ବ୍ରାଜିଲର ରାଷ୍ଟ୍ରପତି, ମହାମହିମ ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରାଜିଲର ସର୍ବୋଚ୍ଚ ଜାତୀୟ ସମ୍ମାନ - "ଦି ଗ୍ରାଣ୍ଡ କଲାର ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସାଉଦର୍ଣ୍ଣ କ୍ରସ୍" ସମ୍ମାନରେ ସମ୍ମାନୀତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏହି ବିଶିଷ୍ଟ ସମ୍ମାନ ପାଇଁ ରାଷ୍ଟ୍ରପତି, ସରକାର ଏବଂ ବ୍ରାଜିଲର ଜନସାଧାରଣଙ୍କ ପ୍ରତି ଆନ୍ତରିକତାର ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । ପୁରସ୍କାର ଗ୍ରହଣ କରି ସେ ଉଲ୍ଲେଖ କରିଛନ୍ତି ଯେ, ଏହି ସମ୍ମାନ ଭାରତର ୧.୪ ବିଲିୟନ ଜନସାଧାରଣଙ୍କ ପ୍ରତି ଏବଂ ଭାରତ ଓ ବ୍ରାଜିଲ ମଧ୍ୟରେ ଥିବା ସ୍ଥାୟୀ ତଥା ନିବିଡ଼ ବନ୍ଧୁତ୍ୱ ପ୍ରତି ଏକ ଶ୍ରଦ୍ଧାଞ୍ଜଳି । ସେ ଆହୁରି କହିଛନ୍ତି ଯେ, ରାଷ୍ଟ୍ରପତି ଲୁଲା ଭାରତ-ବ୍ରାଜିଲ ରଣନୈତିକ ସହଭାଗୀତାର କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଏବଂ ଏହି ପୁରସ୍କାର ଦ୍ୱିପାକ୍ଷିକ ସମ୍ପର୍କକୁ ଶୀର୍ଷ ଶିଖରରେ ପହଞ୍ଚାଇବା ପାଇଁ ତାଙ୍କର ଅକ୍ଳାନ୍ତ ପ୍ରୟାସ ପ୍ରତି ଏକ ମର୍ଯ୍ୟାଦାଜନକ ସମ୍ମାନ ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପୁରସ୍କାର ଦୁଇ ଦେଶର ଜନସାଧାରଣଙ୍କୁ ସେମାନଙ୍କର ଭବ୍ୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ପ୍ରେରଣା ଯୋଗାଇବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership