ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପବିତ୍ର ଭାଇ ଦୁଜ ପର୍ବ ଅବସରରେ ଦେଶବ୍ୟାପୀ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ଆପଣ ସମସ୍ତଙ୍କୁ ଭାଇ ଦୁଜର ବହୁତ ବହୁତ ଶୁଭକାମନା । ଭାଇ-ଭଉଣୀଙ୍କ ପବିତ୍ର ପ୍ରେମ ଏବଂ ବିଶ୍ୱାସର ପ୍ରତୀକ ଭାବେ ପରିଚିତ ଏହି ପର୍ବ ପ୍ରତ୍ୟେକଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ସୌଭାଗ୍ୟ ଆଣୁ । ଏହି ସମ୍ପର୍କର ବନ୍ଧନଦୃଢ଼ ହେଉ, ଏହାହିଁ କାମନା ।”
आप सभी को भाई दूज की बहुत-बहुत शुभकामनाएं। भाई-बहन के आपसी प्रेम और विश्वास का यह प्रतीक-पर्व हर किसी के जीवन में सुख, समृद्धि और सौभाग्य लेकर आए। इस रिश्ते की डोर को एक नई मजबूती मिले, यही कामना है।
— Narendra Modi (@narendramodi) October 23, 2025


