ଗତ ୧୧ ବର୍ଷ ମଧ୍ୟରେ ଭାରତ ଏହାର ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଦେଖିଛି, ଯେଉଁଥିରେ ଆଧୁନିକୀକରଣ ଏବଂ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଉପରେ ସ୍ପଷ୍ଟ ଧ୍ୟାନ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ।
ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଅଧିକ ଆତ୍ମନିର୍ଭରଶୀଳ କରିବା ତଥା ପ୍ରଯୁକ୍ତିବିଦ୍ୟା ଉତ୍କର୍ଷତା ଦିଗରେ ଆଗେଇ ନେବା ପାଇଁ ଭାରତର ଜନସାଧାରଣଙ୍କ ସାମୂହିକ ଅଟଳ ସଂକଳ୍ପ ଉପରେ ପ୍ରଧାନମନ୍ତ୍ରୀ ଗର୍ବ ପ୍ରକାଶ କରିଛନ୍ତି ।
ମାଇଗଭ୍ଇଣ୍ଡିଆ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି:
“ଗତ ୧୧ ବର୍ଷ ମଧ୍ୟରେ ଆମ ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆଧୁନିକୀକରଣ ଏବଂ ଆତ୍ମନିର୍ଭରଶୀଳ ହେବା ଉପରେ ସ୍ପଷ୍ଟ ଧ୍ୟାନ ଦିଆଯାଇଛି । ଭାରତକୁ ଆହୁରି ମଜବୁତ କରିବାର ସଂକଳ୍ପ ସହିତ ଦେଶର ଜନସାଧାରଣ କିପରି ଏକଜୁଟ ହୋଇଛନ୍ତି, ତାହା ଦେଖି ଖୁସି ଲାଗୁଛି ।
#11YearsOfRakshaShakti”
The last 11 years have marked significant changes in our defence sector, with a clear focus on both modernisation and becoming self reliant when it comes to defence production. It is gladdening to see how the people of India have come together with the resolve of making India… https://t.co/kQFrjLcc5Z
— Narendra Modi (@narendramodi) June 10, 2025


