PM Modi holds meeting with senior Ministers and officials to discuss ways to boost manufacturing and global imprint of Indian toys
PM Modi calls for promoting domestic toy clusters through innovative and creative methods
Toys can be an excellent medium to further the spirit of ‘Ek Bharat, Shreshtha Bharat’, says PM

ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଖେଳଣାର ଚାହିଦା ବୃଦ୍ଧି ଏବଂ ଉତ୍ପାଦନ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତରେ ଅନେକ ଖେଳଣା କ୍ଲଷ୍ଟର ରହିଛି ଏବଂ ହଜାର ହଜାର କାରିଗର ଏଠାରେ ସ୍ୱଦେଶୀ ଖେଳଣା ଉତ୍ପାଦନ କରୁଛନ୍ତି । ଏମାନଙ୍କ ଉତ୍ପାଦରେ କେବଳ ଭାରତୀୟ ସଂସ୍କୃତିର ଛାପ ରହୁନାହିଁ, ବରଂ ଏମାନଙ୍କ ଜରିଆରେ ପିଲାମାନଙ୍କଠାରେ କମ ବୟସରୁ ଜୀବନ କୌଶଳ ଏବଂ ସାଇକୋମୋଟର ଦକ୍ଷତାର ପରିସ୍ଫୁଟ ହୋଇପାରୁଛି । ତେଣୁ ନୂତନ ତଥା ସୃଜନଶୀଳ ପ୍ରଣାଳୀ ଜରିଆରେ ଏଭଳି କ୍ଲଷ୍ଟରଗୁଡ଼ିକୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି ।

ଭାରତୀୟ ଖେଳଣା ବଜାରରେ ବିପୁଳ ସୁଯୋଗ ରହିଛି ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ‘ଭୋକାଲ ଫର ଲୋକାଲ’କୁ ପ୍ରୋତ୍ସାହିତ କରି ଏଥିରେ ରୂପାନ୍ତରିତ ପରିବର୍ତ୍ତନ ଅଣାଯିବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଅନ୍ତର୍ଜାତୀୟ ମାନକ ଅନୁସାରେ ଗୁଣଯୁକ୍ତ ଉତ୍ପାଦ ନିର୍ମାଣ ଲାଗି ପ୍ରଯୁକ୍ତି ଓ ଅଭିନବୀକରଣର ବ୍ୟବହାରକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ପିଲାମାନଙ୍କର ସାଇକୋମୋଟର/ସଂଜ୍ଞାନାତ୍ମକ ଦକ୍ଷତା ଉପରେ ଖେଳଣାର ପ୍ରଭାବ ଏବଂ ରାଷ୍ଟ୍ରର ଭବିଷ୍ୟତ ପିଢ଼ି ଗଠନ ଏବଂ ସମାଜରେ ଏହା କିଭଳି ପରିବର୍ତ୍ତନ ଆଣିପାରିବ, ସେ ଦିଗରେ ମଧ୍ୟ ଆଲୋଚନା ହୋଇଥିଲା ।

ପିଲାମାନଙ୍କର ମାନସିକ ଶକ୍ତିକୁ ବୃଦ୍ଧି କରିବାରେ ଖେଳଣାର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସଂସ୍କୃତି ଏବଂ ଲୋକାଚାର ସହ ଜଡ଼ିତ ଖେଳଣାଗୁଡ଼ିକୁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିକ୍ଷା ଉପକରଣ ରୂପରେ ବ୍ୟବହାର କରାଯିବା ଆବଶ୍ୟକ । ଏହାଦ୍ୱାରା ପିଲାମାନଙ୍କର ସାମଗ୍ରିକ ବିକାଶ ହୋଇପାରିବ । ଏଥିସହ ଖେଳଣା ପାଇଁ ଯୁବପିଢ଼ି ଏଭଳି ଅଭିନବ ଡିଜାଇନ ବିକଶିତ ଦିଗରେ ମନୋନିବେଶ କରିବା ଆବଶ୍ୟକ, ଯାହା ରାଷ୍ଟ୍ରୀୟ ଲକ୍ଷ୍ୟ ଏବଂ ଉପଲବ୍ଧିକୁ ବାସ୍ତବ ରୂପ ଦେଇପାରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନାକୁ ବଳିଷ୍ଠ କରିବା ପାଇଁ ଖେଳଣା ଏକ ଉତ୍କୃଷ୍ଟ ମାଧ୍ୟମ ସାଜିପାରିବ ଏବଂ ଖେଳଣାରେ ଭାରତୀୟ ମୂଲ୍ୟ ବ୍ୟବସ୍ଥା ଏବଂ ସାଂସ୍କୃତିକ ସ୍ଥାପନା ତଥା ପରିବେଶ ଅନୁକୂଳ ଦୃଷ୍ଟିକୋଣ ପ୍ରତିଫଳନ ହେବା ଆବଶ୍ୟକ । ଏହାଛଡ଼ା ହାତ ତିଆରି ଖେଳଣା ପାଇଁ ପ୍ରସିଦ୍ଧ ଅଞ୍ଚଳଗୁଡ଼ିକରେ ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଲାଗି ପର୍ଯ୍ୟଟନ ଏକ ମାଧ୍ୟମ ସାଜିପାରିବ ବୋଲି ସେ ପରାମର୍ଶ ଦେଇଥିଲେ । ଖେଳଣା ପ୍ରଯୁକ୍ତି ଓ ଡିଜାଇନ, ଅନଲାଇନ ଗେମ ଆଦିରେ ଅଭିନବୀକରଣ ବା ନୂତନତ୍ୱ ଆଣିବା ପାଇଁ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ଲାଗି ହାକାଥନ ଆୟୋଜନ କରାଯିବା ଆବଶ୍ୟକ । ଏଥିରେ ଭାରତୀୟ ଲୋକାଚାର ଏବଂ ମୂଲ୍ୟବୋଧ ପ୍ରତିଫଳିତ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ ଗେମିଙ୍ଗ ଉପରେ ମନୋନିବେଶ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି କ୍ଷେତ୍ରରେ ଥିବା ବିପୁଳ ସୁଯୋଗର ଭାରତ ଫାଇଦା ଉଠାଇବା ଆବଶ୍ୟକ । ଭାରତୀୟ ସଂସ୍କୃତି ଏବଂ ଲୋକକଥା ଦ୍ୱାରା ପ୍ରେରିତ ଗେମଗୁଡ଼ିକୁ ବିକଶିତ କରି ଅନ୍ତର୍ଜାତୀୟ ଡିଜିଟାଲ ଗେମିଙ୍ଗ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Bharat Innovates' Bridge Between India’s Talented Youth And European Expertise: PM Modi

Media Coverage

'Bharat Innovates' Bridge Between India’s Talented Youth And European Expertise: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the role of diversity in innovation and entrepreneurship
June 15, 2026

The Prime Minister, Shri Narendra Modi said that in the fields of innovation and entrepreneurship, every individual has a distinct way of thinking and a unique creative vision, and it is this diversity that gives rise to new possibilities. He noted that just as every source of water has a different taste, every talent possesses its own unique identity and contribution. The Prime Minister added that innovation and progress become possible through the convergence of diverse ideas and capabilities.

The Prime Minister shared a Sanskrit Subhashitam-

“पिण्डे पिण्डे मतिर्भिन्ना कुण्डे कुण्डे नवं पयः।

जातौ जातौ नवाचाराः नवा वाणी मुखे मुखे॥”

The Subhashitam conveys that in the field of innovation and enterprise, each person has a different way of thinking and a unique creative vision, and this diversity gives rise to new possibilities. Just as the taste of water differs from one source to another, every talent has its own distinct identity and contribution. It is through the combination of these different ideas and abilities that innovation and progress become possible.

The Prime Minister wrote on X;

“पिण्डे पिण्डे मतिर्भिन्ना कुण्डे कुण्डे नवं पयः।

जातौ जातौ नवाचाराः नवा वाणी मुखे मुखे॥”