ରୋଜଗାର ମେଳା ଯୁବବର୍ଗଙ୍କୁ ସଶକ୍ତ କରୁଛି ଏବଂ ସେମାନଙ୍କର ସାମର୍ଥ୍ୟକୁ ଉଜାଗର କରୁଛି, ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ
ଆଜି ଭାରତର ଯୁବପିଢ଼ି ନୂଆ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ, ସବୁ କ୍ଷେତ୍ରରେ ସଫଳ: ପ୍ରଧାନମନ୍ତ୍ରୀ
ନୂଆ ଭାରତ ଗଠନ ପାଇଁ ଦେଶ ଅନେକ ଦଶନ୍ଧି ଧରି ଆଧୁନିକ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ଅନୁଭବ କରୁଥିଲା, ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଦେଶ ଏବେ ସେହି ଦିଗରେ ଆଗେଇଛି: ପ୍ରଧାନମନ୍ତ୍ରୀ
ଆଜି ଆମ ସରକାରଙ୍କ ନୀତି ଓ ନିଷ୍ପତ୍ତି ଯୋଗୁଁ ଗ୍ରାମୀଣ ଭାରତରେ ମଧ୍ୟ ରୋଜଗାର ଓ ସ୍ୱରୋଜଗାର ପାଇଁ ନୂଆ ସୁଯୋଗ ସୃଷ୍ଟି ହେଉଛି, କୃଷି କ୍ଷେତ୍ରରେ ବହୁ ସଂଖ୍ୟକ ଯୁବକଯୁବତୀଙ୍କୁ ରୋଜଗାର ମିଳିଛି, ସେମାନେ ନିଜ ପସନ୍ଦର କାମ କରିବାର ସୁଯୋଗ ପାଇଛନ୍ତି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ଓ ଆତ୍ମ-ସଶକ୍ତୀକରଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଗତକାଲି ବିଳମ୍ବିତ ରାତିରେ କୁଏତରୁ ଫେରିଥିଲେ। ସେଠାରେ ସେ ଭାରତୀୟ ଯୁବବର୍ଗ ଏବଂ ପେସାଦାରମାନଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ଏହା ଏକ ଅତ୍ୟନ୍ତ ସୁଖଦ ସୌଭାଗ୍ୟ ଯେ ଫେରିବା ପରେ ଦେଶର ଯୁବକମାନଙ୍କ ସହିତ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ହେଉଛି । ‘‘ଦେଶର ହଜାର ହଜାର ଯୁବକଯୁବତୀଙ୍କ ପାଇଁ ଆଜି ଏକ ନୂଆ ଆରମ୍ଭ। ଅନେକ ବର୍ଷର ସ୍ୱପ୍ନ ସାକାର ହୋଇଛି, ବର୍ଷ ବର୍ଷର କଠିନ ପରିଶ୍ରମ ଫଳ ଦେଇଛି । ୨୦୨୪ର ଏହି ବିଦାୟୀ ବର୍ଷ ଆପଣଙ୍କ ପାଇଁ ନୂଆ ଖୁସି ନେଇ ଆସୁଛି । ମୁଁ ଆପଣ ସମସ୍ତଙ୍କୁ ଏବଂ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି,’’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ରୋଜଗାର ମେଳା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ଯୁବ ପ୍ରତିଭାଙ୍କ ସମ୍ପୂର୍ଣ୍ଣ ଉପଯୋଗକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ବିଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ସରକାରୀ ଚାକିରି ଦେବା ପାଇଁ ପ୍ରୟାସ ଚାଲିଛି। ଆଜି ୭୧ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗତ ଦେଢ଼ ବର୍ଷ ମଧ୍ୟରେ ପାଖାପାଖି ୧୦ ଲକ୍ଷ ସ୍ଥାୟୀ ସରକାରୀ ଚାକିରି ପ୍ରଦାନ କରାଯାଇ ଏକ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ଚାକିରିଗୁଡ଼ିକ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଯୋଗାଇ ଦିଆଯାଉଛି ଏବଂ ନୂତନ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଷ୍ଠା ଏବଂ ସମର୍ପଣର ସହ ଦେଶର ସେବା କରୁଛନ୍ତି ।

କୌଣସି ଦେଶର ବିକାଶ ଏହାର ଯୁବବର୍ଗଙ୍କ କଠିନ ପରିଶ୍ରମ, ସାମର୍ଥ୍ୟ ଓ ନେତୃତ୍ୱ ଉପରେ ନିର୍ଭର କରେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ଶ୍ରୀ ମୋଦୀ କହିଥିଲେ, ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଭାରତ ସଂକଳ୍ପବଦ୍ଧ, କାରଣ ଦେଶର ନୀତି ଓ ନିଷ୍ପତ୍ତି ଏହାର ପ୍ରତିଭାବାନ ଯୁବକମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛି । ଗତ ଏକ ଦଶନ୍ଧି ମଧ୍ୟରେ ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଏବଂ ଡିଜିଟାଲ୍ ଇଣ୍ଡିଆ ଭଳି ପଦକ୍ଷେପ ଯୁବବର୍ଗଙ୍କୁ ଆଗରେ ରଖିଛି ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ଏବଂ ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି । ଆଜି ଭାରତୀୟ ଯୁବପିଢ଼ି ନୂଆ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇ ରହିଛନ୍ତି। ସେମାନେ ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି। ଆଜି ଷ୍ଟାର୍ଟଅପ୍ ଆରମ୍ଭ କରୁଥିବା ଯୁବ ଉଦ୍ୟୋଗୀମାନେ ଏକ ଦୃଢ଼ ସମର୍ଥନ ବ୍ୟବସ୍ଥା ଦ୍ୱାରା ଉପକୃତ ହେଉଛନ୍ତି। ସେହିଭଳି କ୍ରୀଡ଼ାରେ କ୍ୟାରିୟର କରୁଥିବା ଯୁବଗୋଷ୍ଠୀଙ୍କ ବିଶ୍ୱାସ ରହିଛି ଯେ ସେମାନେ ବିଫଳ ହେବେ ନାହିଁ କାରଣ ସେମାନଙ୍କୁ ବର୍ତ୍ତମାନ ଆଧୁନିକ ପ୍ରଶିକ୍ଷଣ ସୁବିଧା ଏବଂ କ୍ରୀଡ଼ା ପ୍ରତିଯୋଗିତା ଦ୍ୱାରା ସମର୍ଥନ ମିଳୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ମୋବାଇଲ ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର ପାଲଟିଛି । ଅକ୍ଷୟ ଶକ୍ତି, ଜୈବିକ କୃଷି, ମହାକାଶ, ପ୍ରତିରକ୍ଷା, ପର୍ଯ୍ୟଟନ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଭାରତ ଅଗ୍ରଗତି କରୁଛି, ନୂତନ ସୁଯୋଗ ସୃଷ୍ଟି କରୁଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ନୂତନ ଉଚ୍ଚତାରେ ପହଞ୍ଚୁଛି ।

 

ଦେଶର ପ୍ରଗତି ଏବଂ ନୂତନ ଭାରତ ଗଠନ ପାଇଁ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଦାୟିତ୍ୱ ଶିକ୍ଷା ବ୍ୟବସ୍ଥା ଉପରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ଜାତୀୟ ଶିକ୍ଷା ନୀତି (ଏନଇପି) ଭାରତକୁ ଏକ ଆଧୁନିକ ଶିକ୍ଷା ବ୍ୟବସ୍ଥା ଆଡକୁ ଆଗେଇ ନେଉଛି ଯାହା ଛାତ୍ରଛାତ୍ରୀଙ୍କୁ ନୂତନ ସୁଯୋଗ ପ୍ରଦାନ କରୁଛି । ଶ୍ରୀ ମୋଦୀ କହିଥିଲେ ଯେ ପୂର୍ବରୁ ଏକ ବ୍ୟବସ୍ଥାଗତ ପ୍ରତିବନ୍ଧକ ଥିଲା, କିନ୍ତୁ ବର୍ତ୍ତମାନ ଅଟଳ ଟିଙ୍କରିଂ ଲ୍ୟାବ୍ ଏବଂ ପିଏମ-ଶ୍ରୀ ବିଦ୍ୟାଳୟ ଭଳି ପଦକ୍ଷେପ ମାଧ୍ୟମରେ ଅଭିନବତାକୁ ପ୍ରୋତ୍ସାହିତ କରାଯାଉଛି । ମାତୃଭାଷାରେ ପାଠପଢ଼ା ଓ ପରୀକ୍ଷାକୁ ଅନୁମତି ଦେବା ସହ ୧୩ଟି ଭାଷାରେ ନିଯୁକ୍ତି ପରୀକ୍ଷା ଦେଇ ଗ୍ରାମୀଣ ଯୁବକ ଓ ଅବହେଳିତ ସମ୍ପ୍ରଦାୟର ଭାଷା ପ୍ରତିବନ୍ଧକକୁ ସରକାର ଦୂର କରିଛନ୍ତି। ଏହାବ୍ୟତୀତ ସୀମାବର୍ତ୍ତୀ ଅଞ୍ଚଳର ଯୁବକଙ୍କ ପାଇଁ କୋଟା ବୃଦ୍ଧି କରାଯିବା ସହ ସ୍ଥାୟୀ ସରକାରୀ ଚାକିରି ପାଇଁ ସ୍ୱତନ୍ତ୍ର ନିଯୁକ୍ତି ବ୍ୟବସ୍ଥା କରାଯାଇଛି। ଆଜି ୫୦,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ପାଇଁ ନିଯୁକ୍ତି ପତ୍ର ମିଳିଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆଜି ଚୌଧୁରୀ ଚରଣ ସିଂଜୀଙ୍କ ଜୟନ୍ତୀ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ସ୍ୱର୍ଗତ ଚୌଧୁରୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ସରକାରଙ୍କ ପାଇଁ ଗୌରବର ବିଷୟ। ‘‘ଆମକୁ ଖାଦ୍ୟ ଯୋଗାଉଥିବା କୃଷକମାନଙ୍କୁ ସମ୍ମାନ ଜଣାଇ ଆମେ ଏହି ଦିନକୁ କୃଷକ ଦିବସ ଭାବରେ ପାଳନ କରୁଛୁ । ଚୌଧୁରୀ ସାହେବ ବିଶ୍ୱାସ କରୁଥିଲେ ଯେ ଦେଶର ପ୍ରଗତି ଗ୍ରାମୀଣ ଭାରତର ଉନ୍ନତି ଉପରେ ନିର୍ଭର କରେ । ଆମ ସରକାରଙ୍କ ନୀତି ଗ୍ରାମାଞ୍ଚଳରେ, ବିଶେଷ କରି କୃଷି କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ନୂତନ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଛି,’’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।

ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରିଥିବା ଗୋବର-ଧନ ଯୋଜନା ଭଳି ପଦକ୍ଷେପ ଶକ୍ତି ଉତ୍ପାଦନ କରିବା ସହିତ ନିଯୁକ୍ତି ସୃଷ୍ଟି କରିଛି ବୋଲି ଶ୍ରୀ ମୋଦୀ ଜୋର୍‌ ଦେଇ କହିଥିଲେ। ସେ କହିଥିଲେ, କୃଷି ବଜାରକୁ ସଂଯୋଗ କରୁଥିବା ଇ-ନାମ ଯୋଜନା ନୂତନ ନିଯୁକ୍ତି ସୁଯୋଗ ଖୋଲିଛି । ଇଥାନଲ ମିଶ୍ରଣ ବୃଦ୍ଧି କୃଷକମାନଙ୍କୁ ଉପକୃତ କରିଛି ଏବଂ ଚିନି କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିଛି । ପାଖାପାଖି ୯,୦୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ପ୍ରତିଷ୍ଠା କିପରି ବଜାର ପ୍ରବେଶରେ ଉନ୍ନତି ଆଣିଛି ଏବଂ ଗ୍ରାମୀଣ ନିଯୁକ୍ତି ସୃଷ୍ଟି କରିଛି ସେ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏଥିସହିତ ହଜାର ହଜାର ଶସ୍ୟ ଭଣ୍ଡାର ଗୋଦାମ ନିର୍ମାଣ ପାଇଁ ସରକାର ଏକ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯାହାକି ଉଲ୍ଲେଖନୀୟ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ପ୍ରଦାନ କରିବ।

 

ପ୍ରଧାନମନ୍ତ୍ରୀ କହିଥିଲେ, ସରକାର ପ୍ରତ୍ୟେକ ନାଗରିକଙ୍କୁ ବୀମା ସୁବିଧା ପ୍ରଦାନ କରିବା ପାଇଁ ବୀମା ସଖୀ ଯୋଜନା ଆରମ୍ଭ କରିଛନ୍ତି, ଯାହା ଗ୍ରାମାଞ୍ଚଳରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଡ୍ରୋନ୍ ଦିଦି, ଲଖପତି ଦିଦି ଓ ବ୍ୟାଙ୍କ ସଖୀ ଯୋଜନା ଭଳି ପଦକ୍ଷେପ ମଧ୍ୟ କୃଷି ଓ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି କରୁଛି। ଆଜି ହଜାର ହଜାର ମହିଳାଙ୍କୁ ନିଯୁକ୍ତି ପତ୍ର ମିଳିଛି ଏବଂ ସେମାନଙ୍କ ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୨୬ ସପ୍ତାହର ମାତୃତ୍ୱ ଅବକାଶ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଲକ୍ଷ ଲକ୍ଷ ମହିଳାଙ୍କ ଜୀବିକାକୁ ସୁରକ୍ଷିତ ରଖିଛି ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ, ପୂର୍ବରୁ ପୃଥକ ଶୌଚାଳୟ ଅଭାବରୁ ଅନେକ ଛାତ୍ରୀଙ୍କୁ ସ୍କୁଲ ଛାଡିବାକୁ ପଡୁଥିଲା। ସ୍ୱଚ୍ଛ ଭାରତ ଅଭିଯାନ ମହିଳାଙ୍କ ଉନ୍ନତିରେ ଥିବା ପ୍ରତିବନ୍ଧକକୁ ଦୂର କରିଛି। ସେ କହିଥିଲେ ଯେ ସୁକନ୍ୟା ସମୃଦ୍ଧି ଯୋଜନା ବାଳିକା ଶିକ୍ଷା ପାଇଁ ଆର୍ଥିକ ସହାୟତା ସୁନିଶ୍ଚିତ କରିଛି। ସେହିପରି ମହିଳାଙ୍କ ପାଇଁ ୩୦ କୋଟି ଜନଧନ ଆକାଉଣ୍ଟରେ ସରକାରୀ ଯୋଜନାର ପ୍ରତ୍ୟକ୍ଷ ଲାଭ ପହଞ୍ଚି ପାରୁଛି। ମୁଦ୍ରା ଯୋଜନା ଜରିଆରେ ମହିଳାମାନେ ଏବେ ବିନା ବନ୍ଧକରେ ଋଣ ପାଇପାରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକାଂଶ ଘର ମହିଳାଙ୍କ ନାମରେ ଆବଣ୍ଟନ ସୁନିଶ୍ଚିତ ହୋଇଛି । ପୋଷଣ ଅଭିଯାନ, ସୁରକ୍ଷିତ ମାତୃତ୍ୱ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ଭଳି ପଦକ୍ଷେପ ମହିଳାମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ, ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଧାନସଭା ଏବଂ ଲୋକସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ସୁନିଶ୍ଚିତ କରିଛି ଯାହା ଦେଶରେ ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ଆଗକୁ ବଢ଼ାଇବ।

 

 

ପ୍ରଧାନମନ୍ତ୍ରୀ  କହିଥିଲେ ଯେ ଆଜି ନିଯୁକ୍ତି ପତ୍ର ପାଉଥିବା ଯୁବକମାନେ ଏକ ନୂତନ ରୂପାନ୍ତରିତ ସରକାରୀ ବ୍ୟବସ୍ଥାରେ ଯୋଗ ଦେଉଛନ୍ତି । ଗତ ଏକ ଦଶନ୍ଧି ମଧ୍ୟରେ ସରକାରୀ କର୍ମଚାରୀଙ୍କ ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁଁ ସରକାରୀ କାର୍ଯ୍ୟାଳୟଗୁଡ଼ିକର ଦକ୍ଷତା ଓ ଉତ୍ପାଦକତାରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ଶିଖିବା ଏବଂ ଆଗକୁ ବଢିବା ପାଇଁ ଆଗ୍ରହ ଯୋଗୁଁ ଏହି ଲକ୍ଷ୍ୟରେ ପହଞ୍ଚିଛନ୍ତି ଏବଂ ସାରା ଜୀବନ ଏହି ମନୋଭାବ ବଜାୟ ରଖିବା ଜରୁରୀ । ସେ ଆଇଜିଓଟି କର୍ମଯୋଗୀ ପ୍ଲାଟଫର୍ମରେ ସରକାରୀ କର୍ମଚାରୀଙ୍କ ପାଇଁ ବିଭିନ୍ନ ପାଠ୍ୟକ୍ରମର ଉପଲବ୍ଧତା ଉପରେ ଆଲୋକପାତ କରିବା ସହ ଏହି ଡିଜିଟାଲ ପ୍ରଶିକ୍ଷଣ ମଡ୍ୟୁଲକୁ ନିଜ ସୁବିଧା ଅନୁସାରେ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ, ‘‘ଆଜି ପୁଣି ଥରେ ନିଯୁକ୍ତି ପତ୍ର ପାଇଥିବା ପ୍ରାର୍ଥୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି’’ ।

ପୃଷ୍ଠଭୂମି

ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ଏହାଦ୍ୱାରା ଦେଶ ନିର୍ମାଣ ଓ ଆତ୍ମସଶକ୍ତୀକରଣରେ ଯୁବବର୍ଗଙ୍କ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ମିଳିବ।

ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପାଇଁ ଏହି ନିଯୁକ୍ତି ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ଚୟନ ହୋଇଥିବା ନବନିଯୁକ୍ତ ପ୍ରାର୍ଥୀମାନେ ଗୃହ ମନ୍ତ୍ରଣାଳୟ, ଡାକ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ଯୋଗ ଦେବେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.