PM Narendra Modi launches National SC/ST Hub and Zero Defect Zero Effect scheme
PM Modi distributes Charkhas to 500 women, views exhibits
Khadi is a priority for us. A Charkha at home brings more income: PM Modi
Bringing the poor to the economic mainstream of the country vital for the country’s progress: PM Modi
Earlier it was only 'Khadi for nation', now its also 'Khadi for fashion': PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବର ଲୁଧିଆନାଠାରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମାଧ୍ୟମ ଶିଳ୍ପ ଉଦ୍ୟୋଗ ପାଇଁ ଜାତୀୟ ଏସସି/ଏସଟି ଉଦ୍ୟୋଗ କେନ୍ଦ୍ର ଏବଂ ଜିରୋ ଡିଫେକ୍ଟ – ଜିରୋ ଇଫେକ୍ଟ ସ୍କିମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଶ୍ରେଷ୍ଠ ବିବେଚିତ ଏମଏସଏମଇ ଉଦ୍ୟୋଗମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିଥିଲେ । ମହିଳାମାନଙ୍କୁ ସେ 500 କାଠ ନିର୍ମିତ ଚରଖା ପ୍ରଦାନ କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଲୁଧିଆନା ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ହୋଇଥିବାରୁ ଏଠାରେ ଏମଏସଏମଇ ଉଦ୍ୟୋଗ ପାଇଁ ଏହି ସ୍କିମ ଶୁଭାରମ୍ଭ କରାଯାଇଛି । ସେ କହିଥିଲେ ଯେ, ଭାରତର ପ୍ରକୃତ ଆର୍ଥିକ ପ୍ରଗତି ପାଇଁ ପ୍ରଥମେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବିକାଶ ହେବା ଆବଶ୍ୟକ । ତେବେ ଏମଏସଏମଇ କ୍ଷେତ୍ର ଉତ୍ତମ ମାନର ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ବୈଶ୍ଵିକ ପରିମାପକ ସହ ତାଳ ଦେଇ ଚାଲିବାକୁ ପଡିବ ।

ଚରଖା ବଣ୍ଟନ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ଦେଶ ପାଇଁ ଖଦି ଏକ ଅଗ୍ରାଧିକାର ବସ୍ତୁ । ଏଣୁ ଘରେ ଘରେ ଚରଖା ରଖିଲେ ମହିଳାମାନଙ୍କର ଆୟ ବୃଦ୍ଧି ହେବ । ସେ କହିଥିଲେ ଯେ, ଖଦିର ଏବେ ଭଲ ବିକ୍ରିବଟା ହେଉଛି । ପୂର୍ବରୁ ସ୍ଲୋଗାନ ଥିଲା “ରାଷ୍ଟ୍ର ପାଇଁ ଖଦି” । ଏବେ ଏହା “ଫେସନ ପାଇଁ ଖଦି” ସ୍ଲୋଗାନ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦଳିତମାନଙ୍କ ମଧ୍ୟରେ ଉଦ୍ୟୋଗୀ ଓ ଉଦଯୋଗ ମନୋଭାବର ବିକାଶ ଦ୍ଵାରା ଆମ ସମସ୍ତଙ୍କର ଉପକାର ହେବ । ଅନେକ ଯୁବକ ଯୁବତୀ ଅଛନ୍ତି ଯେଉଁମାନେକି ଉଦ୍ୟୋଗ ପ୍ରତିଷ୍ଠା ଓ ଚାକିରି ସୃଷ୍ଟି କରିବା ଦିଗରେ ପ୍ରୟାସ କରିବାର ସ୍ଵପ୍ନ ଦେଖିଛନ୍ତି । 

ପୂର୍ବରୁ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ମଣ୍ଡୀ ଗସ୍ତ କରି ସେଠାରେ କୋଲ୍ଡାମ, ପାର୍ବତୀ ଓ ରାମପୁର ଜଳ ବିଦ୍ୟୁତ ପରିଯୋଜନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
1 in 4 iPhones are now made in India as Apple ramps up production by 53 per cent

Media Coverage

1 in 4 iPhones are now made in India as Apple ramps up production by 53 per cent
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 11, 2026
March 11, 2026

From Silent Medical Revolution to Global Manufacturing Hub: Salute to PM Modi's Relentless Push for a Stronger, Self-Reliant India