· ଶାସନ, ସେବା ପ୍ରଦାନ ଏବଂ ଉତ୍ପାଦନରେ ଗୁଣବତ୍ତା ଏବଂ ଉତ୍କର୍ଷତାର ପର୍ଯ୍ୟାୟବାଚୀ ହେଉଛି ବିକଶିତ ଭାରତ: ପ୍ରଧାନମନ୍ତ୍ରୀ
ଭାରତ ନିଜର ଯୁବଶକ୍ତି ଦ୍ୱାରା ପରିଚାଳିତ ‘ସଂସ୍କାର ଏକ୍ସପ୍ରେସ’ରେ ସବାର ହୋଇଛି ବୋଲି କହିଲେ ପ୍ରଧାନମନ୍ତ୍ରୀ
ଭାରତର ଜନସଂଖ୍ୟାଗତ ଲାଭ ବିକଶିତ ଭାରତ ଅଭିମୁଖେ ଯାତ୍ରାକୁ ଉଲ୍ଲେଖନୀୟ ଭାବରେ ତ୍ୱରାନ୍ୱିତ କରିପାରିବ ବୋଲି ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
‘ମେଡ୍ ଇନ୍ ଇଣ୍ଡିଆ’ ବିଶ୍ୱସ୍ତରୀୟ ଉତ୍କର୍ଷତା ଏବଂ ପ୍ରତିଦ୍ୱନ୍ଦ୍ୱିତାର ପ୍ରତୀକ ହେବା ଉଚିତ: ପ୍ରଧାନମନ୍ତ୍ରୀ
ଆତ୍ମନିର୍ଭରତାକୁ ସୁଦୃଢ଼ ​​କରିବା ଏବଂ ‘ଶୂନ୍ୟ ପ୍ରଭାବ, ଶୂନ୍ୟ ତ୍ରୁଟି’ ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ଼ ​​କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ
ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଏବଂ ଆର୍ଥିକ ସ୍ଥିରତାକୁ ସୁଦୃଢ଼ ​​କରିବା ପାଇଁ ଘରୋଇ ଉତ୍ପାଦନ ପାଇଁ 100ଟି ଉତ୍ପାଦ ଚିହ୍ନଟ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ଜାତୀୟ ଉତ୍ପାଦନ ମିଶନକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପ୍ରତ୍ୟେକ ରାଜ୍ୟକୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ
ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହିତ ବ୍ୟବସାୟିକ ସୁଗମତା ଏବଂ ଭାରତକୁ ସେବା କ୍ଷେତ୍ରର ଏକ ମହାଶକ୍ତିରେ ପରିଣତ କରିବା ଲାଗି ରାଜ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ଭାରତକୁ ବିଶ୍ୱର ଖାଦ୍ୟ ଭଣ୍ଡାର କରିବା ପାଇଁ ଉଚ୍ଚ ମୂଲ୍ୟର କୃଷି ଦିଗରେ ସ୍ଥାନାନ୍ତରଣ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ
ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ ସୃଷ୍ଟି କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ମୁଖ୍ୟ ଶାସନ ସଚିବମାନଙ୍କ ପଞ୍ଚମ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି ତିନି ଦିନିଆ ସମ୍ମିଳନୀ 26 ରୁ 28 ଡିସେମ୍ବର, 2025 ପର୍ଯ୍ୟନ୍ତ ଦିଲ୍ଲୀର ପୁସାରେ ଅନୁଷ୍ଠିତ ହୋଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସମ୍ମିଳନୀ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନାକୁ ସୁଦୃଢ଼ ​​କରିବା ଏବଂ ବିକଶିତ ଭାରତର ସ୍ୱପ୍ନ ହାସଲ କରିବା ପାଇଁ କେନ୍ଦ୍ର-ରାଜ୍ୟ ସହଭାଗୀତାକୁ ଗଭୀର କରିବା ଦିଗରେ ଆଉ ଏକ ନିର୍ଣ୍ଣାୟକ ପଦକ୍ଷେପ।

ଶ୍ରୀ ମୋଦୀ କହିଥିଲେ, ଜ୍ଞାନ, ଦକ୍ଷତା, ସ୍ୱାସ୍ଥ୍ୟ ଏବଂ କ୍ଷମତାକୁ ନେଇ ଗଠିତ ମାନବ ପୁଞ୍ଜି ହେଉଛି ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ପ୍ରଗତି ପାଇଁ ମୌଳିକ ବାହକ। ଏହାକୁ ଏକ ସମନ୍ୱିତ ତଥା ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ମାଧ୍ୟମରେ ବିକଶିତ କରାଯିବା ଉଚିତ।

ସମ୍ମିଳନୀରେ ‘ବିକଶିତ ଭାରତ ପାଇଁ ମାନବ ପୁଞ୍ଜି’ ଶୀଷର୍କ ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ଭାରତର ଜନସଂଖ୍ୟାଗତ ଲାଭ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରାୟ 70 ପ୍ରତିଶତ ଜନସଂଖ୍ୟା କର୍ମଜୀବୀ ଗୋଷ୍ଠୀରେ ଅଛନ୍ତି, ଯାହା ଏକ ଅନନ୍ୟ ଐତିହାସିକ ସୁଯୋଗ ସୃଷ୍ଟି କରୁଛି । ଏହା ଆର୍ଥିକ ପ୍ରଗତି ସହିତ ମିଶିଲେ, ବିକଶିତ ଭାରତ ଅଭିମୁଖେ ଦେଶର ଯାତ୍ରାକୁ ଉଲ୍ଲେଖନୀୟ ଭାବରେ ତ୍ୱରାନ୍ୱିତ କରିପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ‘‘ସଂସ୍କାର ଏକ୍ସପ୍ରେସ’’ରେ ସବାର ହୋଇଛି । ଏହା ମୁଖ୍ୟତଃ ଦେଶର ଯୁବ ଜନସଂଖ୍ୟାର ଶକ୍ତି ଦ୍ୱାରା ପରିଚାଳିତ । ଏହି ଜନସଂଖ୍ୟାକୁ ସଶକ୍ତ କରିବା ସରକାରଙ୍କ ପ୍ରମୁଖ ପ୍ରାଥମିକତା ଭାବେ ରହିଛି। ଏହି ସମ୍ମିଳନୀ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଦେଶ ପରବର୍ତ୍ତୀ ପିଢ଼ିର ସଂସ୍କାର ଦେଖୁଛି ଏବଂ ଏକ ପ୍ରମୁଖ ବିଶ୍ୱ ଆର୍ଥିକ ଶକ୍ତି ହେବା ଦିଗରେ ସ୍ଥିର ଭାବରେ ଆଗକୁ ବଢ଼ୁଛି।

ସେ ଆହୁରି ମଧ୍ୟ କହିଥିଲେ,  ଶାସନ, ସେବା ପ୍ରଦାନ ଏବଂ ଉତ୍ପାଦନରେ ଗୁଣବତ୍ତା ଏବଂ ଉତ୍କର୍ଷତାର ପର୍ଯ୍ୟାୟବାଚୀ ହେଉଛି ବିକଶିତ ଭାରତ। ସମସ୍ତ ଅଂଶୀଦାରଙ୍କୁ ହାରାହାରି ଫଳାଫଳରୁ ଆଗକୁ ବଢ଼ିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଶାସନ, ସେବା ପ୍ରଦାନ ଏବଂ ଉତ୍ପାଦନରେ ଗୁଣବତ୍ତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, "ମେଡ୍ ଇନ୍ ଇଣ୍ଡିଆ" ବ୍ୟାପକ ଉତ୍କର୍ଷତା ଏବଂ ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାର ପ୍ରତୀକ ହେବା ଉଚିତ।

ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରତାକୁ ସୁଦୃଢ଼ ​​କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତକୁ ନିଜ ଉତ୍ପାଦରେ ଶୂନ୍ୟ ତ୍ରୁଟି ଏବଂ ସର୍ବନିମ୍ନ ପରିବେଶଗତ ପ୍ରଭାବ ସହିତ ଆତ୍ମନିର୍ଭରଶୀଳତା ଅବଲମ୍ବନ କରିବାକୁ ପଡିବ । 'ମେଡ୍ ଇନ୍ ଇଣ୍ଡିଆ' ଲେବଲକୁ ଗୁଣବତ୍ତାର ପ୍ରତୀକ କରିବାକୁ ପଡିବ ଏବଂ 'ଶୂନ୍ୟ ପ୍ରଭାବ, ଶୂନ୍ୟ ତ୍ରୁଟି' ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ଼ ​​କରିବାକୁ ପଡିବ। ସେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକୁ ମିଳିତ ଭାବରେ ଘରୋଇ ଉତ୍ପାଦନ ପାଇଁ 100ଟି ଉତ୍ପାଦ ଚିହ୍ନଟ କରିବାକୁ ଅନୁରୋଧ କରିଥିଲେ ଯାହା ଦ୍ୱାରା ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ଆର୍ଥିକ ସ୍ଥିରତାକୁ ସୁଦୃଢ଼ ​​କରାଯାଇପାରିବ।

ରାଜ୍ୟ ଏବଂ ବିଶ୍ୱ ସ୍ତରରେ ଦକ୍ଷତା ଚାହିଦାକୁ ମୂଲ୍ୟାଙ୍କନ କରିବା ସହିତ ଦକ୍ଷତା ବିକାଶ ରଣନୀତିକୁ ଭଲ ଭାବରେ ଡିଜାଇନ୍ କରିବା ପାଇଁ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଉଚ୍ଚଶିକ୍ଷାରେ ମଧ୍ୟ, ଉଚ୍ଚମାନର ପ୍ରତିଭା ସୃଷ୍ଟି କରିବା ପାଇଁ ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ମିଳିତ ଭାବରେ କାମ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଥିଲେ।

ଯୁବପିଢ଼ିଙ୍କ ଜୀବିକା ପାଇଁ ପର୍ଯ୍ୟଟନ ଏକ ବିରାଟ ଭୂମିକା ଗ୍ରହଣ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ। ସେ କହିଥିଲେ, ଭାରତର ଏକ ସମୃଦ୍ଧ ଐତିହ୍ୟ ଏବଂ ଇତିହାସରେ ରହିଛି ଯାହା ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ସ୍ଥାନ ପାଇବାର ସମ୍ଭାବନା ରଖିଛି। ସେ ରାଜ୍ୟଗୁଡ଼ିକୁ ଅତି କମରେ ଗୋଟିଏ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ ସୃଷ୍ଟି କରିବା ଏବଂ ଏକ ସମ୍ପୂର୍ଣ୍ଣ ପର୍ଯ୍ୟଟନ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଭାରତୀୟ ଜାତୀୟ କ୍ରୀଡା କ୍ୟାଲେଣ୍ଡରକୁ ବିଶ୍ୱସ୍ତରୀୟ କ୍ରୀଡା କ୍ୟାଲେଣ୍ଡର ସହିତ ସମନ୍ୱିତ କରିବା ଗୁରୁତ୍ୱପୂର୍ଣ୍ଣ। ଭାରତ 2036 ଅଲିମ୍ପିକ୍ସ ଆୟୋଜନ କରିବାକୁ କାମ କରୁଛି। ଭାରତକୁ ବିଶ୍ୱ ମାନଦଣ୍ଡ ସହିତ ସମକକ୍ଷ ଭିତ୍ତିଭୂମି ଏବଂ କ୍ରୀଡା ଇକୋସିଷ୍ଟମ ପ୍ରସ୍ତୁତ କରିବାକୁ ପଡିବ। ଏହି ସମୟରେ ପ୍ରତିଯୋଗିତା କରିବା ପାଇଁ ଛୋଟ ପିଲାମାନଙ୍କୁ ଚିହ୍ନଟ, ପ୍ରୋତ୍ସାହନ ଏବଂ ତାଲିମ ଦିଆଯିବା ଉଚିତ। ଆଗାମୀ 10 ବର୍ଷ ସେମାନଙ୍କ ଉପରେ ନିବେଶ କରାଯିବା ଉଚିତ, ତେବେ ହିଁ ଭାରତ ଏପରି କ୍ରୀଡା ଇଭେଣ୍ଟରେ ମନୋବାଞ୍ଛିତ ଫଳାଫଳ ପାଇବ। ସ୍ଥାନୀୟ ଏବଂ ଜିଲ୍ଲା ସ୍ତରରେ କ୍ରୀଡା ଇଭେଣ୍ଟ ଏବଂ ଟୁର୍ଣ୍ଣାମେଣ୍ଟ ଆୟୋଜନ ଏବଂ ପ୍ରୋତ୍ସାହିତ କରିବା ଏବଂ ଖେଳାଳିଙ୍କ ତଥ୍ୟ ରଖିବା ଏକ ସ୍ପନ୍ଦନଶୀଳ କ୍ରୀଡା ପରିବେଶ ସୃଷ୍ଟି କରିବ ବୋଲି ରାଜ୍ୟଗୁଡ଼ିକ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ କହିଥିଲେ,  ଭାରତ ଖୁବ୍ ଶୀଘ୍ର ଜାତୀୟ ଉତ୍ପାଦନ ମିଶନ (ଏନଏମଏମ) ଆରମ୍ଭ କରିବ। ପ୍ରତ୍ୟେକ ରାଜ୍ୟ ଏହାକୁ ସର୍ବାଧିକ ପ୍ରାଥମିକତା ଦେବା ଉଚିତ। ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକୁ ଆକର୍ଷିତ କରିବା ପାଇଁ ଭିତ୍ତିଭୂମି ସୃଷ୍ଟି କରାଯିବା ଆବଶ୍ୟକ। ଏଥିରେ ବ୍ୟବସାୟିକ ସୁଗମତା ଅନ୍ତର୍ଭୁକ୍ତ, ବିଶେଷକରି ଜମି, ଉପଯୋଗୀତା ଏବଂ ସାମାଜିକ ଭିତ୍ତିଭୂମି ପ୍ରତି ଅଧିକ ଧ୍ୟାନ ଦିଆଯିବା ଉଚିତ୍‌। ଉତ୍ପାଦନକୁ ପ୍ରୋତ୍ସାହିତ କରିବା, ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରିବା ଏବଂ ସେବା କ୍ଷେତ୍ରକୁ ସୁଦୃଢ଼ ​​କରିବା ପାଇଁ ମଧ୍ୟ ସେ ରାଜ୍ୟଗୁଡ଼ିକୁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ସେବା କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ ମହାଶକ୍ତିରେ ପରିଣତ କରିବା ପାଇଁ ପ୍ରୟାସ ହେବା ଉଚିତ୍‌ । ସ୍ୱାସ୍ଥ୍ୟସେବା, ଶିକ୍ଷା, ପରିବହନ, ପର୍ଯ୍ୟଟନ, ବୃତ୍ତିଗତ ସେବା, ଏଆଇ ଇତ୍ୟାଦି କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ, ଭାରତ ବିଶ୍ୱର ଖାଦ୍ୟ ଭଣ୍ଡାର ହେବାକୁ ଆକାଂକ୍ଷା କରୁଥିବାରୁ, ଆମକୁ ରପ୍ତାନି ଉପରେ ଧ୍ୟାନ ଦେଇ ଉଚ୍ଚ ମୂଲ୍ୟର କୃଷି, ଦୁଗ୍ଧ, ମତ୍ସ୍ୟଚାଷ ଆଡକୁ ମୁହାଁଇବାକୁ ପଡିବ। ପ୍ରଧାନମନ୍ତ୍ରୀ ଧନ ଧନ୍ୟ ଯୋଜନାରେ କମ୍ ଉତ୍ପାଦକତା ଥିବା 100ଟି ଜିଲ୍ଲା ଚିହ୍ନଟ କରାଯାଇଛି। ସେହିପରି, ଶିକ୍ଷା ପରିଣାମ କ୍ଷେତ୍ରରେ ରାଜ୍ୟଗୁଡ଼ିକୁ ସର୍ବନିମ୍ନ 100ଟି ଜିଲ୍ଲା ଚିହ୍ନଟ କରିବାକୁ ପଡିବ ଏବଂ ନିମ୍ନ ସୂଚକାଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବାକୁ ପଡିବ।

ପ୍ରଧାନମନ୍ତ୍ରୀ ପାଣ୍ଡୁଲିପିର ଡିଜିଟାଇଜେସନ୍ ପାଇଁ ଜ୍ଞାନ ଭାରତମ୍ ମିଶନ୍ ବ୍ୟବହାର କରିବାକୁ ମଧ୍ୟ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ରାଜ୍ୟଗୁଡ଼ିକ ରାଜ୍ୟରେ ଉପଲବ୍ଧ ଏହିପରି ପାଣ୍ଡୁଲିପିଗୁଡ଼ିକୁ ଡିଜିଟାଇଜେସନ୍ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିପାରିବେ। ଏହି ପାଣ୍ଡୁଲିପିଗୁଡ଼ିକୁ ଡିଜିଟାଇଜେସନ୍ ହେବା ପରେ, ଉପଲବ୍ଧ ଜ୍ଞାନ ଏବଂ ବିଦ୍ୟାକୁ ଉପଯୋଗ କରିବା ପାଇଁ ଏଆଇକୁ ବ୍ୟବହାର କରାଯାଇପାରିବ।

ଏହି ସମ୍ମିଳନୀ ସାମୂହିକ ଚିନ୍ତନ ଏବଂ ଗଠନମୂଳକ ନୀତିଗତ ବିଚାରବିମର୍ଶ ପାଇଁ ଭାରତର ପରମ୍ପରାକୁ ପ୍ରତିଫଳିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତ ସରକାରଙ୍କ ଦ୍ୱାରା ସଂସ୍ଥାଗତ ରୂପ ନେଇଥିବା ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ ସାମୂହିକ ବିଚାରବିମର୍ଶ ପାଇଁ ଏକ ପ୍ରଭାବଶାଳୀ ମଞ୍ଚ ପାଲଟିଛି ବୋଲି ସେ ମତ ରଖିଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ, ଶାସନ ଏବଂ କାର୍ଯ୍ୟକାରିତାକୁ ସୁଦୃଢ଼ ​​କରିବା ପାଇଁ ମୁଖ୍ୟ ଶାସନ ସଚିବ ଏବଂ ଡିଜିପି ସମ୍ମିଳନୀ ଉଭୟରୁ ବାହାରୁଥିବା ଉପାୟ ଏବଂ ନିଷ୍ପତ୍ତି ସହିତ ସମନ୍ୱୟ ରଖି ରାଜ୍ୟଗୁଡ଼ିକ କାର୍ଯ୍ୟ କରିବା ଉଚିତ।

ବିକଶିତ ଭାରତ ଲକ୍ଷ୍ୟକୁ ଅନୁସରଣ କରି ଅଧିକାରୀମାନଙ୍କ ମଧ୍ୟରେ ଏକ ଜାତୀୟ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ଏବଂ ଶାସନ ଫଳାଫଳକୁ ଉନ୍ନତ କରିବା ପାଇଁ ବିଭାଗୀୟ ସ୍ତରରେ ସମାନ ପ୍ରକାରର ସମ୍ମିଳନୀ ଆୟୋଜନ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ କ୍ଷମତା ନିର୍ମାଣ କମିଶନ ସହିତ କ୍ଷମତା ନିର୍ମାଣ ଯୋଜନା ପ୍ରସ୍ତୁତ କରିବାକୁ ପଡିବ। ଶାସନରେ ଏଆଇ ବ୍ୟବହାର ଏବଂ ସାଇବର ସୁରକ୍ଷା ଉପରେ ସଚେତନତା ସମୟର ଆବଶ୍ୟକତା। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପାଇଁ ରାଜ୍ୟ ଏବଂ କେନ୍ଦ୍ରକୁ ସାଇବର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ପଡିବ।

ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରଯୁକ୍ତିବିଦ୍ୟା ଆମର ସମଗ୍ର ଜୀବନଚକ୍ରରେ ସୁରକ୍ଷିତ ଏବଂ ସ୍ଥିର ସମାଧାନ ପ୍ରଦାନ କରିପାରିବ। ଶାସନରେ ଗୁଣାତ୍ମକତା ଆଣିବା ପାଇଁ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରିବାର ଆବଶ୍ୟକତା ଅଛି।

ଶେଷରେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ରାଜ୍ୟକୁ ଏହି ସମ୍ମିଳନୀର ଆଲୋଚନା ଆଧାରରେ 10 ବର୍ଷିଆ କାର୍ଯ୍ୟକ୍ଷମ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ଯେଉଁଥିରେ 1, 2, 5 ଏବଂ 10 ବର୍ଷର ଲକ୍ଷ୍ୟ ସମୟସୀମା ରହିବ ଯେଉଁଠାରେ ପ୍ରଯୁକ୍ତିବିଦ୍ୟାକୁ ନିୟମିତ ତଦାରଖ ପାଇଁ ବ୍ୟବହାର କରାଯାଇପାରିବ।

ଏହି ତିନି ଦିନିଆ ସମ୍ମିଳନୀରେ ବିଶେଷ ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ଯେଉଁଥିରେ ପ୍ରାରମ୍ଭିକ ଶୈଶବ ଶିକ୍ଷା; ସ୍କୁଲ ଶିକ୍ଷା; ଦକ୍ଷତା ବିକାଶ; ଉଚ୍ଚଶିକ୍ଷା; ଏବଂ କ୍ରୀଡା ଓ ପାଠ୍ୟକ୍ରମ ବାହାର କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ଥିଲା ଯାହା ଏକ ଦୃଢ଼, ସମାବେଶୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶ୍ରମଶକ୍ତି ଗଠନରେ ଏଗୁଡ଼ିକର ଭୂମିକାକୁ ସ୍ୱୀକାର କରିଥିଲା।

ସମ୍ମିଳନୀ ସମୟରେ ଆଲୋଚନାର ବିଷୟବସ୍ତୁ

ସମ୍ମିଳନୀରେ ହୋଇଥିବା ଆଲୋଚନାଗୁଡ଼ିକ ଟିମ୍ ଇଣ୍ଡିଆର ମନୋଭାବକୁ ପ୍ରତିଫଳିତ କରିଥିଲା, ଯେଉଁଠାରେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ବିଚାରକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଏକ ସମାନ ପ୍ରତିବଦ୍ଧତା ସହିତ ଏକାଠି ହୋଇଥିଲେ। ସହମତ ଫଳାଫଳଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାଦ୍ୱାରା ବିକାଶ ଭାରତର ଦୃଷ୍ଟିକୋଣ ନାଗରିକଙ୍କ ଜୀବନରେ ଦୃଶ୍ୟମାନ ଉନ୍ନତିରେ ପରିଣତ ହୋଇପାରିବ। ଅଧିବେଶନଗୁଡ଼ିକ ମାନବ ପୁଞ୍ଜି ବିକାଶ ସହିତ ଜଡିତ ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ ବର୍ତ୍ତମାନର ପରିସ୍ଥିତି, ପ୍ରମୁଖ ଆହ୍ୱାନ ଏବଂ ସମ୍ଭାବ୍ୟ ସମାଧାନର ଏକ ବ୍ୟାପକ ମୂଲ୍ୟାଙ୍କନ ପ୍ରଦାନ କରିଥିଲା।

ସମ୍ମିଳନୀରେ ଐତିହ୍ୟ ଏବଂ ପାଣ୍ଡୁଲିପି ସଂରକ୍ଷଣ ଏବଂ ଡିଜିଟାଇଜେସନ୍; ଏବଂ ସମସ୍ତଙ୍କ ପାଇଁ ଆୟୁଷ ଉପରେ ଖାଦ୍ୟ ଉପରେ କେନ୍ଦ୍ରିତ ଆଲୋଚନା ମଧ୍ୟ ହୋଇଥିଲା। ଏଥିରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନରେ ଜ୍ଞାନକୁ ଏକୀକୃତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଆଲୋଚନାଗୁଡ଼ିକ ପ୍ରଭାବଶାଳୀ ସେବା ବିତରଣ, ନାଗରିକ-କୈନ୍ଦ୍ରିକ ଶାସନ ଏବଂ ଫଳାଫଳ-କୈନ୍ଦ୍ରିକ କାର୍ଯ୍ୟକାରିତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲା। ବିକାଶ ପଦକ୍ଷେପଗୁଡ଼ିକୁ କିପରି ମାପଯୋଗ୍ୟ ଭୂମିଗତ ପ୍ରଭାବରେ ପରିଣତ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦିଆଯାଇଥିଲା। ସଂସ୍ଥାଗତ କ୍ଷମତାକୁ ସୁଦୃଢ଼ ​​କରିବା, ଆନ୍ତଃ-ବିଭାଗୀୟ ସମନ୍ୱୟକୁ ଉନ୍ନତ କରିବା ଏବଂ ସେବା ପ୍ରଦାନକୁ ବୃଦ୍ଧି କରିବା ପାଇଁ ତଥ୍ୟ-ଚାଳିତ ତଦାରଖ ବ୍ୟବସ୍ଥା ଫ୍ରେମୱାର୍କ ଗ୍ରହଣ କରିବାର ଆବଶ୍ୟକତା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ବିକଶିତ  ଭାରତର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖି, ପ୍ରକ୍ରିୟାଗୁଡ଼ିକୁ ସରଳ କରିବା, ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବା ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ସେବା ବିତରଣ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦିଆଯାଇଥିଲା। ଫଳରେ ବିକାଶର ଲାଭ ପ୍ରତ୍ୟେକ ନାଗରିକଙ୍କ ପାଖରେ ସମୟସୀମା, ସ୍ୱଚ୍ଛ ଏବଂ ସମାବେଶୀ ଭାବରେ ପହଞ୍ଚିପାରିବ।

ସମ୍ମିଳନୀରେ ଏକାଧିକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯାହା କ୍ରସ୍-କଟିଂ ଏବଂ ଉଦୀୟମାନ ପ୍ରାଥମିକତା ଉପରେ କେନ୍ଦ୍ରିତ ଆଲୋଚନାକୁ ଆଗେଇ ନେଇଥିଲା। ଏହି ଅଧିବେଶନଗୁଡ଼ିକରେ ରାଜ୍ୟଗୁଡ଼ିକରେ ସରକାରୀ ନିୟନ୍ତ୍ରଣକୁ କୋହଳ କରିବା, ଶାସନରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ: ସୁଯୋଗ, ବିପଦ ଏବଂ ପ୍ରଶମନ; ସ୍ମାର୍ଟ ଯୋଗାଣ ଶୃଙ୍ଖଳ ଓ ବଜାର ସଂଯୋଗ ପାଇଁ ଏଗ୍ରିଷ୍ଟ୍ୟାକ୍; ଗୋଟିଏ ରାଜ୍ୟ, ଗୋଟିଏ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ; ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ; ଏବଂ ବାମପନ୍ଥୀ ଉଗ୍ରବାଦ ପରବର୍ତ୍ତୀ ଭବିଷ୍ୟତ ପାଇଁ ଯୋଜନା ଉପରେ ନୀତି ମାର୍ଗ ଏବଂ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ପରୀକ୍ଷା କରାଯାଇଥିଲା। ଆଲୋଚନାରେ ସମବାୟ ସଂଘୀୟ ବ୍ୟବସ୍ଥା, ସଫଳ ରାଜ୍ୟସ୍ତରୀୟ ପଦକ୍ଷେପର ପ୍ରତିକୃତି ଏବଂ ଆଲୋଚନାକୁ ମାପଯୋଗ୍ୟ ଫଳାଫଳରେ ପରିଣତ କରିବା ପାଇଁ ସମୟସୀମା ଅନୁଯାୟୀ କାର୍ଯ୍ୟକାରିତା  ଉପରେ ଆଲୋକପାତ କରାଯାଇଥିଲା।

ସମ୍ମିଳନୀରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ, କ୍ଷେତ୍ର ବିଶେଷଜ୍ଞ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
21% YoY rise in engineering exports in June shows sector's resilience amid global challenges: EEPC India Chairman

Media Coverage

21% YoY rise in engineering exports in June shows sector's resilience amid global challenges: EEPC India Chairman
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting significance of mutual dependence
July 14, 2026

The Prime Minister, Shri Narendra Modi shared a Sanskrit Subhashitam-

“प्रभया हि विना यद्वद् भानुरेष न विद्यते।

प्रभा च भानुना तेन सुतरां तदुपाश्रया॥”

The Subhashitam conveys that just as the Sun cannot be perceived without its light, so too light cannot exist without the Sun. Thus, the entire existence and power of the Sun and its light are entirely dependent upon each other.

The Prime Minister wrote on X;

प्रभया हि विना यद्वद् भानुरेष न विद्यते।

प्रभा च भानुना तेन सुतरां तदुपाश्रया॥