Atal Tunnel will strengthen India’s border infrastructure: PM Modi
Atal Tunnel is an example of world-class border connectivity: PM Modi
There is nothing more important for us than protecting the country: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵର ଦୀର୍ଘତମ ରାଜପଥ ସୁଡଙ୍ଗ ଅଟଳ ଟନେଲକୁ ଆଜି (03.10.2020) ମନାଲିର ସାଉଥ ପୋଟାଲରେ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି 9.2 କିଲୋମିଟର ଦୀର୍ଘ ସୁଡଙ୍ଗ ପଥ ମନାଲି ଓ ଲାହୋଲ-ସ୍ପିତି ଉପତ୍ୟକାକୁ ବର୍ଷ ସାରା ସଂଯୋଗ କରିବ । ପ୍ରବଳ ତୁଷାରପାତ ଯୋଗୁଁ ଏହି ଉପତ୍ୟକା ବର୍ଷକରେ ପ୍ରାୟ 6 ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହୁଥିଲା । ହିମାଳୟର ପୀର ପଞ୍ଜାଲ ପର୍ବତମାଳାର ସମୁଦ୍ର ପତନଠାରୁ 10 ହଜାର ଫୁଟ ଉଚ୍ଚତାରେ ଏହି ଅତ୍ୟାଧୁନିକ ସୁଡଙ୍ଗ ପଥ ନିର୍ମାଣ କରାଯାଇଛି । ଏହି ସୁଡଙ୍ଗ ନିର୍ମାଣ ଫଳରେ ମନାଲିରୁ ଲେହ ମଧ୍ୟରେ ଦୂରତା 46 କିଲୋମିଟର ହ୍ରାସ ପାଇବା ସହ ଯାତ୍ରା ସମୟ 4 ରୁ 5 ଘଣ୍ଟା ହ୍ରାସ ପାଇବ । ଏହି ସୁଡଙ୍ଗରେ ଅଗ୍ନି ନିର୍ବାପକ ନିୟନ୍ତ୍ରଣ ପଦ୍ଧତି ସହ ଭେଣ୍ଟିଲେସନ ଓ ଇଲେକ୍ଟ୍ରୋ ମେକାନିକାଲ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୁଡଙ୍ଗର ସାଉଥ ପୋଟାଲରୁ ନର୍ଥ ପୋଟାଲ ପର୍ଯ୍ୟନ୍ତ ବୁଲି ଦେଖିବା ସହ ମୁଖ୍ୟ ସୁଡଙ୍ଗର ଜରୁରୀକାଳିନ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଥିଲେ । ଅଟଳ ଟନେଲର ନିର୍ମାଣ ଶୈଳୀ ନେଇ ଆୟୋଜିତ ବିଭିନ୍ନ ଚିତ୍ର ସମ୍ବଳିତ ଏକ ପ୍ରଦର୍ଶନୀ ମଧ୍ୟ ସେ ବୁଲି ଦେଖିଥିଲେ । ଏହି ଅବସରରେ ସମ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଏକ ଐତିହାସିକ ଦିବସ । ଆଜି ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟି ସାକାର ହେବା ସହ ଯୁଗ ଯୁଗ ଧରି ପଡିରହିଥିବା ଏହି ଅଞ୍ଚଳର କୋଟି  କୋଟି ଜନସାଧାରଣଙ୍କ ଆଶା ଆକାଂକ୍ଷା ମଧ୍ୟ ପୂରଣ ହୋଇଛି । ହିମାଚଳ ପ୍ରଦେଶ ଓ ନବଗଠିତ ଲେହ – ଲଦାଖ ଅଞ୍ଚଳ ମଧ୍ୟରେ ଏହି ଟନେଲ ଜୀବନରେଖା ସଦୃଶ କାର୍ଯ୍ୟ କରିବ । ଏଥିଯୋଗୁଁ ମନାଲି ଓ କେଲଙ୍ଗ ମଧ୍ୟରେ ଯାତାୟାତ ସମୟ 3 ରୁ 4 ଘଣ୍ଟା ପର୍ଯ୍ୟନ୍ତ ହ୍ରାସ ପାଇବ ।

ସେ ଆହୁରି କହିଛନ୍ତି ଯେ, ଏହାଫଳରେ ଲେହ ଓ ଲଦାଖ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ ସବୁବେଳେ ଯୋଡି ହୋଇ ରହିବା ସହ ଏହାର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ମଧ୍ୟ ଘଟିବ । କୃଷକ, ଉଦ୍ୟାନବିତ, ଯୁବ ସମାଜ ମଧ୍ୟ ଏଥିଯୋଗୁଁ ରାଜଧାନୀ ଦିଲ୍ଲୀ ଓ ଅନ୍ୟାନ୍ୟ ବଜାର ସହ ସହଜରେ ସମ୍ପର୍କ ରକ୍ଷା କରିପାରିବେ । ଏହି ଅବସରରେ ଶ୍ରୀ ମୋଦୀ ପ୍ରକଳ୍ପକୁ ଚୁଡାନ୍ତ ରୂପ ଦେବା ପାଇଁ ନିଜ ଜୀବନକୁ ବିପନ୍ନ କରି କାର୍ଯ୍ୟ କରୁଥିବା ଯନ୍ତ୍ରୀ, ଉପଯନ୍ତ୍ରୀ ଓ ଶ୍ରମିକମାନଙ୍କ ଭୂୟଶୀ ପ୍ରଶଂସା କରିଥିଲେ । ଅଟଳ ଟନେଲ ବିଶ୍ଵସ୍ତରୀୟ ସୀମା ସଂଯୋଗ ଯୋଗୁଁ ଦେଶର ସୀମା ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରିବ । ଆଗରୁ ଭିତ୍ତିଭୂମି ସହ ସୀମାନ୍ତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ଯୋଜନା ପଡିରହି କୌଣସି ବିକାଶ ହେଉନଥିଲା ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଟଳ ଜୀ ଏହି ଟନେଲ ଆପ୍ରୋଚ ରୋଡର 2002ରେ ଶିଳାନ୍ୟାସ କରିଥିଲେ । ମାତ୍ର ଅଟଳ ଜୀଙ୍କ ସରକାର ପରେ ଏହାର କାର୍ଯ୍ୟ ଶୈଳୀ ଏତେ ବିଳମ୍ବିତ ହେଲା ଯେ, ଟନେଲର ମାତ୍ର 1300 ମିଟର ରାସ୍ତା 2013-14 ମଧ୍ୟରେ ତିଆରି ହୋଇପାରିଥିଲା ।

ଏଭଳି ଗତିରେ ଯଦି କାମ ଚାଲେ ତେବେ 2040 ବେଳକୁ ସୁଡଙ୍ଗ କାମ ସଂପୂର୍ଣ୍ଣ ହୋଇଥାନ୍ତା ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ । ତା’ପରେ ସରକାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଲେ ଓ ବର୍ଷକୁ 1400 ମିଟର ଲେଖାଏଁ କାର୍ଯ୍ୟ ସଂପୂର୍ଣ୍ଣ କରାଗଲା । ପୂର୍ବ ଆକଳନ 26 ବର୍ଷ ପରିବର୍ତ୍ତେ ପ୍ରକଳ୍ପ କାର୍ଯ୍ୟ 6 ବର୍ଷ ମଧ୍ୟରେ ଶେଷ ହୋଇପାରିଲା ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ଦେଶ ଯେତେବେଳେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଦ୍ରୁତ ଅଭିବୃଦ୍ଧି ଆବଶ୍ୟକ କରେ ସେତେବେଳେ ଭିତ୍ତିଭୂମି କ୍ଷେତ୍ରର ଦ୍ରୁତ ବିକାଶ ମଧ୍ୟ ଆବଶ୍ୟକ  । ଦେଶର ପ୍ରଗତି ପାଇଁ ଅଦମ୍ୟ ରାଜନୈତିକ ସଦିଚ୍ଛା ଓ ଅଙ୍ଗୀକାରବଦ୍ଧତା ମଧ୍ୟ ଆବଶ୍ୟକ ।  ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ସଂପୂର୍ଣ୍ଣ ହେବାରେ ବିଳମ୍ବ ଯୋଗୁଁ ଭିତ୍ତିଭୂମିର ବିକାଶ, ଆର୍ଥିକ କ୍ଷତି ସହିତ ଜନସାଧାରଣ ମଧ୍ୟ ଆର୍ଥିକ ଓ ସାମାଜିକ ସୁବିଧାରୁ ବଞ୍ଚିତ ହୋଇଥାନ୍ତି ବୋଲି ସେ କହିଥିଲେ ।      

ଶ୍ରୀ ମୋଦୀ କହିଥିଲେ ଯେ, 2005ରେ ଏହି ଟନେଲ ବାବଦକୁ ଖର୍ଚ୍ଚ ଭାର 900 କୋଟି ଟଙ୍କା ଆକଳନ କରାଯାଇଥିଲା । ମାତ୍ର ନୀରବଚ୍ଛିନ୍ନ ବିଳମ୍ବ ଯୋଗୁଁ ଆଜି ଏହି ଖର୍ଚ୍ଚ ତିନିଗୁଣ ବୃଦ୍ଧି ପାଇ 3200 କୋଟି ଟଙ୍କା ହୋଇଛି ।

ଏହିପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅଟଳ ଟନେଲ ଭଳି ଅବସ୍ଥାର ସମ୍ମୁଖୀନ ହେଉଥିବା ସେ କହିଥିଲେ । ବିଭିନ୍ନ କାରଣରୁ ଲଦାଖର ଗୁରୁତ୍ୱପୂର୍ଣ୍ଣ ଏୟାରଷ୍ଟ୍ରିପ ଦୌଲତବେଗ ଓଲଡି 40 – 45 ବର୍ଷ ପରେ ମଧ୍ୟ ଅସମ୍ପୂର୍ଣ୍ଣ ରହିଛି । ସେ ଆହୁରି କହିଥିଲେ ଯେ, ଅଟଳ ଜୀଙ୍କ ସରକାର ସମୟରେ ବୋଗିବିଲ ସେତୁର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲେ ମଧ୍ୟ ଅହେତୁକ ବିଳମ୍ବ ଯୋଗୁଁ ତାହାର କାର୍ଯ୍ୟ ମଧ୍ୟ ପଡିରହିଲା । ଏହି ସେତୁ ଅରୁଣାଚଳ ଏବଂ ଉତ୍ତର-ପୂର୍ବାଞ୍ଚଳ ମଧ୍ୟରେ ସଂଯୋଗର ଏକ ମୁଖ୍ୟ ମାଧ୍ୟମ ଭାବେ ବିବେଚିତ ହୋଇଥାଏ । 2014 ପରେ ଏହାର ନିର୍ମାଣ କାର୍ଯ୍ୟ ଆଶାତୀତ ବୃଦ୍ଧି ପାଇ 2 ବର୍ଷ ପୂର୍ବେ ଅଟଳ ଜୀଙ୍କ ଜନ୍ମ ଦିନ ଅବସରରେ ସେତୁ ଉଦଘାଟିତ ହେଲା ।

ସେ କହିଥିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ପରିବର୍ତ୍ତନ ଆସିଛି । ଗତ 6 ବର୍ଷ ମଧ୍ୟରେ ସଡକ ହେଉ ବା ସେତୁ ବା ସୁଡଙ୍ଗ, ସୀମା ଭିତ୍ତିଭୂମିର ଦ୍ରୁତ ବିକାଶ ଘଟିଛି । ଶ୍ରୀ ମୋଦୀ କହିଥିଲେ ଯେ, ଦେଶର ସୁରକ୍ଷା ବଳଙ୍କ ଆବଶ୍ୟକତା ପୂରଣ ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୱାନ ରାଙ୍କ ୱାନ ପେନସନ ଯୋଜନା, ଅତ୍ୟାଧୁନିକ ଯୁଦ୍ଧ ବିମାନ ଓ ଅସ୍ତ୍ରଶସ୍ତ୍ର ଆହରଣ, ଆଧୁନିକ ରାଇଫଲ, ବୁଲେଟ ପ୍ରୁଫ ଜାକେଟ ଓ ଅସହ୍ୟ ଥଣ୍ଡା ଜଳବାୟୁ ପାଇଁ ଉପକରଣ ଇତ୍ୟାଦି ଯାହାକି ପୂର୍ବ ସରକାର ଅଣଦେଖା କରିଥିଲେ, ତାକୁ ବର୍ତ୍ତମାନର ସରକାର ଅଗ୍ରାଧିକାର ଭିତ୍ତିରେ ସଂପୂର୍ଣ୍ଣ କରିଛନ୍ତି । ପୂର୍ବ ସରକାରଗୁଡିକର ଏସବୁ କରିବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ନଥିଲା । ମାତ୍ର ଦେଶରେ ଆଜି ପରିସ୍ଥିତି ବଦଳିଛି ବୋଲି ସେ କହିଛନ୍ତି । ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ଭଳି ସଂସ୍କାର ଯୋଗୁଁ ଦେଶରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ଉପକରଣ ନିର୍ମାଣ ସମ୍ଭବ ହୋଇଛି ଓ ଉତ୍ତମ ସମନ୍ଵୟ ରକ୍ଷା ପାଇଁ ସଂସ୍କାର ସ୍ୱରୂପ ପ୍ରତିରକ୍ଷା ମୁଖ୍ୟ ପଦବୀ ସୃଷ୍ଟି କରାଯାଇଛି । ବିଶ୍ଵର ଅନ୍ୟାନ୍ୟ ଦେଶଭଳି ଭାରତରେ ମଧ୍ୟ ଏହାର ଭିତ୍ତିଭୂମି ସୁଦୃଢ କରିବା ସହ ଆର୍ଥିକ ଓ ଅନ୍ୟାନ୍ୟ ଅଭିବୃଦ୍ଧି ପ୍ରତି ଧ୍ୟାନ ଦେବାକୁ ପଡିବ । ଅଟଳ ଟନେଲ ଆତ୍ମନିର୍ଭର ଭାରତର ଏକ ଜ୍ଵଳନ୍ତ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features

Media Coverage

In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 3, 2026
September 03, 2026

A- Rating to Third-Largest Wind Producer: How Modi’s Policies Are Rewriting India’s Global Rank