ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଗ୍ରାମୀଣ ବିକାଶ, କୃଷି, ସମାଜ କଲ୍ୟାଣ ଏବଂ ଆନୁସଙ୍ଗିକ କ୍ଷେତ୍ରର ଅଗ୍ରଗତି ଉପରେ ସମୀକ୍ଷା କରିବା ପାଇଁ ସଚିବମାନଙ୍କ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା
ସମସ୍ତ ସଂସ୍କାରର ମୂଳରେ ନାଗରିକ କଲ୍ୟାଣ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ
ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ଶାସନ ପ୍ରକ୍ରିୟାଗୁଡ଼ିକୁ ବିକଶିତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ
ରାଷ୍ଟ୍ରର ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ 'ସମ୍ପୂର୍ଣ୍ଣ ସରକାରୀ' ଆଭିମୁଖ୍ୟ ଗ୍ରହଣ କରିବା ଏବଂ ବିଭାଗୀୟ ସାଇଲୋଗୁଡ଼ିକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ଏକ ଜନ ଆନ୍ଦୋଳନ ହେବା ଉଚିତ ଏବଂ ଯୁବପିଢ଼ି ଏହାର ମୂଳଦୁଆ ହେବା ଆବଶ୍ୟକ
ନିଶାଦ୍ରବ୍ୟ ଅପବ୍ୟବହାରର ମୁକାବିଲା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ସମନ୍ୱିତ କାର୍ଯ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ
ଭାରତକୁ ଏକ ବିଶ୍ୱ କ୍ରୀଡା କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ସମନ୍ୱିତ ଆଭିମୁଖ୍ୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ
ପିଏମ୍ - କୁସୁମର ପରିବର୍ତ୍ତନକାରୀ ସମ୍ଭାବନା ଏବଂ ବିଶ୍ୱ ଦକ୍ଷତା ମ୍ୟାପିଂର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆଜି ତାଙ୍କ ବାସଭବନ, ୭ ଲୋକ କଲ୍ୟାଣ ମାର୍ଗରେ ସଚିବମାନଙ୍କର ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ। ବୈଠକରେ 'ବିକଶିତ ଭାରତ' ଲକ୍ଷ୍ୟ ହାସଲ ଦିଗରେ ଗ୍ରାମୀଣ ବିକାଶ, କୃଷି, ସାମାଜିକ କଲ୍ୟାଣ ଏବଂ ସମ୍ପର୍କିତ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା।

ନାଗରିକଙ୍କ କଲ୍ୟାଣ ସମସ୍ତ ସଂସ୍କାରର କେନ୍ଦ୍ରବିନ୍ଦୁ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରିକଳ୍ପିତ ସଂସ୍କାରଗୁଡ଼ିକ ପ୍ରକୃତ ଗତି ପାଇବା ଉଚିତ ଏବଂ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବା ଦରକାର। ସଂସ୍କାରର ଉଦ୍ଦେଶ୍ୟ କେବଳ ସରକାରୀ କାର୍ଯ୍ୟକାରିତାକୁ ଉନ୍ନତ କରିବା ନୁହେଁ ବରଂ ଏକ ବିକଶିତ ରାଷ୍ଟ୍ର ହେବା ଦିଗରେ ଭାରତର ଯାତ୍ରାକୁ ତ୍ୱରାନ୍ୱିତ କରିବା।

