Our Government is committed to ensuring progress and prosperity for the vibrant Bodo community:PM
A strong foundation has been laid for the bright future of the Bodo people: PM
The entire North East is the Ashtalakshmi of India: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇ ଦିନିଆ ପ୍ରଥମ ବୋଡ଼ୋଲ୍ୟାଣ୍ଡ ମହୋତ୍ସବକୁ ଉଦଘାଟନ କରିଛନ୍ତି । ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଧାରିତ ଏହି ଉତ୍ସବ ଏକ ଉତ୍ସାହୀ ବୋଡ଼ୋ ସମାଜ ଗଠନ ସହ ଶାନ୍ତିି ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ।

ଉପସ୍ଥିତ ଜନତାଙ୍କୁ ଉଦବୋଧନ ଅବସରରେ ଶ୍ରୀ ମୋଦୀ ଦେଶବାସୀଙ୍କୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳିର ଅଭିନନ୍ଦନ ଜଣାଇଥିଲେ । ଆଜି ଗୁରୁ ନାନକ ଦେବ ଜୀଙ୍କ ୫୫୫ତମ ପ୍ରକାଶ ପର୍ବ ପାଳନ କରାଯାଉଥିବାରୁ ସେ ବିଶ୍ୱବ୍ୟାପୀ ଶିଖ୍ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ମଧ୍ୟ କହିଥିଲେ, ଆଜି ଭଗବାନ ବୀର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଦେଶବାସୀ ଜନଜାତୀୟ ଗୌରବ ଦିବସ ପାଳନ କରୁଛନ୍ତି । ପ୍ରଥମ ବୋଡୋଲ୍ୟାଣ୍ଡ ମହୋତ୍ସବକୁ ଉଦଘାଟନ କରିଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହ ସମୃଦ୍ଧି, ସଂସ୍କୃତି ଓ ଶାନ୍ତିର ନୂତନ ଭବିଷ୍ୟତ ପାଇଁ ଉତ୍ସବ ମନାଇବାକୁ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିବା ବୋଡ଼ୋ ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

ଏହି ଅବସର ତାଙ୍କ ପାଇଁ ଆବେଗର ସମୟ ବୋଲି ବର୍ଣ୍ଣନା କରିବା ସହ ଶ୍ରୀ ମୋଦୀ କହିଥିଲେ ଦୀର୍ଘ ୫୦ ବର୍ଷର ହିଂସାର ସମାପ୍ତି ପରେ ବୋଡ଼ୋଲାଣ୍ଡ ପ୍ରଥମ ଏକତାର ଉତ୍ସବ ମନାଉଥିବାରୁ ଏହା ଅତ୍ୟନ୍ତ ଉପଯୁକ୍ତ କ୍ଷଣ । ରଣଚଣ୍ଡୀ ନୃତ୍ୟ ବୋଡୋଲ୍ୟାଣ୍ଡର ଶକ୍ତିକୁ ପ୍ରଦର୍ଶନ କରେ । ବର୍ଷ ବର୍ଷ ଧରି ସଂଘର୍ଷ ଓ ମଧ୍ୟସ୍ଥିର ପ୍ରଚେଷ୍ଟା ପରେ ଏକ ନୂତନ ଇତିହାସ ସୃଷ୍ଟି କରିଥିବାରୁ ବୋଡୋଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

