ପିଏମ ଏନଏଚଆରଏମ ଅଧୀନ ଜଟିଳ ଚିକିତ୍ସା ସେବା ଓ ଯୋଧପୁର ଏମ୍ସ ହସ୍ପିଟାଲର ସ୍ବତନ୍ତ୍ର ଯତ୍ନ ଓ ଟ୍ରମା କେନ୍ଦ୍ରର ଶିଳାନ୍ୟାସ
ଯୋଧପୁର ବିମାନବନ୍ଦର ନୂତନ ରହଣିସ୍ଥଳ ଭବନର ଶିଳାନ୍ୟାସ ସହ ଆଇଆଇଟି ଯୋଧପୁର ପରିସର ଓ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ଉନ୍ନତୀକରଣର ଶିଳାନ୍ୟାସ।
ଏକାଧିକ ସଡ଼କ ବିକାଶ ପ୍ରକଳ୍ପର ଶିଳାନ୍ୟାସ
୧୪୫ କିଲୋମିଟର ଦୀର୍ଘ ଡେଗାନା-ରାୟକାବାଗ ଓ ୫୮ କିଲୋମିଟର ଦୀର୍ଘ ଡେଗାନା-କଚାମାନସିଟି ରେଳପଥର ଦୋହରୀକରଣ
ଜୈସଲମେର-ଦିଲ୍ଲୀ ରୂଚିନା ଏକ୍ସପ୍ରେସ ଓ ମାରଓ୍ବାର ଜଙ୍କସନରୁ ଖମ୍ବାଲୀ ଘାଟ ସଂଯୋଗକାରୀ ନୂତନ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଯାତ୍ରାରମ୍ଭ
“ରାଜସ୍ଥାନ ହେଉଛି ସେହି ରାଜ୍ୟ ଯେଉଁଠି ଦେଶର ଶୌର୍ଯ୍ୟ, ସମୃଦ୍ଧି ଓ ସଂସ୍କୃତିରେ ପ୍ରାଚୀନ ଭାରତର ଗୌରବ ପରିଦୃଶ୍ୟମାନ”
“ରାଜସ୍ଥାନ ଭାରତର ଅତୀତ ଗୌରବକୁ ପ୍ରତିନିଧିତ୍ବ କରିଥାଏ ଓ ଭାରତର ଭବିଷ୍ୟତ ମଧ୍ୟ ସେ ଯେପରି ପ୍ରତିନିଧିତ୍ବ କରିବ ତାହା ହିଁ ଗୁରୁତ୍ବପୂର୍ଣ୍ଣ”
“ଆଇଆଇଟି ଓ ଏମ୍ସ ଯୋଧପୁରକୁ କେବଳ ମାତ୍ର ରାଜସ୍ଥାନ ନୁହଁ ସାରା ଦେଶରେ ଗୋଟିଏ ଲେଖାଏଁ ପ୍ରମୁଖ ପ୍ରତିଷ୍ଠାନ ଭାବେ ମୁଁ ଦେଖିବାକୁ ଚାହେଁ”
“ରାଜସ୍ଥାନର ବିକାଶ ହେଲେ ହିଁ ଭାରତ ବିକଶିତ ହେବ”
ଶ୍ରୀ ମୋଦୀ ମଧ୍ୟ ରାଜସ୍ଥାନର ଦୁଇଟି ଟ୍ରେନର ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଥିଲେ। ସେ ଦୁଇଟି ହେଲା ଜୈସଲମେରରୁ ଦିଲ୍ଲୀ ରୁନିଚା ଏକ୍ସପ୍ରେସ ଓ ମାରଓ୍ବାରରୁ ଖମ୍ବାଲୀ ଘାଟ ପର୍ଯ୍ୟନ୍ତ ଏକ ନୂତନ ଐତିହ୍ୟ ଟ୍ରେନ୍।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୫-୧୦-୨୦୨୩) ରାଜସ୍ଥାନର ଯୋଧପୁର ଗସ୍ତରେ ଯାଇ ସଡ଼କ, ରେଳ, ବିମାନ ଚଳାଚଳ, ସ୍ବାସ୍ଥ୍ୟ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ୫୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଏମ୍ସ ଯୋଧପୁରରେ ୩୫୦ ଶଯ୍ୟାବିଶିଷ୍ଟ ଟ୍ରମା କେନ୍ଦ୍ର ଓ ସ୍ବତନ୍ତ୍ର ଯତ୍ନ ହସ୍ପିଟାଲ ବ୍ଲକର ଶିଳାନ୍ୟାସ, ପିଏମ-ଏନଏଚଆରଏମ ଅଧୀନରେ ସାତଟି ଜଟିଳ ଚିକିତ୍ସା ସେବା, ଏବଂ ଯୋଧପୁର ବିମାନବନ୍ଦରରେ ନୂତନ ରହଣୀ ସ୍ଥଳ ଭବନର ଶିଳାନ୍ୟାସ। ସେ ଆଇଆଇଟି ଯୋଧପୁର ପରିସର ଓ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଉନ୍ନତୀକରଣର ମଧ୍ୟ ଉଦଘାଟନ କରିଥିଲେ। ସେ ମଧ୍ୟ କେତେକ ସଡ଼କ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦୁଇଟି ଅନ୍ୟ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେଥିମଧ୍ୟରେ ଡେଗାନା-ରାଏକାବାଗ ୧୪୫ କିଲୋମିଟର ଦୀର୍ଘ ରେଳପଥ ଓ ୫୮ କିଲୋମିଟର ଦୀର୍ଘ ଡେଗାନା-କଚାମନ ସିଟି ରେଳପଥର ଦୋହରୀକରଣ ଅନ୍ତର୍ଭୁକ୍ତ। ଶ୍ରୀ ମୋଦୀ ମଧ୍ୟ ରାଜସ୍ଥାନର ଦୁଇଟି ଟ୍ରେନର ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଥିଲେ। ସେ ଦୁଇଟି ହେଲା ଜୈସଲମେରରୁ ଦିଲ୍ଲୀ ରୁନିଚା ଏକ୍ସପ୍ରେସ ଓ ମାରଓ୍ବାରରୁ ଖମ୍ବାଲୀ ଘାଟ ପର୍ଯ୍ୟନ୍ତ ଏକ ନୂତନ ଐତିହ୍ୟ ଟ୍ରେନ୍।

