2015 a momentous year as world adopted 2 important frameworks- the SDGs & Paris Climate Agreement
Over the last two decades, the world and especially our region has undergone many changes– most of them positive: PM
Today, over thirty Asian countries have dedicated institutions leading disaster risk management efforts: PM Modi
All development sectors must imbibe the principles of disaster risk management: PM Modi
Work towards risk coverage for all–starting from poor households to SMEs to multi-national corporations to nation states: PM
We must encourage greater involvement and leadership of women in disaster risk management: PM
We should leverage technology to enhance the efficiency of our disaster risk management efforts: PM
Opportunity to learn from a disaster must not be wasted. After every disaster there are papers on lessons that are rarely applied: PM

ମଂଚରେ ଉପସ୍ଥିତ ବିଶିଷ୍ଟ ଅତିଥିଗଣ
ଦେବୀ ଓ ସଜ୍ଜନମଣ୍ଡଳୀ
ମୁଁ ଆପଣ ସମସ୍ତଙ୍କୁ ନୂଆଦିଲ୍ଲୀରେ ଏହି ଐତିହାସିକ ସମ୍ମିଳନୀକୁ ସ୍ୱାଗତ କରୁଛି । ବିପର୍ଯ୍ୟୟ ଆପଦ ପ୍ରଶମନ ପାଇଁ ସେଣ୍ଡାଇ ଫ୍ରେମୱାର୍କକୁ ସ୍ୱୀକାର କରାଯିବା ପରେ ଏହା ପ୍ରଥମ ବୈଠକ ।
ମୁଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ଏଜେନ୍ସୀ, ଏସିଆ ମହାଦେଶରେ ସେମାନଙ୍କର ସରକାର, ଜାତିସଂଘ ଓ ଅନ୍ୟ ଭାଗୀଦାରମାନଙ୍କୁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ କାରଣ ପାଇଁ ଏକାଠି ହୋଇଥିବାରୁ ପ୍ରଶଂସା କରୁଛି ।

ବନ୍ଧୁଗଣ

୨୦୧୫ ଏକ ମହତ୍ୱପୂର୍ଣ୍ଣ ବର୍ଷ ଥିଲା । ସେଣ୍ଡାଇ ଫ୍ରେମୱାର୍କ ବ୍ୟତୀତ ଆନ୍ତର୍ଜାତିକ ସମୁଦାୟ ମାନବିକତାର ଭବିଷ୍ୟତ ପାଇଁ ୨ଟି ପ୍ରମୁଖ ଫ୍ରେର୍ମୱାର୍କକୁ ଗ୍ରହଣ କରିଛନ୍ତି ।

-ସାମଗ୍ରିକ ବିକାଶ ଲକ୍ଷ୍ୟ ଓ ଜଳବାୟୁ ପରିବର୍ତ୍ତନ ଉପରେ ପ୍ୟାରିସ ରାଜିନାମା ।

ଆନ୍ତଃ ସଂଯୋଗର ଭାବନା ଫିଲ୍ମରେ ପ୍ରଦର୍ଶିତ ହେବା ଗ୍ଲୋବାଲ ଫ୍ରେମୱାର୍କର ପରିଚୟ । ଏଥିରେ ପ୍ରତ୍ୟେକଙ୍କର ସଫଳତା ଅନ୍ୟ ଦୁଇଜଣଙ୍କ ସଫଳତା ଉପରେ ନିର୍ଭର କରେ । ଜଳବାୟୁ ପରିବର୍ତ୍ତନକୁ ସମର୍ଥନ ଓ ଗ୍ରହଣ ସମେତ ସାମଗ୍ରିକ ବିକାଶରେ ବିପର୍ଯ୍ୟୟ ପ୍ରଶମନ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ପରିପ୍ରେକ୍ଷୀରେ ଉକ୍ତ ସମ୍ମିଳନୀ ସମୟତଃ ପ୍ରାସଙ୍ଗିକ ହୋଇଛି ।

ବନ୍ଧୁଗଣ

ଗତ ଦୁଇ ଦଶନ୍ଧିରେ ବିଶ୍ୱରେ ବିଶେଷକରି ଆମ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି । ସେଥିରୁ ଅଧିକାଂଶ ସକରାତ୍ମକ । ଆମ ଅଂଚଳ/କ୍ଷେତ୍ରର ବହୁ ରାଷ୍ଟ୍ର ସେମାନଙ୍କର ଅର୍ଥ ବ୍ୟବସ୍ଥାକୁ ବଦଳାଇଛନ୍ତି ଓ ଆନ୍ତର୍ଜାତିକ ଆର୍ଥିକ ବିକାଶର ଇଞ୍ଜିନ ପାଲଟିଛନ୍ତି । ନିୟୁତ ନିୟୁତ ସଂଖ୍ୟକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି । ଏସୀୟ-ପ୍ରଶାନ୍ତ କ୍ଷେତ୍ର ଅନେକ କ୍ଷେତ୍ରରେ ବିଶ୍ୱର ନେତା ପାଲଟିଛି ।