ପ୍ରଧାନମନ୍ତ୍ରୀ ଶାସନ ବ୍ୟବସ୍ଥାରେ ଘଟୁଥିବା ଦ୍ରୁତ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ସେ ପରିବର୍ତ୍ତିତ ଏବଂ ବିକଶିତ ଦୃଶ୍ୟପଟର ଆବଶ୍ୟକତାକୁ ପ୍ରଭାବଶାଳୀ ଭାବରେ ପୂରଣ କରିବା ପାଇଁ ଶାସନ ପ୍ରକ୍ରିୟାକୁ ଗ୍ରହଣ ଏବଂ ସୁଦୃଢ଼ କରିବାର ଗୁରୁତ୍ୱ ଉପରେ ଉଲ୍ଲେଖ କରିଥିଲେ। ସେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକରେ ମୁଣ୍ଡ ଟେକୁଥିବା ଆବଶ୍ୟକତାର ଏକ ବ୍ୟାପକ ମ୍ୟାପିଂ କରିବା ପାଇଁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଦେଶର ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ 'ସମ୍ପୂର୍ଣ୍ଣ - ସରକାର' ପଦ୍ଧତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି କହିଥିଲେ ଯେ 'ବିକଶିତ ଭାରତ' ଗଠନର ସ୍ୱପ୍ନ ଏକ 'ଜନ ଆନ୍ଦୋଳନ' ହେବା ଉଚିତ ଏବଂ ଭାରତର ଯୁବପିଢ଼ି ଏହି ଦୃଷ୍ଟିକୋଣର ମୂଳଦୁଆ ଗଠନ କରିବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ ମଧ୍ୟରେ ବ୍ୟାପୁଥିବା ନିଶା ସେବନର ଗମ୍ଭୀର ସମସ୍ୟାର ମୁକାବିଲା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ପରାମର୍ଶ ଦେଇଥିଲେ ଯେ ବିଭାଗୀୟ ସାଇଲୋଗୁଡ଼ିକୁ ଭାଙ୍ଗିବା ଏବଂ ଯୁବ - କୈନ୍ଦ୍ରିକ ପଦକ୍ଷେପ ସମ୍ପର୍କରେ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଉଚିତ୍। ଏହି ସମନ୍ୱୟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସଂସ୍ଥାଗତ ବ୍ୟବସ୍ଥା ବିକଶିତ କରିବା ପାଇଁ ପ୍ରୟାସ କରାଯିବା ଆବଶ୍ୟକ। 

ପ୍ରଧାନମନ୍ତ୍ରୀ କ୍ରୀଡାର ବିକାଶ ପାଇଁ ଏକ ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କ୍ରୀଡା ପର୍ଯ୍ୟଟନ ଏକ ପ୍ରମୁଖ କ୍ଷେତ୍ର ଭାବରେ ଉଭା ହେବା ସହିତ, ଭାରତ ନିଜକୁ ଏକ ବିଶ୍ୱସ୍ତରୀୟ କ୍ରୀଡା କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ପ୍ରମୁଖ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ ଆୟୋଜନ କରିବାକୁ ଲକ୍ଷ୍ୟ ରଖିବା ଉଚିତ। ସେ ଷ୍ଟାର୍ଟଅପ୍ ମାଧ୍ୟମରେ କ୍ରୀଡା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ଏବଂ ନବସୃଜନକୁ ଉତ୍ସାହିତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

କୃଷକମାନେ ପିଏମ୍ - କୁସୁମ ଯୋଜନା ଭଳି ପଦକ୍ଷେପକୁ ଅଧିକ ପରିମାଣରେ ଗ୍ରହଣ କରିବା କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ଅନ୍ତର୍ଜାତୀୟ ସୁଯୋଗ ଏବଂ ଭବିଷ୍ୟତର ଆବଶ୍ୟକତା ସହିତ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ଦକ୍ଷତାର ଆବଶ୍ୟକତା ଉପରେ ଉଲ୍ଲେଖ କରିଥିଲେ। ବିଶ୍ୱସ୍ତରୀୟ ମ୍ୟାପିଂ ସହିତ ଏହା ସମନ୍ଵୟ ରକ୍ଷା କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ସଚିବମାନେ ନିଜ ନିଜ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଏବଂ ଆହ୍ଵାନ ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ଏବଂ ମତାମତ ବାଣ୍ଟିଥିଲେ। ପ୍ରଧାନମନ୍ତ୍ରୀ ଭବିଷ୍ୟତ ରୋଡମ୍ୟାପ୍ ପାଇଁ ତାଙ୍କର ପରାମର୍ଶ ଏବଂ ଦୃଷ୍ଟିକୋଣ ସମ୍ପର୍କରେ ଉଲ୍ଲେଖ କରିଥିଲେ। ବୈଠକରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଏବଂ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଥିଲା, ଯେଉଁଥିରେ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ, ବର୍ଦ୍ଧିତ ସମନ୍ୱୟ ଏବଂ 'ବିକଶିତ ଭାରତ' ଲକ୍ଷ୍ୟ ଦିଗରେ ଦ୍ରୁତ ଅଗ୍ରଗତି ଉପରେ ଧ୍ୟାନ ଦିଆଯାଇଥିଲା।

ବୈଠକରେ କ୍ୟାବିନେଟ ସଚିବ, ପ୍ରମୁଖ ମନ୍ତ୍ରଣାଳୟର ସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 5, 2026
September 05, 2026

The New Indian Equation: Policy + People = Tangible Progress Under PM Modi