minister posted on X:

Samvatsari reminds us that forgiveness and compassion strengthen every bond.

On this sacred occasion, may humility guide us and may kindness and goodwill shape our every action.

Michhami Dukkadam!