“ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରଦର୍ଶିତ ପଥ କୋଟି କୋଟି ଲୋକଙ୍କ ମନରେ ଆଶାର ସଞ୍ଚାର କରିଛି”
“ଧର୍ମ ନେଇ ରହିଥିବା ମଂଦ ଭାବନା ସ୍ୱାମୀଜୀ ଧର୍ମର ଆଲୋକରେ ଦୂର କରିଥିଲେ”
“ସ୍ୱାମୀଜୀ ସମାଜରେ ବେଦର ଚେତନାକୁ ଉଜାଗର କରିଥିଲେ”
“ଅମୃତ କାଳରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମ ଜୟନ୍ତୀ ଏକ ପବିତ୍ର ଉତ୍ସାହ ଭାବେ ଆସିଛି”
“ଆଜି ଦେଶ ଆମ ଐତିହ୍ୟକୁ ନେଇ ଗଭୀର ଆତ୍ମବିଶ୍ୱାସର ସହ ଗର୍ବ କରୁଛି”
“ଆମ ପାଇଁ ଧର୍ମର ପ୍ରଥମ ବ୍ୟାଖ୍ୟା ହେଉଛି କର୍ତ୍ତବ୍ୟ”
“ଗରୀବ, ଅନଗ୍ରସର, ଅବହେଳିତଙ୍କ ସେବା ହେଉଛି ଆଜି ଦେଶର ପ୍ରଥମ ଯାଗ ବା ପରମାତ୍ମାଙ୍କ ସେବା”
ଏହି ସ୍ମାରକୀ ପାଳନ ଅବସରରେ ସେ ଏକ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୨-୦୨-୨୦୨୩) ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ବର୍ଷବ୍ୟାପୀ ଦୁଇଶହତମ ଜୟନ୍ତୀ ପାଳନ ଉଦଘାଟନ କରିଛନ୍ତି । ଏହି ସ୍ମାରକୀ ପାଳନ ଅବସରରେ ସେ ଏକ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି ।

ସେଠାରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ସିଧା ଆର୍ଯ୍ୟ ସମାଜ ପକ୍ଷରୁ ଆୟୋଜିତ ଉତ୍ସବ ସ୍ଥଳକୁ ଯାଇ ଆରାଧନା ସ୍ଥଳୀରେ ଆହୁତି ଅର୍ପଣ କରିଥିଲେ । ମହର୍ଷି ଭାରତ ତଥା ବିଶ୍ୱକୁ ଦେଇଥିବା ବାର୍ତ୍ତାର ଅବଗତ କରାଇବା ପ୍ରତୀକ ସ୍ୱରୂପ ପ୍ରଧାନମନ୍ତ୍ରୀ ଆୟୋଜକ ପ୍ରତିନିଧିମାନଙ୍କୁ ଏକ ଏଲଇଡି ମଶାଲ ମଧ୍ୟ ହସ୍ତାନ୍ତର କରିଥିଲେ । ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ବାର୍ଷିକୀକୁ ଐତିହାସିକ ବୋଲି କହିବା ସହ ଏହି ସମାରୋହ ସମଗ୍ର ବିଶ୍ୱକୁ ଉତ୍ସାହିତ କରିବ ବୋଲି ଆଶା ପ୍ରକଟ କରିଥିଲେ । ମହର୍ଷି ଦୟାନନ୍ଦଙ୍କ ଆଦର୍ଶ ବିଶ୍ୱକୁ ଏକ ଉନ୍ନତ ସ୍ଥାନ କରିବା ଉଦ୍ଦିଷ୍ଟ ଥିଲା ଓ କଳି, ହିଂସା ଏବଂ ଅସ୍ଥିରତା କାଳରେ ମହର୍ଷି ଦୟାନନ୍ଦଙ୍କ ପ୍ରବର୍ତ୍ତିତ ମାର୍ଗ ସଠିକ ଦିଗଦର୍ଶନ ଦେବ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଶୁଭ ଅବସର ଦୁଇବର୍ଷ ପର୍ଯ୍ୟନ୍ତ ପାଳନ କରାଯିବ ଓ ସରକାର ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦୁଇଶହତମ ଜନ୍ମବାର୍ଷିକୀ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମାନବତାର ନିରବଚ୍ଛିନ୍ନ କଲ୍ୟାଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସେଠାରେ ଚାଲିଥିବା ଯାଗରେ ଆହୁତି ଅର୍ପଣ କରିଥିବାରୁ କୃତଜ୍ଞତା ଜଣାଇଥିଲେ । ସ୍ୱାମିଜୀ ଜନ୍ମ ହୋଇଥିବା ମାଟିକୁ ଭାଗ୍ୟବାନ କହି ସେ ମହର୍ଷି ଦୟାନନ୍ଦ ତାଙ୍କ ଜୀବନରେ ଥିବା ଆଦର୍ଶ ସମସ୍ତଙ୍କ ଆକର୍ଷିତ କରିଥିଲା ବୋଲି କହିଥିଲେ ।

ଦୟାନନ୍ଦ ସରସ୍ୱତୀ ଜନ୍ମବେଳେ ଭାରତର ଅବସ୍ଥା ଉପରେ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶହ ଶହ ବର୍ଷର ଦାସତ୍ୱ ଯୋଗୁ ଦେଶ ଦୁର୍ବଳ ହୋଇଥିବା ସହ ଏହାର ଆତ୍ମବିଶ୍ୱାସ ମଧ୍ୟ ହରାଇଥିଲା । ସେତେବେଳେ ଭାରତରେ ଆଦର୍ଶ ଓ ସଂସ୍କୃତିକୁ ସମୂଳେ ଧ୍ୱଂସ କରିବାକୁ ଅନେକ ଉଦ୍ୟମ ହୋଇଥିଲା । ଦେଶର ପରମ୍ପରା ଓ ଶାସ୍ତ୍ରରେ କୌଣସି କମ୍ ଥିବା କଥାକୁ ସ୍ୱାମୀଜୀ ଅଗ୍ରାହ୍ୟ କରିଥିବା ସହ ଏହାର ପ୍ରକୃତ ଅର୍ଥ ଭୁଲିଯାଇଛନ୍ତି ବୋଲି ଯୁକ୍ତି ବାଢ଼ିଥିଲେ । ଭାରତକୁ ଖଣ୍ଡ ଖଣ୍ଡ କରିବା ପାଇଁ ବେଦର ଯେପରି ମିଥ୍ୟା ବ୍ୟାଖ୍ୟା କରାଯାଉଥିଲା ତଥା ପରମ୍ପରାକୁ କଳୁଷିତ କରିବାକୁ ଯେଉଁ ଉଦ୍ୟମ ହୋଇଥିଲା ମହର୍ଷି ଦୟାନନ୍ଦ ହିଁ ଏହାର ରକ୍ଷାକର୍ତ୍ତା ସାଜିଥିଲେ । “ମହର୍ଷିଜୀ ଭେଦଭାବ ଓ ଅସ୍ପୃଶ୍ୟତା ଭଳି ସାମାଜିକ କୁସଂସ୍କାର ବିରୁଦ୍ଧରେ ଏକ ମଜବୁତ ଅଭିଯାନ ଚଳାଇଥିଲେ ।” ଧର୍ମ ନାମରେ ଯେଉଁ ମନ୍ଦ ଅପପ୍ରଚାର ହୋଇଥିବା ସ୍ୱାମୀଜୀ ସେହି ଧର୍ମର ଆଲୋକପାତ କରି ତାକୁ ଦୂର କରିଥିଲେ । ମହାତ୍ମା ଗାନ୍ଧୀ ମଧ୍ୟ ଅସ୍ପୃଶ୍ୟତା ବିରୁଦ୍ଧରେ ସ୍ୱାମୀଜୀଙ୍କ ସଂଗ୍ରାମ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କହିଥିବା ପ୍ରଧାମନ୍ତ୍ରୀ କହିଥିଲେ ।

ସମାଜରେ ମହିଳାଙ୍କୁ ନେଇ ଗଢ଼ି ଉଠିଥିବା ମନଗଢ଼ା କାହାଣୀଗୁଡ଼ିକୁ ମହର୍ଷି ଦୟାନନ୍ଦ ପ୍ରବଳ ଯୁକ୍ତ ଉପସ୍ଥାପନା କରିବାରେ ଅଗ୍ରଣୀ ହୋଇ ବାହାରିଥିଲେ । ମହର୍ଷି ଦୟାନନ୍ଦ ମହିଳାଙ୍କ ବାଛବିଚାର ନେଇ ଦୃଢ଼ ପ୍ରତିବାଦ କରିବା ସହ ସେମାନଙ୍କୁ ଶିକ୍ଷିତ କରିବା ପାଇଁ ଅଭିଯାନ ପ୍ରାୟ ଦେଢ଼ଶହ ବର୍ଷ ଆଗରୁ ଚଳାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଆଜିର ଦିନରେ ଓ ଯୁଗରେ ମଧ୍ୟ ସମାଜରୁ କେତେକ ସ୍ଥାନରେ ମହିଳାଙ୍କୁ ଶିକ୍ଷା ଅଗ୍ରାଧିକାର ଓ ସମ୍ମାନରୁ ବଞ୍ଚôତ କରାଯାଇଥିବା ବେଳେ ମହର୍ଷି ଦୟାନନ୍ଦ ସେତେବେଳେ ମହିଳାଙ୍କ ସମାନ ଅଧିକାର ନେଇ ସ୍ୱର ଉତ୍ତୋଳନ କରିଥିଲେ । କେବଳ ତାହା ବାସ୍ତବତା ଠାରୁ ଦୂରରେ ନ ଥିଲା ବରଂ ପାଶ୍ଚାତ୍ୟ ଦେଶଗୁଡ଼ିକରେ ତାହା ଅନୁସରଣ ହେଉ ନ ଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ମହର୍ଷିଜୀଙ୍କ ଅସାଧାରଣ କର୍ତ୍ତବ୍ୟ ନିଷ୍ଠା ଓ ଉଦ୍ୟମ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଥିଲେ । ତାଙ୍କ ପ୍ରତି ଆର୍ଯ୍ୟ ସମାଜ ଗଠନର ୧୫୦ ବର୍ଷ ଓ ଜନ୍ମର ଦୁଇଶହ ବର୍ଷ ପରେ ମଧ୍ୟ ଜନସାଧାରଣଙ୍କ ସମର୍ଥନ ତାଙ୍କର ଦେଶ ପ୍ରତି କର୍ତ୍ତବ୍ୟ କିପରି ମହାନ ଥିଲା ତାହା ଦର୍ଶାଇଥାଏ । “ଅମୃତ କାଳରେ ତାଙ୍କର ଦୁଇବର୍ଷର ଜନ୍ମ ବାର୍ଷିକୀ ଏକ ପବିତ୍ର ଉତ୍ସାହ ଭାବେ ଆସିଛି” ବୋଲି ସେ କହିଥିଲେ ।

ଦେଶ ସ୍ୱାମୀଜୀଙ୍କ ସଂଦେଶମାନ ଗଭୀର ଆତ୍ମବିଶ୍ୱାସ ସହ ଅନୁସରଣ କରୁଛି । ସ୍ୱାମୀଜୀଙ୍କ ଆହ୍ୱାନ “ବେଦକୁ ଫେରିଚାଲ”କୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ଦେଶ ଗଭୀର ଆତ୍ମବିଶ୍ୱାସର ସହ ଆମ ଐତିହ୍ୟକୁ ନେଇ ଗର୍ବ କରୁଛି” ଓ ଦେଶର ଜନସାଧାରଣ ଆଧୁନିକତାକୁ ଆପଣାଇଲେ ମଧ୍ୟ ଆମ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଧର୍ମର ପ୍ରସାରମୂଳକ ମନୋଭାବକୁ ନେଇ ଭାରତରେ ଏହା କେବଳ ରୀତିନୀତି ମଧ୍ୟରେ ସୀମାବଦ୍ଧ ନ ରହି ଏହା ଜୀବନଧାରା ପାଲଟିଛି ବୋଲି କହିଥିଲେ । ଆମ ପାଇଁ ଧର୍ମର ପ୍ରଥମ ବ୍ୟାଖ୍ୟା ହେଉଛି କର୍ତ୍ତବ୍ୟ ବୋଲି ସେ କହିଥିଲେ । ସ୍ୱାମୀଜୀ ଏକ ସାମଗ୍ରିକ ଓ ସମନ୍ୱିତ ମନୋଭାବରେ ଦାୟିତ୍ୱ ଓ ନେତୃତ୍ୱ ଦେଶର ହିତ ଦୃଷ୍ଟିରୁ ନେଇଥିଲେ। ଭାରତୀୟ ଜନଜୀବନରେ ମୁନିଋଷିମାନେ ଦର୍ଶନ, ଯୋଗ, ଗଣିତ, ନୀତି, କୂଟନୀତି, ବିଜ୍ଞାନ ଓ ଭେଷଜ ବିଜ୍ଞାନ କ୍ଷେତ୍ରରେ ବିରାଟ ଭୂମିକା ନେଇଥିଲେ । ସ୍ୱାମୀଜୀ ପ୍ରାଚୀନ ପ୍ରଥାର ପୁନର୍ବିନ୍ୟାସ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମହର୍ଷି ଦୟାନନ୍ଦଙ୍କ ଶିକ୍ଷା ଉପରେ ଆଲୋକପାତ କରି ସେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ସଂଗଠନ ପ୍ରତିଷ୍ଠା କରିଥିବା ଶ୍ରୀ ମୋଦୀ କହିଥିଲେ । ମହର୍ଷି ଯଦିଓ ତାଙ୍କ ବୈପ୍ଳବିକ ଆଦର୍ଶ ଜୀବନ ଅତିବାହିତ କରୁଥିଲେ ତଥାପି ସେ ତାଙ୍କର ନୀତି ଆଦର୍ଶଗୁଡ଼ିକ ବିଭିନ୍ନ ସଂଗଠନ ଜରିଆରେ ଜନକଲ୍ୟାଣ କାର୍ଯ୍ୟରେ ଯୁଗ ଯୁଗ ଧରି ଲଗାଇ ପାରିଥିଲେ । ପରୋପକାରୀ ଗୁଣର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହର୍ଷି ନିଜେ ବୈଦିକ ପରମ୍ପରା ପ୍ରସାର ନିମନ୍ତେ ଏହାକୁ ଗଢ଼ିଥିଲେ ଓ ଆଜି ମଧ୍ୟ ସେ ସଂଗଠନ ଗୁରୁକୁଳ ଓ ପ୍ରକାଶନ ଜରିଆରେ ବୈଦିକ ପରମ୍ପରାରର ପ୍ରସାର କରୁଛି । ସେ ମଧ୍ୟ କୁରୁକ୍ଷେତ୍ର ଗୁରୁକୁଳ, ସ୍ୱାମୀ ଶ୍ରଦ୍ଧାନନ୍ଦ ଟ୍ରଷ୍ଟ ଓ ମହର୍ଷି ଦୟାନନ୍ଦ ଟ୍ରଷ୍ଟର ଉଦାହରଣ ଦେଇ ସେସବୁ ସଂଗଠନ କିପରି ଅନେକ ଯୁବକଯୁବତୀଙ୍କ ଜୀବନାଦର୍ଶରେ ପରିବର୍ତ୍ତନ ଆଣିଛି ବୋଲି କହିଥିଲେ । ସମାଜ ସେବା ଓ ଉଦ୍ଧାର କାର୍ଯ୍ୟରେ ଜୀବନ ପ୍ରଭାତ ଟ୍ରଷ୍ଟ ଦ୍ୱାରା ୨୦୦୧ ଗୁଜରାଟ ଭୂମିକମ୍ପ ବେଳେ ସଂଗଠନର କାର୍ଯ୍ୟ ମହର୍ଷିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲା ।

ଦେଶ ଆଜି ବାଛବିଚାରବିହୀନ ନୀତି ଓ ଉଦ୍ୟମ ଦ୍ୱାରା ପ୍ରଗତି ହାସଲ କରୁଛି ଓ ତାହା ମଧ୍ୟ ଦିନେ ସ୍ୱାମୀଜୀଙ୍କ ପ୍ରାଥମିକତା ରହିଥିଲା । “ଗରୀବ, ଅନଗ୍ରସର ଓ ଅବହେଳିତଙ୍କ ସେବା ଆଜିର ଦେଶ ପାଇଁ ପ୍ରଥମ ଯାଗ ।” ଏହି ପରିପ୍ରେକ୍ଷୀରେ ଆବାସ, ଚିକତ୍ସା ସୁବିଧା ଓ ମହିଳା ସଶକ୍ତୀକରଣର ଉଦାହରଣ ଦେଇଥିଲେ । ସ୍ୱାମୀଜୀଙ୍କ ଦ୍ୱାରା ପ୍ରଦର୍ଶିତ ଭାରତୀୟତାର ମାର୍ଗ ଉପରେ ଆଧୁନିକ ଶିକ୍ଷା ପ୍ରବର୍ତ୍ତନକାରୀ ନୂତନ ଶିକ୍ଷା ନୀତିରେ ନିହିତ ଅଛି ।

ପ୍ରଧାନମନ୍ତ୍ରୀ ସ୍ୱାମୀଜୀଙ୍କ ବୁଝିବା ବ୍ୟକ୍ତିର ସଂଜ୍ଞା ଉପରେ ସ୍ମୃତିଚାରଣ କରି କହିଥିଲେ ଯେ ଜଣେ ବ୍ୟକ୍ତି ଯାହା ନେଇଥାଏ, ତା’ଠାରୁ ଅଧିକ ଦେଇଥାଏ, ସେ ହେଉଛି ବୁଝିବା ଲୋକ । ପରିବେଶ ସମେତ ଅନେକ କ୍ଷେତ୍ରରେ ଏହାର ତାତ୍ପର୍ଯ୍ୟ ରହିଛି । ସ୍ୱାମୀଜୀ ବେଦର ଏହି ଜ୍ଞାନକୁ ଗଭୀର ଭାବେ ଅନୁଧ୍ୟାନ କରିଥିଲେ । “ମହର୍ଷି ଥିଲେ ବେଦର ବିଦ୍ୟାର୍ଥୀ ଓ ଜ୍ଞାନ ମାର୍ଗର ଋଷି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତ ସ୍ଥାୟୀ ଓ ନିରନ୍ତର ବିକାଶ ପାଇଁ ବିଶ୍ୱରେ ନେତୃତ୍ୱ ନେଉଛି । ପ୍ରଧାନମନ୍ତ୍ରୀ ମିଶନ ଲାଇଫର ଉଦାହରଣ ଦେଇ ପରିବେଶକୁ ଜି-୨୦ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଖାଯାଇଛି ବୋଲି କହିଥିଲେ । ପ୍ରାଚୀନ ପ୍ରଜ୍ଞାବଳରେ ଆର୍ଯ୍ୟ ସମାଜ ଏହି ଆଧୁନିକ ଆଦର୍ଶ ପ୍ରସାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ପ୍ରାକୃତିକ କୃଷି ଓ ଶ୍ରୀ ଅନ୍ନ ଉପରେ ଧ୍ୟାନ ଦେବାକୁ କହିଥିଲେ ।

ମହର୍ଷିଙ୍କ ବ୍ୟକ୍ତିତ୍ୱରୁ ଅନେକ କିଛି ଶିଖିବାର ଅଛି କହି ପ୍ରଧାନମନ୍ତ୍ରୀ ଏକ କାହାଣୀ ବର୍ଣ୍ଣନା କରିଥିଲେ । ଥରେ ଜଣେ ଇଂରେଜ ସାହେବ ମହର୍ଷିଙ୍କୁ ଭେଟିବାକୁ ଆସି ତାଙ୍କୁ ଭାରତରେ ଇଂରେଜ ଶାସନର ନିରବଚ୍ଛିନ୍ନତା ଉପରେ ପ୍ରାର୍ଥନା କରିବାକୁ କହିଛନ୍ତି, ମହର୍ଷି ତାଙ୍କୁ “ସ୍ୱାଧୀନତା ମୋର ଆତ୍ମା ଓ ଭାରତର ସ୍ୱର” ବୋଲି ନିର୍ଭୀକ ଭାବେ କହିଥିଲେ । ଅନେକ ଉତୁଙ୍ଗ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରତିଷ୍ଠାନ ନିର୍ମାର ଓ ଦେଶପ୍ରେମୀ ସ୍ୱାମୀଜୀଙ୍କ ଠାରୁ ପ୍ରେରଣା ପାଇଥିଲେ । ସେ ଲୋକମାନ୍ୟ ତିଳକ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ବୀର ସଭରକର, ଲାଲା ଲାଜପତ ରାୟ, ଲାଲା ହରଦୟାଲ, ଚନ୍ଦ୍ରଶେଖର ଆଜାଦ, ରାମ ପ୍ରସାଦ ବିସମିଲ ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦାହରଣ ଦେଇଥିଲେ । ସେ ମଧ୍ୟ ମହାତ୍ମା, ହସଂରାଜ, ସ୍ୱାମୀ ଶ୍ରଦ୍ଧାନନ୍ଦ ଜୀ, ଗୁରୁ ପରମାନନ୍ଦ ଜୀଙ୍କ ଭଳି ଅନେକ ଯେଉଁମାନେ ସ୍ୱାମୀଜୀଙ୍କ ପ୍ରେରଣାରେ ଉଦବୁଦ୍ଧ ହୋଇଥିଲେ ସେମାନଙ୍କ ଉଦାହରଣ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆର୍ଯ୍ୟ ସମାଜ ସ୍ୱାମୀଜୀଙ୍କ ବାଣୀର ପ୍ରଚାର କରିଛି ଓ ଦେଶ ପ୍ରତ୍ୟକ ଆର୍ଯ୍ୟ ବୀରଙ୍କ ନିକଟରୁ ଅନେକ କିଛି ଆଶା କରି ଆସନ୍ତା ବର୍ଷ ଆର୍ଯ୍ୟ ସମାଜ ଏହାର ୧୫୦ତମ ବାର୍ଷିକୀ ପାଳନ କରିବ । ବିରାଟ ଯୋଜନା ଓ ନିଖୁଣ ପରିଚାଳନା ଯୋଗୁ ଏହି ସ୍ମରଣୀୟ ଦିବସ ପାଳନ କରିଥିବାରୁ ଶ୍ରୀ ମୋଦୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । “ଅମୃତ କାଳରେ ଆମେ ସମସ୍ତେ ମହର୍ଷି ଦୟାନନ୍ଦ ଜୀଙ୍କ ପ୍ରେରଣାରେ ଉଦବୁଦ୍ଧ ହେବା” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପନ କରିଥିଲେ ।

ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି କିଶନ ରେଡୀ, କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଓ ଶ୍ରୀମତୀ ମିନାକ୍ଷୀ ଲେଖି, ଦିଲ୍ଲୀ ଆର୍ଯ୍ୟ ପ୍ରତିନିଧି ସଭା ସଭାପତି ଶ୍ରୀ ଧରମପାଲ ଆର୍ଯ୍ୟ, ଦିଲ୍ଲୀ ଆର୍ଯ୍ୟ ପ୍ରତିନିଧି ସଭା ମହାମନ୍ତ୍ରୀ ଶ୍ରୀ ବିନୟ ଆର୍ଯ୍ୟ ଓ ସର୍ବଦେଶିକ ଆର୍ଯ୍ୟ ପ୍ରତିନିଧି ସଭା ସଭାପତି ଶ୍ରୀ ସୁଶେ ଚନ୍ଦ୍ର ଆର୍ଯ୍ୟ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ସ୍ୱାମୀଜୀଙ୍କ ବୁଝିବା ବ୍ୟକ୍ତିର ସଂଜ୍ଞା ଉପରେ ସ୍ମୃତିଚାରଣ କରି କହିଥିଲେ ଯେ ଜଣେ ବ୍ୟକ୍ତି ଯାହା ନେଇଥାଏ, ତା’ଠାରୁ ଅଧିକ ଦେଇଥାଏ, ସେ ହେଉଛି ବୁଝିବା ଲୋକ । ପରିବେଶ ସମେତ ଅନେକ କ୍ଷେତ୍ରରେ ଏହାର ତାତ୍ପର୍ଯ୍ୟ ରହିଛି । ସ୍ୱାମୀଜୀ ବେଦର ଏହି ଜ୍ଞାନକୁ ଗଭୀର ଭାବେ ଅନୁଧ୍ୟାନ କରିଥିଲେ । “ମହର୍ଷି ଥିଲେ ବେଦର ବିଦ୍ୟାର୍ଥୀ ଓ ଜ୍ଞାନ ମାର୍ଗର ଋଷି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତ ସ୍ଥାୟୀ ଓ ନିରନ୍ତର ବିକାଶ ପାଇଁ ବିଶ୍ୱରେ ନେତୃତ୍ୱ ନେଉଛି । ପ୍ରଧାନମନ୍ତ୍ରୀ ମିଶନ ଲାଇଫର ଉଦାହରଣ ଦେଇ ପରିବେଶକୁ ଜି-୨୦ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଖାଯାଇଛି ବୋଲି କହିଥିଲେ । ପ୍ରାଚୀନ ପ୍ରଜ୍ଞାବଳରେ ଆର୍ଯ୍ୟ ସମାଜ ଏହି ଆଧୁନିକ ଆଦର୍ଶ ପ୍ରସାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ପ୍ରାକୃତିକ କୃଷି ଓ ଶ୍ରୀ ଅନ୍ନ ଉପରେ ଧ୍ୟାନ ଦେବାକୁ କହିଥିଲେ ।

ପୃଷ୍ଠଭୂମି:

୧୯୨୪ ଫେବ୍ରୁଆରୀ ୧୨ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଜଣେ ସମାଜ ସଂସ୍କାରକ ଭାବେ ୧୮୭୫ରେ ଆର୍ଯ୍ୟ ସମାଜ ସ୍ଥାପନ କରିଥିଲେ । ସେତେବେଳେ ସମାଜରେ ଥିବା ଅସମାନତା ଦୂର କରିବା ଉଦେଶ୍ୟରେ ଗଠିତ ଏହି ସମାଜ ଦେଶର ସାମାଜିକ ଓ ସାଂସ୍କୃତିକ ଜାଗରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ସର୍ବଭାରତୀୟ ସ୍ତରରେ ବିଶିଷ୍ଟ ସଂସ୍କାରକ ଓ ମହାନ ବ୍ୟକ୍ତିତ୍ୱ ଯେଉଁମାନେ ଲୋକମାନଙ୍କ ମଧ୍ୟରେ ବିଶେଷ ପରିଚିତି ଲାଭ କରିନାହାନ୍ତି ସେମାନଙ୍କ ଜୟନ୍ତୀ ପାଳନ ନିମନ୍ତେ ସରକାର ଅଙ୍ଗୀକାରବଦ୍ଧ । ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀକୁ ଜନଜାତୀୟ ଗୌରବ ଦିବସ ଭାବେ ଘୋଷଣା କରିବା ଠାରୁ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ବାର୍ଷିକୀ ସମାରୋହରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏ ଦିଗରେ ନେତୃତ୍ୱ ନେଉଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India poised to be global hub for small satellites, in-orbit manufacturing

Media Coverage

India poised to be global hub for small satellites, in-orbit manufacturing
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Dr. Bhupen Hazarika on his 100th birth anniversary
September 08, 2026

The Prime Minister, Shri Narendra Modi, paid tribute to legendary Dr. Bhupen Hazarika on his 100th birth anniversary.

The Prime Minister said that Dr. Bhupen Hazarika’s voice carried the soul of Assam and the spirit of the Northeast to the entire nation. He noted that through his music, Dr. Hazarika beautifully gave expression to the thoughts and spirit of countless people and brought people closer.

Shri Modi warmly recalled attending the beginning of Dr. Hazarika’s birth centenary celebrations in Guwahati last year.

The Prime Minister said that Bhupen Da’s life and work will continue to inspire generations.

The Prime Minister wrote on X;

“On his 100th birth anniversary, remembering the legendary Dr. Bhupen Hazarika Ji.

His voice carried the soul of Assam and the spirit of the Northeast to the entire nation.

Through his music he beautifully gave expression to the thoughts and spirit of countless people. His songs brought people closer.

I warmly recall attending the start of his birth centenary celebrations in Guwahati last year. Bhupen Da’s life and work will continue to inspire generations.”