ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ରତ୍ନ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଭାରତ ମର୍ମାହତ । ଆମ ଦେଶର ବିକାଶରେ ତାଙ୍କର ବହୁମୂଲ୍ୟ ଅବଦାନ ଅବିସ୍ମରଣୀୟ । ଜଣେ ବିଜ୍ଞ ଓ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଭାବେ ରାଜନୈତିକ କ୍ଷେତ୍ର ତଥା ସମାଜର ସମସ୍ତ ବର୍ଗର ଲୋକଙ୍କ ଦ୍ୱାରା ସେ ପ୍ରଶଂସିତ ହୋଇଥିଲେ ।

ଦଶନ୍ଧି ଦଶନ୍ଧି ଧରି ଚାଲିଥିବା  ତାଙ୍କ ଦୀର୍ଘ ରାଜନୈତିକ ଜୀବନକାଳରେ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କର ଅର୍ଥ ଏବଂ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ ବିଶେଷ ଅବଦାନ ରହିଥିଲା । ସେ ଜଣେ ଉଚ୍ଚକୋଟୀର ସାଂସଦ ଥିଲେ । ସଂସଦରେ ସେ ସର୍ବଦା ପ୍ରସ୍ତୁତ ରହୁଥିଲେ ତଥା ଅତ୍ୟନ୍ତ ସ୍ପଷ୍ଟଭାଷୀ ଏବଂ ଚତୁର ବ୍ୟକ୍ତିତ୍ଵର ଅଧିକାରୀ ଥିଲେ ।

ଭାରତର ରାଷ୍ଟ୍ରପତି ଭାବରେ ଶ୍ରୀ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଭବନକୁ ସାଧାରଣ ନାଗରିକଙ୍କ ପାଇଁ ଅଧିକ ସୁଗମ କରିଥିଲେ । ସେ ରାଷ୍ଟ୍ରପତି ଭବନକୁ ଶିକ୍ଷା, ନବସୃଜନ, ସଂସ୍କୃତି, ବିଜ୍ଞାନ ଏବଂ ସାହିତ୍ୟର କେନ୍ଦ୍ରରେ ପରିଣତ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ବନ୍ଧୀୟ ତାଙ୍କର ପରାମର୍ଶ ମୁଁ କେବେବି ଭୁଲି ପାରିବି ନାହିଁ ।

ମୁଁ 2014ରେ ଦିଲ୍ଲୀ ପାଇଁ ନୂଆ ଥିଲି । ପ୍ରଥମ ଦିନରୁ ହିଁ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ମାର୍ଗଦର୍ଶନ, ସମର୍ଥନ ଏବଂ ଆଶୀର୍ବାଦ ପାଇଥିଲି । ତାଙ୍କ ସହିତ ମୋର ସମ୍ପର୍କକୁ ମୁଁ ସର୍ବଦା ଭଲପାଏ । ତାଙ୍କ ପରିବାର, ବନ୍ଧୁ, ପ୍ରଶଂସକ ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How India brought the lion back from the brink: In Union minister Bhupender Yadav's words

Media Coverage

How India brought the lion back from the brink: In Union minister Bhupender Yadav's words
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 09, 2026
August 09, 2026

Vikas Bhi, Virasat Bhi: PM Modi’s Blueprint for a Rooted Yet Future-Ready Bharat