ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଜାତୀୟ ଗଙ୍ଗା ପରିଷଦ ବୈଠକରେ ଯୋଗ ଦେଇଥିଲେ ।

ଶ୍ରୀ ମୋଦୀ କହିଛନ୍ତି ଯେ ନାମାମୀ ଗଙ୍ଗା ପଦକ୍ଷେପକୁ ଆହୁରି ମଜବୁତ କରିବାର ଉପାୟ ବିଷୟରେ ଆଲୋଚନା କରିବା ଏକ ଭଲ ସୁଯୋଗ ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଛୋଟ ସହରରେ ସ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ନେଟୱାର୍କ ବିସ୍ତାର କରିବା ସହିତ ସ୍ୱଚ୍ଛତା ପ୍ରୟାସକୁ ବଢାଇବାର ଉପାୟ ବିଷୟରେ  କହିଥିଲେ ।

ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଗଙ୍ଗା ନିକଟରେ ବିଭିନ୍ନ ପ୍ରକାରର ଔଷଧିୟ ଚାଷକୁ ବୃଦ୍ଧି କରିବାର ଉପାୟ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଶ୍ରୀ ମୋଦୀ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶ ପାଇଁ ନାମାମୀ ଗଙ୍ଗେ ଏବଂ ପାନୀୟ ଜଳ-ପରିମଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ କରିଥିଲେ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଆଜି ସକାଳେ ଆୟୋଜିତ ହୋଇଥିବା ଜାତୀୟ ଗଙ୍ଗା ପରିଷଦ ବୈଠକରେ ନାମାମୀ ଗଙ୍ଗା ପଦକ୍ଷେପକୁ ଆହୁରି ମଜବୁତ କରିବାର ଉପାୟ ଉପରେ ଆଲୋଚନା କରିବାର ଏକ ଉତ୍ତମ ସୁଯୋଗ ଥିଲା । ଛୋଟ ସହରଗୁଡିକରେ ସ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ନେଟୱାର୍କ ବିସ୍ତାର କରିବା ସହିତ ସ୍ୱଚ୍ଛତା ପ୍ରୟାସକୁ ବଢାଇବା ପାଇଁ ବିଭିନ୍ନ ଉପାୟ ବିଷୟରେ କହିଥିଲେ ।”

“ବୈଠକ ଅବସରରେ ଗଙ୍ଗା ନିକଟରେ ବିଭିନ୍ନ ପ୍ରକାରର ଔଷଧିୟ ଚାଷକୁ ବୃଦ୍ଧି କରିବାର ଉପାୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ନଦୀ କୂଳରେ ପର୍ଯ୍ୟଟନ ଭିତ୍ତିଭୂମି ବୃଦ୍ଧି କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା, ଯାହା ଅନେକ ଲୋକଙ୍କୁ ଜୀବିକା ର୍ନିବାହରେ ସହାୟତା କରିପାରିବ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi