ବିଶିଷ୍ଟ ଆଇନ ପଣ୍ଡିତ ପ୍ରଫେସର ବେଦ ପ୍ରକାଶ ନନ୍ଦଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ
ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ପ୍ରଫେସର ବେଦ
ପ୍ରକାଶ ନନ୍ଦଙ୍କ କାର୍ଯ୍ୟ ଆଇନ ଶିକ୍ଷା ପ୍ରତି ତାଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପ୍ରଫେସର ବେଦ ପ୍ରକାଶ ନନ୍ଦ ଜୀଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ସେ ଜଣେ ବିଶିଷ୍ଟ
ଶିକ୍ଷାବିତ୍, ଆଇନଗତ କ୍ଷେତ୍ରରେ ଯାହାଙ୍କ ଅବଦାନ ଅମୂଲ୍ୟ । ତାଙ୍କ କାର୍ଯ୍ୟ ଆଇନ ଶିକ୍ଷା
ପ୍ରତି ତାଙ୍କ ପ୍ରତିବଦ୍ଧତାକୁ ଦର୍ଶାଏ । ସେ ଆମେରିକାରେ ଭାରତୀୟ ସମୁଦାୟର ଜଣେ ପ୍ରମୁଖ
ସଦସ୍ୟ ଥିଲେ ଏବଂ ଭାରତ-ଆମେରିକା ସମ୍ପର୍କ ମଜଭୁତ କରିବା ପାଇଁ ବେଶ୍ ଉତ୍ସାହୀ ଥିଲେ ।
ତାଙ୍କ ପରିବାର ଏବଂ ବନ୍ଧୁଙ୍କ ପ୍ରତି ମୋର ସମବେଦନା ।’
Deeply saddened by the passing away of Professor Ved Prakash Nanda Ji, a distinguished academic whose contributions to the legal field are invaluable. His work highlights his strong commitment to legal education. He was also a prominent member of the Indian diaspora in USA and… pic.twitter.com/ihs19v1q5q
— Narendra Modi (@narendramodi) January 2, 2024


