ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ କାମେଶ୍ୱର ଚୌପାଲଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ଉତ୍ସର୍ଗୀକୃତ ରାମ ଭକ୍ତ ବୋଲି କହିଛନ୍ତି, ଯିଏ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ବହୁମୂଲ୍ୟ ଯୋଗଦାନ ଦେଇଥିଲେ ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ବିଜେପିର ବରିଷ୍ଠ ନେତା ତଥା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଶ୍ରୀ କାମେଶ୍ୱର ଚୌପାଲଙ୍କ ବିୟୋଗରେ ଗଭୀର ଦୁଃଖିତ। ସେ ଜଣେ ଉତ୍ସର୍ଗୀକୃତ ରାମଭକ୍ତ ଥିଲେ, ଯିଏ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ବହୁମୂଲ୍ୟ ଯୋଗଦାନ ଦେଇଥିଲେ । ଦଳିତ ପୃଷ୍ଠଭୂମିରୁ ଆସିଥିବା କାମେଶ୍ୱର ଚୌପାଲଙ୍କୁ ସାମଜର ବଞ୍ôଚତ ଶ୍ରେଣୀର ଲୋକଙ୍କ କଲ୍ୟାଣ ନିମନ୍ତେ କରିଥିବା କାର୍ଯ୍ୟ ଯୋଗୁଁ ସର୍ବଦା ସ୍ମରଣ କରାଯିବ । ଏହି ଦୁଃଖ ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି !”
भाजपा के वरिष्ठ नेता और राम जन्मभूमि तीर्थ क्षेत्र ट्रस्ट के ट्रस्टी कामेश्वर चौपाल जी के निधन से अत्यंत दुख हुआ है। वे एक अनन्य रामभक्त थे, जिन्होंने अयोध्या में राम मंदिर के निर्माण में बहुमूल्य योगदान दिया। दलित पृष्ठभूमि से आने वाले कामेश्वर जी समाज के वंचित समुदायों के… pic.twitter.com/pmqXNvvqfr
— Narendra Modi (@narendramodi) February 7, 2025