୨୦୨୦ ବୋଡୋ ଶାନ୍ତି ଚୁକ୍ତିନାମା ପରେ କୋକ୍ରାଝର ଗସ୍ତକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ, ତାଙ୍କୁ ସେ ସମୟରେ ଯେଉଁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଓ ଭଲପାଇବା ମିଳିଥିଲା, ସେ ନିଜକୁ ବୋଡ଼ୋ ମାନଙ୍କ ମଧ୍ୟରେ ଜଣେ ବୋଲି ଭାବନା ସୃଷ୍ଟି ହୋଇଥିଲା । ବୋଡୋ ମାନଙ୍କୁ ସେତେବେଳେ କହିଥିବା କଥାକୁ ଶ୍ରୀ ମୋଦୀ ମନେ ପକାଇଥିଲେ । ଲୋକମାନେ ଅସ୍ତ୍ରତ୍ୟାଗ କରି ଶାନ୍ତିର ପଥ ବାଛିଥିବାରୁ ତାହା ଥିଲା ବୋଡୋଲ୍ୟାଣ୍ଡ ପାଇଁ ଶାନ୍ତି ଓ ସମୃଦ୍ଧିର ନୂତନ ସକାଳ । ଏହା ବାସ୍ତବରେ ତାଙ୍କ ପାଇଁ ଥିଲା ଏକ ଆବେଗମୟ ମୁହୂର୍ତ୍ତ । ଆଜି ବୋଡୋ ଲୋକଙ୍କ ଖୁସି ଓ ଉତ୍ସାହର ଉତ୍ସବ ଦେଖିବା ପରେ ପ୍ରଧାନମନ୍ତ୍ରୀ କହିଥିଲେ, ବୋଡୋ ଲୋକଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଏକ ଦୃଢ଼ ମୂଳଦୁଆ ପଡ଼ିସାରିଛି । ଶ୍ରୀ ମୋଦୀ କହିଥିଲେ, ବିଗତ ଚାରି ବର୍ଷ ମଧ୍ୟରେ ହାତକୁ ନିଅଯାଇଥିବା ବିକାଶମୂଳକ କାର୍ଯ୍ୟକ୍ରମ ଗୁଡ଼ିକ ବୋଡୋଲ୍ୟାଣ୍ଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । “ଶାନ୍ତି ଚୁକ୍ତିନାମା ପରେ ବୋଡୋଲ୍ୟାଣ୍ଡ ବିକାଶର ଏକ ନୂତନ ଲହର ଦେଖିପାରିଛି” ଶ୍ରୀ ମୋଦୀ କହିଥିଲେ । ବୋଡୋ ଶାନ୍ତି ଚୁକ୍ତିନାମାର ଫାଇଦା ଏବଂ ବୋଡୋ ଲୋକଙ୍କ ଉପରେ ଏହାର ପ୍ରଭାବ ଦେଖି ସେ ଆଜି ଖୁସି ବୋଲି ଶ୍ରୀ ମୋଦୀ କହିଥିଲେ । ବୋଡୋ ଶାନ୍ତି ଚୁକ୍ତିନାମା ଅନ୍ୟାନ୍ୟ ଶାନ୍ତି ଚୁକ୍ତି ପାଇଁ ବାଟ ଖୋଲି ଦେଇଥିଲା । ଶ୍ରୀ ମୋଦୀ ଗୁରୁତ୍ୱ ଦେଇ କହିଥିଲେ, ଶାନ୍ତି ଚୁକ୍ତିନାମା ଫଳରେ କେବଳ ଆସାମରେ ୧୦ ହଜାରରୁ ଅଧିକ ଯୁବକ ଅସ୍ତ୍ର ଛାଡ଼ି ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟଧାରାକୁ ଫେରିଛନ୍ତି । ସେ ପୁଣି କହିଥିଲେ, ଏହା ସମସ୍ତଙ୍କ ସ୍ୱପ୍ନର ବାହାରେ ଥିଲା ଯେ ଦିନେ କାର୍ବି ଅଙ୍ଗଲଙ୍ଗ ଚୁକ୍ତି, ବ୍ରୁ-ରିଆଙ୍ଗ ଚୁକ୍ତି ଏବଂ ଏନଏଲଏଫଟି-ତ୍ରିପୁରା ଚୁକ୍ତି ବାସ୍ତବ ରୂପ ନେବ । ଶ୍ରୀ ମୋଦୀ କହିଥିଲେ, ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଥିବା ପାରସ୍ପରିକ ବୁଝାମଣାକୁ ଉଭୟ ସମ୍ମାନ ଦେଉଛନ୍ତି ଏବଂ ବୋଡୋଲ୍ୟାଣ୍ଡ ଓ ତାର ଲୋକଙ୍କ ବିକାଶ ଦିଗରେ କେନ୍ଦ୍ର ଓ ଆସାମ ସରକାର କୌଣସି ସୁଯୋଗକୁ ହାତଛଡ଼ା କରୁନାହାନ୍ତି ।

 

ବୋଡୋ ସମ୍ପ୍ରଦାୟ ଏବଂ ବୋଡୋ କ୍ଷେତ୍ରୀୟ ଅଞ୍ଚଳର ଆବଶ୍ୟକତା ଓ ଆକାାଂକ୍ଷାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅଗ୍ରାଧିକାର ଦେଉଥିବା ଉଲ୍ଳେଖ କରି ଶ୍ରୀ ମୋଦୀ କହିଥିଲେ, କେନ୍ଦ୍ର ସରକାର ବୋଡୋଲ୍ୟାଣ୍ଡର ବିକାଶ ପାଇଁ ୧୫୦୦ କୋଟି ଟଙ୍କାର ଏକ ପ୍ୟାକେଜ ଦେଇଥିବା ବେଳେ ଆସାମ ସରକାର ଏକ ସ୍ପେସିଆଲ ଡେଭଲପମେଣ୍ଟ ପ୍ୟାକେଜକୁ ମଂଜୁର କରିଛନ୍ତି । ବୋଡୋଲ୍ୟାଣ୍ଡର ଶିକ୍ଷା, ସଂସ୍କୃତି ଓ ସ୍ୱାସ୍ଥ୍ୟର ମୌଳିକ ଢାଞ୍ଚାର ବିକାଶ ପାଇଁ ୭୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ, ହିଂସା ପରିହାର କରି ସମାଜର ମୁଖ୍ୟଧାରାକୁ ଫେରିଥିବା ଲୋକଙ୍କ ବାବଦରେ ସରକାର ସମ୍ବେଦନତାର ସହ ନିଷ୍ପତ୍ତି ନେଇଛନ୍ତି । ସେ କହିଥିଲେ, ନ୍ୟାସନାଲ ଡେମୋକ୍ରାଟିକ ଫ୍ରଣ୍ଟ ଅଫ ବୋଡୋଲ୍ୟାଣ୍ଡର ୪ହଜାରରୁ ଅଧିକ ପୂର୍ବତନ କ୍ୟାଡରଙ୍କୁ ଥଇଥାନ କରାଯାଇଥିବା ବେଳେ ଅନେକ ଯୁବକଙ୍କୁ ଆସାମ ପୁଲିସରେ ନିଯୁକ୍ତି ଦିଆଯାଇଛି । ଅସାମ ସରକାର ବୋଡୋ କନ୍ଦଳରେ ପ୍ରଭାବିତ ହୋଇଥିବା ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ବୋଡୋଲ୍ୟାଣ୍ଡର ବିକାଶ ପାଇଁ ଆସାମ ସରକାର ପ୍ରତିବର୍ଷ ୭୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଯେକୌଣସି ଅଞ୍ଚଳର ବିକାଶ ପାଇଁ ଦକ୍ଷତା ବିକାଶ ଏବଂ ଯୁବକ ଓ ମହିଳାମାନଙ୍କ ପାଇଁ ସୁଯୋଗର ଉପଲବ୍ଧତାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ସିଡ୍ ମିଶନ ଆରମ୍ଭ କରାଯାଇଛି । ସିଡ୍ ମିଶନ ସମ୍ପର୍କରେ ବୁଝାଇ ଶ୍ରୀ ମୋଦୀ କହିଥିଲେ, ଏହାର ଅର୍ଥ ସ୍କିଲିଙ୍ଗ, ଏଣ୍ଟ୍ରପ୍ରିନ୍ୟୁରସିପ୍‌,ଏମ୍ପ୍ଲୟମେଣ୍ଟ ଏବଂ ବିକାଶ ମାଧ୍ୟମରେ ଯୁବକମାନଙ୍କ ମଙ୍ଗଳ । ଏଥିରୁ ବୋଡୋ ଯୁବକମାନଙ୍କୁ ବହୁତ ଫାଇଦା ମିଳୁଥିବା ସେ ଦୃଢ଼ତାର ସହ କହିଥିଲେ ।

ଶ୍ରୀ ମୋଦୀ କହିଥିଲେ, ଅତୀତରେ ବନ୍ଧୁକ ଧରୁଥିବା ଯୁବକ ଏବେ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ ହେଉଥିବା ଦେଖି ତାଙ୍କୁ ଖୁସି ଲାଗୁଛି । ସେ କହିଥିଲେ, କୋକ୍ରାଝରରେ ଡୁରାଣ୍ଡ କପର ଦୁଇଟି ସଂସ୍କରଣ ଶେଷ ହୋଇଛି ଏବଂ ବାଂଲାଦେଶ, ନେପାଳ ଓ ଭୁଟାନର ଦଳ ଏଥିରେ ସାମିଲ ହେବା ଐତିହାସିକ । ପ୍ରଧାନମନ୍ତ୍ରୀ କହିଥିଲେ, ଶାନ୍ତି ଚୁକ୍ତିନାମା ପରେ ବିଗତ ତିନି ବର୍ଷ ଧରି କ୍ରାମଗତ କୋକ୍ରାଝରରେ ବୋଡୋଲ୍ୟାଣ୍ଡ ଲିଟରାରୀ ଫେଷ୍ଟିଭାଲ ଆୟୋଜିତ ହୋଇଆସୁଛି, ଯାହାକି ବୋଡୋ ସାହିତ୍ୟ ପ୍ରତି ବହୁତ ଅବଦାନ ରଖିଛି । ଆଜି ବୋଡୋ ସାହିତ୍ୟ ସଭାର ୭୩ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବାରୁ ଏହି ଅବସରରେ ସେ ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆସନ୍ତାକାଲି ଏକ ସାଂସ୍କୃତିକ ଶୋଭାଯାତ୍ରା ହେଉଥିବାରୁ ଆଜି ବୋଡୋ ସାହିତ୍ୟ ଓ ବୋଡୋ ସଂସ୍କୃତି ପାଇଁ ଉତ୍ସବର ଦିନ ବୋଲି ସେ କହିଥିଲେ ।

 

ମହୋତ୍ସବରେ ପ୍ରଦର୍ଶନ ବୁଲିବା ସମ୍ପର୍କରେ ଅଭିଜ୍ଞତା ଉଲ୍ଲେଖ କରି ଶ୍ରୀ ମୋଦୀ କହିଲେ, ସେ ଅରୋଣାୟୀ, ଦୋଖୋନା, ଗାମସା, କାରାଇଦକ୍ଷିଣୀ, ଥୋରଖା, ଜାଉ ଗିଶି, ଖାମ ଏବଂ ଜିଓଗ୍ରାଫିକାଲ ଇଣ୍ଡିକେସନ (ଜିଆଇ) ପାଇଥିବା ଅନ୍ୟାନ୍ୟ କିଛି କଳା ଓ ଶିଳ୍ପ ଦେଖିବାକୁ ପାଇଥିଲେ । ସେ କହିଥିଲେ ଜିଆଇ ଟ୍ୟାଗର ଗୁରତ୍ୱ ଏହା ଯେ ବିଶ୍ୱର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଏହି ଉତ୍ପାଦ ଗୁଡ଼ିକର ପରିଚୟ ବୋଡୋଲ୍ୟାଣ୍ଡ ଏବଂ ବୋଡୋ ସଂସ୍କୃତି ସହ ଯୋଡ଼ି ହୋଇ ରହିଥାଏ । ସେରିକଲଚର ସର୍ବଦା ବୋଡୋ ସଂସ୍କୃତିର ଏକ ଅଭିନ୍ନ ଅଂଶ ଥିବା ଶ୍ରୀ ମୋଦୀ ଉଲ୍ଲେଖ କରି କହିଥିଲେ, ସରକାର ବୋଡୋଲ୍ୟାଣ୍ଡ ସେରିକଲଚର ମିସନ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ବୋଡୋ ପରିବାରରେ ବୁଣାବୁଣି ସଂସ୍କୃତି ଥିବା ସୂଚାଇ ଶ୍ରୀ ମୋଦୀ କହିଥିଲେ, ବୋଡୋଲ୍ୟାଣ୍ଡ ହସ୍ତତନ୍ତ ମିସନ ଜରିଆରେ ବୋଡୋ ସମ୍ପ୍ରଦାୟର ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ପ୍ରଚେଷ୍ଟା ହାତକୁ ନିଆଯାଇଛି ।

“ଆସାମ ଭାରତର ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ଶକ୍ତି ଥିବା ବେଳେ ବୋଡୋଲ୍ୟାଣ୍ଡ ଆସାମ ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ଶକ୍ତି” ଶ୍ରୀ ମୋଦୀ କହିଥିଲେ । ଶ୍ରୀ ମୋଦୀ ସନ୍ତୋଷତାର ସହ କହିଥିଲେ, ଏକଦା ଲୁଚିବା ସ୍ଥାନ ଭାବେ ବ୍ୟବହାର କରାଯାଉଥିବା ଘଞ୍ଚ ଜଙ୍ଗଲର ମାନସ ନ୍ୟାସନାଲ ପାର୍କ, ରାଇମୋନା ନ୍ୟାସନାଲ ପାର୍କ ଏବଂ ଶିଖନା ଝାଲାଓ ନ୍ୟାସନାଲ ପାର୍କ ଏବେ ଯୁବ ପିଢ଼ିଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାର ମାଧ୍ୟମ ପାଲଟିଛି । ସେ ଦୃଢ଼ତାର ସହ କହିଥିଲେ ବୋଡୋଲ୍ୟାଣ୍ଡର ବଢ଼ୁଥିବା ପର୍ଯ୍ୟଟନ ଯୁବ ପିଢ଼ିଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଶ୍ରୀ ବୋଡ଼ାଫା ଉପେନ୍ଦ୍ରନାଥ ବ୍ରହ୍ମା ଏବଂ ଗୁରୁଦେବ କାଳୀଚରଣ ବ୍ରହ୍ମାଙ୍କୁ ସେମାନଙ୍କ ଅବଦାନ ପାଇଁ ସ୍ମରଣ କରିବା ପସହ ଶ୍ରୀ ମୋଦୀ କହିଥିଲେ, ବୋଡ଼ାଫା ସର୍ବଦା ଅଖଣ୍ଡ ଭାରତ ଏବଂ ବୋଡ଼ୋ ଲୋକଙ୍କ ସାମ୍ବିଧାନିକ ଅଧିକାର ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅନୁସରଣ କରୁଥିଲେ । ଯେତେବେଳେ କି ଗୁରୁଦେବ କାଳୀଚରଣ ବ୍ରହ୍ମା ଅହିଂସା ଓ ଆଧ୍ୟାତ୍ମିକତାର ପଥ ଅନୁସରଣ କରି ସମାଜକୁ ଏକାଠି କରୁଥିଲେ । ବୋଡୋ ମା-ଭଉଣୀମାନଙ୍କର ସେମାନଙ୍କୁ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ୱପ୍ନ ଥିଲା ଏବଂ ଏବେ ପ୍ରତ୍ୟେକ ବୋଡ଼ୋ ପରିବାରର ସେମାନଙ୍କ ପିଲାମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ ଆକାଂକ୍ଷା ରହିଛି । ଏହା କେବଳ ହୋଇପାରିଛି ସଫଳ ବୋଡୋ ବ୍ୟକ୍ତିତ୍ୱ ମାନଙ୍କ ଠାରୁ ପ୍ରେରଣା ପାଇ । ବୋଡୋ ସମାଜର ସମ୍ମାନ ବଢ଼ାଇଥିବା ଏହି ବ୍ୟକ୍ତିମାନେ ହେଲେ ପୂର୍ବତନ ପ୍ରଧାନ ନିର୍ବାଚନ କମିଶନର ଶ୍ରୀ ହରିଶଙ୍କର ବ୍ରହ୍ମା, ମେଘାଳୟର ପୂର୍ବତନ ରାଜ୍ୟପାଳ ଶ୍ରୀ ରଞ୍ଜିତ ଶେଖର ମୁଶାହାରୀ । ବୋଡୋଲ୍ୟାଣ୍ଡର ଯୁବକମାନେ ଏବେ ଭଲ କ୍ୟାରିଅର ଗଠନର ସ୍ୱପ୍ନ ଦେଖୁଥିବାରୁ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରତ୍ୟେକ ବୋଡୋ ପରିବାର ସହ ଏହି ଯାତ୍ରାରେ ସହଭାଗୀ ହୋଇଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ ।

 

ଶ୍ରୀ ମୋଦୀ କହିଥିଲେ, ଆସାମ ସମେତ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳ ଭାରତର ଅଷ୍ଟଲକ୍ଷ୍ମୀ । ପୂର୍ବ ଭାରତରୁ ବିକାଶର ନୂଆ ସକାଳର ସୂର୍ଯ୍ୟୋଦୟ ହେବ ଏବଂ ବିକଶିତ ଭାରତ ଗଠନକୁ ଶକ୍ତି ଯୋଗାଇବ । ସେଥିପାଇଁ ସରକାର କ୍ରମାଗତ ଭାବେ ଉତ୍ତର-ପୂର୍ବର ରାଜ୍ୟ ଗୁଡ଼ିକର ସୀମା ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ସହ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।

ବିଗତ ଦଶନ୍ଧିରେ ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର ବିକାଶର ସ୍ୱର୍ଣ୍ଣ ଯୁଗ ଆରମ୍ଭ ହୋଇଥିବା ଦର୍ଶାଇ ଶ୍ରୀ ମୋଦୀ କହିଥିଲେ, ସରକାରଙ୍କ ନୀତି ଯୋଗୁ ଦଶ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର‌୍ୟରୁ ବାହାରି ପାରିଛନ୍ତି । ଆସାମର ଲକ୍ଷ ଲକ୍ଷ ଲୋକ ମଧ୍ୟ ଦାରିଦ୍ର‌୍ୟକୁ ହରାଇପାରିଛନ୍ତି । ଚଳିତ ସରକାରଙ୍କ ଅମଳରେ ଆସାମ ବିକାଶର ନୂଆ ରେକର୍ଡ ସୃଷ୍ଟି କରୁଥିବା ଦର୍ଶାଇ ଶ୍ରୀ ମୋଦୀ କହିଥିଲେ, ସ୍ୱାସ୍ଥ୍ୟସେବାର ମୌଳିକ ଢାଞ୍ଚା ଉପରେ ସରକାର ବିଶେଷ କରି ଫୋକସ୍ କରୁଛନ୍ତି । ସେ କହିଥିଲେ ଗତ ଦେଢ଼ ବର୍ଷ ମଧ୍ୟରେ ଆସାମକୁ ଗୁଆହାଟୀ ଏମ୍ସ, କୋକ୍ରାଝର, ନାଲବାରୀ, ନଗାଓଁରେ ନୂଆ ମେଡିକାଲ କଲେଜକୁ ମିଶାଇ ମୋଟ ୪ଟି ବଡ଼ ହସପିଟାଲ ମିଳିଛି, ଯାହାକି ଲୋକଙ୍କ ସମସ୍ୟାକୁ ଲାଘବ କରିପାରିଛି । ଆସାମରେ କ୍ୟାନ୍ସର ହସପିଟାଲ ଖୋଲିଥିବାରୁ ଉତ୍ତର-ପୂର୍ବର ରୋଗୀଙ୍କୁ ବହୁତ ଫାଇଦା ହୋଇଛି । ୨୦୧୪ରେ ଆସାମରେ ମେଡ଼ିକାଲ କଲେଜ ସଂଖ୍ୟା ୬ ଥିବା ବେଳେ ଏବେ ତାହା ୧୨କୁ ବୃଦ୍ଧି ପାଇପାରିଥିବା ଶ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଆସାମରେ ଆଉ ୧୨ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠାର ପ୍ରକ୍ରିୟା ଚାଲିଛି, ଯାହାକି ଆସାମର ଯୁବକମାନଙ୍କ ପାଇଁ ନୂତନ ସୁଯୋଗର ଦ୍ୱାର ଖୋଲିବ ।

ଉଦବୋଧନକୁ ସମାପ୍ତ କରି ଶ୍ରୀ ମୋଦୀ କହିଥିଲେ, ବୋଡୋ ଶାନ୍ତି ଚୁକ୍ତି ଦେଖାଇଥିବା ରାସ୍ତା ସମଗ୍ର ଉତ୍ତର-ପୂର୍ବ ପାଇଁ ସମୃଦ୍ଧିର ରାସ୍ତା । ବୋଡୋଲ୍ୟାଣ୍ଡର ଶହ ଶହ ବର୍ଷର ପ୍ରାଚୀନ ସମୃଦ୍ଧ ସଂସ୍କୃତି ଥିବା ବେଳେ ଆମକୁ ଏହି ସଂସ୍କୃତି ଓ ପରମ୍ପରାକୁ କ୍ରମାଗତ ଭାବେ ସୁଦୃଢ଼ କରିବାକୁ ପଡ଼ିବ ବୋଲି ସେ କହିଥିଲେ । ସେ ବୋଡୋମାନଙ୍କୁ ଧନ୍ୟବାଦ ଦେବା ସହ ପ୍ରଥମ ବୋଡୋଲ୍ୟାଣ୍ଡ ମହୋତ୍ସବ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

 

ଆସାମ ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ବୋଡୋଲ୍ୟାଣ୍ଡ କ୍ଷେତ୍ରୀୟ ଅଞ୍ଚଳର ମୁଖ୍ୟ ଶ୍ରୀ ପ୍ରମୋଦ ବୋରୋ, ଅଲ୍ ବୋଡୋ ଷ୍ଟୁଡେଣ୍ଟସ ୟୁନିଅନର ସଭାପତି ଶ୍ରୀ ଦୀପେନ ବୋଡ଼ୋ, ବୋଡ଼ୋ ସାହିତ୍ୟ ସଭାର ସଭାପତି ଡ. ସୁରଥ ନରଜାରୀ ଓ ଅନ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ଯୋଡ଼ି ହୋଇ ରହିଥିଲେ ।

ପୃଷ୍ଠଭୂମି

ଦୁଇ ଦିନିଆ ପ୍ରଥମ ବୋଡୋଲ୍ୟାଣ୍ଡ ମହୋତ୍ସବ ନଭେମ୍ବର ୧୫ ଓ ୧୬ ତାରିଖରେ ଆୟୋଜନ ହୋଇଛି । ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଧାରିତ ଏହି ଉତ୍ସବ ଏକ ଉତ୍ସାହୀ ବୋଡୋ ସମାଜ ଗଠନ ସହ ଶାନ୍ତିି ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ । ଏହାର ଲକ୍ଷ୍ୟ କେବଳ ବୋଡୋଲ୍ୟାଣ୍ଡ ନୁହେଁ ବରଂ ଆସାମ, ପଶ୍ଚିମବଙ୍ଗ, ନେପାଳ ଏବଂ ଉତ୍ତର-ପୂର୍ବର ଆନ୍ତର୍ଜାତିକ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ବୋଡୋ ଲୋକମାନଙ୍କୁ ଏକାଠି କରିବା । ମହୋତ୍ସବର ବିଷୟବସ୍ତୁ, ‘ସମୃଦ୍ଧ ଭାରତ ପାଇଁ ଶାନ୍ତି ଓ ସଦଭାବ’ । ବୋଡୋ ସମ୍ପ୍ରଦାୟ ସମେତ ବୋଡୋ କ୍ଷେତ୍ରୀୟ ଅଞ୍ଚଳ (ବିଟିଆର)ରେ ରହୁଥିବା ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକଙ୍କ ସମୃଦ୍ଧ ସଂସ୍କୃତି, ଭାଷା ଏବଂ ଶିକ୍ଷା ପ୍ରତି ମହୋତ୍ସବର ଫୋକସ୍ । ବୋଡୋଲ୍ୟାଣ୍ଡର ସମୃଦ୍ଧ ସଂସ୍କୃତି, ଭାଷାଗତ ଐତିହ୍ୟ, ସନ୍ତୁଳିତ ଜୈବବିବିଧତା ଏବଂ ପର୍ଯ୍ୟଟନ ସ୍ଥଳୀରୁ ଲାଭ ଉଠାଇବା ଏହାର ଲକ୍ଷ୍ୟ ।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଅଧୀନରେ ୨୦୨୦ ମସିହାରେ ବୋଡ଼ୋ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହେବା ପରଠାରୁ ହୋଇଥିବା ଉଲ୍ଲେଖନୀୟ ଯାତ୍ରାର ଉତ୍ସବ ମନାଇବା ମହୋତ୍ସବର ଉଦ୍ଦେଶ୍ୟ । ଏହି ଶାନ୍ତି ଚୁକ୍ତିନାମା ବୋଡୋଲ୍ୟାଣ୍ଡରେ ଦଶନ୍ଧି ଧରି ଚାଲିଥିବା କନ୍ଦଳ, ହିଂସା ଏବଂ ପ୍ରାଣହାନିର ସମାଧାନ କରିବା ସହ ଅନ୍ୟାନ୍ୟ ଶାନ୍ତି ଚୁକ୍ତିନାମା ପାଇଁ ମଧ୍ୟ ପ୍ରେରଣା ଯୋଗାଇଛି ।

 

‘ଭାରତୀୟ ଐତିହ୍ୟ ଓ ପରମ୍ପରା ପ୍ରତି ସମୃଦ୍ଧ ବୋଡୋ ସଂସ୍କୃତି, ସାହିତ୍ୟ ଏବଂ ପରମ୍ପରାର ଅବଦାନ’ ପ୍ରସଙ୍ଗରେ ହେଉଥିବା ଅଧିବେଶନର ମହୋତ୍ସବର ମୁଖ୍ୟ ଆକର୍ଷଣ ଏବଂ ସମୃଦ୍ଧ ବୋଡ଼ୋ ସଂସ୍କୃତି, ଭାଷା, ସାହିତ୍ୟ ଏବଂ ପରମ୍ପରା ବାବଦରେ ବିସ୍ତୃତ ବିଚାର ବିମର୍ଷ ମଧ୍ୟ ସ୍ଥାନ ପାଇବ । ‘ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ପ୍ରତି ଆହ୍ୱାନ ଓ ସୁଯୋଗ’ ପ୍ରସଙ୍ଗରେ ଅନ୍ୟ ଏକ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ । ବୋଡୋଲ୍ୟାଣ୍ଡ ଅଞ୍ଚଳର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ‘ସଂସ୍କୃତି ଓ ପର୍ଯ୍ୟଟନ ମାଧ୍ୟମରେ ଉତ୍ସାହୀ ବୋଡୋଲ୍ୟାଣ୍ଡ ଗଠନ ଉପରେ ସ୍ୱଦେଶୀ ସାଂସ୍କୃତିକ ମିଳନ ଓ ଚର୍ଚ୍ଚା’ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ସ୍ଥାନ ପାଇବ ।

ମହୋତ୍ସବରେ ବୋଡୋଲ୍ୟାଣ୍ଡ ଅଞ୍ଚଳ, ଆସାମ, ପଶ୍ଚିମବଙ୍ଗ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ଭାରତର ଅନ୍ୟାନ୍ୟ ସ୍ଥାନ ସହିତ ପଡ଼ୋଶୀ ରାଷ୍ଟ୍ର ନେପାଳ ଓ ଭୁଟାନରୁ ୫ ହଜାରରୁ ଅଧିକ ସଂସ୍କୃତି, ଭାଷାବିତ୍ ଓ କଳାପ୍ରେମୀ ଯୋଗ ଦେଉଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI scheme for food processing creates 3.39 lakh jobs, disburses ₹2,162 crore in Incentives

Media Coverage

PLI scheme for food processing creates 3.39 lakh jobs, disburses ₹2,162 crore in Incentives
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in a mishap at a cracker factory in Thrissur, Keralam
April 21, 2026
PM announces ex-gratia from PMNRF

The Prime Minister, Shri Narendra Modi has condoled the loss of lives due to a mishap at a cracker factory in Thrissur, Keralam. Shri Modi also wished speedy recovery for those injured in the mishap.

The Prime Minister announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.

The Prime Minister posted on X:

“Saddened to hear about the loss of lives due to the mishap at a cracker factory in Thrissur, Keralam. My deepest condolences to those who have lost their loved ones. May the injured recover at the earliest: PM @narendramodi"

"The Prime Minister has announced that an ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000." 

"തൃശൂരിലെ പടക്ക നിർമാണശാലയിലുണ്ടായ അപകടത്തിൽ നിരവധി ജീവനുകൾ പൊലിഞ്ഞ വാർത്തയറിഞ്ഞതിൽ ദുഃഖമുണ്ട്. പ്രിയപ്പെട്ടവരെ നഷ്ടപ്പെട്ടവരുടെ വേദനയിൽ പങ്കുചേരുന്നു. പരിക്കേറ്റവർ എത്രയും വേഗം സുഖം പ്രാപിക്കട്ടെ: പ്രധാനമന്ത്രി

@narendramodi."

"മരിച്ച ഓരോ വ്യക്തിയുടെയും കുടുംബത്തിന് പ്രധാനമന്ത്രിയുടെ ദേശീയ ദുരിതാശ്വാസ നിധിയിൽ (PMNRF) നിന്ന് 2 ലക്ഷം രൂപ ധനസഹായം നൽകുമെന്ന് പ്രധാനമന്ത്രി അറിയിച്ചു. പരിക്കേറ്റവർക്ക് 50,000 രൂപ വീതം നൽകും."