PM Modi discusses nine projects worth over Rs. 24,000 crores at Pragati meet
Pragati meet: PM Modi reviews progress under Pradhan Mantri Jeevan Jyoti Bima Yojana, Pradhan Mantri Suraksha Bima Yojana

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 2020ବର୍ଷର ପ୍ରଥମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହା ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କର 32ତମ ବୈଠକ । ପ୍ରଗତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସକ୍ରିୟ ପ୍ରଶାସନ ଓ ସମୟବଦ୍ଧ କାର୍ଯ୍ୟାନ୍ଵୟନ ଲାଗି ଏକ ଆସିଟି ଆଧାରିତ ବହୁମୂଖୀ ମଞ୍ଚ ।

ଆଜି ପ୍ରଗତି ବୈଠକରେ ପ୍ରଧାନମନ୍ତ୍ରୀ 11 ଟି ବିଷୟ ଉପରେ ଆଲୋଚନା କରିଥିଲେ । ଏଥିରେ 9 ଟି ବିଳମ୍ବିତ ପ୍ରକଳ୍ପ ସାମିଲ ଥିଲା । 24,000 କୋଟି ଟଙ୍କାର ଏହି 9 ଟି ପ୍ରକଳ୍ପ ଓଡିଶା, ତେଲଙ୍ଗାନା, ମହାରାଷ୍ଟ୍ର, ଝାଡଖଣ୍ଡ, ବିହାର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, କେରଳ ଓ ଉତ୍ତରପ୍ରଦେଶ ସହିତ 3 ଟି କେନ୍ଦ୍ରଶାସିତ ଅଞ୍ଚଳ ସହ ଜଡିତ । ଏହିସବୁ ପ୍ରକଳ୍ପ ମଧ୍ୟରେ 3 ଟି ରେଳ ମନ୍ତ୍ରଣାଳୟ, 5 ଟି ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଗୋଟିଏ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପ୍ରକଳ୍ପ ରହିଛି ।

ବୀମା ଯୋଜନା ଅନ୍ତର୍ଗତ ଅଗ୍ରଗତି – ପିଏମଜେଜେବିୱାଇ ଏବଂ ପିଏମଏସବିୱାଇ ଯୋଜନାର ସମୀକ୍ଷା-

ଏହି ବୈଠକରେ ପ୍ରଧାନମନ୍ତ୍ରୀ ଆର୍ଥିକ ସେବା ବିଭାଗ ଅନ୍ତର୍ଗତ ବୀମା ଯୋଜନା ଯେପରିକି, “ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା” (ପିଏମଜେଜେବିୱାଇ) ଏବଂ “ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା” (ପିଏମଏସବିୱାଇ) ସହ ଜଡିତ ଅଭିଯୋଗ ବିଷୟରେ କାର୍ଯ୍ୟ ସମ୍ପାଦନର ସମୀକ୍ଷା କରିଥିଲେ ।

ପ୍ରଧାନମନ୍ତ୍ରୀ ଅପରାଧ ଓ ଅପରାଧୀ ଟ୍ରାକିଂ ନେଟୱାର୍କ ଓ ପ୍ରଣାଳୀ (ସିସିଟିଏନଏସ) ପ୍ରକଳ୍ପ ଅନ୍ତର୍ଗତ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପ ଇ-ପ୍ରଶାସନ ମାଧ୍ୟମରେ ପ୍ରଭାବୀ ପୁଲିସ ବ୍ୟବସ୍ଥା ଲାଗି ଏକ ବ୍ୟାପକ ଓ ସମନ୍ଵିତ ପ୍ରଣାଳୀ ଅଟେ ।

ଗତ 31 ଟି ପ୍ରଗତି ଆଲୋଚନାରେ ପ୍ରଧାନମନ୍ତ୍ରୀ 12.30 ଲକ୍ଷ କୋଟି ଟଙ୍କାର ମୋଟ ନିବେଶ ସହିତ 269 ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସେ ବିଶେଷ କ୍ଷେତ୍ରର 47 ଟି ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ସହ ଜଡିତ ଅଭିଯୋଗ ସମାଧାନର ସମୀକ୍ଷା ମଧ୍ୟ କରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi

Media Coverage

'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 15, 2026
July 15, 2026

Rooted in Tradition, Built for Tomorrow: PM Modi’s Blueprint for a Developed India