ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀର ଘାଟିକୁ ପ୍ରଥମ ମାଲଗାଡ଼ିର ଆଗମନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିବା ସହ କହିଛନ୍ତି, ଏହି ଅଞ୍ଚଳକୁ ରାଷ୍ଟ୍ରୀୟ ମାଲ୍ ପରିବହନ ନେଟୱର୍କ ସହ ଯୋଡ଼ିବା ଦିଗରେ ଏହା ଏକ ମାଇଲଖୁଣ୍ଟ ।
କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରାଦ୍ୟୋଗିକୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିକଶ ଦ୍ୱାରା ଜମ୍ମୁ-କାଶ୍ମୀରର ପ୍ରଗତି ଏବଂ ସମୃଦ୍ଧି ଉଭୟ ବୃଦ୍ଧି ପାଇବ ।
ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି;
“ଜମ୍ମୁ-କାଶ୍ମୀରର ବାଣିଜ୍ୟ ଓ ସଂଯୋଗୀକରଣ ପାଇଁ ମହାନ ଦିନ! ଏହାଦ୍ୱାରା ପ୍ରଗତି ଓ ସମୃଦ୍ଧି ଉଭୟ ବୃଦ୍ଧି ପାଇବ ।”
Great day for commerce and connectivity in Jammu and Kashmir! It will enhance both progress and prosperity. https://t.co/IFLcfmZvuW
— Narendra Modi (@narendramodi) August 9, 2025