କିନ୍ତୁ ଆମେ ଏହି ପ୍ରଗତିକୁ ସମ୍ପୂର୍ଣ୍ଣ ଗ୍ରହଣୀୟ ବୋଲି ଧରିନେବା ଠିକ୍ ନୁହେଁ । ଅନେକ ଚାଲେଞ୍ଜ ମଧ୍ୟ ରହିଛି । ଗତ ୨୦ବର୍ଷ ମଧ୍ୟରେ ଏସୀୟ-ପ୍ରଶାନ୍ତ କ୍ଷେତ୍ରର ୮୫୦ହଜାରରୁ ଉର୍ଦ୍ଧ୍ଵ ଲୋକ ବିପର୍ଯ୍ୟୟରେ ପ୍ରାଣ ହରାଇଛନ୍ତି । ବିଶ୍ୱର ଶୀର୍ଷ ୧୦ଟି ରାଷ୍ଟ୍ର ମଧ୍ୟରୁ ୭ଟିରେ ମୃତ୍ୟୁର କାରଣ ଏସୀୟ-ପ୍ରଶାନ୍ତ କ୍ଷେତ୍ରର ବିପର୍ଯ୍ୟୟ ଯୋଗୁ ହୋଇଛି । ମୁଁ ନିଜେ ଦେଖିଛି ବିପର୍ଯ୍ୟୟ ଯୋଗୁ ଲୋକେ ପୀଡ଼ିତ ହୋଇଥିବାର । ୨୦୦୧ରେ ଗୁଜରାଟ ଭୂମିକମ୍ପର ସାକ୍ଷୀ ଥିଲି ଓ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କୁ ଭୂମିକମ୍ପ ପରବର୍ତ୍ତୀ ସହାୟତା ଦେବା ଦିଗରେ କାମ କରିଥିଲି । ପ୍ରଭାବିତ ଲୋକଙ୍କ ପୀଡ଼ା ଦେଖିବା କଷ୍ଟଦାୟକ ଥିଲା । କିନ୍ତୁ ମୁଁ ସେମାନଙ୍କର ସାହାସ, ବିପର୍ଯ୍ୟୟରୁ ମୁକୁଳିବା ଓ ପ୍ରତିଭା ଦ୍ୱାରା ପ୍ରେରିତ ହୋଇଥିଲି । ମୋ’ ନିଜର ଅନୁଭବରୁ ଆମେ ଲୋକଙ୍କ ନେତୃତୃ ଉପରେ ଯେତେ ଅଧିକ ଭରସା କରିବା ସେତେ ଭଲ ପରିମାଣ ଆସିବ । ଏହା କେବଳ ଘରର ପୁନଃନିର୍ମାଣରେ ଗୃହ ମାଲିକ ମଧ୍ୟରେ ସୀମିତ ନୁହେଁ ବରଂ ଗୋଷ୍ଠୀଗତ କୋଠା ନିର୍ମାଣରେ ମଧ୍ୟ ଥିଲା । ଉଦାହରଣ ସ୍ୱରୂପ ଆମେ ଯେତେବେଳେ ସ୍କୁଲ କୋଠାର ପୁନଃନିର୍ମାଣ ପାଇଁ ଲୋକଙ୍କ ଉପରେ ଭରସା କରିଥିଲୁ ଭୂମିକମ୍ପ ପ୍ରତିରୋଧ କୋଠା ନିର୍ଦ୍ଧାରିତ ସମୟରେ ଓ କମ୍ ଖର୍ଚ୍ଚରେ ଶେଷ ହୋଇଥିଲା । ବଳକା ଅର୍ଥ ସରକାରଙ୍କ ପାଖକୁ ଫେରିଥିଲା । ତେଣୁ ଆମକୁ ଏଭଳି ପ୍ରୟାସ ଓ ନେତୃତ୍ୱକୁ ନୀତି ଓ କାର୍ଯ୍ୟ ଦ୍ୱାରା ସମର୍ଥନ କରିବାର ଆବଶ୍ୟକତା ରହିଛି ।

ବନ୍ଧୁଗଣ

ଆମେ ଏସିଆରେ ବିପର୍ଯ୍ୟୟରୁ ଶିକ୍ଷା କରିଛୁ । ଶତାବ୍ଦୀର ଏକ ଚତୁର୍ଥାଂଶ ବର୍ଷ ପୂର୍ବରୁ କେବଳ ହାତଗଣତି ଏସୀୟ ରାଷ୍ଟ୍ରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ ଥିଲା । ଏବେ ପ୍ରାୟ ୩୦ଟି ଏସୀୟ ରାଷ୍ଟ୍ର ପାଖରେ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ସମର୍ପିତ ପ୍ରତିଷ୍ଠାନ ରହିଛି । ଭାରତ ମହାସାଗରରେ ୨୦୦୪ ମସିହାରେ ସୁନାମୀ ଆସିବା ପରେ ସର୍ବାଧିକ କ୍ଷତିଗ୍ରସ୍ତ ୫ଟି ରାଷ୍ଟ୍ର ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ନୂଆ ଆଇନ ଆଣିଲେ । ଆଉ କିଛିଦିନ ପରେ ଆମେ ପ୍ରଥମ ଆନ୍ତର୍ଜାତିକ ସୁନାମୀ ସଚେତନତା ଦିବସ ପାଳନ କରିବୁ । ଏହି ଅବସରରେ ସୁନାମୀର ପୂର୍ବ ସତର୍କତା ସୂଚନା ଦିଗରେ ଆମେ ବହୁ ପରିମାଣରେ ସୁଧାର କରିଥିବାର ଉତ୍ସବକୁ ପାଳନ କରାଯିବ । ୨୦୦୪ ଡିସେମ୍ବରରେ ଭାରତ ମହାସାଗରରେ ସୁନାମୀ ଆସିବାବେଳେ ଆମେ ଅପ୍ରସ୍ତୁତ ଥିଲେ, ପୂର୍ବ ସତର୍କତା ସୂଚନା ମଧ୍ୟ ନଥିଲା । ଏବେ ଆମେ ଭାରତ ମହାସାଗରରେ ସୁନାମୀ ସତର୍କତା ବ୍ୟବସ୍ଥାର ପୂର୍ଣ୍ଣ ବ୍ୟବସ୍ଥା ରହିଛି । ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆ ସହଯୋଗଙ୍କ ସହ ମିଶି ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର ବାଧ୍ୟତାମୂଳକ ଆଂଚଳିକ ସୁନାମୀ ବୁଲେଟିନ୍ ଜାରି କରିଛୁ ।

ଏହା ମଧ୍ୟ ବାତ୍ୟା ପୂର୍ବ ସତର୍କତା ସୂଚନାର ସୁଧାର କ୍ଷେତ୍ରରେ ହୋଇଛି । ଯଦି ଆମେ ଭାରତରେ ୧୯୯୯ ଓ ୨୦୧୩ ବାତ୍ୟାର ପ୍ରଭାବକୁ ଆକଳନ କରିବା, ତା’ହେଲେ ଆମେ କରିଥିବା ବିକାଶକୁ ଜାଣିପାରିବା । ସମାନ ପ୍ରଗତି ଅନେକ ରାଷ୍ଟ୍ରରେ ହୋଇଛି । ଉଦାହରଣ ସ୍ୱରୂପ ୧୯୯୧ ମହାବାତ୍ୟା ପରେ ବାଂଲାଦେଶ ସରକାର ବହୁମୁଖୀ ସମୁଦାୟ ଆଧାରିତ ବାତ୍ୟା ପ୍ରସ୍ତୁତି କାର୍ଯ୍ୟକ୍ରମ ଲୋକାର୍ପିତ କରିଛନ୍ତି । ଏହା ଉଲ୍ଲେଖନୀୟ ଭାବେ ବାତ୍ୟାରୁ ଜୀବନ ହାନି ପରିମାଣକୁ ହ୍ରାସ କରିବ । ଏହା ଏବେ ସର୍ବୋତ୍ତମ ଆନ୍ତର୍ଜାତିକ ଅଭ୍ୟାସ ଭାବେ ମାନ୍ୟତା ପାଇଛି ।

ବନ୍ଧୁଗଣ

ଏହା ଆରମ୍ଭ ମାତ୍ର । ଆଗକୁ ଅନେକ କଠିନ ଚାଲେଞ୍ଜ ଆସିବ । ଏସିଆ-ପ୍ରଶାନ୍ତ ମହାସାଗର କ୍ଷେତ୍ର ଦ୍ରୁତ ଗତିରେ ସହରୀକରଣ ହେଉଛି । ବୋଧହୁଏ ଏକ ଦଶନ୍ଧି ମଧ୍ୟରେ ଏହି କ୍ଷେତ୍ରର ଲୋକ ଗାଁ ତୁଳନାରେ ଅଧିକ ସହରରେ ବାସ କରିବେ । ସହରୀକରଣ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ଦିଗରେ ଏକ ବଡ଼ ଚାଲେଞ୍ଜ । କାରଣ ଗୋଟିଏ କ୍ଷୁଦ୍ର ଅଚଂଳ ମଧ୍ୟରେ ଲୋକ, ସମ୍ପତ୍ତି ଓ ଆର୍ଥିକ ଗତିବିଧିକୁ କେନ୍ଦ୍ରିତ କରାଇବ ।ଏଥିରେ କିଛି ବିପର୍ଯ୍ୟୟ ପ୍ରବଣ ଅଂଚଳ ହୋଇଥିବ । ଯଦି ଆମେ ଏହି ବିକାଶକୁ ଉଭୟ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ ପାଇଁ ପରିଚାଳନା ନକରିବା ତା’ହେଲେ ବିପର୍ଯ୍ୟୟବେଳେ ମଣିଷ ଓ ଅର୍ଥନୀତିର କ୍ଷତି ପୂର୍ବ ତୁଳନାରେ ସର୍ବାଧିକ ହେବ ।

ଏହି ପରିପ୍ରେକ୍ଷୀରେ ମୁଁ ବିପର୍ଯ୍ୟୟ ପ୍ରଶମନ ହ୍ରାସ ଦିଗରେ ଆମର ପ୍ରୟାସର ୧୦-ସୂତ୍ରୀ ଏଜେଣ୍ଡାକୁ ରେଖାଙ୍କିତ କରିବାକୁ ଚାହୁଁଛି ।

ପ୍ରଥମତଃ ସମସ୍ତ ବିକାଶ କ୍ଷେତ୍ର ନିଶ୍ଚିତ ଭାବେ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ନୀତିକୁ ପୂରଣ କରିବେ । ସମସ୍ତ ବିକାଶମୂଳକ ପ୍ରକଳ୍ପ – ବିମାନ ବନ୍ଦର, ରାସ୍ତା, କେନାଲ, ହସ୍ପିଟାଲ, ସ୍କୁଲ, ପୋଲ ଆଦି ନିର୍ମାଣ ନିର୍ଦ୍ଧାରିତ ମାନର ଓ ଏଥିରେ ସମୁଦାୟର ସହଭାଗିତାକୁ ଅନୁରୂପ କାର୍ଯ୍ୟକୁ ସୁନିଶ୍ଚିତ କରାଯିବା ଉଚିତ । ଆଗାମୀ କିଛି ଦଶନ୍ଧି ମଧ୍ୟରେ ବିଶ୍ୱର ଅଧିକାଂଶ ନୂଆ ଭିତ୍ତିଭୂମି ଆମ ଅଂଚଳକୁ ଆସିବ । ଆମକୁ ଏହାର ନିର୍ମାଣବେଳେ ଉପଲବ୍ଧ ଥିବା ସବୁଠୁ ଭଲ ବିପର୍ଯ୍ୟୟ ନିରାପତ୍ତା ମାନକକୁ ସୁନିଶ୍ଚିତ କରାଯିବ । ଏହା ଏକ ସ୍ମାର୍ଟ ରଣନୀତି, ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ କାମ ଦେବ ।

ଆମର ସମସ୍ତ ସାର୍ବଜନୀନ ବ୍ୟୟରେ ବିପଦ ଆଶଙ୍କା ବିଚାରକୁ ନିଆଯିବା ଉଚିତ । ଭାରତରେ ‘ସମସ୍ତଙ୍କ ପାଇଁ ଘର’ କାର୍ଯ୍ୟକ୍ରମ ଓ ‘ସ୍ମାର୍ଟ ସିଟି’ ପ୍ରୟାସ ଏଭଳି ସୁଯୋଗ ସୃଷ୍ଟି କରାଇଛି । ଭାରତ ଅନ୍ୟ ସହଯୋଗୀ ରାଷ୍ଟ୍ର ଓ ଭାଗିଦାର ସହ ମେଂଟ କରି ଅବା ଏହି କ୍ଷେତ୍ରରେ ବିପର୍ଯ୍ୟୟରୋଧୀ ଭିତିଭୂମିକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଏହା ବିପଦପୂର୍ଣ୍ଣ ବିପଦ ଆକଳନର ନୂଆ ଜ୍ଞାନକୁ ଜାଣିବା, ବିପର୍ଯ୍ୟୟରୋଧୀ ଜ୍ଞାନକୌଶଳ ଓ ବ୍ୟବସ୍ଥା ଭିତିଭୂମି ଆର୍ଥିକ ସହାୟତାର ସମନ୍ୱିତ ବିପଦକୁ ହାସ କରିଥାଏ ।

ଦ୍ୱିତୀୟତଃ

ସମସ୍ତଙ୍କର ବିପଦ କବଚ (Coverage) ପାଇଁ କାର୍ଯ୍ୟ । ଗରିବ ପରିବାରଠୁ ଆରମ୍ଭ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ,ବହୁ ଜାତୀୟ ନିଗମରୁ ରାଷ୍ଟ୍ର ପର୍ଯ୍ୟନ୍ତ । ଏବେ ଏହି ଅଂଚଳର ଅଧିକାଂଶ ରାଷ୍ଟ୍ରର ବୀମା କେବଳ ମଧ୍ୟମ ଓ ଉଚ୍ଚମଧ୍ୟମ ଆୟକାରୀ ଗ୍ରୁପ୍ ପାଇଁ ଉଦ୍ଦିଷ୍ଟ ଅଛି । ଆମକୁ ଅଧିକ କିଛି ଚିନ୍ତା କରିବାକୁ ପଡ଼ିବ, ତା’ ମଧ୍ୟ ନୂତନ ଭାବେ । ଏହାକୁ ନିୟନ୍ତ୍ରଣ କରିବାରେ ଦେଶର ପ୍ରମୁଖ ଭୂମିକା କେବଳ ନାହିଁ ବରଂ ସବୁଠୁ ଅଧିକ ଆବଶ୍ୟକତା ଥିବା ଲୋକଙ୍କ ନିକଟରେ ବୀମା ସୁବିଧା ପହଂଚାଇବାକୁ ପ୍ରୋତ୍ସାହନ କରାଯିବା ଉଚିତ୍ । ଆମେ ବିତୀୟ ସମାବେଶ ସୁନିଶ୍ଚିତ କରିବା ଓ ଗରିବଙ୍କୁ ବୀମାଭୁକ୍ତ ପାଇଁ କେତେକ ସାହାସିକ ପଦକ୍ଷେପ ନେଇଛୁ । ଜନଧନ ଯୋଜନାରେ ଲକ୍ଷ ଲକ୍ଷ ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ସାମିଲ କରାଯାଇଛି । ସୁରକ୍ଷା ବୀମା ଯୋଜନାରେ ଆବଶ୍ୟକତା ଅନୁଭବ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ବୀମାଭୁକ୍ତ କରାଯାଇଛି । ଆମେ ଫସଲ ବୀମା ଯୋଜନା ଲୋକାର୍ପିତ କରିଛୁ ଯାହାକି ଲକ୍ଷ ଲକ୍ଷ ଚାଷୀଙ୍କୁ ବିପଦ କବଚ (Coverage) ଦେବ । ଏସବୁ ମୌଳିକ ସୁବିଧା ପରିବାରସ୍ତରରେ ପ୍ରସ୍ତୁତ କରାଯାଇଛି ।

ତୃତୀୟତଃ

ବିପର୍ଯ୍ୟୟ ପ୍ରଶମନ ପରିଚାଳନାରେ ମହିଳାମାନଙ୍କ ବୃହତ୍ ଯୋଗଦାନ ଓ ନେତତ୍ୱକୁ ପ୍ରୋତ୍ସାହନ କରିବା । ବିପର୍ଯ୍ୟୟ ଦ୍ୱାରା ମହିଳାମାନେ ସମାନୁପାତିକ ପ୍ରଭାବିତ ହୋଇଥାନ୍ତି । ସେମାନଙ୍କର ମଧ୍ୟ ଅଦ୍ଭୂତ ସାମର୍ଥ୍ୟ ଓ ଅର୍ନ୍ତଦୃଷ୍ଟି ରହିଛି । ଆମକୁ ନିଶ୍ଚିତ ଭାବେ ବହୁ ସଂଖ୍ୟାରେ ମହିଳା ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷିତ କରିବାକୁ ପଡ଼ିବ,ସେମାନେ ବିପର୍ଯ୍ୟୟରେ ପ୍ରଭାବିତ ମହିଳାଙ୍କ ସ୍ୱତନ୍ତ୍ର ଆବଶ୍ୟକତାକୁ ପୂରଣ କରିପାରିବେ । ଆମକୁ ମହିଳା ଇଞ୍ଜିନିୟର, ରାଜମିସ୍ତ୍ରୀ ଓ କୋଠା ନିର୍ମାଣକାରୀ କାରିଗର ଓ ମହିଳା ସ୍ୱୟଂସେବୀ ଗୋଷ୍ଠୀଗୁଡ଼ିକ ଜୀବିକା ନିର୍ବାହ ନିମନ୍ତେ ସହାୟତା ଦେବାକୁ ପଡ଼ିବ ।

ଚତୁର୍ଥ, ବିଶ୍ୱସ୍ତରରେ ଆପଦ ମାନଚିତ୍ରରେ ନିବେଶ । ଭୂମିକମ୍ପ ଭଳି ଆପଦ ମାନଚିତ୍ର ସମ୍ବନ୍ଧୀୟ ବିପଦ, ଆମେ ବ୍ୟାପକ ଭାବେ ଏହାର ଷ୍ଟାଣ୍ଡାର୍ଡ ଓ ମାନକକୁ ଗ୍ରହଣ କରିଛୁ । ଏହା ଆଧାରରେ ଭାରତରେ ଆମେ ଭୂକମ୍ପ ଜୋନ୍ ର ମାନଚିତ୍ର ପ୍ରସ୍ତୁତ କରିଛୁ । ୫ଟି ସର୍ବାଧିକ ଭୂକମ୍ପ ବିପଦ ଓ ୨ଟି ସ୍ୱଳ୍ପ ବିପଦ ଜୋନ୍ ରହିଛି । ବିପର୍ଯ୍ୟୟ ପ୍ରଶମନ ସମ୍ବନ୍ଧୀୟ ଅନ୍ୟ ବିପଦ ଯଥା କେମିକାଲ ବିପଦ, ଜଙ୍ଗଲରେ ନିଆଁ, ବିଭିନ୍ନ ପ୍ରକାରର ବନ୍ୟା, ଆଦି ପାଇଁ ଆମକୁ ବିଶ୍ୱସ୍ତରରେ ସମାନ ବିପଦ ବର୍ଗକୂ ଗ୍ରହଣୀୟ କରିବାର ଆବଶ୍ୟକତା ରହିଛି । ଏହା ଆମକୁ ବିଶ୍ୱର ବିଭିନ୍ନ ଭାଗରେ ପ୍ରକୃତି ଓ ବିପର୍ଯ୍ୟୟର ଗମ୍ଭୀରତାକୁ ଜାଣିବାକୁ ସୁନିଶ୍ଚିତ କରାଇବାରେ ସହାୟକ ହେବ ।

ପଂଚମ

ଆମର ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପ୍ରୟାସର ସାମର୍ଥ୍ୟକୁ ବୃଦ୍ଧି କରିବା ପାଇଁ ବୈଷୟିକ ସହଯୋଗ ଲୋଡ଼ା । ଗୋଟିଏ ଇ-ପ୍ଳାଟଫର୍ମ ଯାହା ସମସ୍ତ ସଂଗଠନ ଓ ବ୍ୟକ୍ତିଙ୍କୁ ଏକାଠି କରିବ । ଏହା ସହିତ ମାନଚିତ୍ର ଓ ବିଶେଷଜ୍ଞତାର ଆଦାନପ୍ରଦାନ, ଜ୍ଞାନକୌଶଳ ଓ ସମ୍ବଳ ମଧ୍ୟ ଆମର ସାମୁହିକ ପ୍ରଭାବକୁ ସର୍ବାଧିକ ଦୀର୍ଘସ୍ଥାୟୀ କରାଇବ ।

ଷଷ୍ଠ

ବିପର୍ଯ୍ୟୟ ପ୍ରସଙ୍ଗରେ କାର୍ଯ୍ୟ ନିମନ୍ତେ ବିଶ୍ୱବିଦ୍ୟାଳୟ ନେଟୱାର୍କ ବିକଶିତ କରିବା । ଯାହା ହେଲେ ବି ବିଶ୍ୱବିଦ୍ୟାଳୟଗୁଡ଼ିକର ସାମାଜିକ ଉତ୍ତରଦାୟିତ୍ୱ ମଧ୍ୟ ରହିଛି । ସେଣ୍ଡାଇ ଫ୍ରେମୱାର୍କ ର ପ୍ରଥମ ୫-ବର୍ଷରେ ଆମକୁ ବିପର୍ଯ୍ୟୟ ପ୍ରଶମନ ପରିଚାଳନାରେ ଅସୁବିଧା ପାଇଁ ଏକାଠି ବିଶ୍ୱବିଦ୍ୟାଳୟଗୁଡ଼ିକର ବିଶ୍ୱସ୍ତରୀୟ ନେଟୱାର୍କ ବିକଶିତ କରିବାକୁ ହେବ । ଏହି ନେଟୱାର୍କରେ ସାମିଲ ହୋଇ ବିଭିନ୍ନ ବିଶ୍ୱବିଦ୍ୟାଳୟ ବିପର୍ଯ୍ୟୟ କ୍ଷେତ୍ରରେ ସେମାନଙ୍କୁ ସବୁଠୁ ପ୍ରାସଙ୍ଗିକ ଲାଗୁଥିବା ସ୍ୱତନ୍ତ୍ର ବହୁମୁଖୀ ଗବେଷଣା କରିପାରିବେ । ଉପକୂଳ ଅଂଚଳରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଉପକୂଳ ବିପଦର ବିପଦକୁ ପରିଚାଳନା କ୍ଷେତ୍ରରେ ସ୍ୱତନ୍ତ୍ରତା ଓ ପାହାଡ଼ିଆ ସହରରେ ଥିବା ବିଶ୍ୱବିଦ୍ୟାଳୟ ପାହାଡ଼ର ବିପଦ ଉପରେ ଗବେଷଣାକୁ କେନ୍ଦ୍ରିତ କରିବା ଦରକାର ।

ସପ୍ତମ

ସୋସିଆଲ ମିଡିଆ ଓ ମୋବାଇଲ ଟେକ୍ନୋଲଜିରେ ଉପଲବ୍ଧ ସୁଯୋଗର ଉପଯୋଗ । ସୋସିଆଲ ମିଡିଆରେ ବିପର୍ଯ୍ୟୟର ପ୍ରତିକ୍ରିୟାକୁ ବଦଳାଉଛି । ଏହା ଏଜେନ୍ସୀକୁ ତ୍ୱରିତ୍ ବ୍ୟବସ୍ଥିତ କରାଇବା ଓ ନାଗରିକଙ୍କୁ ଅତ୍ୟନ୍ତ ସହଜ ଭାବେ କର୍ତ୍ତୃପକ୍ଷଙ୍କ ସହ ଯୋଡ଼ିବାରେ ସହାୟକ ହୋଇଥାଏ । ବିପର୍ଯ୍ୟୟ ପରେ ବିପର୍ଯ୍ୟୟ, ପ୍ରଭାବିତ ଲୋକ ପରସ୍ପରକୁ ସହାୟତା ପାଇଁ ସୋସିଆଲ ମିଡିଆର ଉପଯୋଗ କରିଥାନ୍ତି । ଆମେ ସୋସିଆଲ ମିଡିଆର ସମ୍ଭାବନାକୁ ନିଶ୍ଚିତ ଭାବେ ସ୍ୱୀକାର କରିବା ସହ ବିପର୍ଯ୍ୟୟ ପ୍ରଶମନ ପରିଚାଳନାର ସମସ୍ତ ଦିଗ ପାଇଁ ଆପ୍ଲିକେସନ୍ ବିକଶିତ କରିବା ଉଚିତ୍ ।

ଅଷ୍ଟମ,

ସ୍ଥାନୀୟ ସାମର୍ଥ୍ୟର ବିକାଶ ଓ ପ୍ରୟାସ । ବିଶେଷକରି ଦ୍ରୁତ ବୃଦ୍ଧି ପାଉଥିବା ଅର୍ଥ ବ୍ୟବସ୍ଥାରେ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କାର୍ଯ୍ୟ ଏତେ ଅଧିକ ଯେ ରାଷ୍ଟ୍ରର ଆନୁଷ୍ଠାନିକ ପ୍ରତିଷ୍ଠାନଗୁଡ଼ିକ ଅନୁକୂଳ ସ୍ଥିତି ସୃଷ୍ଟି କରିବାରେ ସହାୟକ ହେବେ । ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇ ସ୍ଥାନୀୟସ୍ତରରେ ଲାଗୁ କରାଯିବ । ଗତ ଦୁଇ ଦଶନ୍ଧି ହେଲା ଅଧିକାଂଶ ଗୋଷ୍ଠୀଗତ ପ୍ରୟାସ ସ୍ୱଳ୍ପକାଳୀନ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜରୁରୀକାଳୀନ ଯୋଜନା ମଧ୍ୟରେ ସୀମିତ ରହିଛି । ଆମକୁ ଗୋଷ୍ଠୀ ଆଧାରିତ ପ୍ରୟାସ ଓ ସହଯୋଗର ସମ୍ଭାବନାକୁ ସମ୍ପ୍ରସାରିତ କରି ସ୍ଥାନୀୟସ୍ତରରେ ବିପଦ ହ୍ରାସ ପଦକ୍ଷେପକୁ ଚିହ୍ନଟ ଓ କାର୍ଯ୍ୟକାରି କରିବାକୁ ପଡ଼ିବ । ଏଭଳି ପ୍ରୟାସ ବିପଦ ହ୍ରାସ ଓ ସ୍ଥାନୀୟ ବିକାଶ ପାଇଁ ସୁଯୋଗ ଓ ସ୍ଥାୟୀ ଜୀବିକାନିର୍ବାହ ସୃଷ୍ଟି କରାଏ । ବିପର୍ଯ୍ୟୟ ପ୍ରଶମନ ହ୍ରାସର ସ୍ଥାନୀୟକରଣ ଦ୍ୱାରା ଆମେ ସର୍ବୋକୃଷ୍ଟ ପାରମ୍ପରିକ ଅଭ୍ୟାସ ଓ ସ୍ୱଦେଶୀ ଜ୍ଞାନ ଆହରଣକୁ ସୁନିଶ୍ଚିତ କରିପାରିବା ।

ପ୍ରଶମନ ଏଜେନ୍ସୀଗୁଡ଼ିକୁ ଗୋଷ୍ଠୀଗୁଡ଼ିକ ସହ ଆଲୋଚନା କରିବାର ଆବଶ୍ୟକତା ଅଛି ଓ ସେମାନଙ୍କୁ ବିପର୍ଯ୍ୟୟ ପ୍ରଶମନର ପୂର୍ବାଭାସ ସହ ପରିଚିତ କରାଇବା ଉଚିତ୍ । ଉଦାହରଣ ସ୍ୱରୂପ ଯଦି ସ୍ଥାନୀୟ ଅଗ୍ନିଶମ ସେବା ଅଧିକାରୀମାନେ ପ୍ରତି ସପ୍ତାହକୁ ଥରେ ଗୋଟିଏ ସ୍କୁଲ ଯାଆନ୍ତେ, ସେମାନେ ବର୍ଷକ ଭିତରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସଚେତନ କରାଇପାରନ୍ତେ ।

ନବମ,

ବିପର୍ଯ୍ୟୟରୁ ଶିକ୍ଷା ନେଇ ସୁଯୋଗ ସୁନିଶ୍ଚିତ କରାଇବା ବ୍ୟର୍ଥ ଯାଏ ନାହିଁ । ପ୍ରତ୍ୟେକ ବିପର୍ଯ୍ୟୟ ପରେ ସେଥିରୁ ଶିକ୍ଷାର ଦସ୍ତାବିଜ ଓ ରିପୋର୍ଟ ଆସେ, ଯାହା କ୍ୱଚିତ୍ ଲାଗୁ କରାଯାଏ । ସର୍ବଦା ସମାନ ତ୍ରୁଟିକୁ ଦୋହରାଯାଇଥାଏ । ଆମକୁ ଶିଖିବା ପାଇଁ ଅଧିକ ଜୀବନ୍ତ ଓ ଦୃଶ୍ୟ ପ୍ରଣାଳୀର ଆବଶ୍ୟକତା ରହିଛି । ବିପର୍ଯ୍ୟୟ ଘଟଣା, ତା’ର ଗତି, ରିଲିଫ୍, ପୁନଃବସତି, ପୁନଃନିର୍ମାଣ ଓ ପରେ ପୁନରୁଦ୍ଧାରର ରେକର୍ଡ ରଖିବା ପାଇଁ ଆନ୍ତର୍ଜାତିକ ଡକୁମେଂଟାରୀ ଫିଲ୍ମ ପ୍ରତିଯୋଗିତା ଜାତିସଂଘ କରିପାରିବ ।

ବିପର୍ଯ୍ୟୟ ପରେ ପୁନରୁଦ୍ଧାର ନା କେବଳ ଭିତ୍ତିଭୂମି ନିର୍ମାଣର ସୁଯୋଗ ସୃଷ୍ଟି କରାଏନି ବରଂ ପ୍ରଶମନ ପରିଚାଳନା ପାଇଁ ସଂସ୍ଥାଗତ ବ୍ୟବସ୍ଥାର ବିକାଶ ମଧ୍ୟ ହୋଇଥାଏ । ଏଇଥିପାଇଁ ଆମକୁ ଏକ ବ୍ୟବସ୍ଥା କରିବାକୁ ପଡ଼ିବ ଯାହା ବିପଦର ଆକଳନକୁ ତ୍ୱରିତ୍ କରିପାରିବ । ବିପର୍ଯ୍ୟୟ ପରବର୍ତୀ ଘରର ପୁନରୁଦ୍ଧାର ପାଇଁ ବୈଷୟିକ ସହାୟତାର ସୁବିଧା ପ୍ରତିଷ୍ଠା ନିମନ୍ତେ ସହଯୋଗୀ ରାଷ୍ଟ୍ର ଓ ବହୁମୁଖୀ ବିକାଶ ଏଜେନ୍ସୀ ସହ କାର୍ଯ୍ୟ କରିବାକୁ ଭାରତ ପ୍ରସ୍ତୁତ ଅଛି ।

ଓ ଶେଷରେ ବିପର୍ଯ୍ୟୟ ପ୍ରତି ଆନ୍ତର୍ଜାତିକ ପ୍ରତିକ୍ରିୟାରେ ଅଧିକ ଏକତା ଆଣିବାକୁ ପଡ଼ିବ । ବିପର୍ଯ୍ୟୟର ଠିକ୍ ପରେ, ସମଗ୍ର ବିଶ୍ୱରେ ବିପର୍ଯ୍ୟୟ ଉପରେ ପ୍ରତିକ୍ରିୟା ଆଣିବା । ଯଦି ଆମେ ଗୋଟିଏ ଛତା ତଳେ କାମ କରିବା ତା’ହେଲେ ସାମୁହିକ ସାମର୍ଥ୍ୟ ଓ ଏକତାକୁ ଆଗେଇ ନେଇପାରିବା । ଜାତିସଂଘ ମଧ୍ୟ ଏକ ସାମୁହିକ ଲୋଗୋ ଓ ବ୍ରାଣ୍ଡିଂ ସମ୍ପର୍କରେ ଚିନ୍ତା କରିବା ଉଚିତ୍, ଯେଉଁମାନେ ରିଲିଫ୍, ପୁନଃବସତି ଓ ପୁନଃନିର୍ମାଣ କାର୍ଯ୍ୟରେ ସହଯୋଗ କରିବେ ।