 

ବୀର ଦୁର୍ଗାଦାସଙ୍କ ଭୂମିକୁ ମଥାନତ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଆଜିର ପ୍ରକଳ୍ପଗୁଡ଼ିକ ନେଇ ସରକାରଙ୍କ ନିରବଚ୍ଛିନ୍ନ ଉଦ୍ୟମ ଉପରେ ଏହାର ଫଳାଫଳ ନିର୍ଭର କରୁଥିବା ବେଳେ ସେ ଏଥିପାଇଁ ରାଜସ୍ଥାନର ଜନସାଧାରଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜସ୍ଥାନ ହେଉଛି ସେହି ରାଜ୍ୟ ଯେଉଁଠି ଦେଶର ଶୌର୍ଯ୍ୟ, ସମୃଦ୍ଧି ଓ ସଂସ୍କୃତିରେ ପ୍ରାଚୀନ ଭାରତର ଗୌବ ପରିଦୃଶ୍ୟମାନ। ସେ ମଧ୍ୟ ନିକଟରେ ଯୋଧପୁରରେ ବହୁ ପ୍ରଶଂସିତ ଜି-୨୦ ବୈଠକର ସ୍ମରଣ କରିଥିଲେ। ଉଭୟ ସ୍ଥାନୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ସୂର୍ଯ୍ୟନଗରୀ ଯୋଧପୁର ପ୍ରତି ଆକର୍ଷଣର ସେ ଅବତାରଣା କରିଥିଲେ। ରାଜସ୍ଥାନ ଭାରତର ଅତୀତ ଗୌରବର ପ୍ରତିନିଧିତ୍ବ କରିଥାଏ ଓ ଭାରତର ଭବିଷ୍ୟତ ମଧ୍ୟ ସେ ଯେପରି ପ୍ରତିନିଧିତ୍ବ କରିବ ତାହା ହିଁ ଗୁରୁତ୍ବପୂର୍ଣ୍ଣ। ଏହା ସେତେବେଳେ ହେବ ଯେତେବେଳେ ମେବାରରୁ ମାରଓ୍ବାଡ଼ ଏଠାରେ ନିର୍ମିତ ଆଧୁନିକ ଭିତ୍ତିଭୂମି ଓ ବିକାଶକୁ ଆଧାର କରି ରାଜସ୍ଥାନ ସଫଳତାର ନୂତନ ଶିଖରରେ ପହଂଚିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବିକାନୀର ଓ ବାଡ଼ମେର ଦେଇ ଯାଉଥିବା ଜାମନଗର ଏକ୍ସପ୍ରେସର ହାଇଓ୍ବେ ଓ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ହାଇଓ୍ବେ କରାଜସ୍ଥାନ ହାଇଟେକ ଭିତ୍ତିଭୂମିର ଉଦାହରଣ ବୋଲି ସେ କହିଥିଲେ।

ସେ କହିଥିଲେ ଯେ ଚଳିତ ବର୍ଷ ରାଜସ୍ଥାନ ନିମନ୍ତେ ୯୫୦୦ କୋଟି ଟଙ୍କାର ରେଳ ବଜେଟ ବ୍ୟୟ ବରାଦ ହୋଇଛି ଯାହା ପୂର୍ବତନ ସରକାରଙ୍କ ତୁଳନାରେ ହାରାହାରି ୧୪ ଗୁଣ ଅଧିକ। ସ୍ବାଧୀନତା ପରେ ୨୦୧୪ ପର୍ଯ୍ୟନ୍ତ ରାଜସ୍ଥାନରେ ପ୍ରାୟ ଛଅ ଶହ କିଲୋମିଟର ରେଳପଥ ବିଦ୍ୟୁତକରଣ ହୋଇଥିଲା। ମାତ୍ର ୨୦୧୪ ପରେ ମାତ୍ର ୯ ବର୍ଷ ମଧ୍ୟରେ ୩୭୦୦ କିଲୋମିଟର ରେଳପଥ ବିଦ୍ୟୁତକରଣ କାର୍ଯ୍ୟ ସମ୍ପନ୍ନ ହୋଇଛି। “ଏଣିକି ସେସବୁ ଟ୍ରାକରେ ଡିଜେଲ ଇଞ୍ଜିନ ପରିବର୍ତ୍ତେ ବିଦ୍ୟୁତଚାଳିତ ଟ୍ରେନ ଯାତ୍ରା କରିବ” ବୋଲି ସେ କହିଥିଲେ। ଏହା ରାଜ୍ୟର ବାୟୁମଣ୍ଡଳ ଓ ବାତାବରଣକୁ ସ୍ବଚ୍ଛ ରଖିବା ସହ ପ୍ରଦୂଷଣ ମଧ୍ୟ ହ୍ରାସ କରିବ। ଅମୃତ ଭାରତ ଷ୍ଟେସନ ଯୋଜନାରେ ରାଜସ୍ଥାନର ୮୦ରୁ ଅଧିକ ଷ୍ଟେସନର ପୁନର୍ବିନ୍ୟାସ କରାଯାଉଛି। ଗରୀବ ଲୋକ ଅଧିକରୁ ଅଧିକ ବ୍ୟବହାର କରୁଥିବା ରେଳ ଷ୍ଟେସନଗୁଡ଼ିକର ବିକାଶ ବିମାନବନ୍ଦର ବିକାଶ ଭଳି କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ। ଯୋଧପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରାଯାଇଥବା ସେ ସୂଚନା ଦେଇଥିଲେ।

 

ଆଜିର ରେଳ ଓ ସଡ଼କ ପ୍ରକଳ୍ପ ରାଜ୍ୟର ବିକାଶ ଗତିକୁ ତ୍ବରାନ୍ବିତ କରିବ। ରେଳପଥର ଦୋହରୀକରଣ ଯୋଗୁ ରେଳ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ। ଏହାଛଡ଼ା ଜୈସଲମେରରୁ ଦିଲ୍ଲୀ ସଂଯୋଗ କରୁଥିବା ରୁନିଚା ଏକ୍ସପ୍ରେସର ଯାତ୍ରାରମ୍ଭ, ମାରଓ୍ବାଡ଼ ଜଙ୍କସନରୁ ଖମ୍ବାଲୀ ଘାଟ ନୂତନ ଐତିହ୍ୟ ଟ୍ରେନର ଆଜି ଯାତ୍ରାରମ୍ଭ ହୋଇଥିବା ବେଳେ ଅଳ୍ପ କେଇଦିନ ଆଗରୁ ବନ୍ଦେ ଭାରତ ଏକ୍ସପ୍ରେସ ରାଜସ୍ଥାନରୁ ଯାତ୍ରା ଆରମ୍ଭ କରିବା ବିଷୟ ଶ୍ରୀ ମୋଦୀ ପ୍ରକାଶ କରିଥିଲେ। ସେ ଆଜି (୦୫-୧୦-୨୦୨୩) ତିନିଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ସହ ଯୋଧପୁର ନୂତନ ରହଣିସ୍ଥଳ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ବିଷୟ ପ୍ରକାଶ କରିଥିଲେ। ଆଜିର ପ୍ରକଳ୍ପଗୁଡ଼ିକ ଆଞ୍ଚଳିକ ଅର୍ଥନୀତିକୁ ମଜଭୁତ କରିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଓ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ନୂତନ ଶକ୍ତି ଦେବ।

ଡାକ୍ତରୀ ଓ ଯାନ୍ତ୍ରିକ ଶିକ୍ଷା କ୍ଷେତ୍ରରେ ରାଜସ୍ଥାନର ଏକ ସ୍ବତନ୍ତ୍ର ସ୍ଥାନ କଥା ସ୍ମରଣ କରି ପ୍ରଧାନମନ୍ତ୍ରୀ କୋଟାର ଅବଦାନର ଅବତାରଣା କରିଥିଲେ ଓ ଶିକ୍ଷା ସହ ରାଜସ୍ଥାନ ମେଡିକାଲ ଓ ଇଞ୍ଜିନିୟରିଂର ମଧ୍ୟ ପେଣ୍ଠ ହେବ ବୋଲି କହିଥିଲେ। ସେଥିପାଇଁ ଟ୍ରମା, ଆପାତକାଳୀନ ଓ ସ୍ବତନ୍ତ୍ର ଯତ୍ନ ଚିକିତ୍ସା ସୁବିଧା ଏମ୍ସ ଯୋଧପୁର ଠାରେ ଖୋଲାଯାଇଛି ଓ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ- ଏବିଏଚଆଇଏମ) ଅଧୀନ ରାଜସ୍ଥାନର ବିଭିନ୍ନ ସାତଟି ସ୍ଥାନରେ ଜଟିଳ ଚିକିତ୍ସା ସେବା କେନ୍ଦ୍ରମାନ ବିକଶିତ ହେବ। କେବଳ ରାଜସ୍ଥାନରେ ନୁହେଁ, ସମଗ୍ର ଦେଶରେ ଯେପରି ଆଇଆଇଟି ଓ ଏମ୍ସ ଯୋଧପୁର ପ୍ରମୁଖ ପ୍ରତିଷ୍ଠାନ ହୋଇ ଗଢ଼ିଉଠୁ ମୁଁ ତାହା ଚାହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏମ୍ସ ଓ ଆଇଆଇଟି ଯୋଧପୁର ଡାକ୍ତରୀ ଓ ପ୍ରଯୁକ୍ତିବିଦ୍ୟାରେ ନୂତନ ସମ୍ଭାବନା ସୃଷ୍ଟି ଦିଗରେ କାମ ଆରମ୍ଭ କରିସାରିଛନ୍ତି ଓ ହାଇଟେକ ଡାକ୍ତରୀ ପ୍ରଯୁକ୍ତିବିଦ୍ୟା ଯେପରିକି ରୋବଟିକ ଶଲ୍ୟ ଚିକିତ୍ସା ଭାରତକୁ ଗବେଷଣା କ୍ଷେତ୍ରରେ ନୂତନ ଶିଖରରେ ପହଂଚାଇବା ସହ ଚିକିତ୍ସା ବିଜ୍ଞାନ ପର୍ଯ୍ୟଟନର ସମ୍ଭାବନା ମଧ୍ୟ ବୃଦ୍ଧି କରିବ।

 

“ରାଜସ୍ଥାନ ହେଉଛି ପ୍ରକୃତି ଓ ପରିବେଶ ପ୍ରେମୀଙ୍କ ଭୂମି” ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଗୁରୁ ଜମ୍ବେଶ୍ବର ଓ ବିଷ୍ଣୋୟୀଙ୍କ ଜୀବନଧାରା କିପରି ଶହ ଶହ ବର୍ଷ ଧରି ବିଶ୍ବରେ ଅନୁସରଣ କରାଯାଉଛି ତାହାର ଆଲୋକପାତ କରିଥିଲେ।” ଐତିହ୍ୟକୁ ଉପଜୀବ୍ୟ କରି ଭାରତ ଆଜି ବିଶ୍ବକୁ ମାର୍ଗଦର୍ଶନ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ନେଇ ବିଶ୍ବାସ ପ୍ରକଟ କରି ରାଜସ୍ଥାନ ବିକାଶ ଲାଭ କଲେ ଭାରତର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମିଳିମିଶି ଆମେ ରାଜସ୍ଥାନକୁ ବିକଶିତ କରି ସମୃଦ୍ଧ କରିବା ବୋଲି କହି ଶ୍ରୀ ମୋଦୀ ତାଙ୍କ ବକ୍ତବ୍ୟର ଅନ୍ତ ଘଟାଇଥିଲେ।

ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ର ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶିଖାଓ୍ବତ ଓ କୈଳାଶ ଚୌଧୁରୀ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି-

ପ୍ରଧାନମନ୍ତ୍ରୀ ୩୫୦ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଯୋଧପୁର ବିମାନବନ୍ଦରର ନୂତନ ରହଣିସ୍ଥଳ ଭବନର ଶିଳାନ୍ୟାସ କରିଥିଲେ। ୨୪ ହଜାର ବର୍ଗମିଟର ପରିମିତି ସ୍ଥାନରେ ନିର୍ମିତ ଏହି ଭବନରେ ଭିଡ଼ ସମୟରେ ୨୫୦୦ ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ହୋଇ ପାରିବ। ବାର୍ଷିକ ଏହା ୩୫ ଲକ୍ଷ ଯାତ୍ରୀ ସମାଗମ ଦାୟିତ୍ବ ତୁଲାଇ ପାରିବ। ୧୧୩୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଯୋଧପୁର ଆଇଆଇଟି କ୍ୟାମ୍ପସକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ।

ଜୈସଲମେରରୁ ଦିଲ୍ଲୀ ଯାତ୍ରା କରୁଥିବା ରୁନିଚା ଏକ୍ସପ୍ରେସର ଶ୍ରୀ ମୋଦୀ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ। ଏହା ଯୋଧପୁର, ନେଘନା, କୁଚାମାନସିଟି, ଫୁଲେରା, ରିଙ୍ଗାସ, ଶ୍ରୀମାଧୋପୁର, ନୀମକାଥାନା, ନିର୍ନାଉଲ, ଅଟେଲୀ, ରେଓ୍ବାରୀ ଦେଇ ଦିଲ୍ଲୀ ସଂଯୋଗ କରିବ। ଯାତ୍ରାରମ୍ଭ କରାଇଥିବା ଅନ୍ୟ ନୂତନ ଐତିହ୍ୟ ଟ୍ରେନ ମାରଓ୍ବାର ଜଙ୍କସନରୁ ଖମ୍ବାଲୀ ଘାଟକୁ ସଂଯୋଗ କରିବ। ଏଥିସହ ନିଯୁକ୍ତି ଓ ପର୍ଯ୍ୟଟନ ପାଇଁ ମଧ୍ୟ ଅନୁକକୂଳ ପରିବେଶ ସୃଷ୍ଟି ହେବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership