‘ଡବଲ ଇଂଜିନ’ ସରକାର ତ୍ରିପୁରାକୁ ବଦଳାଇ ଦେଇଛି: ପ୍ରଧାନମନ୍ତ୍ରୀ
ତ୍ରିପୁରା ହାଇୱେ, ଆଇ-ୱେ, ରେଲୱେ ଓ ଏୟାର ୱେ (ହିରା)ର ବିକାଶ ଦେଖୁଛି
ସଂଯୋଗ ବ୍ୟବସ୍ଥା ଭାରତ-ବାଂଲାଦେଶ ବନ୍ଧୁତ୍ୱକୁ କେବଳ ମଜଭୁତ କରୁନାହିଁ, ଏହା ମଧ୍ୟ ବ୍ୟବସାୟ ପାଇଁ ଏକ ଉତ୍ତମ ଭିତ୍ତି ଯୋଗାଉଛି: ପ୍ରଧାନମନ୍ତ୍ରୀ
ମୈତ୍ରୀ ସେତୁ ବାଂଲାଦେଶର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ସୁଯୋଗ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଭାରତ-ବାଂଲାଦେଶ ମଧ୍ୟରେ ମୈତ୍ରୀ ସେତୁକୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ତ୍ରିପୁରାରେ ଅନେକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ କେତେକକୁ ଉଦ୍‍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ରିପୁରାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ପ୍ରସାରଣ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତ୍ରିପୁରାବାସୀ ଏବେ ୩୦ ବର୍ଷର ପୂର୍ବତନ ସରକାର ଏବଂ ବର୍ତ୍ତମାନର ଉବଲ ଇଂଜିନ ସରକାରର ମଧ୍ୟରେ ପାର୍ଥକ୍ୟ ଅନୁଭବ କରୁଛନ୍ତି । ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଦୁର୍ନୀତି ଓ କମିସନି ସଂସ୍କୃତିର ଅବସାନ ଘଟିଛି ଏବଂ ହିତାଧିକାରୀଙ୍କ ବ୍ୟାଙ୍କଖାତାରେ ସରକାରୀ ଲାଭ ସିଧାସଳଖ ପହଞ୍ଚୁଛି । ସେ ଆହୁରି କହିଛନ୍ତି ଯେ ଯେଉଁ କର୍ମଚାରୀମାନେ ନିୟମିତ ବେତନ ପାଇବାରେ ହରକତ ହେଉଥିଲେ ସେମାନଙ୍କୁ ଏବେ ଠିକ୍‍ ସମୟରେ ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁସାରେ ଦରମା ମିଳୁଛି । ପ୍ରଥମଥର ପାଇଁ ତ୍ରିପୁରାରେ ଏମ୍‍ଏସ୍‍ପି\ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଆଗରୁ ଏହା ନ ଥିବାରୁ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ବିକିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଗରୁ ରାଜ୍ୟରେ ଯେଉଁ ଧର୍ମଘଟ ସଂସ୍କୃତି ଥିଲା ତାହାର ଅବସାନ ଘଟିଛି ଏବଂ ବାଣିଜ୍ୟ ବ୍ୟବସାୟ ଓ ଉଦ୍ୟୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ରାଜ୍ୟରେ ନୂଆ ନୂଆ ପ୍ରକଳ୍ପ ପାଇଁ ପୁଞ୍ଜି ନିବେଶ ହେଉଛି । ଅଳ୍ପଦିନ ମଧ୍ୟରେ ତ୍ରିପୁରାର ରପ୍ତାନୀ ବାଣିଜ୍ୟ ୫ ଗୁଣ ବଢିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୬ ବର୍ଷ ମଧ୍ୟରେ ତ୍ରିପୁରାର ବିକାଶ ପାଇଁ କେନ୍ଦ୍ର ସରକାର ସବୁମନ୍ତେ ଉଦ୍ୟମ କରିଆସୁଛନ୍ତି । ରାଜ୍ୟକୁ ସର୍ବାଧିକ କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯାଇଛି । ୨୦୦୯ରୁ ୨୦୧୪ ଯାଏଁ କେନ୍ଦ୍ରୀୟ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ତ୍ରିପୁରାକୁ ୩୫୦୦ କୋଟି ଟଙ୍କା ମିଳିଥିବାବେଳେ ୨୦୧୪ରୁ ୨୦୧୯ ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ୧୨ ହଜାର କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଡବଲ ଇଂଜିନ ସରକାରର ଲାଭ ଓ ଗୁରୁତ୍ୱ ସଂପର୍କରେ ଏହି ଅବସରରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଯେଉଁ ରାଜ୍ୟରେ ଡବଲ ଇଂଜିନ ସରକାର ନାହିଁ ସେଠାରେ ବିକାଶମୂଳକ ଯୋଜନା କାର୍ଯ୍ୟକାରିତା ବିଳମ୍ବିତ ହେଉଛି । ଫଳରେ ଗରିବ, କୃଷକ ଓ ମହିଳାମାନେ ଯୋଜନାରୁ ବଞ୍ଚିତ ହେଉଛନ୍ତି । ତ୍ରିପୁରାରେ ଡବଲ ଇଂଜିନ ସରକାର ଥିବାରୁ ଏହି ରାଜ୍ୟ ଲାଭବାନ ହୋଇଛି । ଏହାଦ୍ୱାରା ତ୍ରିପୁରାର ରୂପରେଖ ମଧ୍ୟ ବଦଳିଛି । ଏକଦା ବିଜୁଳି ନିଅଣ୍ଟିଆ ରାଜ୍ୟଭାବେ ପରିଚିତ ତ୍ରିପୁରା ଏବେ ଏ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଛି । ଡବଲ ଇଂଜିନ ସରକାର ଦ୍ୱାରା ତ୍ରିପୁରାର ଆଉ ଯେଉଁ ଲାଭ ହୋଇଛି ତାହାର ଏକ ଲମ୍ବା ବିବରଣୀ ସେ ଦେଇଥିଲେ । ରାଜ୍ୟରେ ୨ ଲକ୍ଷ ଗ୍ରାମୀଣ ଘରକୁ ପାଇପ ଯୋଗେ ପାନୀୟ ଜଳଯୋଗାଣ, ୨.୫ ଲକ୍ଷ ଲୋକଙ୍କୁ ମାଗଣା ଗ୍ୟାସ୍‍ ସଂଯୋଗ, ରାଜ୍ୟର ସବୁ ଗାଁକୁ ବାହ୍ୟ ମଳତ୍ୟାଗ ମୁକ୍ତ କରିବା, ୫ ହଜାର ଗର୍ଭବତୀଙ୍କୁ ମାତୃବନ୍ଦନା ଯୋଜନାରେ ସାମିଲ କରାଇବା ଏବଂ ୪୦ ହଜାର ଗରିବ ପରିବାରକୁ ନୂଆ ଘର ଯୋଗାଇବା ଆଦି ବିଷୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ଯୋଗାଯୋଗ ଓ ସଂଯୋଗଜନିତ ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଗତି ସାଧିତ ହୋଇଛି । ବିମାନ ବନ୍ଦର, ଇଣ୍ଟରନେଟ ସଂଯୋଗ, ରେଳଲିଙ୍କ୍‍, ଜଳପଥ ଆଦି ସେଥିମଧ୍ୟରୁ ଅନ୍ୟତମ । ହିରା ଯୋଜନାରେ ରାଜ୍ୟରେ ହାଇୱେ, ଆଇ ୱେ, ରେଳୱେ ଓ ଏୟାର ୱେର ଉଲ୍ଲେଖନୀୟ ପ୍ରଗତି ଘଟିଛି ବୋଲି ସେ ଉଲ୍ଲେଖ କରିଥିଲେ ।  ସେ କହିଥିଲେ ଯେ ସଂଯୋଗ ବ୍ୟବସ୍ଥା ଦ୍ୱାରା କେବଳ ଭାରତ-ବାଂଲାଦେଶ ମଧ୍ୟରେ ବନ୍ଧୁତା ସୁଦୃଢ ହେବନାହିଁ, ଏହା ମଧ୍ୟ ବ୍ୟବସାୟକୁ ଉତ୍ତମ ସୁବିଧା ସୁଯୋଗ ଯୋଗାଇବ । ଉତ୍ତର ପୂର୍ବାଞ୍ଚଳ ଏବଂ ବାଂଲାଦେଶ ମଧ୍ୟରେ ସମଗ୍ର ତ୍ରିପୁରାକୁ ଏକ ବାଣିଜ୍ୟ କରିଡରଭାବେ ବିକଶିତ କରିବା ପାଇଁ କାର୍ଯ୍ୟ ଚାଲିଛି । ଏହି ମୈତ୍ରୀ ସେତୁ ଦ୍ୱାରା ଦୁଇଦେଶ ମଧ୍ୟରେ ରେଲ ଏବଂ ଜଳସଂଯୋଗ ବ୍ୟବସ୍ଥା ଅଧିକ ସୁଦୃଢ ହୋଇଛି । ଏହା ଫଳରେ ଆସାମ, ମିଜୋରାମ, ମଣିପୁର ଆଦି ରାଜ୍ୟ ତ୍ରିପୁରା ଦେଇ ବାଂଲାଦେଶ ସହିତ ସଂଯୁକ୍ତ ହୋଇପାରିବେ । ଏହା ମଧ୍ୟ ସଂପୃକ୍ତ ଅଞ୍ଚଳରେ ଆର୍ଥିକ ସୁବିଧା ସୁଯୋଗ ସୃଷ୍ଟି କରିବ । ଏହି ସେତୁ ପ୍ରକଳ୍ପ ସଂପୂର୍ଣ୍ଣ କରିବାରେ ବାଂଲାଦେଶ ସହଯୋଗ କରିଥିବାରୁ ଶ୍ରୀ ମୋଦୀ ସେଠା ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ବାଂଲାଦେଶ ଗସ୍ତ ଅବସରରେ ଏହି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏବେ ଉତ୍ତର ପୂର୍ବାଞ୍ଚଳକୁ  ସାମଗ୍ରୀ ପଠାଇବା ପାଇଁ ଲୋକଙ୍କୁ ଆଉ କେବଳ ସଡକପଥରେ ନିର୍ଭର କରିବାକୁ ପଡିବ ନାହିଁ । ସେମାନଙ୍କୁ କେବଳ ନଦୀ ଓ ସାମୁଦ୍ରିକପଥ ଉପଲବ୍‍ଧ ହେବ । ଏକ ନଦୀପଥ ଦେଇ ତ୍ରିପୁରାରୁ ଚଟଗ୍ରାମ ବନ୍ଦରକୁ ସଂଯୋଗ କରିବା ପାଇଁ ଏକ ପ୍ରକଳ୍ପ ହାତକୁ ନିଆଯାଇଛି । ସବ୍‍ରୁମ୍‍ରେ ନିର୍ମାଣାଧୀନ ଆଇପିସି ଏକ ପୂର୍ଣ୍ଣାଙ୍ଗ ପଣ୍ୟାଗାର ଓ କ୍ଷୁଦ୍ର ବନ୍ଦରଭାବେ କାର୍ଯ୍ୟ କରିବ ।

