ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ପାରା ପାୱାରଲିଫ୍ଟିଂରେ ପୁରୁଷ ହେଭିୱେଟ ବର୍ଗରେ ସ୍ୱର୍ଣ୍ଣପଦକ ବିଜେତା ସୁଧୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସୁଧୀରଙ୍କ ଦ୍ୱାରା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ପାରା-ସ୍ପୋର୍ଟ୍ସ ପଦକ ତାଲିକାର ଶୁଭାରମ୍ଭ ହୋଇଛି ! ସେ ସମ୍ମାନଜନକ ସ୍ୱର୍ଣ୍ଣପଦକ ଜିତିଛନ୍ତି ଓ ନିଜ ଅଧ୍ୟବସାୟ ଏବଂ ଲଢୁଆ ମନୋଭାବ ପ୍ରଦର୍ଶନ କରିଛନ୍ତି । ସେ ଲଗାତର ପଡିଆରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।”
A great start to the CWG 2022 para-sports medal count by Sudhir! He wins a prestigious Gold and shows yet again his dedication and determination. He has been consistently performing well on the field. Congratulations and best wishes to him for all upcoming endeavours. pic.twitter.com/6V2mXZsEma
— Narendra Modi (@narendramodi) August 5, 2022


