With the arrival of Artificial Intelligence, Bots and Robots, there is no doubt that our productivity will further go up: PM Modi
Technology opens entirely new spheres and sectors for growth, It also opens up an entirely new paradigm of opportunities: PM Modi
The road ahead for Artificial Intelligence depends on and will be driven by Human Intentions: PM Modi
The evolution of Technology has to be rooted in the ethic of Sabka Saath, Sabka Vikas: PM
We need to Make Artificial Intelligence in India and Make Artificial Intelligence work for India, says PM Modi
Our Government is of the firm belief, that we can use this power of twenty-first century technology to eradicate poverty and disease: PM Modi

 

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ସି.ବିଦ୍ୟାସାଗର ରାଓ , ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିସ,  ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ବିନୋଦ ତାୱଡେ,

ମୁମ୍ବାଇ ବିଶ୍ୱବିଦ୍ୟାଳୟର କୁଳପତି ଦେବେନନ୍ଦ ସିନ୍ଧେ,

ରମେଶ ୱାଧୱାନୀ ମହୋଦୟ , ସୁନୀଲ ୱାଧୱାନୀ ମହୋଦୟ,

ଦେବୀ ଓ ସଜ୍ଜନମଣ୍ଡଳୀ, ୱାଧୱାନୀ ଇନଷ୍ଟିଟ୍ୟୁଟ ଅଫ୍ ଆର୍ଟଫିସିଆଲ ଇଂଟେଲିଜେନ୍ସର ଉଦ୍ଘାଟନ କରିବା ଅବସରରେ ଆଜି ମୁଁ ଏଠି ଉପସ୍ଥିତ ହୋଇ ଖୁସି ଅନୁଭବ କରୁଛି ।

ଏହି ଇନଷ୍ଟିଟ୍ୟୁଟକୁ ବାସ୍ତବ ରୂପ ଦେବା ପାଇଁ ରମେଶ ୱାଧୱାନୀ ମହୋଦୟ, ସୁନୀଲ ୱାଧୱାନୀ ମହୋଦୟ, ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ବିଶ୍ୱବିଦ୍ୟାଳୟ ଏକାଠି ହୋଇଥିବାରୁ  ମୁଁ ପ୍ରଥମେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଏହା ହେଉଛି ଏକ ପ୍ରମୁଖ ଉଦାହରଣ ଯେ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ନିର୍ମାଣର ଭଲ ଉଦ୍ଦେଶ୍ୟ ନେଇ ଗରିବଙ୍କ ଫାଇଦା ପାଇଁ

କିଭଳି ସାର୍ବଜନୀନ କ୍ଷେତ୍ର ଓ ଘରୋଇ କ୍ଷେତ୍ର ଏକାଠି ହୋଇ କାମ କରିପାରିଛନ୍ତି ।

ଗତ ସାଢ଼େ ତିନିବର୍ଷ ମଧ୍ୟରେ ମୁଁ ସମଗ୍ର ବିଶ୍ୱର ଭାରତୀୟ ସମୁଦାୟ ସହ ଅନେକ ବାର୍ତ୍ତାଳାପ କରିଛି । ଭାରତରେ ନିଜର ଯୋଗଦାନ ଦେବା ପାଇଁ ସେମାନଙ୍କ ମଧ୍ୟରେ ତୀବ୍ର ଇଚ୍ଛାଶକ୍ତିକୁ ମୁଁ ଅନୁଭବ କରିପାରିଛି । ଏହି ପ୍ରତିଷ୍ଠାନ ମାଧ୍ୟମରେ ରମେଶ ମହୋଦୟ ଓ ସୁନୀଲ ମହୋଦୟ ଏହି ଇଚ୍ଛାକୁ ଭବିଷ୍ୟତ ଗଠନ ପାଇଁ ସମୃଦ୍ଧ ଓ ଜୀବନ୍ତ ଭାରତକୁ ମିଶ୍ରିତ କରାଇଛନ୍ତି । ଏହା କରି ସେମାନେ ଏକ ଅନୁକରଣଯୋଗ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।

ବନ୍ଧୁଗଣ, ଏବେ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧି କରୁଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ହେଉଛି ଗୋଟିଏ । ଆମେ କୃଷିରୁ ଏରୋନାଟିକ୍ସ ପର୍ଯ୍ୟନ୍ତ ଓ ଅନ୍ତରୀକ୍ଷ ମିଶନରୁ ସେବା ପ୍ରଦାନ ପର୍ଯ୍ୟନ୍ତ ଜ୍ଞାନକୌଶଳକୁ ଅଣଆନୁଷ୍ଠାନିକ ଭାବେ ଉପଯୋଗ କରୁଛୁ । ଆମେ ଛୋଟ ଉଦ୍ୟୋଗରୁ ବଡ଼ ନିବେଶ ପର୍ଯ୍ୟନ୍ତ ପ୍ରବାହର ଏକ ସାକ୍ଷୀ ପାଲଟିଛୁ । ଏସବୁ ହେଉଛି ଆମର ଦୃଶ୍ୟ ହେଉଥିବା କିଛି ସାଙ୍କେତିକ, କିଭଳି ଆମେ ଆଗାମୀ ଚତୁର୍ଥ ଶିଳ୍ପ ବିପ୍ଲବ ପାଇଁ ସଠିକ ସ୍ଥାନ ପାଲଟିବୁ ।

 

ବନ୍ଧୁଗଣ, ଆର୍ଟିଫିସିଆଲ ଇଂଟେଲିଜେନ୍ସ(କୃତ୍ରିମ ବୁଦ୍ଧି)ର ଆଗମନ ସହ ‘ବଟସ୍ ଓ ରବର୍ଟ’ ଯୋଗୁ ଆମର ଉତ୍ପାଦକତା ଆହୁରି ଆଗକୁ ବଢ଼ିବ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ଏଠି ବି ମଣିଷ ମନରେ ଆଶଙ୍କା ରହିବ । କାରଣ ଏଠି ମନ ଓ ମେସିନ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଏଭଳି ଭୟ ନୂଆ ନୁହେଁ କି ପ୍ରମାଣିତ ହୋଇନାହିଁ ମଧ୍ୟ ।

ଜ୍ଞାନକୌଶଳ ବିପ୍ଲବର ପ୍ରତ୍ୟେକ ପର୍ଯ୍ୟାୟରେ, ଆମେ ଏଭଳି ସନ୍ଦେହ ଓ ପ୍ରଶ୍ନର ସମ୍ମୁଖୀନ ହୋଇଛୁ । ଏହା ଭବିଷ୍ୟତ ପାଇଁ ଦୁଇଟି ବିଚାରଧାରା ଆଡ଼କୁ ଯାଉଛି । ପ୍ରଥମ ହେଉଛି ଆଶା ଓ ଆକାଂକ୍ଷା ଏବଂ ଦ୍ୱିତୀୟ ହେଉଛି ଭୟ ଓ ଅବରୋଧ ଆଣିଥାଏ ।

ଅଭିବୃଦ୍ଧି ପାଇଁ ଜ୍ଞାନକୌଶଳ ସମ୍ପୂର୍ଣ୍ଣ ଭାବେ ନୂଆ ସ୍ତର ଓ କ୍ଷେତ୍ରକୁ ଉନ୍ମୁକ୍ତ କରିଥାଏ । ଏହା ସୁଯୋଗର ନୂଆ ଆଦର୍ଶକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଉନ୍ମୁକ୍ତ କରିଥାଏ । ନୂଆ ଜ୍ଞାନକୌଶଳର ପ୍ରତ୍ୟେକ ପ୍ରବାହ ସହ ଅନେକ ନୂଆ ସୁଯୋଗ ଆସିଥାଏ । ନୂଆ ସୁଯୋଗରେ ସର୍ବଦା ଅଧିକ ସଂଖ୍ୟକ ହରାଉଥିବା ବ୍ୟକ୍ତି ରହିଥାନ୍ତି । ମନୁଷ୍ୟର ଉଦ୍ଭାବନା କୌଶଳରେ ଏହା ସର୍ବଦା ରହିଆସିଛି ଓ ଭବିଷ୍ୟତରେ ମଧ୍ୟ ଏଭଳି ଜାରି ରହିବ । ଏହି ଆଶା ପ୍ରାଚୀନ ଭାରତୀୟ ବିଚାରାଧାରା ପ୍ରତି ମୋର ଦୃଢ଼ ବିଶ୍ୱାସ ଯୋଗୁ ରହିଛି ଯାହାକି ବିଜ୍ଞାନ ଓ ଆଧ୍ୟାତ୍ମିକତାର ମିଶ୍ରଣ ଏବଂ ସୁନ୍ଦର ମାନବତା ପାଇଁ  ଦୁଇଜଣଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟରେ ଦେଖିବାକୁ ମିଳିଥାଏ ।

ଯର୍ଜୁବେଦ ତୈକ୍ତ୍ରେୟ ଆରଣ୍ୟକରୁ  ଜ୍ଞାନ ସୁକ୍ତ କଥା ମୋର ମନେପଡ଼ୁଛି : ସତ୍ୟେ ସର୍ବମ ପ୍ରତିଷ୍ଠିତମ୍  । ବୈଜ୍ଞାନିକ ଅନୁସନ୍ଧାନର ଭାବନା ସତ୍ୟର ଅନ୍ୱେଷଣରେ ନିହିତ ଥିଲା ।

ଆମର ପ୍ରାଚୀନ ଗ୍ରନ୍ଥରେ ପୁଣି ମାନସିକ ପ୍ରତିବନ୍ଧକ ଲିପିବଦ୍ଧ ହୋଇଛି ଯାହାକି ସତ୍ୟର ଅନ୍ୱେଷଣରେ ସହାୟତା କରିଥାଏ । ଶ୍ରଦ୍ଧା(ସର୍ମପଣ), ମେଧା(ମାନସିକ କ୍ଷମତା), ମନୀଷା(ବୁଦ୍ଧି), ମନସା(ମନ), ଶାନ୍ତି, ଚିତ୍ତ(ଜାଗୃତ ଅବସ୍ଥା), ସ୍ମୃତି, ସ୍ମରଣ ଓ ବିଜ୍ଞାନ(ଜ୍ଞାନର ଆବେଦନ) ।

ଏହି ସତ୍ୟର ପିଛା କରି ମାନବତାର ଅଧିକରୁ ଅଧିକ ଭଲ ପାଇଁ ପରମ ରଚନାତ୍ମକ ଆଶୀର୍ବାଦ ପ୍ରାପ୍ତ କରିବା ନିମନ୍ତେ ଏହି ବୈଜ୍ଞାନିକ ଅନୁସନ୍ଧାନ କରୁଥିଲା । ଏହା ସେହି ବିକାଶ ପାଇଁ ଜ୍ଞାନକୌଶଳର ଲକ୍ଷ୍ୟ ଯାହା ମୋତେ ପ୍ରେରଣା ଦେଇଛି । ଏବଂ ଏହା ସେହି ବୈଜ୍ଞାନିକ ପ୍ରଗତିର ଭାବନା ଯାହା ମୋତେ ଭବିଷ୍ୟତ ସମ୍ପର୍କରେ ଆଶାବାଦୀ କରାଇଛି ।

ମଣିଷର ଉଦ୍ଦେଶ୍ୟ ଉପରେ ଆର୍ଟିଫିସିଆଲ ଇଂଟେଲିଜେନ୍ସର ମାର୍ଗ ନିର୍ଭର କରୁଛି ।  କୃତ୍ରିମ ବୁଦ୍ଧିର ଫଳାଫଳ ନିର୍ଦ୍ଧାରଣ କରିବା ହେଉଛି ଆମର ଉଦ୍ଦେଶ୍ୟ । ପ୍ରତ୍ୟେକ ଶିଳ୍ପ ବିପ୍ଲବ ସହ ପ୍ରଯୁକ୍ତିବିଦ୍ୟାର ମାପରେ ବହୁଗୁଣା ବୃଦ୍ଧି ପାଇଛି । ଏହା ପ୍ରଯୁକ୍ତବିଦ୍ୟା ମାଧ୍ୟମରେ ସେ ଯାହା କିଛି କରେ, ତାକୁ ପ୍ରଭାବୀ କରାଇବା ନିମନ୍ତେ ମଣିଷକୁ ଅଧିକ ଶକ୍ତି ପ୍ରଦାନ କରିଥାଏ । ଏହା ବିକାଶର ଏହି ନୈତିକତା ଯାହା ସମସ୍ତ ଲୋକଙ୍କ ପାଇଁ ସମାନତା ସୁନିଶ୍ଚିତ କରିବ । ଟେକ୍ନୋଲଜିର ଯାତ୍ରାକୁ ଟେକ୍ନୋଲଜି ନିକଟରେ ପହଂଚାଇବା ପାଇଁ ସମାଜ ଭିତରେ ବିଭେଦକୁ ଅଧିକ ବଢ଼ାଯାଇ ପାରିବ ନାହିଁ । ସବ୍କା ସାଥ, ସବ୍କା ବିକାଶର ନୈତକତାରେ ଟେକ୍ନୋଲଜିର ବିକାଶ ହେବା ଉଚିତ୍ ।

ବନ୍ଧୁଗଣ, କ’ଣ ଆମେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ସୃଷ୍ଟି କରି ବିଶ୍ୱର ନେତୃତ୍ୱ ନେଇପାରିବା, ଯାହା ମନୁଷ୍ୟର କ୍ଷମତା  ଓ ମାନବିକ କ୍ଷମତାକୁ ଅଧିକ ବୃଦ୍ଧି କରାଇବ ଓ ମନୁଷ୍ୟର ଅଦରକାରୀତାକୁ ହ୍ରାସ କରିବ । କ’ଣ ଆମେ ମଣିଷର ଭବିଷ୍ୟତକୁ ମଣିଷ ବଦଳରେ ମେସିନର ଉପଯୋଗକୁ ହ୍ରାସ କରିବା ପାଇଁ ଭବିଷ୍ୟତରେ ଭଲ ମଣିଷ କରିବା ନିମନ୍ତେ ନିଜର ଦୁର୍ବଳକୁ ସାମର୍ଥ୍ୟରେ ପରିବର୍ତ୍ତନ କରି ମାନବ ଜାତିର ଅଧିକରୁ ଅଧିକ ଭଲ କରିପାରିବା ।

ବନ୍ଧୁଗଣ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ବିଗ୍ ଡାଟା ଓ ମଣିଷର ବୁଝିବା କ୍ଷେତ୍ରରେ ଆମେ ଅନେକ ସମସ୍ୟାର ସମାଧାନ କରୁଛୁ, ଯାହା ଆମକୁ ସମ୍ମୁଖୀନ ହେବାକୁ ପଡ଼ୁଛି । ଆମକୁ ଭାରତରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ତିଆରି କରିବାର ଆବଶ୍ୟକତା ରହିଛି ଓ କୃତ୍ରିମ ବୁଦ୍ଧିର ବ୍ୟବସ୍ଥା ଭାରତ ପାଇଁ ପ୍ରସ୍ତୁତ କରାଯାଉ ।

ମୁଁ ସମସ୍ତଙ୍କୁ ଆହ୍ୱାନ କରୁଛି କି ଏଭଳି ବୃହତ୍ ଚାଲେଞ୍ଜକୁ ଚିହ୍ନଟ କରନ୍ତୁ ଯାହାକୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଭାରତରେ ସମାଧାନ କରିପାରିବ । ଆମେ ଏଭଳି ଏକ ବିବିଧତାପୂର୍ଣ୍ଣ ରାଷ୍ଟ୍ର ଯେଉଁଠି 10ଟି ଭାଷା ଓ ଶତାଧିକ ଉପଭାଷା ରହିଛି । କ’ଣ ଆମ ପାଖରେ ବୁଦ୍ଧିମାନ କୃତ୍ରିମ ବୁଦ୍ଧି ଅଛି ଯାହା ଏହି ଭାଷା ଓ ଉପଭାଷାଗୁଡ଼ିକ ମଧ୍ୟରେ ଯୋଗାଯୋଗ ଓ କଥାବାର୍ତ୍ତାକୁ ସରଳ କରିପାରିବ । ମୁଁ ସର୍ବଦା ବିଶ୍ୱାସ କରେ କି ଦିବ୍ୟାଙ୍ଗମାନେ ହେଉଛନ୍ତି ଆମର ସମ୍ପତ୍ତି ଓ  ସେମାନଙ୍କୁ ସଶକ୍ତ କରିବା ରାଷ୍ଟ୍ରର ଦାୟିତ୍ୱ ।

କ’ଣ ଆମ ପାଖରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଓ ରୋବୋଟିକ୍ସ ଅଛି ଯାହା ସେମାନଙ୍କର କ୍ଷମତାକୁ ବୃଦ୍ଧି କରିବ । ସେମାନଙ୍କୁ କାର୍ଯ୍ୟ କରିବା ଓ ସେମାନଙ୍କର ବାସ୍ତବିକ କ୍ଷମତାରସ୍ତରକୁ ଆଣିବା ପାଇଁ ସଶକ୍ତ କରିପାରିବ । ଶିକ୍ଷକ ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସର ସଂଯୋଜନ ଆମକୁ ଶିକ୍ଷକ ଓ ଛାତ୍ରର ଅନୁପାତରେ ଥିବା ପାର୍ଥକ୍ୟକୁ ଦୂର କରିବାରେ ସହାୟକ ହେବ । ଏହା ଦ୍ୱାରା ସମଗ୍ର ଭାରତରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଗୁଣବତାପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବାରେ ସହାୟତା ମିଳିବ ।

କ’ଣ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଆମର ସ୍ୱାସ୍ଥ୍ୟସେବା କର୍ମୀଙ୍କ ସାମର୍ଥ୍ୟର ବିକାଶ କରି ଭାରତର ପ୍ରତ୍ୟେକ କୋଣରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ସହାୟକ ହୋଇପାରିବ । କ’ଣ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଆମକୁ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ସୂଚନା ପ୍ରଦାନରେ ସହାୟତା ଦେଇପାରିବ ? କ’ଣ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଶାରୀରିକ ଭାବେ ପ୍ରକଟ ହେବା ପୂର୍ବରୁ ଗୁରୁତର ସ୍ୱାସ୍ଥ୍ୟ ସ୍ଥିତିକୁ ଚିହ୍ନଟ କରିବାରେ ଆମର ସହାୟତା କରିପାରିବ ? କ’ଣ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଆମର ଚାଷୀଙ୍କୁ ପାଣିପାଗ, ଫସଲ ଓ ବୁଣିବା ଋତୁ ସମ୍ପର୍କରେ ସଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇପାରିବ ।

ବନ୍ଧୁଗଣ, ଆମ ସରକାରର ଦୃଢ଼ ବିଶ୍ୱାସ ଅଛି କି ଆମେ  ଦାରିଦ୍ର୍ୟ ଓ ରୋଗର ମୂଳପୋଛ କରିବା ପାଇଁ ଏକବିଂଶ ଶତାବ୍ଦୀର ଏହି ଜ୍ଞାନକୌଶଳର ଶକ୍ତିକୁ ଉପଯୋଗ କରିପାରିବୁ । ଏଭଳି କରି ଆମେ ନିଜର ଗରିବ ଓ ପଛୁଆ ବର୍ଗଙ୍କ ସମୃଦ୍ଧି ଆଣିପାରିବୁ । ଆମେ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଡିଜିଟାଲ ଇଣ୍ଡିଆ ପ୍ରୟାସର ଲକ୍ଷ୍ୟ ହେଉଛି ଭାରତକୁ ଡିଜିଟାଲ ଭାବେ ସଶକ୍ତ ସମାଜ ଓ ଏକ ବୌଦ୍ଧିକ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ କରିବା । ଭାରତ-ନେଟ୍ ଅନ୍ତର୍ଗତ ଆମେ ଆମର ଗାଁଗୁଡ଼ିକୁ ବ୍ରଡବେଣ୍ଡ ଇଂଟରନେଟ୍ ଯୋଗାଇ ଦେଉଛୁ । ଏହି ଡିଜିଟାଲ ଭିତ୍ତିଭୂମି ହିଁ ଅଭିନବ ଆଇଟି ଆଧାରିତ ସେବା ପ୍ରଦାନ ଓ ଅଭିନବ ଆବେଦନର ମେରୁଦଣ୍ଡ ହୋଇଛି ।

କେନ୍ଦ୍ର ସରକାରଙ୍କ ଜାତୀୟ ଦକ୍ଷତା ବିକାଶ ମିଶନର ଲକ୍ଷ୍ୟ ମଧ୍ୟ ଆସନ୍ତା କିଛି ଦଶନ୍ଧିରେ ବିଶ୍ୱସ୍ତରରେ ନିଯୁକ୍ତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଠିକ୍ କୁଶଳୀ ଶ୍ରମଶକ୍ତି ପ୍ରସ୍ତୁତିକୁ ସୁନିଶ୍ଚିତ କରିବା । ନବସୃଜନ ଓ ଉଦ୍ୟୋଗୀ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ମଧ୍ୟ ଅଟଳ ଇନୋଭେସନ୍ ମିଶନର ଶୁଭାରମ୍ଭ କରିଛୁ  । ଏହାର ଉଦ୍ଦେଶ୍ୟ ବିଶ୍ୱସ୍ତରୀୟ ନବସୃଜନ ହବ୍, ବୃହତ୍ ଚାଲେଞ୍ଜ, ଷ୍ଟାର୍ଟଅପ୍ ବିଜିନେସ ଓ ଅନ୍ୟ ଆତ୍ମନିଯୁକ୍ତିଭିତ୍ତିକ ଗତିବିଧି ପାଇଁ ଏକକ ପ୍ଲାଟଫର୍ମ ପ୍ରଦାନ କରିବା ବିଶେଷକରି ପ୍ରଯୁକ୍ତବିଦ୍ୟା ଆଧାରିତ କ୍ଷେତ୍ରରେ ।  ଭାରତର 10ଲକ୍ଷ ଛାତ୍ରଛାତ୍ରୀଙ୍କୁ ଯୁବ ନବ ପ୍ରବର୍ତ୍ତକ କରିବା ଲକ୍ଷ୍ୟରେ ଅଟଳ ଇନୋଭେସନ୍ ମିଶନ୍ ଦ୍ୱାରା  ସମଗ୍ର ଭାରତର ସ୍କୁଲଗୁଡ଼ିକରେ ଅଟଳ ଟିଙ୍କରିଙ୍ଗ୍ ଲେବୋରେଟରୀ ସ୍ଥାପନ କରାଯାଉଛି । ଏହି ପଦକ୍ଷେପ ଦ୍ୱାରା ଆମେ ବିକାଶିତ ଜ୍ଞାନକୌଶଳ ସହ ସମନ୍ୱୟ ରଖିବାକୁ ଚାହୁଁଛୁ । ଯାହାଫଳରେ ଏହାର ଉପଯୋଗ ଆମର ଲୋକଙ୍କ ଫାଇଦା ପାଇଁ କରାଯାଇପାରିବ ।

