ପ୍ୟାରିସଠାରେ ତୀରନ୍ଦାଜ ବିଶ୍ୱକପ୍ରେ ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୀପିକା କୁମାରୀ, ଅଙ୍କିତା ଭକତ, କୋମାଲିକା ବରୀ, ଅତନୁ ଦାସ ଏବଂ ଅଭିଷେକ ବର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଗତ କିଛି ଦିନ ହେବ ବିଶ୍ୱକପରେ ଆମର ତୀରନ୍ଦାଜମାନଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳୁଛି । ଦୀପିକା କୁମାରୀ, ଅଙ୍କିତା ଭକତ, କୋମାଲିକା ବରୀ, ଅତନୁ ଦାସ ଏବଂ ଅଭିଷେକ ବର୍ମା, ସମସ୍ତ ତୀରନ୍ଦାଜଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ, ଯାହା ଏହି କ୍ଷେତ୍ରରେ ଆଗାମୀ ପ୍ରତିଭାଙ୍କୁ ପ୍ରେରଣା ଯୋଗାଇବ” ।
The last few days have witnessed stupendous performances by our archers at the World Cup. Congratulations to @ImDeepikaK, Ankita Bhakat, Komalika Bari, Atanu Das and @archer_abhishek for their success, which will inspire upcoming talent in this field.
— Narendra Modi (@narendramodi) June 29, 2021


