ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେ.କେ ନାମରେ ଜଣାଶୁଣା ପ୍ରସିଦ୍ଧ ଗାୟକ କ୍ରିଷ୍ଣକୁମାର କୁନ୍ନାଥଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ଗୀତ ସବୁ ବୟସର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ଭାବନାକୁ ପ୍ରତିଫଳିତ କରିଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“କେ.କେ ନାମରେ ଜଣାଶୁଣା ପ୍ରସିଦ୍ଧ ଗାୟକ କ୍ରିଷ୍ଣକୁମାର କୁନ୍ନାଥଙ୍କ ଅକାଳ ବିୟୋଗରେ ଦୁଃଖିତ । ତାଙ୍କ ଗୀତରେ ବିଭିନ୍ନ ବୟସ ବର୍ଗର ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି ହେଉଥିଲା । ଆମେ ତାଙ୍କ ଗୀତ ମାଧ୍ୟମରେ ତାଙ୍କୁ ସର୍ବଦା ମନେ ରଖିବୁ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।”
Saddened by the untimely demise of noted singer Krishnakumar Kunnath popularly known as KK. His songs reflected a wide range of emotions as struck a chord with people of all age groups. We will always remember him through his songs. Condolences to his family and fans. Om Shanti.
— Narendra Modi (@narendramodi) May 31, 2022