ବନ୍ଧୁଗଣ, ମୁଁ ନିଶ୍ଚିତ ଯେ, ଏହି ପ୍ରତିଷ୍ଠାନର ବୈଜ୍ଞାନିକମାନେ, ଗବେଷକ ଓ ଅଗ୍ରଣୀମାନେ ସେମାନଙ୍କ ହୃଦୟରେ ଭାରତର ସାଧାରଣ ଲୋକଙ୍କ ସ୍ୱାର୍ଥକୁ ରଖି ଭଲ କାମ କରିବେ । ସେମାନଙ୍କ ପ୍ରୟାସରେ ସଫଳ ହେବାକୁ ମୋର ଶୁଭକାମନା ଜଣାଉଛି । ସାଧାରଣ ଲୋକଙ୍କ ଫାଇଦା ନିମନ୍ତେ କିଭଳି  ଆର୍ଟିଫିସିଆଲ ଇଂଟେଲିଜେନ୍ସର ଉପଯୋଗ ନିରାପଦ ଓ ଉତ୍ତରଦାୟିତ୍ୱ ସହ ହେବ ତାହା ସମଗ୍ର ବିଶ୍ୱକୁ ଦେଖାଇବାର ଅଭିନବ ସ୍ଥିତିରେ ଭାରତ ରହିବ ବୋଲି ମୁଁ ଆଶା କରୁଛି ।

ମୁଁ ଏହି ପ୍ରତିଷ୍ଠାନର ଉଦ୍ଘାଟନ କରି ଖୁସି ବ୍ୟକ୍ତ କରିବା ସହ ଆମର ଲୋକଙ୍କ ସେବା ପାଇଁ ଏହା ପ୍ରତିଶ୍ରୁତିବଦ୍ଧ ରହିବ ବୋଲି ଆଶା କରୁଛି ।

ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PSBs post record ₹1.98 trillion net profit in FY26 amid robust growth

Media Coverage

PSBs post record ₹1.98 trillion net profit in FY26 amid robust growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam, emphasising on the harmony of strength and capability
May 13, 2026
Prime Minister recalls the 1998 Nuclear tests as a defining moment in our nation’s resolve

The Prime Minister, Shri Narendra Modi today recalled the historic Nuclear tests conducted by India in Pokhran in May 1998, describing them as a defining moment in our nation's resolve. “After the May 11 tests, the entire world brought pressure to bear on India, but we demonstrated that no power can bend India”, Shri Modi remarked.

The Prime Minister shared a Sanskrit verse-

“एवं परस्परापेक्षा शक्तिशक्तिमतोः स्थिता ।

न शिवेन विना शक्तिर्न शक्त्या विना शिवः।।”

The Prime Minister wrote on X;

“1998 में इसी दिन भारत ने जो परमाणु परीक्षण किए थे, उनसे दुनिया को पता चला कि हमारे देश की इच्छाशक्ति कितनी अटल है! 11 मई के टेस्ट के बाद पूरी दुनिया का दबाव भारत पर था, लेकिन हमने दिखाया कि कोई भी ताकत भारत को झुका नहीं सकती।

एवं परस्परापेक्षा शक्तिशक्तिमतोः स्थिता ।

न शिवेन विना शक्तिर्न शक्त्या विना शिवः।।”