ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତୁଆ ଧର୍ମ ମେଳାର ସମସ୍ତ ଭକ୍ତ ଏବଂ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସ୍ୱତନ୍ତ୍ର ଅବସରଟି ପୂର୍ଣ୍ଣ ବ୍ରହ୍ମ ଶ୍ରୀ ହରିଚାନ୍ଦ ଠାକୁରଙ୍କ ଜୟନ୍ତୀ ସହିତ ଜଡ଼ିତ। "ମୁଁ ତାଙ୍କୁ ମୋର ନମ୍ର ପ୍ରଣାମ ଅର୍ପଣ କରୁଛି। ତାଙ୍କର ଚିନ୍ତାଧାରା ଏବଂ ଶିକ୍ଷା ଅନେକ ଲୋକଙ୍କୁ ଶକ୍ତି ଏବଂ ଆଶା ପ୍ରଦାନ କରୁଛି। ସେମାନେ ମର୍ଯ୍ୟାଦା, ସମାନତା ଏବଂ ଭକ୍ତି ପାଇଁ ଏକ ଶକ୍ତିଶାଳୀ ଆନ୍ଦୋଳନକୁ ଜାଗ୍ରତ କରିଥିଲେ। ସେ ପିଢ଼ିକୁ ଧାର୍ମିକତା, ସୌହାର୍ଦ୍ଦ୍ୟ ଏବଂ ସାମୂହିକ ଉନ୍ନତିର ପଥରେ ଚାଲିବା ପାଇଁ ପ୍ରେରିତ କରିଥିଲେ ", ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମତୁଆ ସଂସ୍କୃତିର ସମୃଦ୍ଧ ଏବଂ ଜୀବନ୍ତ ପରମ୍ପରା ଗଭୀର ଆଧ୍ୟାତ୍ମିକ ଶକ୍ତି ଏବଂ ସମାନତା ପ୍ରତି ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଏହା ଆମ ଦେଶର ସାମାଜିକ ଢାଞ୍ଚାକୁ ଉଲ୍ଲେଖନୀୟ ଭାବେ ସମୃଦ୍ଧ କରିଥାଏ। ଶ୍ରୀ ମୋଦୀ କହିଲେ, "ବିଗତ ଦଶନ୍ଧି ଧରି ଆମ ସରକାର ମତୁଆ ସମ୍ପ୍ରଦାୟର କଲ୍ୟାଣ, ସଶକ୍ତିକରଣ ଏବଂ ମର୍ଯ୍ୟାଦା ପ୍ରତି ଗଭୀର ଭାବେ ପ୍ରତିବଦ୍ଧ ଅଛନ୍ତି।"

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

"ମତୁଆ ଧର୍ମ ମେଳାର ସମସ୍ତ ଭକ୍ତ ଏବଂ ଅଂଶଗ୍ରହଣକାରୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ।

ଏହି ସ୍ୱତନ୍ତ୍ର ଅବସରଟି ପୂର୍ଣ୍ଣ ବ୍ରହ୍ମ ଶ୍ରୀ ହରିଚାନ୍ଦ ଠାକୁରଙ୍କ ଜୟନ୍ତୀ ସହିତ ଜଡ଼ିତ। ମୁଁ ତାଙ୍କୁ ମୋର ନମ୍ର ପ୍ରଣାମ ଅର୍ପଣ କରୁଛି। ତାଙ୍କର ଚିନ୍ତାଧାରା ଏବଂ ଶିକ୍ଷା ଅନେକ ଲୋକଙ୍କୁ ଶକ୍ତି ଏବଂ ଆଶା ପ୍ରଦାନ କରୁଛି। ସେମାନେ ମର୍ଯ୍ୟାଦା, ସମାନତା ଏବଂ ଭକ୍ତି ପାଇଁ ଏକ ଶକ୍ତିଶାଳୀ ଆନ୍ଦୋଳନକୁ ଜାଗ୍ରତ କରିଥିଲେ। ସେ ପିଢ଼ି ପିଢ଼ିଙ୍କୁ ଧାର୍ମିକତା, ସୌହାର୍ଦ୍ଦ୍ୟ ଏବଂ ସାମୂହିକ ଉନ୍ନତିର ପଥରେ ଚାଲିବା ପାଇଁ ପ୍ରେରଣା ଦେଇଥିଲେ।

ମତୁଆ ସଂସ୍କୃତିର ସମୃଦ୍ଧ ଏବଂ ଜୀବନ୍ତ ପରମ୍ପରା ଏକ ଗଭୀର ଆଧ୍ୟାତ୍ମିକ ଶକ୍ତି ଏବଂ ସମାନତା ପ୍ରତି ଏକ ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହା ଆମ ଦେଶର ସାମାଜିକ ଢାଞ୍ଚାକୁ ଉଲ୍ଲେଖନୀୟ ଭାବେ ସମୃଦ୍ଧ କରିଥାଏ। ବିଗତ ଦଶନ୍ଧି ଧରି ଆମ ସରକାର ମତୁଆ ସମ୍ପ୍ରଦାୟର କଲ୍ୟାଣ, ସଶକ୍ତିକରଣ ଏବଂ ମର୍ଯ୍ୟାଦା ପ୍ରତି ଗଭୀର ଭାବେ ପ୍ରତିବଦ୍ଧ ରହିଛନ୍ତି ।

 

 

“মতুয়া ধর্মমেলায় আগত সমস্ত ভক্ত এবং অংশগ্রহণকারীদের জানাই আমার আন্তরিক শুভেচ্ছা ও অভিনন্দন।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, India sees highest Q1 smartphone exports by value

Media Coverage

Led by iPhones, India sees highest Q1 smartphone exports by value
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 29, 2026
July 29, 2026

Aatmanirbhar & Eco-Conscious: PM Modi’s Record of Results in Conservation, Banking, Exports & Beyond