୩୦୦୦ ତଣ୍ଡା ବାସସ୍ଥାନକୁ ରାଜସ୍ୱ ଗ୍ରାମରେ ପରିଣତ ହୋଇଥିବାରୁ ବଞ୍ଜାରା ସମ୍ପ୍ରଦାୟକୁ ଅଭିନନ୍ଦନ
“ଭଗବାନ୍ ବାସଭେଶ୍ୱରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ସମସ୍ତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛୁ”
“ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ, ଦିବ୍ୟାଙ୍ଗ, ଶିଶୁ, ମହିଳାମାନେ ପ୍ରଥମ ଥର ପାଇଁ ସେମାନଙ୍କର ପ୍ରାପ୍ୟ ପାଇଛନ୍ତି । ସେମାନେ ମୌଳିକ ସୁବିଧା ପାଇଛନ୍ତି ଏବଂ ଏହା ଶୀଘ୍ର ପାଇଛନ୍ତି”
“ଲୋକମାନଙ୍କୁ ସଶକ୍ତିକରଣ ପାଇଁ ଆମେ ଏକ ସ୍ପଷ୍ଟ ରଣନୀତି ସହିତ କାର୍ଯ୍ୟ କରୁଛୁ”
“ଯେତେବେଳେ ମୌଳିକ ଆବଶ୍ୟକତା ପୂରଣ ହୁଏ ଏବଂ ସମ୍ମାନ ପୁନଃ ସ୍ଥାପିତ ହୁଏ, ନୂତନ ଆକାଂକ୍ଷା ଜନ୍ମ ନିଏ ସେତେବେଳେ ଲୋକମାନେ ଦୈନନ୍ଦିନ ପରିସ୍ଥିତିଠାରୁ ଉର୍ଦ୍ଧ୍ୱରେ ରୁହନ୍ତି ଏବଂ ଜୀବନର ମାନ ବଢାଇବାକୁ କାର୍ଯ୍ୟ କରନ୍ତି”
“ଜନ ଧନ ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକୁ ବୈପ୍ଳବିକ କରିଛି”
“ଡବଲ୍‌-ଇଞ୍ଜିନ ସରକାର ଭାରତରେ ବାସ କରୁଥିବା ପ୍ରତ୍ୟେକ ସମାଜର ପରମ୍ପରା, ସଂସ୍କୃତି, ଖାଦ୍ୟ ଏବଂ ପୋଷାକକୁ ଆମର ଶକ୍ତି ବୋଲି ବିବେଚନା କରନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ନୂତନ ଘୋଷିତ ରାଜସ୍ୱ ଗ୍ରାମର ଯୋଗ୍ୟ ହିତାଧିକାରୀଙ୍କୁ ଟାଇଟଲ୍ ଡିଡସ୍‍ (ହକ୍କୁ ପତ୍ର) ବଣ୍ଟନ କରିଛନ୍ତି ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଛନ୍ତି ଯେ ଜାନୁଆରୀ ମାସରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ଏବଂ ସ୍ୱାଧୀନ ଭାରତରେ ନାଗରିକଙ୍କ ଅଧିକାର ସୁନିଶ୍ଚିତ ହୋଇଥିଲା ଏବଂ ଆଜି ଜାନୁଆରୀର ଏହି ପବିତ୍ର ମାସରେ କର୍ଣ୍ଣାଟକ ସରକାର ସାମାଜିକ ନ୍ୟାୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବଞ୍ଜାରା ସମ୍ପ୍ରଦାୟ ପାଇଁ ସେହି ମହତ୍ୱପୂର୍ଣ୍ଣ ସମୟକୁ ମନେ ପକାଇ ଦେଇଛନ୍ତି ଯେତେବେଳେ ପଚାଶ ହଜାରରୁ ଅଧିକ ପରିବାର ପ୍ରଥମ ଥର ପାଇଁ ଟାଇଟଲ୍ ଡିଡସ୍‍ (ହକ୍କୁ ପତ୍ର) ଗ୍ରହଣ କଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ‘ତଣ୍ଡା' ପଡାରେ ବାସ କରୁଥିବା ଏଭଳି ପରିବାରର ପୁଅ ଓ ଝିଅଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିଶ୍ଚିତ କରିବ ଏବଂ କାଲାବୁର୍ଗୀ, ୟାଦଗିରି, ରାଇଚୁର, ବିଦର ଏବଂ ବିଜୟପୁରର ପାଞ୍ଚଟି ଜିଲ୍ଲାର ବଞ୍ଜାରା ସମ୍ପ୍ରଦାୟର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ତିନି ହଜାରରୁ ଅଧିକ ତଣ୍ଡା ନିବାସୀଙ୍କୁ ରାଜସ୍ବ ଗ୍ରାମ ଭାବରେ ଘୋଷଣା କରିବାକୁ କର୍ଣ୍ଣାଟକ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଏବଂ ଏହି ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଶ୍ରୀ ବାସଭାରାଜ ବୋମ୍ମାଇ ଜୀ ଏବଂ ତାଙ୍କ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅଞ୍ଚଳ ତଥା ବଞ୍ଜାରା ସମ୍ପ୍ରଦାୟ ସହ ତାଙ୍କର ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଏହି ସମ୍ପ୍ରଦାୟର ଲୋକମାନେ ନିଜ ନିଜ ମାର୍ଗରେ ଜାତୀୟ ବିକାଶ ଦିଗରେ ସହଯୋଗ କରିଛନ୍ତି । ୧୯୯୪ ର ବିଧାନସଭା ର୍ନିବାଚନରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିବା ଏକ ରାଲି ପାଇଁ ଲକ୍ଷ ଲକ୍ଷ ବଞ୍ଜାରା ପରିବାର ଆସିଥିବା ଏକ ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇଥିଲେ ଏବଂ ପାରମ୍ପାରିକ ପୋଷାକରେ ମା ଏବଂ ଭଉଣୀମାନେ ମଧ୍ୟ ଆଶୀର୍ବାଦ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭଗବାନ୍ ବାସଭେଶ୍ୱରଙ୍କ ଦ୍ୱାରା ଦେଖାଯାଇଥିବା ଉତ୍ତମ ଶାସନ ଏବଂ ସୌହାର୍ଦ୍ଦ୍ୟର ମାର୍ଗ ଅନୁସରଣ କରୁଛି । ସେ କହିଛନ୍ତି, ଭଗବାନ୍ ବାସଭେଶ୍ୱରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ସମସ୍ତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛୁ । ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ଅନୁଭବ ମଣ୍ଡପମ ପରି ପ୍ଲାଟଫର୍ମ ମାଧ୍ୟମରେ ଭଗବାନ୍ ବାସଭେଶ୍ୱର ଗଣତନ୍ତ୍ର ଏବଂ ସାମାଜିକ ନ୍ୟାୟର ଏକ ମଡେଲ ଦେଇଛନ୍ତି । ସମସ୍ତଙ୍କ ସଶକ୍ତିକରଣ ପାଇଁ ସେ ସମସ୍ତ ପ୍ରକାର ଭେଦଭାବରୁ ଉପରକୁ ଉଠିବାର ରାସ୍ତା ଦେଖାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଞ୍ଜାରା ସମ୍ପ୍ରଦାୟ କଠିନ ଦିନ ଦେଖିଛି, ତେବେ ବର୍ତ୍ତମାନ ସେମାନଙ୍କ ପାଇଁ ଆରାମ ଏବଂ ସମ୍ମାନର ସହ ବଞ୍ଚିବାର ସମୟ ଆସିଛି । ସେ ବଞ୍ଜାରା ସମ୍ପ୍ରଦାୟର ଯୁବକମାନଙ୍କ ପାଇଁ ଛାତ୍ରବୃତ୍ତି ଏବଂ ଜୀବିକା, ପକ୍କା ଘର ଭଳି ସହାୟତାର ପଦକ୍ଷେପ ବିଷୟରେ କହିଥିଲେ । ସେ କହିଛନ୍ତି ଯେ ଯାଯାବର ଜୀବନଶୈଳୀ ଯୋଗୁଁ ଉପୁଜୁଥିବା ସମସ୍ୟାର ମଧ୍ୟ ସମାଧାନ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ନିଆଯାଇଥିବା ପଦକ୍ଷେପଗୁଡିକ ୧୯୯୩ ରେ ସୁପାରିଶ କରାଯାଇଥିଲା, ତଥାପି ଏହା ଭୋଟ୍ ବ୍ୟାଙ୍କ ରାଜନୀତି ଯୋଗୁଁ ବିଳମ୍ବ ହୋଇଥିଲା । କିନ୍ତୁ ବର୍ତ୍ତମାନ ସେହି ଉଦାସୀନ ପରିବେଶ ବଦଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବଞ୍ଜାରା ସମ୍ପ୍ରଦାୟର ମା ମାନଙ୍କୁ ନିବେଦନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ୟସ୍ତ ହୁଅ ନାହିଁ! ତୁମର ଜଣେ ପୁଅ ଦିଲ୍ଲୀରେ ଖବର ନେଉଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ତଣ୍ଡା ଅଞ୍ଚଳ ଗ୍ରାମ ଭାବରେ ମାନ୍ୟତା ପାଇବା ପରେ ଗ୍ରାମଗୁଡିକରେ ମୌଳିକ ସୁବିଧାଗୁଡ଼ିକର ବିକାଶ ବୃଦ୍ଧି ପାଇବ । ସେ ଉଲ୍ଲେଖ କରିଛନ୍ତି ଯେ ପରିବାରଗୁଡିକ ମୁକ୍ତ ଭାବରେ ବଞ୍ଚିବେ ଏବଂ ହକ୍କୁ ପତ୍ର ପାଇବା ପରେ ବ୍ୟାଙ୍କଗୁଡିକରୁ ଋଣ ପାଇବା ବହୁତ ସହଜ ହେବ । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସରକାର ସ୍ୱାମିତ୍ୱ ଯୋଜନା ମାଧ୍ୟମରେ ଦେଶର ଗ୍ରାମାଞ୍ଚଳ ଘର ପାଇଁ ସମ୍ପତ୍ତି କାର୍ଡ ବଣ୍ଟନ କରୁଛନ୍ତି ଏବଂ ବର୍ତ୍ତମାନ କର୍ଣ୍ଣାଟକର ବଞ୍ଜାରା ସମ୍ପ୍ରଦାୟ ମଧ୍ୟ ଏହାର ଲାଭ ଉଠାଇ ପାରିବେ । ପକ୍କା ଘର, ଶୌଚାଳୟ, ବିଦ୍ୟୁତ ସଂଯୋଗ, ପାଇପ୍ ଜଳ ସଂଯୋଗ ଏବଂ ଗ୍ୟାସ୍ ସଂଯୋଗ ପ୍ରଦାନ କରୁଥିବା ପ୍ରଧାନମନ୍ତ୍ରୀ ଆବାସକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଞ୍ଜାରା ସମ୍ପ୍ରଦାୟ ବର୍ତ୍ତମାନ ଡବଲ୍ ଇଞ୍ଜିନ ସରକାରଙ୍କ ଏହି ସମସ୍ତ କଲ୍ୟାଣମୂଳକ  ଯୋଜନାରେ ଲାଭ ଉଠାଇ ପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବସ୍ତିରେ ରହିବା ଏବେ ଅତୀତର କଥା ।

ବଞ୍ଜାରା ସମ୍ପ୍ରଦାୟ ପାଇଁ କର୍ଣ୍ଣାଟକ ସରକାର ସୃଷ୍ଟି କରୁଥିବା ନିଯୁକ୍ତି ସୁଯୋଗକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଜଙ୍ଗଲ ଉତ୍ପାଦନ ହେଉ, ଶୁଖିଲା କାଠ, ମହୁ, ଫଳ କିମ୍ବା ଅନ୍ୟାନ୍ୟ ଉତ୍ପାଦନ ହେଉ, ଏଗୁଡ଼ିକ ବର୍ତ୍ତମାନ ଆୟର ଉତ୍ସ ପାଲଟିଛି ।  ସେ ସୂଚନା ଦେଇଛନ୍ତି ଯେ ପୂର୍ବ ସରକାରମାନେ କେବଳ ହାତଗଣତି ଜଙ୍ଗଲଜାତ ଦ୍ରବ୍ୟ ଉପରେ ଏମଏସପି ଦେଉଥିଲେ କିନ୍ତୁ ଆଜି ଏହି ସଂଖ୍ୟା ୯୦ ରୁ ଅଧିକ ଜଙ୍ଗଲ ଉତ୍ପାଦକୁ ବୃଦ୍ଧି ପାଇଛି ଏବଂ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତିକୁ ଦୋହରାଇଛି ଯାହା ବଞ୍ଜାରା ସମ୍ପ୍ରଦାୟକୁ ଉପକୃତ କରିବ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ଜନସଂଖ୍ୟାର ଏକ ବଡ଼ ଭାଗ ବିକାଶର ଫଳରୁ ବଞ୍ଚିତ ହୋଇଥିଲା ଏବଂ ଏହା ସରକାରୀ ସାହାଯ୍ୟର ବାହାରେ ଥିଲା । ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ, ଦିବ୍ୟାଙ୍ଗ, ଶିଶୁ ଏବଂ ମହିଳାମାନେ ପ୍ରଥମ ଥର ପାଇଁ ସେମାନଙ୍କର ମାନ୍ୟତା ପାଉଛନ୍ତି । ସେମାନେ ମୌଳିକ ସୁବିଧା ପାଇଛନ୍ତି ଏବଂ ଶୀଘ୍ର ପାଇଛନ୍ତି। ଲୋକମାନଙ୍କୁ ସଶକ୍ତିକରଣ ପାଇଁ ଆମେ ଏକ ସ୍ପଷ୍ଟ ରଣନୀତି ସହିତ କାର୍ଯ୍ୟ କରୁଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଆୟୁଷ୍ମାନ ଭାରତ ଭଳି ଯୋଜନା ଏବଂ ମାଗଣା ରାସନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ମୌଳିକ ଆବଶ୍ୟକତା ପୂରଣ ହୁଏ ଏବଂ ସମ୍ମାନ ପୁନଃ ସ୍ଥାପିତ ହୁଏ, ସେତେବେଳେ ଲୋକମାନେ ନୂତନ ଆକାଂକ୍ଷା ସୃଷ୍ଟି କରନ୍ତି ଯେହେତୁ ଲୋକମାନେ ଦୈନନ୍ଦିନ ପରିସ୍ଥିତିର ସାମ୍ନା କରିଥାନ୍ତି ଏବଂ ଜୀବନ ସ୍ତର ବଢାଇବା ପାଇଁ କାର୍ଯ୍ୟ କରନ୍ତି । ଜନ ଧନ ଆକାଉଣ୍ଟ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଅବହେଳିତ ବର୍ଗଙ୍କୁ ଆର୍ଥିକ ମୁଖ୍ୟ ସ୍ରୋତରେ ସାମିଲ କରିଛି । ସେହିଭଳି, ମୁଦ୍ରା ଯୋଜନା ଏସ୍‍ସି, ଏସଟି, ଏବଂ ଓବିସିଙ୍କ ପାଇଁ ବିନା ବନ୍ଧକରେ  ପ୍ରାୟ ୨୦ କୋଟି ଟଙ୍କାର ଋଣ ସୁନିଶ୍ଚିତ କରିଛି ଯାହା ଏହି ଶ୍ରେଣୀର ନୂତନ ଉଦ୍ୟୋଗୀମାନଙ୍କୁ ସୃଷ୍ଟି କରିବ । ୭୦ ପ୍ରତିଶତ ମୁଦ୍ରା ହିତାଧିକାରୀ ମହିଳା ବୋଲି ସେ ସୂଚନା ଦେଇଛନ୍ତି । ରାସ୍ତାପାର୍ଶ ବିକ୍ରେତାମାନେ ଏସ୍‍ଭିଏନିଧି ଯୋଜନାରେ ବନ୍ଧକମୁକ୍ତ ଋଣ ପାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ‘ଅବକାଶ’ ଦ୍ୱାରା ଏକ ପାଦ ଆଗକୁ ବଢୁଛୁ, ଅର୍ଥାତ ନୂତନ ସୁଯୋଗ ସୃଷ୍ଟି ଏବଂ ବଞ୍ଚିତ ବର୍ଗର ଯୁବକମାନଙ୍କୁ ନୂତନ ଆତ୍ମବିଶ୍ୱାସ ପ୍ରଦାନ କରୁଛୁ ।

 

ସମାଜରେ ମହିଳାଙ୍କ କଲ୍ୟାଣ ପ୍ରତି ବର୍ତ୍ତମାନର ସରକାରଙ୍କ ସମ୍ବେଦନଶୀଳତାକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଏବଂ ସେମାନଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରାଯାଉଛି ବୋଲି କହିଛନ୍ତି । ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ସଂକ୍ରାନ୍ତରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଦିବାସୀ ସମାଜର ଗୌରବ ବିଷୟରେ ଦେଶକୁ ଅବଗତ କରାଇବା ପାଇଁ ସରକାରଙ୍କ ଉଦ୍ୟମ ଉପରେ ଆଲୋକପାତ କରିଥିଲେ । ଦିବ୍ୟାଙ୍ଗ ସମ୍ପ୍ରଦାୟର ବିକାଶକୁ ସୁନିଶ୍ଚିତ କରିବା ପାଇଁ ଗତ ଆଠ ବର୍ଷ ମଧ୍ୟରେ ନିଆଯାଇଥିବା ପ୍ରୟାସକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ଏବଂ ଅବହେଳିତ ସମ୍ପ୍ରଦାୟର ବନ୍ଧୁମାନେ ଦେଶର ଅନେକ ସାମ୍ବିଧାନିକ ଅନୁଷ୍ଠାନର ଶୀର୍ଷରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ସରକାର ହିଁ ପଛୁଆ ବର୍ଗଙ୍କ ପାଇଁ ଜାତୀୟ ଆୟୋଗକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିଛନ୍ତି, ସର୍ବ ଭାରତୀୟ ମେଡିକାଲ କୋଟାରେ ଓବିସି ବର୍ଗରେ ସଂରକ୍ଷଣ ଦେଇଛନ୍ତି, ଏବଂ ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି'ରେ ଏକ ସାକ୍ଷାତକାରର ବାଧ୍ୟତାମୂଳକତାକୁ ଉଚ୍ଛେଦ କରିବା ସହିତ ସ୍ଥାନୀୟ ଭାରତୀୟ ଭାଷାରେ ଶିକ୍ଷା ପ୍ରଦାନ ଲାଗି ଡାକ୍ତରୀ, ଇଞ୍ଜିନିୟରିଂ ଏବଂ ବୈଷୟିକ ବିଷୟଗୁଡ଼ିକ ପାଇଁ ବ୍ୟବସ୍ଥା କରିଛନ୍ତି । ସେ କହିଛନ୍ତି ଯେ ଏହି ପଦକ୍ଷେପଗୁଡିକର ସବୁଠାରୁ ବଡ ହିତାଧିକାରୀ ହେଉଛନ୍ତି ଆମ ଗ୍ରାମାଞ୍ଚଳର ଯୁବକ ଏବଂ ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟର ଗରିବ ପରିବାର ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଏହି ସରକାର ଯାଯାବର ଏବଂ ଅର୍ଦ୍ଧ-ଯାଯାବର ସମ୍ପ୍ରଦାୟ ପାଇଁ ଏକ ସ୍ୱତନ୍ତ୍ର ବିକାଶ ଏବଂ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସରକାର ଏହି ପରିବାରଗୁଡ଼ିକୁ ପ୍ରତ୍ୟେକ କଲ୍ୟାଣ ଯୋଜନା ସହିତ ଯୋଡ଼ିବା ପାଇଁ କାର୍ଯ୍ୟ କରୁଛନ୍ତି ।

 

ଡବଲ୍‌-ଇଞ୍ଜିନ୍ ସରକାର ଭାରତରେ ବାସ କରୁଥିବା ପ୍ରତ୍ୟେକ ସମାଜର ପରମ୍ପରା, ସଂସ୍କୃତି, ଖାଦ୍ୟ ଏବଂ ପୋଷାକ ଆମର ଶକ୍ତି ବୋଲି ବିବେଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଶକ୍ତି ବଢାଇବା, ସଂରକ୍ଷଣ କରିବା ସପକ୍ଷରେ ଆମେ ଅଛୁ । ସୁହାଲି, ଲମ୍ବାନୀ, ଲମ୍ବଡା, ଲବଣ ଏବଂ ବାଜିଗର, ଯାହା ବି ଆପଣ ନାମକରଣ କରିପାରିବେ, ଆପଣ ସାଂସ୍କୃତିକ ଭାବରେ ଧନୀ ଏବଂ ସମୃଦ୍ଧ, ଦେଶର ଗର୍ବ, ଦେଶର ଶକ୍ତି । ଆପଣଙ୍କର ହଜାରେ ବର୍ଷର ଇତିହାସ ଅଛି । ଏହି ଦେଶର ବିକାଶରେ ଆପଣଙ୍କର ଅବଦାନ ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଐତିହ୍ୟକୁ ଆଗକୁ ନେବାକୁ ଏବଂ ସମସ୍ତଙ୍କୁ ନେଇ ସମସ୍ତଙ୍କ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଚେଷ୍ଟା କରିବା ଆବଶ୍ୟକ ।

ଶେଷରେ, ପ୍ରଧାନମନ୍ତ୍ରୀ ଗୁଜୁରାଟ ଏବଂ ରାଜସ୍ଥାନର ବଞ୍ଜାରା ସମ୍ପ୍ରଦାୟ ଏବଂ ଜଳାଶୟ ସୃଷ୍ଟିରେ ଲାଖା ବଞ୍ଜାରାର ଭୂମିକାକୁ ମନେ ପକାଇଥିଲେ । ସମାନ ବଞ୍ଜାରା ସମ୍ପ୍ରଦାୟର ସେବା କରିବାରେ ସକ୍ଷମ ହୋଇ ସେ ଖୁସି ବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାୱର ଚାନ୍ଦ ଗେହଲୋଟ୍‌, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବସଭରାଜ ବୋମ୍ମାଇ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭଗବନ୍ତ ଖୁବା ଏବଂ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀମାନଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସରକାରୀ ଯୋଜନାରେ ଶତପ୍ରତିଶତ ପରିପୂର୍ଣ୍ଣତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ, କାଲାବୁର୍ଗୀ, ୟାଦଗିରି, ରାଇଚୁର, ବିଦର ଏବଂ ବିଜୟପୁରର ପାଞ୍ଚଟି ଜିଲ୍ଲାର ପ୍ରାୟ ୧୪୭୫ ଟି ତାଲିକା ବିହୀନ ପଡାକୁ ନୂତନ ରାଜସ୍ୱ ଗ୍ରାମ ଭାବରେ ଘୋଷଣା କରାଯାଇଛି । କାଲାବୁର୍ଗୀ ଜିଲ୍ଲାର ସେଡାମ ତାଲୁକର ମାଲକେଡ ଗ୍ରାମରେ ପ୍ରଧାନମନ୍ତ୍ରୀ ଏହି ନୂତନ ଘୋଷିତ ରାଜସ୍ୱ ଗ୍ରାମଗୁଡିକର ଯୋଗ୍ୟ ହିତାଧିକାରୀଙ୍କୁ ଟାଇଟଲ୍ ଡେଡ୍ (ହକ୍କୁ ପତ୍ର) ବଣ୍ଟନ କରିଥିଲେ । ପଚାଶ ହଜାରରୁ ଅଧିକ ହିତାଧିକାରୀଙ୍କୁ ଟାଇଟଲ୍ ଡିଡ୍‍ ପ୍ରଦାନ, ଯେଉଁମାନେ ମୁଖ୍ୟତଃ ଏସସି, ଏସଟି ଏବଂ ଓବିସିର ବଞ୍ଚିତ ତଥା ସମ୍ବେଦନଶୀଳ ସମ୍ପ୍ରଦାୟର ଅଟନ୍ତି, ସେମାନଙ୍କ ଜମି ପାଇଁ ସରକାରଙ୍କ ତରଫରୁ ଆନୁଷ୍ଠାନିକ ମାନ୍ୟତା ପ୍ରଦାନ କରିବା ଏବଂ ସେମାନଙ୍କୁ ପାନୀୟ ଜଳ, ବିଦ୍ୟୁତ, ସଡକ ଇତ୍ୟାଦି ସରକାରୀ ସେବା ଗ୍ରହଣ କରିବାକୁ ଯୋଗ୍ୟ କରିବାପାଇଁ ପଦକ୍ଷେପ ନିଆଯାଇଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates

Media Coverage

PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates
NM on the go

Nm on the go

Always be the first to hear from the PM. Get the App Now!
...
PM chairs 52nd PRAGATI Meeting
June 24, 2026
PM reviews four key infrastructure projects worth around ₹30,000 crore spanning four states across Road, Power, Industrial Corridor and Metro Rail sectors
PM emphasises use of PM GatiShakti National Master Plan and timely updation of project, utility and infrastructure data on the portal for efficient planning
PM asks Ministries and State Governments to resolve pending issues in a mission-mode manner and ensure close monitoring
PM reviews TB Mukt Bharat Abhiyan and emphasizes need to leverage latest digital technologies including AI
PM reviews grievances related to Cyber Crime and Digital Arrest and stresses timely action, coordinated response and e-Zero FIR registration mechanism

Prime Minister Shri Narendra Modi chaired the 52nd meeting of PRAGATI, the ICT-enabled, multi-modal platform aimed at fostering Pro-Active Governance and Timely Implementation, by seamlessly integrating efforts of the Central and State Governments, earlier today at Seva Teerth.

During the meeting, the Prime Minister reviewed four critical infrastructure projects across the Road, Power, Industrial Corridor and Metro Rail sectors, covering four States and costing around ₹30,000 crore. These projects, important for economic growth, regional connectivity, industrial development and public welfare, were reviewed with focus on timelines, inter-agency coordination, issue resolution and timely completion.

Prime Minister underlined that delays in infrastructure projects not only lead to cost escalation, but also deprive people and industries of timely benefits. He asked the concerned Ministries and State Governments to resolve pending issues in a mission-mode manner and ensure close monitoring at the highest level.

Prime Minister emphasised the use of PM GatiShakti National Master Plan for efficient planning and timely implementation of infrastructure projects. He also underlined the need for regular and timely updation of project details, utilities, infrastructure layers, clearances and other field-level information on the portal. He further emphasised that the platform must reflect the latest ground situation so that bottlenecks can be identified in advance, inter-agency coordination can be improved and decisions can be taken on the basis of reliable, real-time data.

Prime Minister reviewed TB Mukt Bharat Abhiyan and emphasised the need to leverage latest digital technologies including Artificial Intelligence. He suggested a team of NCC cadets and MY Bharat volunteers, for awareness, patient follow-up and community mobilisation.

Prime Minister also reviewed grievances related to Cyber Crime and Digital Arrest. He expressed concern over the rising misuse of digital platforms to defraud citizens and stressed that such matters require coordinated, sensitive and time-bound handling by all concerned agencies. He noted that citizens should not be made to run from one department or agency to another. He also emphasized the need for clear ownership, faster response, better coordination among law enforcement agencies, banks and digital platforms, and stronger public awareness campaigns.

Prime Minister observed that in cases involving cyber fraud, timely action is crucial to prevent financial loss and restore public confidence. He asked all stakeholders to work in close coordination to strengthen prevention, reporting, investigation and grievance redressal mechanisms. He also emphasised that States should work towards enabling e-Zero FIR mechanisms for faster registration and response in cyber fraud cases.