ବନ୍ଧୁଗଣ

ସଶସ୍ତ୍ର ସେନା ରାଷ୍ଟ୍ରକୁ ବାହ୍ୟ ବିପଦରୁ ସୁରକ୍ଷା ଦିଏ କିନ୍ତୁ ବିପର୍ଯ୍ୟୟ ମୁକାବିଲା ପାଇଁ ଆମେ ସମାଜକୁ ସଠିକ୍ ଶିକ୍ଷା ଯୋଗାଇ ଦେବାର ଅଛି ।
ସେଣ୍ଡାଇ ଭାବନାକୁ ହୃଦୟର ସହ ଆମକୁ ସ୍ୱୀକାର କରିବାକୁ ପଡ଼ିବ । ଯାହା ବିପର୍ଯ୍ୟୟ ପ୍ରଶମନ ପରିଚାଳନା କ୍ଷେତ୍ରରେ ଏକ ସମାଜର ଦୃଷ୍ଟିକୋଣ ହେବ ।
ଭାରତରେ ଆମେ ସେଣ୍ଡାଇ ଫ୍ରେମୱାର୍କର କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ । ଚଳିତବର୍ଷ ଜୁନ୍ ମାସରେ ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ଲୋକାର୍ପିତ ହୋଇଥିଲା ଯେଉଁଥିରେ ସେଣ୍ଡାଇ ଫ୍ରେମୱାର୍କକୁ ପ୍ରାଥମିକତା ଦିଆଯାଇଛି ।

ଆମର ପ୍ରୟାସ ହେଉଛି ବିପର୍ଯ୍ୟୟରୋଧୀ ନିର୍ମାଣ, ଅଂଚଳର ସବୁ ରାଷ୍ଟ୍ର ସହ କାନ୍ଧକୁ କାନ୍ଧ ମିଶାଇ ଆମେ ଛିଡ଼ା ହୋଇଛୁ । ଆମର ପ୍ରୟାସକୁ ଆଗେଇ ନେବାକୁ ଆଚଂଳିକ ଓ ଆନ୍ତର୍ଜାତିକ ସହଯୋଗର ପ୍ରମୁଖ ଭୂମିକା ରହିଛି ।

ଗତବର୍ଷ ନଭେମ୍ବରରେ ଭାରତ ପ୍ରଥମଥର ଦକ୍ଷିଣ ଏସୀୟ ବାର୍ଷିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଆଂଚଳିକ ସହଯୋଗିତାର ମନୋଭାବରେ ଭାରତ ଖୁବଶୀଘ୍ର ଦକ୍ଷିଣ ଏସିଆ ସାଟେଲାଇଟ ବା ଉପଗ୍ରହ ପ୍ରକ୍ଷେପଣ କରିବ । ଏହି ଉପଗ୍ରହର ସାମର୍ଥ୍ୟ ଓ ଅନ୍ୟ ମହାକାଶଆଧାରିତ ଜ୍ଞାନକୌଶଳ ପୂର୍ଣ୍ଣ ବିପର୍ଯ୍ୟୟ ପ୍ରଶମନ ପରିଚାଳନା, ବିପଦ ଆକଳନ, ବିପଦ ମୁକାବିଲା, ପ୍ରସ୍ତୁତି, ପ୍ରତିକ୍ରିୟା ଓ ପୁନରୁଦ୍ଧାରରେ ସହାୟକ ହେବ । ଭାରତ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ଏହି ମହାକାଶ ସାମର୍ଥ୍ୟକୁ ଅନ୍ୟ ଯେକୌଣସି ରାଷ୍ଟ୍ର ନିମନ୍ତେ ଉପଲବ୍ଧ କରିବାକୁ ପ୍ରସ୍ତୁତ ଅଛି ।

ଆମେ ସେଣ୍ଡାଇ ଫ୍ରେମୱାର୍କକୁ କାର୍ଯ୍ୟକାରୀ କରିଥିବାରୁ ଆମେ ଆଂଚଳିକ ଓ ଆନ୍ତର୍ଜାତିକ ସହଭାଗିତାର ନୂଆ ସୁଯୋଗକୁ ସ୍ୱାଗତ କରିଛୁ ।

ମୁଁ ନିଶ୍ଚିତ ଯେ ଏହି ସମ୍ମିଳନୀ ଆମର ପ୍ରୟାସକୁ ପୂର୍ଣ୍ଣାଙ୍ଗ କରାଇବ ଓ ସମ୍ମିଳନୀର ପରିଣାମ ସାମୁହିକ କାର୍ଯ୍ୟାନୁଷ୍ଠାନର ଠୋସ୍ ବ୍ଲୁ-ପ୍ରିଂଟ୍ ପ୍ରସ୍ତୁତ କରିବ ।

ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways renews 54,600 km of tracks since 2014, boosting speed potential and safety

Media Coverage

Indian Railways renews 54,600 km of tracks since 2014, boosting speed potential and safety
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on the triumph of truth
March 12, 2026

The Prime Minister Shri Narendra Modi, paid homage to all the great personalities who participated in the Dandi March, which began on this very day in 1930.

The Prime Minister shared a Sanskrit Subhashitam emphasising on the triumph of truth:

“सत्यमेव जयति नानृतं सत्येन पन्था विततो देवयानः।

येनाक्रमन्त्यृषयो ह्याप्तकामा यत्र तत्सत्यस्य परमं निधानम्॥”

The Subhashitam conveys that, truth always prevails and falsehood is ultimately destroyed. Therefore, one should follow the path on which the Sages attained bliss and realised the supreme truth.

The Prime Minister wrote on X;

“सन् 1930 में आज ही के दिन दांडी मार्च की शुरुआत हुई थी। इसमें शामिल सभी विभूतियों का श्रद्धापूर्वक स्मरण!

सत्यमेव जयति नानृतं सत्येन पन्था विततो देवयानः।

येनाक्रमन्त्यृषयो ह्याप्तकामा यत्र तत्सत्यस्य परमं निधानम्॥”