ଫେଣି ନଦୀ ଉପରେ ନିର୍ମିତ ସେତୁ ଦ୍ୱାରା ଅଗରତଲା ନଗରୀ ଭାରତର ଆନ୍ତର୍ଜାତିକ ସାମୁଦ୍ରିକ ବନ୍ଦରର ନିକଟତମ ସହର ହେବ । ସେହିଭଳି ଜାତୀୟ ରାଜପଥ ୮ ଓ ୨୦୮ ଉତ୍ତର ପୂର୍ବାଞ୍ଚଳ ପାଇଁ ବନ୍ଦର ସହଯୋଗ ଯୋଗାଇବାରେ ସହଜ ହେବ । ଅଗରତଲାକୁ ଏକ ଉତ୍ତମ ନଗରୀରେ ପରିଣତ କରିବା ପାଇଁ ଆଜି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯାଇଛି ।  ନବନିର୍ମିତ ଇଣ୍ଟିଗ୍ରେଟେଡ କମାଣ୍ଡ ସେଣ୍ଟର ଟ୍ରାଫିକ ସମସ୍ୟାର ସମାଧାନ ସହିତ ଅପରାଧ ରୋକିବାରେ ସହାୟକ ହେବ । ତାହାଛଡା ବହୁତଳ ବିଶିଷ୍ଟ ପାର୍କିଂସ୍ଥଳୀ, ବ୍ୟାବସାୟିକ କେନ୍ଦ୍ର, ବିମାନ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତୀକରଣ ଅଗରତଲା ସହରରେ ଜୀବନଯାତ୍ରାକୁ ସହଜ କରିବ ଏବଂ ବାଣିଜ୍ୟ ବ୍ୟବସାୟ ବଢାଇବାରେ ସହାୟକ ହେବ । ସେହିଭଳି ସରକାରଙ୍କ ଉଦ୍ୟମ ଫଳରେ ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ବ୍ରୁ ଶରଣାର୍ଥୀ ସମସ୍ୟାର ସମାଧାନ ହୋଇଛି । ସେମାନଙ୍କ ପାଇଁ ଯୋଗାଇ ଦିଆଯାଇଥିବା ଶହ ଶହ କୋଟି ଟଙ୍କାର ପ୍ୟାକେଜ ଏହି ଶରଣାର୍ଥୀଙ୍କ ଜୀବନରେ ଉନ୍ନତି ଆଣିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ ତ୍ରିପୁରାର ଐତିହ୍ୟ ବେଶ୍‍ ସମୃଦ୍ଧ । ଅଗରତଲା ବିମାନ ବନ୍ଦରକୁ ତ୍ରିପୁରାର ପୂର୍ବତନ ମହାରାଜା ବୀରବିକ୍ରମ କିଶୋର ମାଣିକ୍ୟଙ୍କ ନାମରେ ନାମିତ କରାଯାଇ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଛି । ସେହିଭଳି ଥାଙ୍ଗା ଡାର୍‍ଲଙ୍ଗ ସତ୍ୟରାମ ରେୟାଙ୍ଗ ଏବଂ ବେଣୀଚନ୍ଦ୍ର ଜାମଟିଆଙ୍କ ଭଳି ତ୍ରିପୁରାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବାର ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ ନିଜକୁ ଧନ୍ୟ ମନେ କରିଛନ୍ତି । ପ୍ରଧାନମନ୍ତ୍ରୀ ବନଧନ ଯୋଜନାରେ ବାଉଁଶଭିତ୍ତିକ ସ୍ଥାନୀୟ କଳାକୁ ପ୍ରୋତ୍ସାହିତ କରାଯାଉଛି । ଏହା ଫଳରେ ସ୍ଥାନୀୟ ଆଦିବାସୀ ସଂପ୍ରଦାୟଗୁଡିକୁ ନୂଆ ସୁଯୋଗ ମିଳିବ ବୋଲି  ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶାସନ କ୍ଷମତାର ୩ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ତ୍ରିପୁରା ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତ୍ରିପୁରାବାସୀଙ୍କ ସେବାରେ ରାଜ୍ୟ ସରକାର ବ୍ରତୀ ରହିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour