ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଛଟ ମହାପର୍ବ ଅବସରରେ ଦେଶ ଏବଂ ସମଗ୍ର ବିଶ୍ୱର ଶ୍ରଦ୍ଧାଳୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏହି ପର୍ବ ଆଜି ପାରମ୍ପରିକ ରୀତି ନହାୟ-ଖାୟ ସହିତ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ସମସ୍ତ ବ୍ରତଧାରୀଙ୍କ ଅଟଳ ଭକ୍ତିକୁ ପ୍ରଣାମ କରିବା ସହ ଏହି ଚାରି ଦିନିଆ ପର୍ବର ଗଭୀର ସାଂସ୍କୃତିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ଶ୍ରୀ ମୋଦୀ ଛଟ‌ର ବର୍ଦ୍ଧିତ ବିଶ୍ୱସ୍ତରୀୟ ସ୍ୱୀକୃତିକୁ ସ୍ୱୀକାର କରି କହିଛନ୍ତି ଯେ, ସମଗ୍ର ବିଶ୍ୱରେ ଭାରତୀୟ ପରିବାରଗୁଡିକ ସହୃଦୟ ଏହାର ପର୍ବ ପାଳନ କରିଥାନ୍ତି ।

ଏହି ଅବସରରେ, ପ୍ରଧାନମନ୍ତ୍ରୀ ଛଟି ମାତାଙ୍କ ପ୍ରତି ସମର୍ପିତ ଏକ ଭକ୍ତିପୂର୍ଣ୍ଣ ଗୀତ ଶେୟାର କରି ସମସ୍ତଙ୍କୁ ଏହାର ଆଧ୍ୟାତ୍ମିକ ପ୍ରତିଧ୍ୱନିରେ ବୁଡି ରହିବାକୁ ଆହ୍ୱାନ କରିଛନ୍ତି ।

ଏକ୍ସରେ ଏକ ଥ୍ରେଡ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;

“ନହାୟ-ଖାୟର ପବିତ୍ର ରୀତି ସହ ଆଜିଠାରୁ ଚାରି ଦିନିଆ ଛଟ ମହାପର୍ବ ଆରମ୍ଭ ହେଉଛି । ବିହାର ସହିତ ସମଗ୍ର ଦେଶର ଶ୍ରଦ୍ଧାଳୁମାନଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା । ସମସ୍ତ ବ୍ରତଧାରୀମାନଙ୍କୁ ମୋର ପ୍ରଣାମ ଏବଂ ଶୁଭେଚ୍ଛା ।”

“ଆମ ସଂସ୍କୃତିର ଏହି ପ୍ରମୁଖ ଉତ୍ସବ ସରଳତା ଏବଂ ସଂଯମତାର ପ୍ରତୀକ, ଯାହା ପବିତ୍ରତା ଏବଂ ନିୟମ-ନିଷ୍ଠା ଅତୁଳନୀୟ । ଏହି ପବିତ୍ର ଅବସରରେ ଛଟ ଘାଟରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥାଏ, ସେଥିରେ ପାରିବାରିକ ଏବଂ ସାମାଜିକ ସଦଭାବର ଅଦ୍ଭୁତ ସମନ୍ୱୟ ଥାଏ । ଛଟ‌ର ପ୍ରାଚୀନ ପରମ୍ପରାର ଆମ ସମାଜ ଉପରେ ଗଭୀର ପ୍ରଭାବ ରହିଛି ।”

“ଆଜି ବିଶ୍ୱର କୋଣ ଅନୁକୋଣରେ ଛଟକୁ ସଂସ୍କୃତିର ମହାଉତ୍ସବ ଭାବରେ ପାଳନ କରାଯାଇଥାଏ । ସମଗ୍ର ବିଶ୍ୱରେ ରହୁଥିବା ଭାରତବଂଶୀ ପରିବାର, ଏହି ପରମ୍ପରାରେ ସମ୍ପୂର୍ଣ୍ଣ ଆତ୍ମୀୟତାର ସହ ସାମିଲ ହୋଇଥାନ୍ତି । ଛଟି ମାତା ସମସ୍ତଙ୍କୁ ନିଜର ଆଶୀର୍ବାଦ ପ୍ରଦାନ କରନ୍ତୁ ଏହା ହିଁ ମୋର କାମାନା ।”

“ଛଟ ମହାପର୍ବ ଆସ୍ଥା, ଉପାସନା ଏବଂ ପ୍ରକୃତି ପ୍ରେମର ଏକ ଅନନ୍ୟ ସଙ୍ଗମ । ଏଥିରେ ଗୋଟିଏ ପଟେ, ଅସ୍ତଗାମୀ ଏବଂ ଉଦୟ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ କରାଯାଉଥିବା ବେଳେ ଅନ୍ୟ ପକ୍ଷରେ ପ୍ରସାଦରେ ମଧ୍ୟ ପ୍ରକୃତିର ବିଭିନ୍ନ ରଙ୍ଗ ସମାହିତ ହୋଇଥାଏ । ଛଟ ପୂଜାର ଗୀତ ଏବଂ ସ୍ୱରରେ ମଧ୍ୟ ଭକ୍ତି ଏବଂ ପ୍ରକୃତିର ଅଦ୍ଭୁତ ଭାବନା ରହିଥାଏ ।”

“ମୋର ସୌଭାଗ୍ୟ ଯେ, ମୋତେ କାଲି ବେଗୁସରାୟ ଯିବାର ସୌଭାଗ୍ୟ ମିଳିଥିଲା । ବିହାର କୋକିଲା ଶାରଦା ସିହ୍ନା ଜୀଙ୍କର ବେଗୁସରାୟ ସହିତ ଘନିଷ୍ଠ ସମ୍ପର୍କ ରହିଛି । ଶାରଦା ସିହ୍ନା ଏବଂ ବିହାରର ଅନ୍ୟ ଲୋକ କଳାକାରମାନେ ନିଜ ଗୀତ ଜରିଆରେ ଛଟ ପର୍ବରେ ଏକ ଅନନ୍ୟ ମନୋଭାବ ଯୋଡିଛନ୍ତି ।”

“ଆଜି ଏହି ପବିତ୍ର ମହାପର୍ବ ଅବସରରେ ମୁଁ ଆପଣମାନଙ୍କ ସହ ଛଟି ମାତାଙ୍କର ଏପରି ଏକ ଗୀତ ଶେୟାର କରୁଛି, ଯାହାକୁ ଶୁଣି ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯିବେ ।

https://m.youtube.com/watch?v=6e6Hp6R5SVU”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'BRICS 2026 becomes major Bharat achievement for PM Narendra Modi'

Media Coverage

'BRICS 2026 becomes major Bharat achievement for PM Narendra Modi'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 15, 2026
September 15, 2026

A Mandate of Performance: Civic Wins, IPO Surge and Neighbourly Power Reflect Faith in PM Modi’s Leadership