ଏହି ଯୋଜନାରେ ୧ ଲକ୍ଷ ବୁଲା ବିକାଳିଙ୍କୁ ଋଣ ବଣ୍ଟନ
ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟର ଦୁଇଟି ଅତିରିକ୍ତ କରିଡରର ଶିଳାନ୍ୟାସ
"ପିଏମ୍ ସ୍ୱନିଧି ଯୋଜନା ବୁଲା ବିକାଳିଙ୍କ ପାଇଁ ଜୀବନ ରେଖା ସାବ୍ୟସ୍ତ ହୋଇଛି"
"ଯଦିଓ ଭେଣ୍ଡିଂ ଗାଡି ଏବଂ ବୁଲା ବିକାଳି ମାନଙ୍କର ଦୋକାନ ଛୋଟ, ତଥାପି ସେମାନଙ୍କର ସ୍ୱପ୍ନ ବହୁତ ବଡ "
"ପିଏମ ସ୍ୱନିଧି ଯୋଜନା ଲକ୍ଷ ଲକ୍ଷ ବୁଲା ବିକାଳି ମାନଙ୍କର ପରିବାର ପାଇଁ ସହାୟକ ବ୍ୟବସ୍ଥା ପାଲଟିଛି"
ଗରିବ ଓ ମଧ୍ୟବିତ୍ତ ଲୋକମାନଙ୍କର ଜୀବନରେ ଉନ୍ନତି ଆଣିବା ପାଇଁ ମୋଦୀ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି । ମୋଦୀଙ୍କ ଚିନ୍ତାଧାରା ହେଉଛି 'ଜନକଲ୍ୟାଣ ଦ୍ୱାରା ରାଷ୍ଟ୍ରର କଲ୍ୟାଣ'
ସାଧାରଣ ନାଗରିକଙ୍କ ସ୍ୱପ୍ନର ଭାଗିଦାରୀ ଏବଂ ମୋଦୀଙ୍କ ସଂକଳ୍ପ ଏକ ଉଜ୍ଜ୍ୱଳ ଭବିଷ୍ୟତର ଗ୍ୟାରେଣ୍ଟି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଜେଏଲ୍‌ଏନ୍ ଷ୍ଟାଡିୟମରେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ଏହି ଯୋଜନାର ଅଂଶ ଭାବରେ ଦିଲ୍ଲୀର ୫,୦୦୦ ବୁଲା ବିକାଳିଙ୍କ ସମେତ ୧ ଲକ୍ଷ ବୁଲା ବିକାଳି (ଏସଭି)ଙ୍କୁ ଋଣ ବଣ୍ଟନ କରିଥିଲେ । ସେ ୫ ଜଣ ହିତାଧିକାରୀଙ୍କୁ ପିଏମ୍ ସ୍ୱନିଧି ଋଣ ଚେକ୍ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟର ଦୁଇଟି ଅତିରିକ୍ତ କରିଡରର ଶିଳାନ୍ୟାସ କରିଛନ୍ତି ।

ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ୧୦୦ଟି ସହରର ଲକ୍ଷ ଲକ୍ଷ ବୁଲା ବିକାଳିଙ୍କ ଉପସ୍ଥିତିକୁ ସ୍ୱୀକାର କରିଥିଲେ । ମହାମାରୀ ସମୟରେ ବୁଲା ବିକାଳି ମାନଙ୍କର ଶକ୍ତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦୈନନ୍ଦିନ ଜୀବନରେ ସେମାନଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶରେ ୧ ଲକ୍ଷ ବୁଲା ବିକାଳିଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ହସ୍ତାନ୍ତର କରାଯାଇଛି ଏବଂ ସବୁଠାରୁ ବଡ଼ କଥା ହେଉଛି ଆଜି ଦିଲ୍ଲୀ ମେଟ୍ରୋର ଦୁଇଟି ଅତିରିକ୍ତ କରିଡର ଲାଜପତ ନଗର – ସାକେତ - ଜି ବ୍ଲକ୍ ଏବଂ ଇନ୍ଦ୍ରଲୋକ – ଇନ୍ଦ୍ରପ୍ରସ୍ଥ କରିଡରର ଶୁଭାରମ୍ଭ କରାଯାଇଛି ।

ଦେଶର ଲକ୍ଷ ଲକ୍ଷ ବୁଲା ବିକାଳିଙ୍କୁ ପ୍ରଧାନମନ୍ତ୍ରୀ ସ୍ୱୀକୃତି ଦେଇଥିଲେ , ଯେଉଁମାନେ ନିଜ କଠିନ ପରିଶ୍ରମ ଏବଂ ସ୍ୱାଭିମାନ ଦ୍ୱାରା ନିଜ ପରିବାରର ଆବଶ୍ୟକତା ପୂରଣ କରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , ସେମାନଙ୍କର ଭେଣ୍ଡିଂ ଗାଡି ଏବଂ ଦୋକାନ ଛୋଟ ହୋଇପାରେ, ତଥାପି ସେମାନଙ୍କର ସ୍ୱପ୍ନ ବହୁତ ବଡ । ସେ ଦର୍ଶାଇଥିଲେ ଯେ ଅତୀତର ସରକାରମାନେ ବୁଲା ବିକାଳି ମାନଙ୍କର କଲ୍ୟାଣ ପାଇଁ କୌଣସି ଆଗ୍ରହ ପ୍ରକାଶ କରିନଥିଲେ , ଯାହା ଫଳରେ ସେମାନେ ଅସମ୍ମାନ ଏବଂ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ପାଣ୍ଠିର ଆବଶ୍ୟକତା ଉଚ୍ଚ ସୁଧ ହାରର ଋଣ ଦ୍ୱାରା ପୂରଣ ହେଉଥିଲା, କିନ୍ତୁ ଅସମୟ ଦେୟ ଆହୁରି ଅସମ୍ମାନ ଏବଂ ଅଧିକ ସୁଧ ସୃଷ୍ଟି କରୁଥିଲା ବୋଲି ସେ କହିଛନ୍ତି । 

 

ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ , ସେମାନଙ୍କ ପାଖରେ କୌଣସି ଋଣ ଗ୍ୟାରେଣ୍ଟି ନଥିବାରୁ ସେମାନେ ବ୍ୟାଙ୍କକୁ ଯାଇ ପାରୁନଥିଲେ । ଏଭଳି ପରିସ୍ଥିତିରେ ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ଏବଂ ବ୍ୟବସାୟ ରେକର୍ଡ ନଥିବାରୁ ସେମାନଙ୍କ ନାଇଁ ବ୍ୟାଙ୍କ ଋଣ ପାଇବା ଅସମ୍ଭବ ହୋଇ ପଡ଼ିଥିଲା । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପୂର୍ବ ସରକାରମାନେ ବୁଲା ବିକାଳି ମାନଙ୍କର ଆବଶ୍ୟକତା ପ୍ରତି କୌଣସି ଧ୍ୟାନ ଦେଇନଥିଲେ କିମ୍ବା ସେମାନଙ୍କ ସମସ୍ୟାର ସମାଧାନ ପାଇଁ କୌଣସି ପ୍ରୟାସ କରିନଥିଲେ ।

