ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କାଶ୍ମୀରର କିସ୍ତୱାରରେ ବାଦଲ ଫଟା ବର୍ଷା ଏବଂ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହି ପ୍ରାକୃତିକ ବିପତ୍ତି ଯୋଗୁ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଅତି ଶୀଘ୍ର ସହାୟତା ଦେବାକୁ ଯଥାସମ୍ଭବ ପ୍ରଚେଷ୍ଟା ଜାରି ରହିଛି ।
ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;
“ଜମ୍ମୁ-କାଶ୍ମୀରର କିସ୍ତୱାରରେ ବାଦଲ ଫଟା ବର୍ଷା ଏବଂ ବନ୍ୟାଯୋଗୁ ପ୍ରଭାବିତ ଲୋକଙ୍କ ପାଇଁ ମୋର ଗଭୀର ସମବେଦନା ଏବଂ ପ୍ରାର୍ଥନା । ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ଆବଶ୍ୟକତା ଥିବା ଲୋକମାନଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ ।”
My thoughts and prayers are with all those affected by the cloudburst and flooding in Kishtwar, Jammu and Kashmir. The situation is being monitored closely. Rescue and relief operations are underway. Every possible assistance will be provided to those in need.
— Narendra Modi (@narendramodi) August 14, 2025


