ଦୁଇ ନେତା ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗରେ ବିଶେଷ କରି ବାଣିଜ୍ୟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତିର ସମୀକ୍ଷା କରିଛନ୍ତି
ପ୍ରଧାନମନ୍ତ୍ରୀ ବ୍ରିଟେନରେ ଭାରତୀୟ କୂଟନୈତିକ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ପ୍ରସଙ୍ଗକୁ
ଉଠାଇଛନ୍ତି ଏବଂ ଭାରତ ବିରୋଧୀ ଶକ୍ତିଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦେଇଛନ୍ତି ଅର୍ଥନୈତିକ ଅପରାଧୀଙ୍କ ପ୍ରତ୍ୟାର୍ପଣ ଉପରେ ପ୍ରଧାନମନ୍ତ୍ରୀ ଅଗ୍ରଗତି ଆଶା କରିଛନ୍ତି
ଭାରତରେ ଚାଲିଥିବା ଜି -୨୦ରେ ଅଧ୍ୟକ୍ଷତା ପାଇଁ ଭାରତକୁ ପ୍ରଧାନମନ୍ତ୍ରୀ ସୁନକ ତାଙ୍କର ପୂର୍ଣ୍ଣ ସମର୍ଥନ ଦୋହରାଇଛନ୍ତି
ପ୍ରଧାନମନ୍ତ୍ରୀ ବୈଶାଖୀ ଅବସରରେ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ମାନ୍ୟବର ଋଷି ସୁନକଙ୍କ ସହିତ ଟେଲିଫୋନରେ ଆଲୋଚନା କରିଛନ୍ତି ।

ଉଭୟ ନେତା ଭାରତ-ବ୍ରିଟେନ ରୋଡମ୍ୟାପ୍ ୨୦୩୦ ର ଅଂଶ ଭାବରେ ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଅଗ୍ରଗତିର ସମୀକ୍ଷା କରିଥିଲେ । ସମ୍ପ୍ରତି ଉଚ୍ଚ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ଏବଂ ବଢୁଥିବା ସହଯୋଗ ବିଶେଷ ଭାବରେ ବାଣିଜ୍ୟ ଏବଂ ଅର୍ଥନୈତିକ କ୍ଷେତ୍ରରେ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଦୁଇ ଦେଶ ମଧ୍ୟରେ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର ଆବଶ୍ୟକତା ଉପରେ ସେମାନେ ସହମତ ହୋଇଥିଲେ ।

ବ୍ରିଟେନରେ ଭାରତୀୟ କୂଟନୈତିକ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ମୋଦି ଉଠାଇଥିଲେ ଏବଂ ବ୍ରିଟେନ ସରକାରଙ୍କ ଦ୍ୱାରା ଭାରତ ବିରୋଧୀ ଶକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି ଯେ ଭାରତୀୟ ହାଇକମିଶନ ଉପରେ ହୋଇଥିବା ଆକ୍ରମଣକୁ ବ୍ରିଟେନ ଗ୍ରହଣ କରେନାହିଁ ଏବଂ ଭାରତୀୟ ମିଶନ ଏବଂ ଏହାର କର୍ମଚାରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିଛି ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବ୍ରିଟେନରେ ଆଶ୍ରୟ ନେଇଥିବା ଅର୍ଥନୈତିକ ଅପରାଧୀଙ୍କ ପ୍ରସଙ୍ଗ ଉଠାଇଥିଲେ । ସେ ଏହି ପଳାତକମାନଙ୍କୁ ଫେରିବାର ଅଗ୍ରଗତି ନେଇ ଆଗ୍ରହ ଦେଖାଇଥିଲେ ଯାହା ଦ୍ୱାରା ସେମାନେ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ନିକଟରେ ହାଜର ହୋଇପାରିବେ । 

ସେପ୍ଟେମ୍ବର ୨୦୨୩ ରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଆମନ୍ତ୍ରଣ କରିଥିଲେ । ଭାରତର ଅଧ୍ୟକ୍ଷତା ଅଧୀନରେ ଜି -୨୦ ର ଅଗ୍ରଗତିକୁ ପ୍ରଧାନମନ୍ତ୍ରୀ ସୁନକ ପ୍ରଶଂସା କରିଥିଲେ ଏବଂ ଭାରତର ପଦକ୍ଷେପ ତଥା ସେମାନଙ୍କ ସଫଳତା ପାଇଁ ବ୍ରିଟେନର ସମ୍ପୂର୍ଣ୍ଣ ସମର୍ଥନକୁ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ବୈଶାଖୀ ଅବସରରେ ପ୍ରଧାନମନ୍ତ୍ରୀ ସୁନକ ଏବଂ ବ୍ରିଟେନର ଭାରତୀୟ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି ।

ଉଭୟ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 06, 2026
August 06, 2026

New India Defies the Storm: Multi-Front Progress Under PM Modi