ର୍ନିମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ କୋଭିଡ ଟୀକାକରଣ ଏବଂ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି
ନୂତନ ସଂସଦ ଗୃହ ର୍ନିମାଣରେ ଶ୍ରମିକମାନଙ୍କ ଅବଦାନକୁ ଜାଣିବାପାଇଁ ପାଇଁ ଏକ ଡିଜିଟାଲ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ଉଚିତ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ସେପ୍ଟେମ୍ବର ୨୦୨୧ ସନ୍ଧ୍ୟାରେ ନୂତନ ସଂସଦ ଗୃହର ର୍ନିମାଣ କାର୍ଯ୍ୟସ୍ଥଳକୁ ଯିବା ସହିତ ଏହାର ସମୀକ୍ଷା କରିଥିଲେ ।

ଉକ୍ତ ସ୍ଥାନରେ ଚାଲିଥିବା ର୍ନିମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କାର୍ଯ୍ୟ ସ୍ଥଳରେ ର୍ନିମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କର ମଙ୍ଗଳ ବିଷୟରେ ମଧ୍ୟ ଜାଣିଥିଲେ । ସେମାନେ ଏକ ଧାର୍ମିକ ଏବଂ ଐତିହାସିକ କାର୍ଯ୍ୟ କରୁଛନ୍ତି ବୋଲି ସେ ଜୋର ଦେଇଥିଲେ ।

ର୍ନିମାଣ ସ୍ଥଳରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ କୋଭିଡ ବିରୁଦ୍ଧରେ ସମ୍ପୂର୍ଣ୍ଣ ଟୀକାକରଣକୁ ନିଶ୍ଚିତ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସମସ୍ତ ଶ୍ରମିକଙ୍କ ମାସିକ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ର୍ନିମାଣ କାର୍ଯ୍ୟ ସମାପ୍ତ ହେବା ପରେ ର୍ନିମାଣ ସ୍ଥଳରେ କାର୍ଯ୍ୟରେ ନିୟୋଜିତ ସମସ୍ତ ର୍ନିମାଣ ଶ୍ରମିକଙ୍କ ପାଇଁ ଏକ ଡିଜିଟାଲ୍ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ଉଚିତ, ଯେଉଁଥିରେ ସେମାନଙ୍କର ବ୍ୟକ୍ତିଗତ ବିବରଣୀ ସହିତ ନାମ, ଆସିଥିବା ସ୍ଥାନର ନାମ, ସେମାନଙ୍କର ଫଟୋଗ୍ରାମ ରହିବ ଯାହାଦ୍ୱାରା ର୍ନିମାଣ କାର୍ଯ୍ୟରେ ତାଙ୍କର ଅବଦାନକୁ ସ୍ୱୀକୃତି ଦିଆଯାଇ ପାରିବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସମସ୍ତ ଶ୍ରମିକଙ୍କୁ ମଧ୍ୟ ସେମାନଙ୍କର କାର୍ଯ୍ୟ ଏବଂ ଭୂମିକା ସହିତ ଏହି ପ୍ରୟାସରେ ଅଂଶଗ୍ରହଣ ବିଷୟରେ ଏକ ପ୍ରମାଣପତ୍ର ଦିଆଯିବା ଉଚିତ ।

ପ୍ରଧାମନ୍ତ୍ରୀଙ୍କର ଏହି ଅଚାନକ ଯାଞ୍ଚ ସମୟରେ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେ ର୍ନିମାଣ ସ୍ଥଳରେ ଏକ ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Central schemes bring in electricity, infra and jobs at Kondagaon in Bastar

Media Coverage

Central schemes bring in electricity, infra and jobs at Kondagaon in Bastar
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 3, 2026
March 03, 2026

Citizens Express Their Appreciation on Heartfelt Leadership, Historic Gains: PM Modi’s India Shines in Conservation, Commerce, and Clean Energy