"ଆପଣଙ୍କର ଏହି ସେବକ ଦାରିଦ୍ର‌୍ୟତା କଣ ଜାଣିଛି । ମୁଁ ଦାରିଦ୍ର‌୍ୟତା ଭିତରେ ମଧ୍ୟ ବଞ୍ଚିଛି । ସେଥିପାଇଁ ଯେଉଁ ମାନଙ୍କର କେହି ଯତ୍ନ ନେଇନାହାନ୍ତି, କେବଳ ସେମାନଙ୍କର ଯତ୍ନ ନିଆଯାଉନାହିଁ , ବରଂ ମୋଦୀ ସେମାନଙ୍କୁ ପୂଜା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯେଉଁମାନଙ୍କ ପାଖରେ ଗ୍ୟାରେଣ୍ଟି ଦେବା ପାଇଁ କିଛି ନଥିଲା, ସେମାନଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ସେ ବୁଲା ବିକାଳି ମାନଙ୍କର ସଚ୍ଚୋଟତାକୁ ମଧ୍ୟ ପ୍ରଶଂସା କରିଥିଲେ । ଡିଜିଟାଲ କାରବାରର ରେକର୍ଡ ଏବଂ ବ୍ୟବହାର ଉପରେ ନିର୍ଭର କରି ବୁଲା ବିକାଳିମାନଙ୍କୁ ୧୦,୨୦ ଓ ୫୦ ହଜାର ଟଙ୍କାର ଋଣ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୬୨ ଲକ୍ଷ ହିତାଧିକାରୀଙ୍କୁ ୧୧ ହଜାର କୋଟି ଟଙ୍କାର ସହାୟତା ମିଳିଛି । ହିତାଧିକାରୀଙ୍କ ମଧ୍ୟରୁ ଅଧାରୁ ଅଧିକ ମହିଳା ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ।

 

କରୋନା ମହାମାରୀ ସମୟରେ ପିଏମ୍ ସ୍ୱନିଧି ଯୋଜନାର ଶୁଭାରମ୍ଭକୁ ମନେ ପକାଇ ପ୍ରଧାନମନ୍ତ୍ରୀ ନିକଟରେ ହୋଇଥିବା ଏକ ଅଧ୍ୟୟନ ଉପରେ ଆଲୋକପାତ କରିଥିଲେ , ଯେଉଁଥିରେ ଦର୍ଶାଯାଇଛି ଯେ ବୁଲା ବିକାଳି ମାନଙ୍କର ଆୟ ବହୁଗୁଣ ବୃଦ୍ଧି ପାଇଛି ଏବଂ କ୍ରୟର ଡିଜିଟାଲ ରେକର୍ଡ ମଧ୍ୟ ସେମାନଙ୍କୁ ବ୍ୟାଙ୍କରୁ ଲାଭ ପାଇବାରେ ସାହାଯ୍ୟ କରୁଛି । ଡିଜିଟାଲ ଦେୟ ପ୍ରଦାନ ଦ୍ୱାରା ପ୍ରତି ବର୍ଷ ୧୨୦୦ ଟଙ୍କାର କ୍ୟାସବ୍ୟାକ୍ ମିଳିପାରିବ ବୋଲି ସେ ସୂଚନା ଦେଇଛନ୍ତି ।

ଦୈନନ୍ଦିନ ଜୀବନରେ ବୁଲା ବିକାଳିମାନେ ସମ୍ମୁଖୀନ ହେଉଥିବା କଷ୍ଟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୀବିକା ନିର୍ବାହ କରିବା ପାଇଁ ଗ୍ରାମରୁ ସହରକୁ ଯାଇଥାନ୍ତି । ମାଗଣା ରାସନ, ମାଗଣା ଚିକିତ୍ସା ଏବଂ ମାଗଣା ଗ୍ୟାସ ସଂଯୋଗର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ପିଏମ୍ ସ୍ୱନିଧି କେବଳ ହିତାଧିକାରୀମାନଙ୍କୁ ବ୍ୟାଙ୍କ ସହିତ ସଂଯୋଗ କରେ ନାହିଁ , ବରଂ ଅନ୍ୟାନ୍ୟ ସରକାରୀ ସୁବିଧା ପାଇଁ ଦ୍ୱାର ମଧ୍ୟ ଉନ୍ମୁକ୍ତ କରିଥାଏ । ସେ ୱାନ୍ ନେସନ୍ ୱାନ୍ ରାସନ କାର୍ଡ ଯୋଜନାର ପରିବର୍ତ୍ତନକାରୀ ଆଭିମୁଖ୍ୟ ଉପରେ ମଧ୍ୟ ଆଲୋକପାତ କରିଥିଲେ , ଯାହା ଦ୍ୱାରା ଦେଶର ଯେକୌଣସି ସ୍ଥାନରୁ ମାଗଣା ରାସନ ମିଳି ପାରିବ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ୪ କୋଟି ପକ୍କା ଘର ମଧ୍ୟରୁ ୧ କୋଟି ସହରାଞ୍ଚଳ ଗରିବଙ୍କୁ ଆବଣ୍ଟନ କରାଯାଇଛି । ଝୁମ୍ପୁଡି ଘର ବଦଳରେ ପକ୍କା ଘର ଯୋଗାଇ ଦେବା ପାଇଁ ବ୍ୟାପକ ଅଭିଯାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀରେ ୩୦୦୦ ଘର ନିର୍ମାଣ ଶେଷ ହୋଇସାରିଛି ଏବଂ ୩୫୦୦ ଘର ସମ୍ପୂର୍ଣ୍ଣ ହେବାକୁ ଯାଉଛି । ୭୫,୦୦୦ ଟଙ୍କା ଆବଣ୍ଟନ ସହିତ ଅନଧିକୃତ କଲୋନି ଏବଂ ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ ଦ୍ରୁତ ଗତିରେ ନିୟମିତ କରିବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଦିଲ୍ଲୀରେ ଗରିବ ଓ ମଧ୍ୟବିତ୍ତ ଲୋକମାନଙ୍କର ଜୀବନକୁ ସହଜ କରିବା ପାଇଁ କେନ୍ଦ୍ର ସରକାର ଦିନରାତି କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ମଧ୍ୟବିତ୍ତ ତଥା ସହରାଞ୍ଚଳ ଗରିବ ଲୋକମାନଙ୍କ ପାଇଁ ପକ୍କା ଘର ନିର୍ମାଣର ଉଦାହରଣ ଦେବା ସହ ଗୃହ ନିର୍ମାଣ ପାଇଁ ୫୦ ହଜାର କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ପ୍ରଦୂଷଣ ଏବଂ ଟ୍ରାଫିକ ଭିଡ଼ ସମସ୍ୟାର ମୁକାବିଲା ପାଇଁ ଡଜନରୁ ଅଧିକ ସହରରେ ମେଟ୍ରୋ ସେବା ଏବଂ ଇଲେକ୍ଟ୍ରିକ୍ ବସ୍ ଚଳାଚଳ ଉପରେ ତ୍ୱରାନ୍ୱିତ ଭାବେ କାର୍ଯ୍ୟ କରାଯିବା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । "ଗତ ୧୦ ବର୍ଷ ମଧ୍ୟରେ ଦିଲ୍ଲୀ ମେଟ୍ରୋ ନେଟୱାର୍କ ଦୁଇ ଥର ବିସ୍ତାରିତ ହୋଇଛି" ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ , ଦିଲ୍ଲୀର ମେଟ୍ରୋର ବ୍ୟାପକ ନେଟୱାର୍କ ବିଶ୍ୱର କିଛି ବଛା ବଛା ସହର ମଧ୍ୟରୁ ଅନ୍ୟତମ । ସେ ଦିଲ୍ଲୀ ଏନସିଆର ଅଞ୍ଚଳ ପାଇଁ ନମୋ ଭାରତ ଦ୍ରୁତ ରେଳ ସଂଯୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ସରକାର ୧୦୦୦ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଳାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ପ୍ରଦୂଷଣ ଏବଂ ଟ୍ରାଫିକ ଭିଡ଼ କମାଇବା ପାଇଁ ଦିଲ୍ଲୀ ଚାରିପାଖରେ ଅନେକ ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଛି , ଏହା ସହିତ ସେ ନିକଟରେ ଗତ ସପ୍ତାହରେ ଦ୍ୱାରକା ଏକ୍ସପ୍ରେସୱେର ଉଦ୍‌ଘାଟନ ସମ୍ପର୍କରେ ମନେ ପକାଇଥିଲେ । 

 

ଯୁବବର୍ଗଙ୍କ ମଧ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖେଲୋ ଇଣ୍ଡିଆ ସାଧାରଣ ପରିବାରର ଯୁବକମାନଙ୍କୁ ଅଭୂତପୂର୍ବ ସୁଯୋଗ ପ୍ରଦାନ କରୁଛି , କାରଣ ସେମାନଙ୍କ ପାଇଁ ସୁଲଭ ସୁବିଧା ଉପଲବ୍ଧ ହେଉଛି ଏବଂ କ୍ରୀଡାବିତ୍‌ମାନଙ୍କ ପାଇଁ ଗୁଣାତ୍ମକ ପ୍ରଶିକ୍ଷଣ ନିମନ୍ତେ ସହାୟତା ଯୋଗାଇ ଦିଆଯାଉଛି ।

ଗରିବ ଓ ମଧ୍ୟବିତ୍ତଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ମୋଦୀ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି । ମୋଦୀଙ୍କ ଚିନ୍ତାଧାରା ହେଉଛି 'ଜନକଲ୍ୟାଣ ଦ୍ୱାରା ରାଷ୍ଟ୍ରର କଲ୍ୟାଣ', ଦୁର୍ନୀତି ଏବଂ ତୁଷ୍ଟୀକରଣକୁ ମୂଳରୁ ଦୂର କରିବା ଏବଂ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ।

ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ, "ସାଧାରଣ ନାଗରିକଙ୍କ ସ୍ୱପ୍ନର ଭାଗୀଦାରୀ ଏବଂ ମୋଦୀଙ୍କ ସଂକଳ୍ପ ଏକ ଉଜ୍ଜ୍ୱଳ ଭବିଷ୍ୟତର ଗ୍ୟାରେଣ୍ଟି" ।

ଏହି ଅବସରରେ ଦିଲ୍ଲୀର ଲିଉଟନାଂଟ ଗଭର୍ଣ୍ଣର ଶ୍ରୀ ବିନୟ କୁମାର ସାକ୍ସେନା, କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଭାଗବତ କିଶନରାଓ କରାଦ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

 ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ୱ ଅର୍ଥନୈତିକ ସଙ୍କଟ ମଧ୍ୟରେ ଅବହେଳିତ ବର୍ଗଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ପିଏମ ସ୍ୱନିଧି ଯୋଜନା ୨୦୨୦ରେ ଜୁନ୍ ୧ ତାରିଖରେ ଆରମ୍ଭ କରାଯାଇଥିଲା । ବୁଲା ବିକାଳି ମାନଙ୍କର ଅବହେଳିତ ସମୁଦାୟ ପାଇଁ ଏହା ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶର ୬୨ ଲକ୍ଷରୁ ଅଧିକ ବୁଲା ବିକାଳିଙ୍କୁ ୧୦,୯୭୮ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୮୨ ଲକ୍ଷରୁ ଅଧିକ ଋଣ ପ୍ରଦାନ କରାଯାଇଛି । କେବଳ ଦିଲ୍ଲୀରେ ପ୍ରାୟ ୨ ଲକ୍ଷ ଋଣ ବଣ୍ଟନ ହୋଇଛି, ଯାହାର ପରିମାଣ ୨୩୨ କୋଟି ଟଙ୍କା । ଏହି ଯୋଜନା ଅବହେଳିତ ହୋଇ ରହିଥିବା ଲୋକଙ୍କ ପାଇଁ ଆର୍ôଥକ ଅନ୍ତର୍ଭୁକ୍ତିକରଣ ଏବଂ ସାମଗ୍ରିକ କଲ୍ୟାଣର ପ୍ରତୀକ ହୋଇ ରହିଛି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଦୁଇଟି ଅତିରିକ୍ତ କରିଡର , ଲାଜପତ ନଗର – ସାକେତ - ଜି ବ୍ଲକ ଏବଂ ଇନ୍ଦ୍ରଲୋକ - ଇନ୍ଦ୍ରପ୍ରସ୍ଥ କରିଡରର ଶିଳାନ୍ୟାସ କରିଥିଲେ । ଏହି ଦୁଇଟି କରିଡରର ମିଳିତ ଦୈର୍ଘ୍ୟ ୨୦ କିଲୋମିଟରରୁ ଅଧିକ ହେବ ଏବଂ ଏହା ଯୋଗାଯୋଗରେ ଉନ୍ନତି ଆଣିବା ସହ ଟ୍ରାଫିକ ଭିଡ଼କୁ ଆହୁରି ହ୍ରାସ କରିବାରେ ସାହାଯ୍ୟ କରିବ ।

ଲାଜପତ ନଗରରୁ ସାକେତ ଜି - ବ୍ଲକ କରିଡରରେ ଲାଜପତ ନଗର, ଆଣ୍ଡ୍ର‌୍ୟୁଜ୍ ଗଞ୍ଜ, ଗ୍ରେଟର କୈଳାସ -୧, ଚିରାଗ ଦିଲ୍ଲୀ, ପୁଷ୍ପା ଭବନ, ସାକେତ ଡିଷ୍ଟ୍ରିକ୍ଟ ସେଂଟର, ପୁଷ୍ପ ବିହାର, ସାକେତ ଜି - ବ୍ଲକ ଅନ୍ତର୍ଭୁକ୍ତ । ଇନ୍ଦ୍ରଲୋକ - ଇନ୍ଦ୍ରପ୍ରସ୍ଥ କରିଡରରେ ଥିବା ଷ୍ଟେସନଗୁଡ଼ିକ ମଧ୍ୟରେ ଇନ୍ଦ୍ରଲୋକ, ଦୟା ବସ୍ତି, ସରାଇ ରୋହିଲ୍ଲା, ଅଜମଲ ଖାନ ପାର୍କ, ନବୀ କରିମ, ନୂଆଦିଲ୍ଲୀ, ଏଲ୍‌ଏନ୍‌ଜେପି ହସ୍ପିଟାଲ, ଦିଲ୍ଲୀ ଗେଟ୍‌, ଦିଲ୍ଲୀ ସଚିବାଳୟ, ଇନ୍ଦ୍ରପ୍ରସ୍ଥ ଅନ୍ତର୍ଭୁକ୍ତ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian youth are at the forefront of tech-led growth, innovation: PM Modi

Media Coverage

Indian youth are at the forefront of tech-led growth, innovation: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights efforts over the last 12 years to make quality healthcare more affordable and accessible
June 14, 2026
PM shares a glimpse of the health sector's transformation and reaffirms the commitment to build a healthy India

Prime Minister Shri Narendra Modi today stated that over the last 12 years, India has worked to make quality healthcare more affordable and accessible. He noted that we feel proud when we are known as the nation with the world’s largest healthcare programme, Ayushman Bharat, which provides top-quality healthcare to the most vulnerable.

Shri Modi pointed out that other efforts like PM Bharatiya Jan Aushadhi Pariyojana have made medicines affordable. The Prime Minister highlighted that the prices of stents and knee implants have become affordable and this has helped many people.

PM Modi observed that, at the same time, medical education has become more accessible to people due to more institutions and seats being available. He emphasized that we will keep building on this ground covered so far in order to build a healthy India, sharing a glimpse of how the health sector has been transformed.

In a series of posts on X, the Prime Minister shared:

"Over the last 12 years, India has worked to make quality healthcare more affordable and accessible.

We feel proud when we are known as the nation with the world’s largest healthcare programme, Ayushman Bharat, which provides top-quality healthcare to the most vulnerable.

Other efforts like PM Bharatiya Jan Aushadhi Pariyojana have made medicines affordable. The prices of stents and knee implants have become affordable and this has helped many people.

At the same time, medical education has become more accessible to people due more institutions and seats being available.

We will keep building on this ground covered so far in order to build a healthy India.

#12YearsOfSwasthBharat “ 

“A glimpse of how the health sector has been transformed….

#12YearsOfSwasthBharat"