ଭାରତ ତୀବ୍ର ଗତିରେ ଏବଂ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିବ : ପ୍ରଧାନମନ୍ତ୍ରୀ ମୋଦୀ
ଆଜି ,ଭାରତର ଯୁବା ଚାକିରୀ ଖୋଜିବା ବଦଳେ ଚାକିରୀ ପ୍ରଦାତା ହେବାରେ ବିଶ୍ୱାସ ରଖୁଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ
ଆମେ ଏକ ପ୍ରକ୍ରିୟା ଆଧାରିତ ଟିକସ ବ୍ୟବସ୍ଥାରୁ ନାଗରିକ କୈନ୍ଦ୍ରିକ ଟିକସ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛୁ : ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଟାଇମ୍ସ ନାଓ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ ଇଣ୍ଡିଆ ଆକ୍ସନ ପ୍ଲାନ 2020ରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି ।

ଶ୍ରୀ ମୋଦୀ କହିଥିଲେ ଯେ ବିଶ୍ୱର ସବୁଠୁ ଯୁବ ରାଷ୍ଟ୍ର ଭାବେ ଭାରତ ନୂଆ ଦଶନ୍ଧି ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି ଏବଂ ଏ ଦିଗରେ ଖୁବ ଦ୍ରୁତ ଗତିରେ ଆଗେଇବା ଲାଗି ପ୍ରସ୍ତୁତ ଅଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ମଧ୍ୟ ଏପରି ଭାବନା ନେଇ କାର୍ଯ୍ୟ କରିବା ସହିତ ଗତ 8 ମାସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଶତକ ପୂରଣ କରିଛନ୍ତି ।

ସେ ମଧ୍ୟ କହିଥିଲେ ଯେ ଏସବୁ ପରିବର୍ତ୍ତନ ସମାଜରେ ନୂଆ ଉତ୍ସାହ ଭରିଛି, ସମସ୍ତଙ୍କୁ ଆତ୍ମବିଶ୍ୱାସ ଦେଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶର ଗରିବ ମନରେ ଆତ୍ମବିଶ୍ୱାସ ରହିଛି ଯେ ସେ ନିଜ ଜୀବନଧାରଣ ମାନରେ ସୁଧାର ଆଣିପାରିବ ଓ ଦାରିଦ୍ର୍ୟ ଦୂର କରି ପାରିବ । ଚାଷୀ କୃଷି କାର୍ଯ୍ୟରେ ଆୟ ବୃଦ୍ଧି କରିପାରିବ ବୋଲି ଆତ୍ମବିଶ୍ୱାସୀ ରହିଛି ।

5 ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥା-ଛୋଟ ସହର ଓ ନଗର ଉପରେ ଗୁରୁତ୍ୱ

“ଆସନ୍ତା 5 ବର୍ଷ ମଧ୍ୟରେ ଭାରତ ଏହାର ଅର୍ଥବ୍ୟବସ୍ଥାର ଆକାରକୁ 5 ଲକ୍ଷ କୋଟି ଡଲାରରେ ପହଁଚାଇବା ଲାଗି ଲକ୍ଷ୍ୟ ରଖିଛି । ଲକ୍ଷ୍ୟ ଧାର୍ଯ୍ୟ କରି ସେ ଦିଗରେ ଆଗେଇବା ଭଲ କଥା । ଲକ୍ଷ୍ୟ ସହଜ ନୁହେଁ କିନ୍ତୁ ଅସମ୍ଭବ ମଧ୍ୟ ନୁହେଁ”, ସେ କହିଥିଲେ ।

ସେ କହିଥିଲେ ଯେ ଏହି ଲକ୍ଷ୍ୟ ହାସଲ ଲାଗି ଦେଶରେ ବିନିର୍ମାଣ କ୍ଷେତ୍ର ସୁଦୃଢ଼ ହେବା ଏବଂ ରପ୍ତାନୀ ବୃଦ୍ଧି ପାଇବା ଜରୁରି । ଭାରତ ସରକାର ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସବୁ ପ୍ରୟାସ ମଧ୍ୟରେ ବିଶ୍ୱ ଅର୍ଥବ୍ୟବସ୍ଥାର ଉତଥାନ ଓ ପତନ ସହିତ ଭାରତ ଏକ ଉଦୀୟମାନ ଅର୍ଥବ୍ୟବସ୍ଥା ଭାବେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି ।

ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ପ୍ରଥମ ଥର ଲାଗି ସରକାର କ୍ଷୁଦ୍ର ସହରର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସେଗୁଡ଼ିକୁ ନୂଆ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ କରିବା ଉପରେ ଜୋର ଦେଉଛନ୍ତି ।

ଟିକସ ବ୍ୟବସ୍ଥାରେ ସୁଧାର :

ପ୍ରଧାନମନ୍ତ୍ରୀ କହିଥିଲେ, “ପ୍ରତ୍ୟେକ ସରକାର ଟିକସ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି କୁଣ୍ଠାବୋଧ କରିଥାନ୍ତି । ଏହି କାରଣ ପାଇଁ ବହୁବର୍ଷ ଧରି ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା । ବର୍ତ୍ତମାନ ଆମେ ଏକ ପ୍ରକ୍ରିୟା ଆଧାରିତ ଟିକସ ବ୍ୟବସ୍ଥାରୁ ନାଗରିକ କୈନ୍ଦ୍ରିକ ଟିକସ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛୁ । ଭାରତ ସେହି ହାତଗଣତି ରାଷ୍ଟ୍ର ମଧ୍ୟରେ ସାମିଲ ହେବ ଯେଉଁଠି ଟିକସଦାତା ଚାର୍ଟର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବ । ଏହି ଚାର୍ଟରରେ ଟିକସଦାତାଙ୍କ ଅଧିକାର ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ହେବ” ।

ଟିକସ ଚୋରି ଏବଂ ସଚ୍ଚୋଟ ଟିକସଦାତାଙ୍କ ଉପରେ ଏହାର ଦ୍ୱିଗୁଣିତ କୁପ୍ରଭାବ ସମ୍ପର୍କରେ ଚିନ୍ତା କରିବା ଲାଗି ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟଙ୍କୁ ଅନୁରୋଧ କରିଥିଲେ । ସେ ସମସ୍ତ ନାଗରିକମାନଙ୍କୁ ଉତ୍ତରଦାୟୀ ନାଗରିକ ହେବା ଏବଂ ନିଜର ଟିକସ ପଇଠ କରିବା ଲାଗି ଆହ୍ୱାନ କରିଥିଲେ ।

ଏକ ସମୃଦ୍ଧ ଭାରତ ନିର୍ମାଣ ଲାଗି ଗଠନମୂଳକ ଭୂମିକା ତୁଲାଇବାକୁ ସେ ଗଣମାଧ୍ୟମକୁ ଆହ୍ୱାନ କରିଥିଲେ ।

ସେ କହିଥିଲେ, “ପ୍ରତ୍ୟେକ ଲୋକ ନିଜର କର୍ତ୍ତବ୍ୟ ପାଳନ କଲେ କୌଣସି ସମସ୍ୟା ସମାଧାନ ନହୋଇ ରହିପାରିବ ନାହିଁ । ଫଳରେ ଦେଶ ନୂଆ ଶକ୍ତି, ନୂଆ ଉତ୍ସାହ ପାଇବ । ଏହା ଚଳିତ ଦଶନ୍ଧିରେ ଦେଶକୁ ନୂତନ ଉଚ୍ଚତାକୁ ନେଇଯିବ ।

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the effort and dedication of India's Youth
August 04, 2026

The Prime Minister, Shri Narendra Modi, shared a Sanskrit Subhashitam applauding the effort and dedication of India's Youth:

"न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥"

Shri Modi said that through continuous effort and dedication, our talents are honed and refined, and our youth is imbibing these very qualities and bringing glory to India.

The Prime Minister posted on X:

निरंतर प्रयास और साधना से हमारी प्रतिभा और निखरती है। आज हमारे युवा इन्हीं गुणों को आत्मसात कर दुनियाभर में देश का नाम रोशन कर रहे हैं।

न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