ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ୧୬ ରୁ ୨୦ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥିବା ଭାରତ-ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ଅବସରରେ ସ୍ଲୋଭାକର ରାଷ୍ଟ୍ରପତି ଶ୍ରୀ ପିଟର ପେଲେଗ୍ରୀନିଙ୍କୁ ଭେଟିଛନ୍ତି । ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ଥିଲା ।

ଏହି ବୈଠକ ଉଭୟ ନେତାକୁ ଭାରତ-ସ୍ଲୋଭାକ ସମ୍ପର୍କର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିବା ଏବଂ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବାର ସୁଯୋଗ ପ୍ରଦାନ କରିଛି ।
ନେତାମାନେ ନିକଟରେ ହୋଇଥିବା ଭାରତ ଇୟୁ-ଶିଖର ସମ୍ମିଳନୀ ଦ୍ୱାରା ସୃଷ୍ଟି ହୋଇଥିବା ସକାରାତ୍ମକ ଗତିର ପ୍ରଶଂସା କରିଛନ୍ତି ଏବଂ ଐତିହାସିକ ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ସମାପ୍ତି ସହ ପ୍ରାଥମିକତା କ୍ଷେତ୍ରଗୁଡିକରେ ସମ୍ପର୍କକୁ ମଜବୁତ କରିବା ପାଇଁ ମିଳିତ ଭାରତ-ଇୟୁ ବ୍ୟାପକ ରଣନୈତିକ କାର୍ଯ୍ୟସୂଚୀକୁ ଗ୍ରହଣ ସହିତ ସ୍ୱାଗତ କରିଛନ୍ତି ।
ଦୁଇ ନେତା ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କର ଅଭିବୃଦ୍ଧିରେ ସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଷ୍ଟାର୍ଟଅପ୍, ସୂଚନା ପ୍ରଯୁକ୍ତିବିଦ୍ୟା, ପରମାଣୁ ଶକ୍ତି, ଉତ୍ପାଦନ, ପ୍ରତିରକ୍ଷା, ମହାକାଶ ଏବଂ ଶିକ୍ଷା ସମେତ ନବୀକରଣୀୟ ଶକ୍ତି ଭଳି କ୍ଷେତ୍ରରେ ଅଧିକ ସୁଯୋଗ ଅନୁସନ୍ଧାନ କରିବାକୁ ସହମତ ହୋଇଛନ୍ତି ।
ଉଭୟ ନେତା ଏଆଇ ଏବଂ ଭବିଷ୍ୟତ ପ୍ରଯୁକ୍ତିବିଦ୍ୟା ତଥା ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିରେ ସହଯୋଗ ବୃଦ୍ଧିର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଭାରତର “ସମସ୍ତଙ୍କ ପାଇଁ ଏଆଇ” ଦୃଷ୍ଟିକୋଣ ଏବଂ ସ୍ଲୋଭାକର ଡିଜିଟାଲ ପରିବର୍ତ୍ତନ ଓ ଶିଳ୍ପ ୪.୦ ଉପରେ କେନ୍ଦ୍ରୀୟ ପ୍ରୟାସର ଅନୁରୂପ ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପେଲେଗ୍ରୀନି ଲୋକ ସମ୍ପର୍କ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲେ । ରାଷ୍ଟ୍ରପତି ପେଲେଗ୍ରୀନି ସ୍ଲେଭାକିଆରେ ଭାରତୀୟ ସମ୍ପ୍ରଦାୟର ଅବଦାନକୁ ପ୍ରଶଂସା କରିଥିଲେ । ଉଭୟ ନେତା ଦୁଇ ଦେଶ ମଧ୍ୟରେ ଗତିଶୀଳତାକୁ ସୁଗମ କରିବା ପାଇଁ ଚାଲିଥିବା ପ୍ରୟାସକୁ ସ୍ୱାଗତ କରିଥିଲେ ।
My meeting with Mr. Peter Pellegrini, President of the Slovak Republic was very productive. The recent India-EU FTA will create several opportunities to boost trade and investment between our nations. Other subjects we discussed included cooperation in digital technology,… pic.twitter.com/vmjLUs7mY7
— Narendra Modi (@narendramodi) February 20, 2026
Stretnutie s prezidentom Slovenskej republiky Petrom Pellegrinim bolo veľmi konštruktívne. Nedávno prijatá dohoda o voľnom obchode medzi Indiou a EÚ (India-EU FTA) vytvorí nové príležitosti na posilnenie obchodu a investícií medzi našimi krajinami. Diskutovali sme aj o spolupráci… pic.twitter.com/nNPKufHfAS
— Narendra Modi (@narendramodi) February 20, 2026


