ଗରିବ ଓ ମଧ୍ୟବିତ୍ତଙ୍କ ବିଦ୍ୟୁତ୍‍ ବିଲ୍ ହ୍ରାସ କରିବା ସହ ଭାରତକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଏହି ଯୋଜନାର ଲକ୍ଷ୍ୟ
ଘରୋଇ ଉପଭୋକ୍ତାଙ୍କୁ ଅଧିକ ସଂଖ୍ୟକ ଛାତ ଉପରେ ସୌର ଶକ୍ତି ସ୍ଥାପନ ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଏକ ବିଶାଳ ଜାତୀୟ ଅଭିଯାନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

ସୂର୍ଯ୍ୟବଂଶୀ ଭଗବାନ ଶ୍ରୀରାମଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଅବସରରେ ଅଯୋଧ୍ୟା ଗସ୍ତ ପରେ ପ୍ରଧାନମନ୍ତ୍ରୀ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ୧ କୋଟି ଘରେ ଛାତ ଉପରେ ସୌର ଶକ୍ତି ଲଗାଇବା ଲକ୍ଷ୍ୟ ନେଇ "ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା"ର ଶୁଭାରମ୍ଭ କରିବା ପାଇଁ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

 

ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୂର୍ଯ୍ୟଙ୍କ ଶକ୍ତିକୁ ପ୍ରତ୍ୟେକ ପରିବାର ଛାତ ଉପରେ ବ୍ୟବହାର କରି ସେମାନଙ୍କର ବିଦ୍ୟୁତ୍‍ ବିଲ୍ ହ୍ରାସ କରିପାରିବେ ଏବଂ ସେମାନେ ବିଦ୍ୟୁତ୍ ଆବଶ୍ୟକତା ପାଇଁ ପ୍ରକୃତରେ ଆତ୍ମନିର୍ଭରଶୀଳ ହୋଇପାରିବେ ।

 

ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାରେ ଛାତ ଉପରେ ସୌରଶକ୍ତି ସ୍ଥାପନ ମାଧ୍ୟମରେ ନିମ୍ନ ଓ ମଧ୍ୟମ ଆୟକାରୀଙ୍କୁ ବିଜୁଳି ଯୋଗାଇଦେବା ସହ ବଳକା ବିଦ୍ୟୁତ ଉତ୍ପାଦନ ପାଇଁ ଅତିରିକ୍ତ ରୋଜଗାର ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଛି।

 

ଘରୋଇ ଉପଭୋକ୍ତାଙ୍କୁ ଅଧିକ ସଂଖ୍ୟକ ଛାତ ଉପରେ ସୌର ଶକ୍ତି ସ୍ଥାପନ ପାଇଁ ସଚେତନ କରିବା ସକାଶେ ଏକ ବୃହତ ଜାତୀୟ ଅଭିଯାନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth