ଅମୃତ ଭାରତ ଟ୍ରେନ ଚଳାଚଳ ଆରମ୍ଭ
“ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଦୁଇଟି ଅମୃତ ଭାରତ ଟ୍ରେନର କଲେ ଶୁଭାରମ୍ଭ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି(୩୦.୧୨.୨୦୨୩) ନବ ବିକଶିତ ଅଯୋଧ୍ୟା ରେଳ ଷ୍ଟେସନର ଉଦ୍‌ଘାଟନ କରିବା ସହ ନୂତନ ଅମୃତ ଭାରତ ଓ ବନ୍ଦେ ଭାରତ ଟ୍ରେନର ଯାତ୍ରାରମ୍ଭ କରାଇଛନ୍ତି । ଏହା ବ୍ୟତୀତ ସେ କେତେକ ରେଳଷ୍ଟେସନଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । 

ଏକ ସାଧାରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଅଯୋଧ୍ୟାଧାମ ରେଳଷ୍ଟେସନରେ ଦଶହଜାର ଯାତ୍ରୀ ଯାତାୟତ କ୍ଷମତାଥିବା ବେଳେ ପୁନର୍ବିନ୍ୟାସ ପରେ ଏହା ୬୦ହଜାରକୁ ବୃଦ୍ଧି ପାଇବ । ନୂତନ ବନ୍ଦେ ଭାରତ ଓ ନମୋ ଭାରତ ପରେ ନୂତନ ଅମୃତ ଭାରତ ଟ୍ରେନ ଚଳାଚଳ କରିବ ଓ ଅଯୋଧ୍ୟା ଦେଇ ପ୍ରଥମ ଅମୃତ ଭାରତ ଟ୍ରେନ ଯାତ୍ରା କରିବ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ସନ୍ତୋଷ ବ୍ୟକ୍ତ କରିଥିଲେ । ଆଜି ଏହି ସବୁ ଟ୍ରେନ ପାଇଥିବାରୁ ଶ୍ରୀ ମୋଦୀ ଉତ୍ତରପ୍ରଦେଶ, ଦିଲ୍ଲୀ, ବିହାର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ । 

 

ଆଧୁନିକ ଅମୃତ ଭାରତ ଟ୍ରେନ ନିମନ୍ତେ ଗରିବମାନଙ୍କ ପାଇଁ ସେବା ମନୋଭାବ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଜନସାଧାରଣ ଯେଉଁମାନେ ବିଭିନ୍ନ କାମ ପାଇଁ ଦୂରସ୍ଥାନକୁ ଯାତ୍ରା କରିଥାନ୍ତି ଓ ସେମାନଙ୍କ ଆୟ କମ୍ ଥିଲେ ମଧ୍ୟ ସେମାନେ ଅତ୍ୟାଧୁନିକ ସୁବିଧା ଓ ଆରାମଦାୟକ ଯାତ୍ରା ନିମନ୍ତେ ହକ୍‌ଦାର। ଏହି ଟ୍ରେନଗୁଡିକ ଗରିବମାନଙ୍କ ଜୀବନ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି ବୋଲି ସେ କହିଥିଲେ । 

ବନ୍ଦେ ଭାରତ ଟ୍ରେନ ଗୁଡିକ ବିକାଶ ସହ ଐତିହ୍ୟକୁ ସଂଯୋଗ କରି ଚଳାଚଳ କରୁଛି । “ଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ କାଶୀରୁ ଚଳାଚଳ ଆରମ୍ଭ କରିଥିଲା । ଆଜି ବନ୍ଦେ ଭାରତ ଦେଶର ୩୪ଟି ରେଳପଥ ଦେଇ ଚଳାଚଳ କରୁଛି । ବନ୍ଦେ ଭାରତ କାଶୀ, କଟ୍ରା, ଉଜ୍ଜୟିନୀ, ମଦୁରାଇ, ପୁଷ୍କର, ତିରୁପତି, ସିରିଡି, ଅମୃତସର ଭଳି ପ୍ରତ୍ୟେକ ଆସ୍ଥାର ବିରାଟ କେନ୍ଦ୍ରମାନ ଦେଇ ଯାତ୍ରା କରୁଛି । ଏହି ଧାରାରେ ଆଜି ଅଯୋଧ୍ୟା ମଧ୍ୟ ବନ୍ଦେ ଭାରତ ଟ୍ରେନ ଉପହାର ଭାବେ ପାଇଛି’ ବୋଲି ଶ୍ରୀ ମୋଦୀ କହିଥିଲେ । 

ଅଯୋଧ୍ୟାଧାମ ଜଙ୍କସନ ରେଳଷ୍ଟେସନ ଭାବେ ପରିଚିତ ନବ ବିକଶିତ ଅଯୋଧ୍ୟା ରେଳଷ୍ଟେସନର ପ୍ରଥମ ପର୍ଯ୍ୟାୟ ୨୪୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହୋଇଛି । ଏହି ତିନିମହଲା ରେଳଷ୍ଟେସନ ଭବନରେ ଲିଫ୍ଟ, ଚଳମାନ ସିଡି, ଫୁଡ ପ୍ଲାଜା, ପୂଜା ସାମଗ୍ରୀ ଦୋକାନ, ଶିଶୁ ଯତ୍ନ ପ୍ରକୋଷ୍ଠ, କ୍ଲକରୁମ ଓ ପ୍ରତୀକ୍ଷାଳୟ ଇତ୍ୟାଦିର ସୁବିଧା ରହିଛି । ଏହି ଷ୍ଟେସନ ଭବନ ସମସ୍ତଙ୍କ ନିମନ୍ତେ ପ୍ରବେଶ ଯୋଗ୍ୟ ଓ ଆଇଜିବିସି ପ୍ରମାଣିତ ସବୁଜ ଷ୍ଟେସନ ଭବନ ଅଟେ । 

 

ଅଯୋଧ୍ୟା ଧାମ ରେଳଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଅତ୍ୟନ୍ତ ତୀବ୍ରଗତି ଯୁକ୍ତ ନୂତନ ପାସେଞ୍ଜର ଟ୍ରେନ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ । ଅମୃତ ଭାରତ ଟ୍ରେନ ହେଉଛି ଏକ ଅଣ ବାତାନୁକୂଳିତ ଡବା ବିଶିଷ୍ଟ ପୁଲ ଆଣ୍ଡ ପୁସ୍ ଏଲ.ଏଚ.ବି. ଟ୍ରେନ । ଉତ୍ତମ ଗତି ଧରିବା ପାଇଁ ଟ୍ରେନର ଉଭୟ ପାର୍ଶ୍ଵରେ ଲୋକୋ ଇଞ୍ଜିନ ରହିଛି । ଏଥିରେ ସୁନ୍ଦର ଓ ଆକର୍ଷଣୀୟ ବସିବା ସ୍ଥାନ, ଉନ୍ନତ ଜିନିଷପତ୍ର ରଖିବା ରାକ, ମୋବାଇଲ ଚାର୍ଜିଂ ପଏଂଟ ଓ ହୋଲ୍ଡର, ଏଲଇଡି ଲାଇଟ୍‌, ସିସିଟିଭି ସାଧାରଣ ସୂଚନା ପ୍ରଦାନକାରୀ ବ୍ୟବସ୍ଥା ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ଛଅଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳ ଶୁଭାରମ୍ଭ ମଧ୍ୟ କରାଇଥିଲେ । 

ପ୍ରଧାନମନ୍ତ୍ରୀ ଦରଭଙ୍ଗା-ଅଯୋଧ୍ୟା-ଆନନ୍ଦ ବିହାର ଟର୍ମିନାଲ ଓ ମାଲଦା ଟାଉନ -ସାର ଏମ୍‌. ବିଶ୍ୱେସରାୟ ଟର୍ମିନସ୍ (ବେଙ୍ଗାଲୁରୁ) ଅମୃତ ଭାରତ ଏକ୍ସପ୍ରେସ ଦୁଇଟିକୁ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ । ଉଦ୍‌ଘାଟନୀ ଅମୃତ ଟ୍ରେନରେ ଯାତ୍ରା କରୁଥିବା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଛଅଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରାର ଶୁଭାରମ୍ଭ କରାଇଥିଲେ । ସେଗୁଡିକ ମଧ୍ୟରେ ଶ୍ରୀ ମାତା ବୈଷ୍ଣୋଦେବୀ କଟ୍ରା- ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ, ଅମୃତସର-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ, କୋଇମ୍ବାଟୁର-ବାଙ୍ଗାଲୋର କ୍ୟାଣ୍ଟନମେଣ୍ଟ ବନ୍ଦେ ଭାରତ ଏକ୍ସପ୍ରେସ, ମାଙ୍ଗାଲୋର -ମାଡଗାଓଁ ବନ୍ଦେ ଭାରତ ଏକ୍ସପ୍ରେସ, ଜାଲନା-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଓ ଅଯୋଧ୍ୟା-ଆନନ୍ଦ ବିହାର ଟର୍ମିନାଲ ବନ୍ଦେ ଭାରତ ଏକ୍ସପ୍ରେସ । 

ସେ ଅଞ୍ଚଳରେ ରେଳ ଭିତ୍ତିଭୂମି ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ୨୩୦୦ କୋଟି ଟଙ୍କାର ତିନିଟି ରେଳପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରୁମା-ଚକେରୀ-ଚନ୍ଦେରୀ ତୃତୀୟ ରେଳପଥ ପ୍ରକଳ୍ପ, ଜଉନପୁର-ତୁଳସୀନଗର, ଆକବରପୁର-ଅଯୋଧ୍ୟା, ସୋହୱାଲ-ପତରଙ୍ଗା ଏବଂ ସଫଦରଜଙ୍ଗ-ରସୌଲୀ, ଜଉନପୁର-ଅଯୋଧ୍ୟା-ବରାବାଙ୍କୀ ରେଳପଥ ଦୋହରୀକରଣ ପ୍ରକଳ୍ପ ଓ ମହ୍ଲାପୁର-ଦାଲିଗଞ୍ଜ ରେଳ ସେକ୍ସନ ରେଳପଥ ଦୋହରୀକରଣ ଓ ବିଦ୍ୟୁତକରଣ ପ୍ରକଳ୍ପ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi