ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ସମାଧି ଲାଭ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ , ଲୋକ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ପାଇଁ ଆଚାର୍ଯ୍ୟ ଜୀ’ଙ୍କ ମୂଲ୍ୟବାନ ପ୍ରୟାସ ସର୍ବଦା ସ୍ମରଣୀୟ ରହିବ । ସାରା ଜୀବନ ସେ ଦାରିଦ୍ର‌୍ୟ ଦୂରୀକରଣ ସହିତ ସମାଜରେ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ନିୟୋଜିତ ଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଛତିଶଗଡ଼ର ଚନ୍ଦ୍ରଗିରି ଜୈନ ମନ୍ଦିରରେ ଗତ ବର୍ଷ ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଙ୍କ ସହ ହୋଇଥିବା ସାକ୍ଷାତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସାକ୍ଷାତ ତାଙ୍କ ପାଇଁ ଅବିସ୍ମରଣୀୟ ହେବ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ପାଇଁ ତାଙ୍କର ମୂଲ୍ୟବାନ ପ୍ରୟାସ ସର୍ବଦା ସ୍ମରଣୀୟ ରହିବ । ସାରା ଜୀବନ ଦାରିଦ୍ର‌୍ୟ ଦୂରୀକରଣ ସହ ସମାଜରେ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ସେ ନିୟୋଜିତ ଥିଲେ । ଏହା ମୋର ସୌଭାଗ୍ୟ ଯେ ମୁଁ କ୍ରମାଗତ ଭାବରେ ତାଙ୍କ ଆଶୀର୍ବାଦ ପାଇଛି । ଗତ ବର୍ଷ ଛତିଶଗଡ଼ର ଚନ୍ଦ୍ରଗିରି ଜୈନ ମନ୍ଦିରରେ ତାଙ୍କୁ ଭେଟିବା ମୋ ପାଇଁ ସ୍ମରଣୀୟ ହୋଇ ରହିବ । ତା'ପରେ ଆଚାର୍ଯ୍ୟ ଜୀ’ଙ୍କ ଠାରୁ ମୋତେ ବହୁତ ସ୍ନେହ ଓ ଆଶୀର୍ବାଦ ମିଳିଥିଲା । ସମାଜ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ । "

 

ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଙ୍କର ଅଗଣିତ ଭକ୍ତଙ୍କ ସହ ମୋର ସମବେଦନା ଓ ପ୍ରାର୍ଥନା ରହିଛି । ସମାଜ ପ୍ରତି ତାଙ୍କର ଅମୂଲ୍ୟ ଅବଦାନ, ବିଶେଷ କରି ଲୋକ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ଦିଗରେ ତାଙ୍କର ପ୍ରୟାସ, ଦାରିଦ୍ର‌୍ୟ ଦୂରୀକରଣ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଆଦି ଦିଗରେ ତାଙ୍କର କାର୍ଯ୍ୟ ପାଇଁ ତାଙ୍କୁ ଆଗାମୀ ପିଢ଼ି ସ୍ମରଣ କରିବ ।

ବର୍ଷ ବର୍ଷ ଧରି ତାଙ୍କ ଆଶୀର୍ବାଦ ପାଇବାର ଗୌରବ ପାଇଥିଲି । ଗତ ବର୍ଷ ଛତିଶଗଡ଼ର ଡୋଙ୍ଗରଗଡ଼ସ୍ଥିତ ଚନ୍ଦ୍ରଗିରି ଜୈନ ମନ୍ଦିର ପରିଦର୍ଶନକୁ ମୁଁ କେବେ ଭୁଲି ପାରିବି ନାହିଁ । ସେହି ସମୟରେ , ମୁଁ ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜ ଜୀ’ଙ୍କ ସହ ସମୟ ବିତାଇଥିଲି ଏବଂ ତାଙ୍କ ଆଶୀର୍ବାଦ ମଧ୍ୟ ପାଇଥିଲି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi