ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଷ୍ଟ୍ରୋ ଫିଜିକ୍ସ କ୍ଷେତ୍ରର ପରିଚିତ ବ୍ୟକ୍ତିତ୍ୱ ଡ. ଜୟନ୍ତ ନର୍ଲିକରଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ଡ. ଜୟନ୍ତ ନର୍ଲିକରଙ୍କ ପରଲୋକ ବିଜ୍ଞାନୀ ସମୁଦାୟଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ସେ ବିଶେଷ କରି ଆଷ୍ଟ୍ରୋଫିଜିକ୍ସ କ୍ଷେତ୍ରରେ ବେଶ୍ ଖ୍ୟାତନାମା ଥିଲେ । ତାଙ୍କର ଅଗ୍ରଣୀ କାର୍ଯ୍ୟ, ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ସୈଦ୍ଧାନ୍ତିକ ରୂପରେଖା ଗବେଷକଙ୍କ ପିଢ଼ି ପାଇଁ ବେଶ୍ ମୂଲ୍ୟବାନ । ସେ ଜଣେ ସଂସ୍ଥା ନିର୍ମାତା ଭାବେ ପରିଚିତ, ଯେଉଁଠିକି ଯୁବ ପିଢ଼ିଙ୍କ ଶିକ୍ଷା ଓ ନବାଚାର ପାଇଁ ସୁଯୋଗ ଥିଲା । ତାଙ୍କ ଅନବଦ୍ୟ ଲେଖା ସାଧାରଣ ଲୋକଙ୍କ ନିକଟରେ ବିଜ୍ଞାନକୁ ପହଞ୍ଚାଇବାକୁ ପାଇଁ ଉଦ୍ଦିଷ୍ଟ ଥିଲା । ଦୁଃଖର ଏହି ଘଡ଼ିରେ ତାଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ମୋର ଗଭୀର ସମବେଦନା । ଓମ୍ ଶାନ୍ତି ।”
The passing of Dr. Jayant Narlikar is a monumental loss to the scientific community. He was a luminary, especially in the field of astrophysics. His pioneering works, especially key theoretical frameworks will be valued by generations of researchers. He made a mark as an…
— Narendra Modi (@narendramodi) May 20, 2025


