ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଏକତା ନଗରରେ ମେଜ୍ ଗାର୍ଡେନ୍ ଏବଂ ମିୟାୱାକି ଫରେଷ୍ଟ କୁ ଉତ୍ସର୍ଗ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ବୁଦ୍ଧ ମୂର୍ତ୍ତି ସମେତ ଜଙ୍ଗଲ ମଧ୍ୟ ଦେଇ ଯାଇ ମେଜ୍ ଗାର୍ଡ଼େନକୁ ଯାଇଥିଲେ। । ସେ ନୂତନ ଆଡମିନ ବିଲଡିଂ, ବିଶ୍ରାମ ଗୃହ ଏବଂ ଓୟୋ ହାଉସବୋଟର ଉଦଘାଟନ କରିଥିଲେ | ପ୍ରଧାନମନ୍ତ୍ରୀ ମଧ୍ୟ ମେଜ୍ ଗାର୍ଡ଼େନ ଦେଇ ଯାଇଥିଲେ।

ପୃଷ୍ଠଭୂମି

ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ମିଆୱାକି ଜଙ୍ଗଲ ଏବଂ ମେଜ୍ ଗାର୍ଡ଼େନ ହେଉଛି ଆଉ ଏକ ନୂତନ ଆକର୍ଷଣ। 4 ବର୍ଷ ପୂର୍ବେ ଯେତେବେଳେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଉଦଘାଟିତ ହୋଇଥିଲା, ସେତେବେଳେ ପ୍ରତ୍ୟେକ ବୟସ ବର୍ଗଙ୍କ ପାଇଁ ଆକର୍ଷଣୀୟ କରିବା ସହିତ ଏହାକୁ ପର୍ଯ୍ୟଟନ ହବ୍‌ ରେ ପରିଣତ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଥିଲା। ଏହାର ଫଳସ୍ୱରୂପ, ବର୍ତ୍ତମାନ ସୁଦ୍ଧା 8 ମିଲିୟନରୁ ଅଧିକ ପର୍ଯ୍ୟଟକ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିଛନ୍ତି।

2,100 ମିଟରର ରାସ୍ତା ସହିତ ତିନି ଏକର ଉପରେ ପରିବ୍ୟାପ୍ତ ଏହା ଦେଶର ସବୁଠାରୁ ବଡ ମେଜ୍ ଗାର୍ଡ଼େନ ଯାହାକି ଆଠ ମାସର ସ୍ୱଳ୍ପ ସମୟ ମଧ୍ୟରେ ବିକଶିତ ହୋଇଛି। କେଭଡିଆରେ ଥିବା ମେଜ୍ ଗାର୍ଡେନ୍ ‘ଯନ୍ତ୍ର’ଆକାରରେ ନିର୍ମିତ ହୋଇଛି ଯାହା ସକରାତ୍ମକ ଶକ୍ତି ଉତ୍ପନ୍ନ କରେ | ଏହି ଡିଜାଇନ୍ ବାଛିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଥଗୁଡିକର ଏକ ଜଟିଳ ନେଟୱାର୍କ ନିର୍ମାଣ ପ୍ରସ୍ତୁତ କରି ଲୋକମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିବା। ଏହି ଉଦ୍ୟାନର ଚମତ୍କାର ରାସ୍ତା ଦେଇ ବୁଲିବା ସମୟରେ ପର୍ଯ୍ୟଟକଙ୍କ ମନ, ଶରୀର ଏବଂ ଇନ୍ଦ୍ରିୟଗୁଡିକ ପାଇଁ ଏକ ଆହ୍ବାନ ସୃଷ୍ଟି ହେବ। ଏହା ସେମାନଙ୍କୁ ଏକ ସାହସିକ କାମ କରୁଥିବା ପରି ଅନୁଭବ ପ୍ରଦାନ କରିବା ସହିତ ବିଜୟ ଅନୁଭବ ମଧ୍ୟ ପ୍ରଦାନ କରିବ। ଏହି ମେଜ୍ ଗାର୍ଡେନ୍ ନିକଟରେ 1,80,000 ଚାରା ରୋପଣ କରାଯାଇଛି ଯେଉଁଥିରେ ଅରେଞ୍ଜ ଜେମିନି, ମଧୁ କାମିନି, ଗ୍ଲୋରି ବୋୱାର ଏବଂ ମେହେନ୍ଦି ଇତ୍ୟାଦି ଅନ୍ତର୍ଭୁକ୍ତ। ମେଜ ଗାର୍ଡ଼େନର ସ୍ଥାନଟି ମୂଳତଃ ଆବର୍ଜନା ସ୍ଥାନ ଭାବରେ ବ୍ୟବହୃତ ହେଉଥିଲା ଯାହା ବର୍ତ୍ତମାନ ଏକ ସୁନ୍ଦର ସ୍ଥାନରେ ପରିଣତ ହୋଇଛି। ଏହି ବନ୍ଧ୍ୟା ଜମିର ନବୀକରଣ କେବଳ ପରିବେଶର ସୌନ୍ଦର୍ଯ୍ୟକରଣ କରିନାହିଁ ବରଂ ଏକ ଜୀବନ୍ତ ଇକୋସିଷ୍ଟମ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଛି ଯେଉଁଠାରେ ପକ୍ଷୀ, ପ୍ରଜାପତି ଏବଂ ମହୁମାଛି ମାନଙ୍କର ସଂଖ୍ୟା ବୃଦ୍ଧି ପାଇପାରିବ।

ଏକତା ନାଗର ପରିଦର୍ଶନ କରୁଥିବା ଲୋକଙ୍କ ପାଇଁ ମିୟାୱାକି ଜଙ୍ଗଲ ଅନ୍ୟ ଏକ ପର୍ଯ୍ୟଟନସ୍ଥଳୀ ହେବ। ଏହି ଜଙ୍ଗଲର ନାମ ଜାପାନର ଉଦ୍ଭିଦ ବିଜ୍ଞାନୀ ତଥା ପରିବେଶବିତ୍ ଡା. ଆକିରା ମିୟାୱାକିଙ୍କ ଦ୍ବାରା ବିକଶିତ ହୋଇଛି ଯେଉଁଥିରେ ବିଭିନ୍ନ ପ୍ରଜାତିର ଚାରା କୁ ପରସ୍ପର ନିକଟରେ ଲଗାଯାଏ ଯାହା ଏକ ଘଞ୍ଚ ସହରୀ ଜଙ୍ଗଲରେ ବିକଶିତ ହୋଇଥାଏ। ଏହି ପଦ୍ଧତିକୁ ବ୍ୟବହାର କରି ଉଦ୍ଭିଦଗୁଡିକର ବୃଦ୍ଧି ଦଶଗୁଣ ଦ୍ରୁତ ହୋଇଥାଏ ଏବଂ ଫଳସ୍ୱରୂପ, ବିକଶିତ ଜଙ୍ଗଲ ଟି ତିରିଶ ଗୁଣ ଘଞ୍ଚ ହୋଇଥାଏ। ମିଆୱାକି ପଦ୍ଧତି ମାଧ୍ୟମରେ, ଏକ ଜଙ୍ଗଲକୁ ମାତ୍ର ଦୁଇରୁ ତିନି ବର୍ଷ ମଧ୍ୟରେ ବିକଶିତ କରାଯାଇପାରେ ଯେତେବେଳେ ପାରମ୍ପରିକ ପଦ୍ଧତି ମାଧ୍ୟମରେ ଏହାକୁ କରିବା ପାଇଁ ଅତି କମରେ 20 ରୁ 30 ବର୍ଷ ସମୟ ଲାଗିଥାଏ। ମିୟାୱାକି ଜଙ୍ଗଲରେ ଏହିସବୁ ବିଭାଗଗୁଡ଼ିକ ଅନ୍ତର୍ଭୁକ୍ତ ହେବ ଯଥା ଏକ ସ୍ଥାନୀୟ ଫୁଲ ଗାର୍ଡେନ୍, ଟିମ୍ବର ଗାର୍ଡ଼େନ, ଏକ ଫଳ ଉଦ୍ୟାନ, ଔଷଧୀୟ ଉଦ୍ୟାନ, ମିଶ୍ରିତ ପ୍ରଜାତିର ମିୟାୱାକି ସେକ୍ସନ ଏବଂ ଏକ ଡିଜିଟାଲ୍ ଓରିଏଣ୍ଟେସନ୍ ସେଣ୍ଟର। 

ଏହା ଅଗଣିତ ପର୍ଯ୍ୟଟନମାନଙ୍କୁ ଏକ ଅତୁଳନୀୟ ଭ୍ରମଣ ଅନୁଭବ ପ୍ରଦାନ କରିବ ଯାହାକି ପ୍ରଧାନମନ୍ତ୍ରୀଙ୍କ ଭିଜନ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି ଓ ଏହାଦ୍ବାରା ଆସୁଥିବା ପର୍ଯ୍ୟଟକମାନେ ଆନନ୍ଦର ଏକ ସମ୍ପୂର୍ଣ୍ଣ ଅନୁଭବ ପାଇପାରିବେ। ଏଠରେ ପ୍ରକୃତିକୁ ଗୁରୁତ୍ବ ପ୍ରଦାନ କରାଯାଇଛି ଯାହାକି ଆମ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ। ନିକଟରେ ବିକଶିତ ହୋଇଥିବା ମେଜ୍ ଗାର୍ଡେନ ଡିଜାଇନ୍ ଆମ ସଂସ୍କୃତି ଅନୁରୂପ କରାଯାଇଛି ଏବଂ ଏହା ମନରେ ସକାରାତ୍ମକ ଭାବନା ସୃଷ୍ଟି କରିଥାଏ।  

 

ଷ୍ଟାଚ୍ୟୁ ଅଫ୍ ୟୁନିଟିର ଅନ୍ୟାନ୍ୟ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଅନ୍ତର୍ଭୁକ୍ତ ରହିଛି ଟେଣ୍ଟ ସିଟି; ଥିମ୍ ଭିତ୍ତିକ ପାର୍କ ଯଥା ଆରୋଗ୍ୟ ଭ୍ୟାନ୍ (ହର୍ବାଲ୍ ଗାର୍ଡେନ୍), ବଟରଫ୍ଲାଏ ଗାର୍ଡ଼େନ, କାକଟସ୍ ଗାର୍ଡେନ୍, ବିଶ୍ୱ ଭ୍ୟାନ, ଦି ଭାଲି ଅଫ୍ ଫ୍ଲାୱାର୍ସ (ଭାରତ ଭ୍ୟାନ), ୟୁନିଟି ଗ୍ଲୋ ଗାର୍ଡ଼େନ, ଚିଲ୍‌ଡ୍ରେନ୍ ନ୍ୟୁଟ୍ରିସନ ପାର୍କ, ଜଙ୍ଗଲ ସଫାରି (ଅତ୍ୟାଧୁନିକ ଜୁଲୋଜିକାଲ୍ ପାର୍କ) ଇତ୍ୟାଦି। 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership